STORYMIRROR

ସୁଦୀପା ପାତ୍ର ନାୟକ

Comedy Action Fantasy

3  

ସୁଦୀପା ପାତ୍ର ନାୟକ

Comedy Action Fantasy

ମୁଁ ତୋ କଲରା ତୁ ମୋ ପିତା

ମୁଁ ତୋ କଲରା ତୁ ମୋ ପିତା

1 min
154

ତେନ୍ତୁଳି ଗୁମ୍ଫା ପାଖରେ ନୁଆଁଳିଆ ଛପର କଚ୍ଚା ଘରଟି ଥାଏ।ସେଠାରେ କେଳା କେଲୁଣୀ ଦୁହେଁ ରୁହନ୍ତି।କେଳା ପ୍ରତିଦିନ ସଅଳ ସଅଳ ଉଠି ଗାଁ ମାନଙ୍କୁ ଯାଇ ସାପ ଖେଳ ଦେଖାଏ ଓ ସେଥିରୁ ଯେଉଁ ଖୁଚୁରା ଚାଉଳ ମିଳେ ସେଥିରେ ତାଙ୍କର ତେଲ ଲୁଣ ସଂସାର ଚାଲେ। କେଲୁଣୀ ଦିନସାରା ଖଜୁରୀ ତାଡି ବିକେ ଓ ତାଳ ବରଡା ରେ ଛାଞ୍ଚୁଣି ତିଆରି କରେ।ଉଭୟ ଗେରସ୍ତ ଭାରିଜା ଙ୍କ ମଧ୍ୟରେ ଖୁମ୍ପୁରା ଖୁମ୍ପୁରି ଲାଗିରହେ।

କେଳା ର ବଦ ଅଭ୍ୟାସ ସବୁଦିନେ ତାଡି ପିଇ ଝୁଲି ଝୁଲି ଘରକୁ ଆସେ। ରୋଜଗାର ରୁ ଅଧେ ତାଡି ପିଇବାରେ ସାରିଦିଏ। କେଳାର ଏପରି କର୍ମ ରେ କେଲୁଣୀର ନାଲିଆଖି କହିଲେ ନ ସରେ।

      ଦିନେ କେଳା କେଲୁଣୀର ଘୋମାଘଟ ଯୁଦ୍ଧ ଲାଗିଲା ପଇସା ପାଇଁ। କେଲୁଣୀର ଏକାଜିଦ୍ ଗୋଡରେ ପିନ୍ଧିବାକୁ ଗୋଟେ ପାଉଁଜି କରିବ ହେଲେ କେଳା ପୁରା ଅରାଜି। କେଲୁଣୀ କହୁଛି ଆରେ ତାଞ୍ଚିଖିଆ ଅଳପେଇସା ଗୁନ୍ଦୁରାମୁହାଁ ତୋତେ ଧରମ ସହିବନିରେ। କେଲୁଣୀର ବଡପାଟିରେ କେଳା ଆଇଲା ଆଇଲା କେଲୁଣୀର ମୁଣ୍ଡକୁ ଘୁମେଇ ଦୁଇ ଖୋବା ଧୁମ୍ ଧୁମ୍ କି ନାଦିଦେଲା।ଲୁହା ମାଦଳ ପରି ହାତର ପ୍ରହାରରେ କେଲୁଣୀ ଚିତ୍ପଟାଙ୍ଗ ହୋଇ ତଳେ ପଡିଗଲା।ବୋପାଲୋ ମରିଗଲି ଲୋ କହି କଷ୍ଟେ ମଷ୍ଟେ ଉଠି ପାଖରେ ପଡିଥିବା ତାଳ ବରଡାରେ ଭାଡୁ ଭାଡୁ କରି ସେକିଚାଲିଲା।କେଳାର ତାଡି ନିଶାଟା ପୁରା ଉତିରି ଗଲା। ସଙ୍ଗେ ସଙ୍ଗେ କେଲୁଣୀର ଗୋଡ଼ ତଳେ ପଡି କେଳା କହିଲା ମାଁ ଗୋଜବାୟାଣୀ ମାଁ ହରଚଣ୍ଡୀ ତୋ ସବୁ କଥାରେ ମୁଁ ସିରଧାର୍ଯ୍ୟ।ଏ ମାଁ ମାତଣ୍ଡି ହେ ମାଁ ପିତା ଦେବୈ ମାତା ଗୋ ଏ କଲରା ତୁମ ଆଗରେ ସରଣ ପସିଲା ମାତା ମୋତେ ଆଉ ମାରନା।ଏବେ କେଲୁଣୀ ମାତାଙ୍କ ନବକଳେବର ବେଶରୁ ସାକ୍ଷାତ ଅନ୍ନପୂର୍ଣ୍ଣା ସାଜି ଆଉଁସି ପତିଦେବ ଙ୍କୁ କୋଲେଇ ନେଲେ।କେଳା ମହାଶୟ ଓଃ ହୋ!!,ଓଃ ହୋ !!,କହି ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ।ହାଉଲେ ହାଉଲେ ଆଲୋ ଧନ କହି କହିଲା କେଳା ମୁଁ ତୋ କଲରା ତୁ ମୋ ପିତା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy