STORYMIRROR

ସୁଦୀପା ପାତ୍ର ନାୟକ

Comedy Others

3  

ସୁଦୀପା ପାତ୍ର ନାୟକ

Comedy Others

ସିଙ୍ଘାଣିନାକି ମାଧିଆ ମା

ସିଙ୍ଘାଣିନାକି ମାଧିଆ ମା

1 min
140

ମାଧିଆ ମା!, କହିଲେ କିଏ ବା ନ ଜାଣେ।କଂସାରି ସାହିର ସେ ପରା ମାଧିଆ ମା। ପିଲାଠାରୁ ବୁଢା ହଡା ଯାଏଁ ସଭିଏଁ ଙ୍କର ସେ ଭାରି ପ୍ରିୟ। ତା'ର ଗୁଣ ଯେତିକି ଭଲ ତାର କଥା ରେ ମଧ୍ୟ ସେତିକି ଥଟ୍ଟା ଥାଏ।ହେଲେ ତା'ର ଗୋଟେ ରୋଗ କି ବଦଅଭ୍ୟାସ ଭାବିପାର!,କି! ଗରମ କି!ବର୍ଷା କି! ଶୀତ,ଆଠ କାଳି ବାରମାସ ତା ନାକରୁ ସିଙ୍ଘାଣି ବୋହୁଥାଏ।ବାହା ହେଲା ଗଣ୍ଠିରୂ ଯେ ଏଯାବତ୍ ତା ପାଗଳସ୍ୱାମୀ ତାକୁ ଛାଡିକି ଯାଇଛି ଯେ ଯାଇଛି। ସେବେଠାରୁ ୩୨ବର୍ଷ ହେଲାଣି ଏଇ ତାର ବୋପାଘର ଆଉ ଶାଶୁଘର।

      ଦିନକର କଥା। ସବୁଦିନ ପରି ଆଜି ବି ମାଧିଆ ମା ଯାଇଛି ସବୁ ଘର ଘର ବୁଲି ପେଜ ତୋରାଣି ଆଣିବାକୁ।ବାପଘରେ ରହିବା ଦିନରୁ ୨୦ଟି ଗାଈ ର ଦାୟିତ୍ଵ ତା ଉପରେ। ତରତର ଶୁଉଁ ଶୁଉଁ ହୋଇ

ପ୍ରଥମେ ଯାଇ ପଦୁଆଁ ଭାଉଜ ଦୁଆରେ ମାଗିଲା ପେଜ ତାପରେ ଝୁମ୍ପା ବାରି ରୁ ପେଜହାଣ୍ଡି ରୂ ପେଜ ଢାଳି ଆଣିଲା। ଘରକୁ ଫେରିଲା ବେଳକୁ ଦେଖିଲା ଅଇନି ଦୋକାନରେ ଗରମାଗରମ ପକୁଡ଼ି ବିକ୍ରି ହେଉଛି।ସେଇ ଅସନା ଅଇଁଠା ହାତରେ ଏପଟେ ନାକରୁ ସିଙ୍ଘାଣି ଖସୁଥାଏ ଶୁଉଁ ଶୁଉଁ ହୋଇ ପକୁଡ଼ି ଖଇଲା। ସିଙ୍ଘାଣି ର ଅଧିକାଂଶ ଠୋପା ପକୁଡ଼ି ସହ ମିଶି ତା ପେଟକୁ ଯାଉଥାଏ। ସେହିଥିରେ ତାର ଯୋଉ ଖୁସି ସତେକି ଯେମିତି ଷଠି ମାଁ ତାକୁ ହସଉଛି!ତାରି ପାଖଦେଇ ସେହି ବାଟରେ ବାଙ୍କୁଆ ନନା ଯାଉଥିଲେ, ବାଙ୍କୁଆ ନନା ଙ୍କର ଚାଲିଟା ସବୁବେଳେ ଓଲଟାପଲଟା।ଆଉ ତାଙ୍କୁ ଦେଖି ମାଧିଆ ମା ର ଯୋଉ ଥଟ୍ଟା!, ଆରେ ବାଙ୍କୁଆ ନନା ତମେ ଆପଣେ ଭଗତପୁର କୁ ଚାହିଁ ଜଗତପୁର ଆଡେ କୁଆଡେ ଯାଉଛ ମ?,ଏତିକି କହି ହାଲ୍କେଇକି ଗୋଟେ ସରୁ ଆଖି ମିଟିକା ମାରିଦେଇ ଆଉ କି ସେଠି ଅଛି ସିଙ୍ଘାଣିନାକି ମାଧିଆ ମା!!,ହାଃ!..... , ହାଃ!!...... ହାଃ!!, ବାଙ୍କୁଆ ନନା ସେଇମିତି ଓଲଟା ପାଲଟା ରେ ଚାହିଁ ରହିଥାନ୍ତି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy