STORYMIRROR

ସୁଦୀପା ପାତ୍ର ନାୟକ

Comedy

4  

ସୁଦୀପା ପାତ୍ର ନାୟକ

Comedy

ରାନ୍ଧୁଣିଆ ମୁଁ ଇଆଡିକା

ରାନ୍ଧୁଣିଆ ମୁଁ ଇଆଡିକା

2 mins
352

ଡାକ୍ତର ବିଶ୍ୱାସ ଜଣେ ଜଣାଶୁଣା ଚକ୍ଷୁ ଚିକିତ୍ସକ।ନିଜର କର୍ମମୟ ଜୀବନ ଆରମ୍ଭ ରୁ ଏଯାବତ୍ ସାଙ୍ଗରେ ତାଙ୍କର ସହଧର୍ମିଣୀ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ।ସମୟ ଗଡିବା ସହିତ ପିଲାମାନେ ମଧ୍ୟ ନିଜ ନିଜର ଭବିଷ୍ୟତ ଗଢି ସ୍ୱତନ୍ତ୍ରବ୍ୟକ୍ତିତ୍ଵର ଅଧିକାରୀ ହୋଇସାରିଛନ୍ତି।ଏବେ ଡାକ୍ତର ବିଶ୍ୱାସ ଏବଂ ତାଙ୍କର ସହଧର୍ମିଣୀ ନିଜର ବାସଭବନରେ।

ବୟସର ଅପରାହ୍ନ ରେ ଦୁହେଁ ଦମ୍ପତି ମାତ୍ର ଦୁହିଁଙ୍କ ମନ ଏବେ ବି ପୂର୍ବ ଦିଗର କଅଁଳିଆ ରବି। ଧନସମ୍ପତ୍ତି ର ଅଭାବ ଯେ କ'ଣ ତାଙ୍କ ପାଖେ! ସହଧର୍ମିଣୀ ଶାରଦା ଦେବୀଙ୍କ ମିଶାଣିଆଁ ସ୍ୱଭାବ ପାଇଁ ସମସ୍ତ ଙ୍କ ପାଖରେ ପ୍ରଶଂସନୀୟା ସେ! ଡାକ୍ତର ବିଶ୍ୱାସ ବି କେଉଁ କମ୍ ଯେ!,ନିଜର ଫାଙ୍କାସମୟରେ ସାହିତ୍ୟ ଅନୁରାଗି ହୃଦୟଟି ତାଙ୍କର କବିତା, ଗଳ୍ପ, କାହାଣୀ ତଥା ଲେଖା ସବୁକୁ ପଢି ଆନନ୍ଦିତ ହୋଇଯାଏ। ଶାରଦା ଦେବୀ ମଧ୍ୟ ତାଙ୍କ ଆବୃତ୍ତି କୁ ବେଶ୍ ପ୍ରଶଂସା କରନ୍ତି। ଡାକ୍ତର ବିଶ୍ୱାସ ଯେପରି ସାହିତ୍ୟ ଅନୁରାଗି ସେପରି ଖାଦ୍ୟ ଲୋଭି ମଧ୍ୟ। ପ୍ରତ୍ୟେକ ଦିନ କିଛି ନା କିଛି ସୁସ୍ୱାଦୁ ଖାଦ୍ୟ ଖାଇବା କଥା ସେ ଖାଆନ୍ତି।ମାତ୍ର ଶାରଦା ଦେବୀଙ୍କୁ ରୋଷେଇ ର ଅ ଅକ୍ଷର ମଧ୍ୟ ଜଣାନାହିଁ। ରୋଷେଇ ପାଇଁ ରୋଷେୟା ସେଥିପାଇଁ ସର୍ବଦା ମହଜୁଦ୍ ।

       ବିରାଟ ବାସଭବନ ମଧ୍ୟରେ ବିରାଟ ବିରାଟ ସମସ୍ତ କୋଠରୀ। କୋଠରୀ ସମସ୍ତ ଭଡା ଦିଆଯାଇଛି।ଭଡାରେ ରହୁଥିବା ସମସ୍ତ ପରିବାର ର ସହିତ ଶାରଦା ଦେବୀଙ୍କ ସମ୍ପର୍କ ଭାରି ନିବିଡ। ପାଖାପାଖି ଚାରୋଟି ପରିବାର ରହୁଥିଲେ। ସମସ୍ତେ ଜାଣନ୍ତି ଡାକ୍ତର ବିଶ୍ୱାସ ଭିଷଣ ଖାଦ୍ୟ ଲୋଭି। ତେଣୁ ପ୍ରତ୍ୟହ ସମସ୍ତେ କିଛି ନା କିଛି ସୁସ୍ୱାଦୁ ବ୍ୟଞ୍ଜନ ଦିଅନ୍ତି। ଶାରଦା ଦେବୀ ମଧ୍ୟ ଘରେ ବନିଥିବା ଖାଦ୍ୟ ସେମାନଙ୍କୁ ଦିଅନ୍ତି। ଏହିପରି ଗୋଟେ ଦିନ ବଗିଚା ରେ ଶାରଦା ଦେବୀ ବୁଲୁଥାନ୍ତି। ଦେଖିବାକୁ ପାଇଲେ ପାଖ କୋଠରିରେ ଥିବା ଦମ୍ପତି ଦୁହେଁ ପରସ୍ପରକୁ ଖୁବ୍ ଧ୍ୟାନ ରଖୁଛନ୍ତି। ସ୍ତ୍ରୀ ଜଣଙ୍କ ସ୍ୱାମୀ ପାଇଁ ମନପସନ୍ଦର ଖାଦ୍ୟ ପ୍ରସ୍ତୁତି ରେ ବ୍ୟସ୍ତ ଏବଂ ସ୍ୱାମୀ ଜଣଙ୍କ ସ୍ତ୍ରୀ କୁ ରୋଷେଇ ରେ ସହାୟତା କରିବାରେ ବ୍ୟସ୍ତ ଓ ଖାଦ୍ୟ ର ସାରଣୀ ରେ ଅଛି ଭେଜ୍ ପଲାଉ,ଦହି ବୁନ୍ଦି,ପନିର୍ କୋପ୍ତା। ଯାହାକୁ ଦେଖି ଶାରଦା ଦେବୀ ମଧ୍ୟ ମନ ବଳାଇଛନ୍ତି ନିଜ ସ୍ୱାମୀ ଙ୍କ ପାଇଁ ରାନ୍ଧି ପରସିବାକୁ।

