ପାଠେଇ ବୋହୂ
ପାଠେଇ ବୋହୂ
ପିଲାମାନେ ପାଠ ପଢୁଛ ତ?ନା ନାହିଁ! ମୁଁ ହେଇ ଭାତଟା ଗାଳି ଦେଇ ଯାଉଛି। ରୋଷେଇ ଘରୁ ପିଲାମାନଙ୍କୁ ବଡ଼ ପାଟିରେ କହୁଥାନ୍ତି ଛବି।ଛଵି
ନିଆଳି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଥିଲେ।
ଶଶୁର ଦିଗମ୍ବର ପାଟ୍ଟଯୋଶି ସେହି ଅଞ୍ଚଳର ନାମିଦାମୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ।ନିଜର ଏକମାତ୍ର ସୁପୁତ୍ର ରମଣ ନିମନ୍ତେ ଛବିରାଣୀ ଚାନ୍ଦ୍ଙ୍କୁ ବୈଦିକ ରୀତି ଅନୁସାରେ ବିବାହ କରାଇଥିଲେ। ଛବିରାଣୀ ଦେଖିବାକୁ ଯେପରି ସୁନ୍ଦର ସେହିପରି ଉଚ୍ଚଶିକ୍ଷିତା।ବୋହୂଙ୍କର ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବାରୁ ଶଶୁର ଦିଗମ୍ବର ତାଙ୍କୁ ସରକାରୀ ଚାକିରୀ ନିମନ୍ତେ ସ୍ୱତନ୍ତ୍ର ସହଯୋଗ କରିଥିଲେ ଏବଂ କଳେ ବଳେ ଚାକିରୀଟି ଛବି ପାଇଥିଲେ। ଚାକିରୀ କରୁଥିଲେ ମଧ୍ୟ ଛବି ନିଜର ମହତ୍ତ୍ଵ ଆକାଂକ୍ଷାକୁ ପୂରଣ କରିବାକୁ ଚାହୁଁଥିଲେ। ତାଙ୍କର ଇଚ୍ଛା ଥିଲା ଯେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସ୍ୱଳ୍ପ ପାରିଶ୍ରମିକରେ ପାଠ ପଢ଼ାଇବା ପାଇଁ ।
ତେଣୁ ସେ ନିଜ ବାସଭବନରେ ସ୍ୱତନ୍ତ୍ର ଏକ କୋଚିଂ ସେଣ୍ଟର ଖୋଲିଲେ।
କୋଚିଂ ସେଣ୍ଟରଟି ଖୁବ୍ ସୁବିଧା ଯୁକ୍ତ ଥିଲା। ପ୍ରାୟ ପିଲା ପାଠ ପଢ଼ିବାପାଇଁ ସେଠାକୁ ଆସୁଥିଲେ।ତେବେ ଛବିରାଣୀ ଘରର ଗୋଟେ ବୋହୂ ହୋଇଥିବାରୁ ଘର ତଥା କୋଚିଂ ସେଣ୍ଟରର ଧ୍ୟାନ ରଖୁଥିଲେ ତା' ସହିତ ଚାକିରିକୁ ମଧ୍ୟ। ନିତିଦିନିଆ ପାଠପଢାଇଲା ବେଳେ ଅନେକ ଅବିଭାବକମାନେ ଆସନ୍ତି କିଏ ଦରମା ଦେବାକୁ ତ କିଏ ପିଲାର ଟିପ୍ପଣୀ ଦେବାକୁ। ତେବେ ଗୋଟେ ଦିନ ଛାତ୍ର ପୀୟୂଷଙ୍କର ବାପା ଦେବବ୍ରତ ଦାସ ଯିଏକି ସୁନାମଧନ୍ୟ ସାହିତ୍ୟିକ!,ସେ କୋଚିଂ ସେଣ୍ଟରକୁ ଭ୍ରମଣ କରିବାକୁ ଆସିଥିଲେ।ପଢାହେଉଥିବା ରୁମ୍ ର ଝରକା ଫାଙ୍କରେ ଛବିରାଣୀଙ୍କ ପାଠପଢା ଶୈଳୀକୁ ଅନୁଧ୍ୟାନ କରୁଥାନ୍ତି ସେ। ସେହି ସମୟରେ ଛବିରାଣୀ ସମାସ,କୃଦନ୍ତ,ପ୍ରତୟ ଆଦି ବ୍ୟାକରଣକୁ ମୁଖ ପୁସ୍ତିକାରେ ପ୍ରକାଶିତ ହୋଇଥିବା ