STORYMIRROR

ସୁଦୀପା ପାତ୍ର ନାୟକ

Comedy Drama Fantasy

4  

ସୁଦୀପା ପାତ୍ର ନାୟକ

Comedy Drama Fantasy

ମୁତୁରୀ ବୋହୂ

ମୁତୁରୀ ବୋହୂ

2 mins
216

ସଦାନନ୍ଦଙ୍କର ଚାକିରୀ ହେଲା ପରେ ଏବେ ବାହାହେବାକୁ ମନ। ଘରେ ବିଧବା ବୁଢୀ ମା ଟି। ଆଉ କେତେ ବାସେ ସଦାନନ୍ଦଙ୍କୁ ରାନ୍ଧି ପରସୁଥିବେ!ଏପଟେ ଗାଈଗୋରୁଙ୍କ ଛଟ୍ଟା, କ୍ଷୀର ଦୁଆଁ,ଘରେ ଘରେ ନେଇ କ୍ଷୀର ଦେବା,ଏତେକ ସବୁ ସରୁ ସରୁ ସଞ୍ଜ।ଏ ବୁଢୀ ବୟସ ରେ ଆଉ କେତେ ବା ଖଟିବେ ଧନି ଦେବୀ। ମୁହଁ ଖୋଲି ସଦାନନ୍ଦ ଙ୍କୁ ବାହାହେବା ନିମନ୍ତେ କହିଲେ। ସଦାନନ୍ଦ ଙ୍କର ମଧ୍ୟ ମନ ଛନଛନ ବାହାହେବାକୁ।ଖୁସି ହୋଇ ସଦାନନ୍ଦ କହିଲେ, ହଁ ଲୋ ବୋଉ କିଏ ମନା କରୁଛି!, ହଁ ଯେ ହେଲେ ତୋ ପୁଅ ପାଇଁ ତୁ ବୋହୂ ଖୋଜିବୁ ନା ଉ!,ମୋତେ କାହିଁ କହୁଛୁ ଯେ!,ଏତିକି କହି ମୁରୁକି ହସିଦେଇ ସଦାନନ୍ଦ ସେଠାରୁ ଚାଲିଗଲେ।ଏବେ ଧନି ଦେବୀ ଙ୍କ ମୁଣ୍ଡ ରେ ପୁଅ ବାହାଘରର ଭୂତ ସବାର୍।ସେ କ'ଣ ଥୟ ହେଉଛନ୍ତି!କଟକ ସହରରେ ଥିବା ନିଜର ଏକମାତ୍ର ସାନ ଭାଇ ବାଳକୃଷ୍ଣ ଙ୍କୁ ଡକାଇ ପୁଅ ବିଷୟରେ କହିଲେ। ବାଳକୃଷ୍ଣ ପେଶା ରେ ମଧ୍ୟସ୍ଥି କାମ କରନ୍ତି।ତେଣୁ ସଦାନନ୍ଦ ପାଇଁ ବୋହୂ ଖୋଜିବା ତାଙ୍କ ପାଇଁ ମାମୁଲି କଥା।

      ବାଳକୃଷ୍ଣ ଙ୍କର ପିଲାବେଳର ବନ୍ଧୁ ଝରଝର ଦାସ।ଝରଝର ଦାସ ଙ୍କର ଏକମାତ୍ର ଅଲିଅଳି ଝିଅ ମୁତୁରୀ। ବିବାହ ପାଇଁ ଉପଯୁକ୍ତ ସମୟ ଆସିଯାଇଛି ମୁତୁରୀ ର।ଝରଝର ମଧ୍ୟ ଝିଅ ର ବିବାହ ପାଇଁ ବ୍ୟସ୍ତ।ହେଲେ ଗୋଟେ ଅଡ଼ୁଆ ଘାରି ରହିଛି ଝରଝର ଙ୍କ ମନରେ ଝିଅ ମୁତୁରୀ ପାଇଁ। ମୁତୁରୀ ପିଲାବେଳୁ ମା ଛାଉଣ୍ଡ।ବାପା ଙ୍କ ପାଖରେ ଖୁବ୍ ଅଲିଅଳି ରେ ବଢିଛି ସେ। ଅତ୍ୟଧିକ ଗେଲ୍ହା କାରଣରୁ ମୁତୁରୀ ର ସବୁ କଥାରେ ହେ ଜ୍ଞାନ। ଯେତେବେଳେ ସେ ଛୋଟ ଥିଲା ବାର ବାର ବିଛଣା ରେ ମୁତୁଥିଲା।ବାପା ଝରଝର ଝିଅ ର ଏତେ ବଡ ଅସୁବିଧା କୁ ପାଶୋରି ଦେଇ କୌଣସି ଚିକିତ୍ସା ନ କରି ଏବେ ଏବେ ହେଜରେ ଭାବୁଛନ୍ତି।ହେଲେ ବେଳ କାହିଁ!,ଛୋଟ ମୁତୁରୀ ଏବେ ବିବାହ ବୟସ ର। ତେବେ ସବୁ ବ୍ୟକ୍ତିଗତ ଅସୁବିଧା କୁ ଝରଝର ବାଳକୃଷ୍ଣ ଙ୍କୁ ଜଣାଇଲେ, ହେଲେ ବାଳକୃଷ୍ଣ ପଇସା ଲୋଭି ହୋଇଥିବାରୁ କଥା ଟି ଚପେଇ ଦେବେ ବୋଲି କଥା ଦେଲେ ଝରଝର ଙ୍କୁ।ଏହି କଥାକୁ ଚପେଇ ବିବାହ ଅନୁକୂଳ କରିବା ନିମନ୍ତେ ବାଳକୃଷ୍ଣ ଝରଝର ଦାସ ଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେଲେ।ଏଵେ ସଦାନନ୍ଦ ଓ ମୁତୁରୀ ଙ୍କର ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥାଏ। ବାହାଘର ର ଚତୁର୍ଥ ଦିନ ଆଜି।ଏପଟେ ମୁତୁରୀ ତା'ର ବଦଅଭ୍ୟାସ ନେଇ ଚିନ୍ତିତ।ଆଜି ତ ସ୍ୱାମୀ ସ୍ତ୍ରୀ ଏକାଠି ହେବେ। ଗୋଟେ ବିଛଣା ରେ ଶୋଇବାକୁ ପଡିବ।ତେବେ ରାତି ହେଲା ଏବଂ ମୁତୁରୀ ସଦାନନ୍ଦ ଏବେ ଗୋଟେ ବିଛଣା ରେ। ସଦାନନ୍ଦ କହିଲେ ମୁତୁରୀ ଙ୍କୁ, ଶୁଣ ମୁଁ ଆଜି ବହୁତ ଥକି ଯାଇଛି ତୁମେ ଶୋଇଯାଅ ଓ ମୁଁ ବି ଯାଉଛି ଶୋଇବି। ମୁତୁରୀ ହଉ କହି ଶୋଇପଡିଲେ। ସକାଳୁ ଉଠିଲା ବେଳକୁ ବିଛଣା ଗୋଟା ଓଦା।ଏପଟେ ମୁତୁରା ମୁତୁରା ଗନ୍ଧ ରେ ରୁମ୍ ଟା ପୁରା ଗନ୍ଧେଇଯାଇଛି। ସଦାନନ୍ଦ ଉଠି ଯେମିତି ମୁତୁରୀ ଦେହରେ ହାତ ମାରନ୍ତି ତ ମୁତୁରୀ ଶାଢ଼ୀ ସହିତ ମୁତୁରୀ ଜୁଡୁବୁଡୁ ଓଦା। ସଦାନନ୍ଦ ପୁରା ଆଶ୍ଚର୍ଯ୍ୟ ଏପରି ଘଟଣା ଦେଖି। ମୁତୁରୀ ଲାଜରେ ପୁରା ମୁହଁ ସୁଖେଇ ଦେଇଥାଏ।ତେବେ ସଦାନନ୍ଦ ଶିକ୍ଷିତ ପିଲା ହୋଇଥିବାରୁ କଥାଟିକୁ ସିମୀତ ରଖି ଡାକ୍ତର ଙ୍କ ପରାମର୍ଶ ନେଲେ।ଏବେ ଡାକ୍ତର ଙ୍କ ଚିକିତ୍ସା ରେ ମୁତୁରୀ ର ମୁତୁରା ଦୋଷ ଗାୟବ।ଏବେ ସୁସ୍ଥ ମୁତୁରୀ ନିଜର ପୂର୍ବ ସମୟକୁ ଭାବି ସଦାନନ୍ଦ ର ତା'ର ଅନାଅନି ହେଇ ହସାହସି ହେଉଛନ୍ତି।


Rate this content
Log in

Similar oriya story from Comedy