ଆଇ ନଭ୍ ଉ
ଆଇ ନଭ୍ ଉ
ବେଲଘାଟି ମହିଳା ମହାବିଦ୍ୟାଳୟ ରେ ତାନି ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ। ପ୍ରତ୍ୟେକ ଦିନ ସାଇକେଲ ରେ ସାଙ୍ଗ ମାନଙ୍କ ସହିତ ମିଶି ସେ କଲେଜ ଯାଏ। ରୂପ ଗୁଣ ବ୍ୟବହାର ପଠନ ରେ ସେ ନମ୍ବର ୱାନ୍। ସେଥିପାଇଁ ତା'ର ଭାଉ ଆକାଶ ଛୁଆଁ।ବଛା ବଛା ପିଲାଙ୍କ ସହିତ ସେ ସାଙ୍ଗ ହୁଏ। କଲେଜ ରେ ଅନେକ ପିଲା ତାକୁ ଫଲୋ କରନ୍ତି।ଟିକଟକ୍ ଓ ଇଂଷ୍ଟାଗ୍ରାମ୍ ପରି ଅତ୍ୟାଧୁନିକ ଅଭିନୟ ଆପ୍ସ ରେ ତାର ଲକ୍ଷ୍ୟ ଲକ୍ଷ୍ୟ ଫଲର୍ସ।ସବୁ କ୍ଷେତ୍ରରେ ନେଇ ଆଣି ତୁଲାଇବା ଗୁଣ ରେ ସେ ପାରଙ୍ଗମ।ପୂର୍ବ ବର୍ଷ ରେ ଆନୁଆଲ ଫଙ୍ଗସନ୍ ରେ ସେ 'ମିସ୍ କୁଇନ୍ ଅଫ୍ ଦ ଇୟର' ହୋଇଥିଲା।
ଏହି ବର୍ଷ ତା'ର ପ୍ରୟାସ କଲେଜ ର ସେ ପ୍ରେସିଡେଣ୍ଟ ହେବ।ଆଉ ତା'ର ଜିଦ୍ ମାନେ ସେ ନିଶ୍ଚୟ ଜିତିବ। ସେଥିପାଇଁ ଏବେଠାରୁ ସବୁ ପିଲାଙ୍କ ସହିତ ଗୋଟେ ଭଲ ପ୍ରତିନିଧି ରୂପେ ସେ ବ୍ୟବହାର ସମ୍ପର୍କ ସ୍ଥାପନ ଆରମ୍ଭ କରିସାରିଛି।ହେଲେ ଅଦିନିଆ ତା'ର ଏପରି ବ୍ୟବହାର ରେ ପରିବର୍ତ୍ତନ ଦେଖି ଅଧେ ପିଲା ତାଜୁବ। ତାକୁ ପସନ୍ଦ ନ କରୁଥିବା ପିଲାମାନେ କମେଣ୍ଟ ମାରିବା ଷ୍ଟାର୍ଟ କରିଦେଇଥାନ୍ତି।ତାର ସର୍ଟ ଭିଡିଓ ରେ ମଧ୍ୟ ବହୁତ ଶସ୍ତା କମେଣ୍ଟ ଦେଉଥାନ୍ତି।ଏହି ସମୟ ଗୁଡିକ ତାନି ପାଇଁ ଭାରି ଅସହ୍ୟ ଥିଲା।ଏହି ଖରାପ ସମୟରେ ତା'ର ଜଣେ ହିତାକାଂକ୍ଷି ସାହାର୍ଯ୍ୟ ର ହାତ ବଢ଼ାଇଲା।ଯାହାକୁ କେବେ ତାନି ଦେଖି ନଥିଲା।ଇଂଷ୍ଟା ଆଇଡି ରୁ ତା'ର ସେହି ହିତାକାଂକ୍ଷି ଜଣଙ୍କ ଫ୍ରେଣ୍ଡ୍ ଥିଲେ ତା'ର। ସେହି ହିତାକାଂକ୍ଷି ଜଣଙ୍କ ଥିଲେ ପ୍ରତୀକ ଗୋସ୍ୱାମୀ।ତାନି କୁ ସପୋର୍ଟ କରୁଥିବା ରୁ ତାନି ତାଙ୍କୁ ନଦେଖି ମନେ ମନେ ଭଲ ପାଇବା ଆରମ୍ଭ କରିଥାଏ।ପ୍ରତୀକ ଙ୍କ ଆଇଡି ପିକ୍ କୁ ଦେଖି ତାନି ପୁରା ଫିଦା। ଚାରି ମାସ କଥୋପକଥନ ପରେ ତାନି ମନସ୍ଥ କରିଛି ଆଜି ପ୍ରତୀକ ଙ୍କୁ ଭେଟିବ ବୋଲି। ତେଣୁ ତାଙ୍କୁ ତାଙ୍କର ଠିକଣା ପଚାରି ପୁରା ରେଡ଼ି ତାନି।