ମଲା ମୋର
ମଲା ମୋର
ମଠ ର ମହନ୍ତ ଙ୍କ ଦେହାନ୍ତ ପରେ ଏବେ ସର୍ବେସର୍ବା ଝାମ୍ପୁରି ମା'। ଯେବେ ମହନ୍ତ ଜୀବିତ ଥିଲେ ସେତେବେଳୁ ଝାମ୍ପୁରି ମା' ମାତା ହେଇ ମଠରେ ସେବା କରିଆସୁଛନ୍ତି। ଗାଁ ର ସବୁଠାରୁ ପୁରୁଣା ମଠମାନଙ୍କ ମଧ୍ୟରେ ଏହି ନିତାଇ ମଠ। ବାବା ଗୋଲକବିହାରୀ (ମହନ୍ତ) ଯେବେ ଥିଲେ ସକାଳ ସନ୍ଧ୍ୟା ଭଜନ କୀର୍ତ୍ତନ ରେ ଆସର ବେଶ୍ ଭକ୍ତିମୟ ଥିଲା। ଏବେ କିନ୍ତୁ ସବୁ କାଳ ଗତି ରେ ପରିବର୍ତ୍ତିତ। ଝାମ୍ପୁରି ମା'ଙ୍କର ଟିକେ ଅଳସୁଆ ଢଙ୍ଗ ପାଇଁ ମଠ ର ଶୋଭା ଆଉ ଆଗ ଭଳି ନାହିଁ।ଏବେ ଝାମ୍ପୁରି ମା'ଙ୍କର ଆସିଷ୍ଟାଣ୍ଟ ହୋଇଛନ୍ତି ଗନ୍ଧର୍ବ (ଡାକ ନାମ ଗନ୍ଧିଆ)। ଗନ୍ଧିଆ ରାତିଦିନ ଝାମ୍ପୁରି ମା'ଙ୍କର ସେଜ ଉଠା ଠାରୁ ସେଜ ପରା ଯାଏଁ ସବୁକଥା ବୁଝନ୍ତି। ମା' ମଧ୍ୟ ଗନ୍ଧିଆ କୁ ଭାରି ଶ୍ରଦ୍ଧା କରନ୍ତି।
ଗନ୍ଧିଆ ର ସବୁ ଗୁଣ ଭଲ ହେଲେ ଗୋଟେ ଆଳୁ ଦୋଷ ଆଉ। ଏଇନେ ଏଇନେ କ'ଣ କରିଥିବ ଆଉ ଟିକକକୁ ମନେ ନଥିବ। ମଠ ପାଖରେ ଗୋଟେ ଝୁମ୍ପୁଡି ଚାଳିଆରେ ଜଣେ ବିଧବା ବ୍ରାହ୍ମଣୀ ଓ ତାଙ୍କର ଏକମାତ୍ର କନ୍ୟା ସୁକୁଟି ରହୁଥାନ୍ତି। ଷୋହଳ ବୟସି ସୁକୁଟିର ଏବେ ନୂଆ ନୂଆ ଯୌବନ ମନରେ ଭର୍ତ୍ତି ମେଞ୍ଚେ ସପନ। ଏପଟେ ଗନ୍ଧିଆ ନଗଦା ନଗଦି ଆତୁର ମନ ବିବାହ ପାଇଁ।ନିଇତି ଭୋର ଚାରିଟା ରୁ ଦୁହେଁ ଗନ୍ଧିଆ ଓ ସୁକୁଟି ର ଭେଟ ମଠ ବଗିଚା ରେ। ଡେଲି ଝାମ୍ପୁରି ମା'ଙ୍କର ପାଖରେ ଶୋଉଥିବା ଗନ୍ଧିଆ ଢଆଉଁଢାଆଉଁ ଶବଦ ଶୁଣି ଚୋର ଚୋର କହି ମଠ ବଗିଚା କୁ ଆସେ ଓ ସେଠି ତାର ସୁକୁଟି ସହ ଦେଖାହୁଏ। ଗନ୍ଧିଆ ର ମନେରୁହେନି ବୋଲି ସୁକୁଟି ର ଏହିପରି ପ୍ରୟାସ, ପ୍ରତ୍ୟେକ ଦିନ ଢାଉଁ ଢାଉଁ କରି ଢୋଲ ଟି ବାଜିଲେ ଗନ୍ଧିଆ ଆସେ। ଏମିତି କେତେ ଦିନ ବିତିଲାଣି। ଏଵେ ହୋଇଥାଏ ବୈଶାଖ ମାସ। ପଣା ସଂକ୍ରାନ୍ତି ଏଇ ଭିତରେ ପଡିବ। ମଠ ବଗିଚା ର ବେଲଗଛ ରେ ବହୁତ ବେଲ ହେଇଥାଏ। ଦିନେ ଭୋର ରୁ ସୁକୁଟି ଅଳି କଲା ବେଲ ପାଇଁ। ଗନ୍ଧିଆ ତା କଥା କୁ କାଟିନପାରି ବେଲ ଦୁଇ ଟି ତୋଳିଦେଲା। ତୋଳିଲା ବେଳ କୁ ଗୋଟେ ବେଲ ଭୁସ୍ କି ସୁକୁଟି ମୁଣ୍ଡରେ ପଡିଗଲା। ମରିଗଲି ମରିଗଲି ଲୋ, କହି ସୁକୁଟି କାନ୍ଦିଲା। ଏତିକିବେଳେ ଝାମ୍ପୁରି ମା କାଟିବାଟି ଚଉଦପୁରୁଷ କୁ ଶୋଧି ଶୋଧି ଆସିଲା। ଆସିକି ଦେଖିଲା ବେଳକୁ ବେଲଗଛରେ ଓହଳିଥାଏ ଗନ୍ଧିଆ ଓ ସୁକୁଟି ପୁରା ଚିତ୍ପଟାଙ୍ଗ ହୋଇ ତଳେ ପଡ଼ିଥାଏ। ଏହି ଦୃଶ୍ୟ କୁ ଦେଖି ଝାମ୍ପୁରି ମା ପାଟିରୁ ଖାଲି ବକ୍ତୃତା ବାହାରୁଛି ମଲା.........ମୋର!!