      ପରଦିନ ସକାଳୁ ସକାଳୁ ରୋଷେୟା ରାମୁ କୁ ରୋଷେଇ ଦାୟିତ୍ବ ରୁ ବିରତି ଦେଇ ନିଜେ ରୋଷେଇ ରେ ମନଦେଲେ। ବେକରେ ରୋଷେଇର କଷ୍ଟ୍ୟୁମ କୁ ଗଳେଇ ପୁରା ରେଡ଼ି।ଘରେ ମଧ୍ୟ ସବୁ ସାମଗ୍ରୀ ମହଜୁଦ। ଅସୁବିଧା କେଉଁଥିରେ ମଧ୍ୟ ନାହିଁ।ନିଜ ଧର୍ମପତ୍ନୀ ଙ୍କର ନବକଳେବର ଦେଖି ଡାକ୍ତର ବିଶ୍ୱାସ ମଧ୍ୟ ଆଚମ୍ବିତ। ଖୁବ୍ ସରୁ କଣ୍ଠରେ

ଡାକୁଥାନ୍ତି ଶାରଦା ଦେବୀ!!,ଶୁଣୁଛ..,ଆଜି ମୋତେ ତୁମେ ରୋଷେଇ ରେ ସହାୟତା କରିବା?,ଏପରି କଥା ଶୁଣି ଡାକ୍ତର ବାବୁ ଙ୍କର ହଁ ନକହି ଆଉ ଚାରା ବି କ'ଣ!!,ଏବେ ପ୍ରସ୍ତୁତ କରିବାର ସମୟ ଆସିଯାଇଛି।ଏପଟେ ୟୁଟ୍ୟୁବ ର ମଧ୍ୟ ସହଯୋଗ ନେଇଥାନ୍ତି ଶାରଦା ଦେବୀ। ପ୍ରଥମେ ଭେଜ୍ ପଲାଉ କୁ ପ୍ରସ୍ତୁତ କରିବା ପାଇଁ କୁକର ରେ ଗୋଟା ଗରମମସଲା, ଅରୁଆଚାଉଳ,କାଜୁକିସ୍ମିସ୍,ପରିବା,ଜିରା ଛୁଙ୍କ ଦେଇ ହ୍ୱିସିଲ୍ ମାରିବାପାଇଁ ବସେଇଲେ। ସେପଟେ ଦହିବୁନ୍ଦି ପାଇଁ ଏବଂ ପନିର୍ କୋପ୍ତା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଯେନତେନ ଉପାୟରେ ରୋଷେଇ ମଧ୍ୟ ସରିଗଲା।ଏବେ ସମୟ ପରସିବାର। ପ୍ଲେଟ୍ ରେ ସୁନ୍ଦର ଭାବରେ ବାଢିଲେ ଶାରଦାଦେବୀ ଏବଂ ସ୍ୱାମୀ ଙ୍କୁ ଦେଲେ ଖାଇବା ପାଇଁ। ଡାକ୍ତର ବିଶ୍ୱାସ ଗୋଟେ ଚାମଚ୍ ପଲାଉ ଖାଇ ପାଟିଟିକୁ ଆଉ ଖୋଲି ପାରୁନଥାନ୍ତି।ଗୁଁ ଗୁଁ ହେଉଥାନ୍ତି। ଶାରଦାଦେବୀ ପଚାରିଲା ବେଳକୁ ଥର୍ମୋଫ୍ଲାକ୍ସରେ ଥିବା ଗରମ ପାଣି କୁ ଡାକ୍ତର ବାବୁ ଇସାରା କରୁଛନ୍ତି। ଶାରଦା ଦେବୀ ଗରମପାଣି ଦେଲାରୁ କୁଳି କରି ପାଟି ଟା ଯାହାହେଉ ଖୋଲିଲା।ଶାରଦା ଦେବୀ କହୁଛନ୍ତି ପଲାଉ ଟି କେମିତି ଲାଗିଲା?, ସେତେବେଳେ ଡାକ୍ତର ବିଶ୍ୱାସ କହୁଛନ୍ତି ପଲାଉରେ କ'ଣ ପକାଇଥିଲ ଯେ ମୋ ପାଟି ସିଲ୍ ହେଇଗଲା?, ଗୁଆଘିଅ ବୋତଲଟିକୁ ଯାଇ ଦେଖନ୍ତି ତ ଗୁଆଘିଅ ଯାଗାରେ ବୋତଲେ ଫେବିକଲ୍ ଆଠା। ଦୁହେଁ ଙ୍କର ଉପାୟ ଶୂନ୍ୟ। ସେହିଦିନ ଠାରୁ ଶାରଦାଦେବୀ ଙ୍କୁ ରୋଷେଇ ଘରକୁ ଯିବା ମନା।

       


Rate this content
Log in

Similar oriya story from Comedy