ନିଜର କଳା ଆକ୍ଟିଭା ସ୍କୁଟି କୁ ଚିକ୍ ଚିକ୍ କରି, ଚୁଟି କୁ ସ୍ୟାମ୍ପୋ ସହିତ ଷ୍ଟ୍ରେଟନିଙ୍ଗ କରି,ଗୋରା ଗାଲରେ ବିଭିନ୍ନ ରକମର ମେକ୍ ଅଫ୍ ବୋଳି ପୁରା ଜଳୁଥାଏ ତାନି।ବାଟରେ ଯିଏ ବି ଦେଖୁଛନ୍ତି ପଛକୁ ବୁଲି ବୁଲି ତାକୁ ଚାହୁଁଛନ୍ତ।ତାନି ମନ ମଧ୍ୟ ଭାରି ଖୁସି।
ଏବେ ସେ ତା'ର ମନର ମଣିଷ ପାଖକୁ ପହଁଚିଯାଇଛି ସଠିକ୍ ଠିକଣା ରେ। ଅଭିରାମ ପାର୍କ ର ଠିକ୍ ଡାହାଣରେ ଥିବା କଫି ସପ୍ ରେ ଅପେକ୍ଷା କରିଛି ତା'ର ମନର ମଣିଷ କୁ। ଅପେକ୍ଷା କରିବା ତାକୁ ଭାରି କଷ୍ଟ ଦେଉଛି।ଘଣ୍ଟା କୁ ଵାର ବାର ଦେଖୁଛି ସେ।ଏବେ ତାର ସ୍ମାର୍ଟ ୱାଚ୍ ଟି ରିଙ୍ଗ ହେଉଛି କଲ୍ ଟି ପ୍ରତୀକ ର। ଉତ୍ସାହ ରେ କଲ୍ ରିସିଭ୍ କରିଲା ଏବଂ କଫି ସପ୍ କୁ ପ୍ରତୀକ ଙ୍କୁ ଡାକୁଛି। ପ୍ରତୀକ ଙ୍କ ଏଣ୍ଟ୍ରି ଏବେ।ଏପଟେ ଲାଇନ୍ ରେ ଅଛି ତାନି।କଫି ସପ୍ ଭିତରକୁ ଏକ କଳା ବୁର୍ଖା ରେ ଜଣେ ମହିଳା ଙ୍କର ଏଣ୍ଟ୍ରି ହେଲା।ତାନି ଲାଇନ୍ ରେ ଥାଇ ପଚାରୁଛି ପ୍ରତୀକ ତୁମେ କେଉଁଠି?,ଏ କ'ଣ ଜଣେ ବୁର୍ଖା ପିନ୍ଧା ଲେଡି ଆସୁଛନ୍ତି ଯେ। ପ୍ରତୀକ ଲାଇନ୍ ରେ ରହି ତାନି ପାଖକୁ ପହଁଚିଲେ।ଏବେ ବୁର୍ଖା ପିନ୍ଧା ଲେଡି କୁ ପାଖରେ ଦେଖି ତାନି ସକ୍।ବୁର୍ଖା ଟି ଟେକିକି ଦେଖନ୍ତି ତ ପ୍ରତୀକ ଭଳି ଦିଶୁଥିବା ବ୍ୟକ୍ତି।ଏବେ ନିଜର ପରିଚୟ ଦେଲେ ପ୍ରତୀକ ଏବଂ ଆଇ ନଭ୍ ଉ କହିଲେ।ସରି ବେବି ମୁଁ ଜଣେ ଥାର୍ଡ ଜେଣ୍ଡର। ତୁମ ରୂପରେ ବିମୋହିତ ହୋଇ ମୁଁ ତୁମ ସୌନ୍ଦର୍ଯ୍ୟ ର ରାଜ୍ ଜାଣିବାକୁ ଚାହୁଁଥିଲି।କୁହନା ବେବି ଏତେ ସୁନ୍ଦରୀ କେମିତି ହେଲ?,ତାନି ରାଗିଯାଇ ଗୋଟେ ସରୁ ଚଟକଣା ଟା ପ୍ରତୀକ ଗାଲ ରେ ବସେଇଦେଲା।ଏହି ଘଟଣା ଟି କଫିସପ୍ ର ସିସି କ୍ୟାମେରା ରେ କୟେଦ୍ ହୋଇଗଲା ଯାହାକୁ ପରେ ଦେଖି କଫି ସପ୍ ର ମାଲିକ ହସି ହସି ଶେଷରେ ବେହୋସ୍।

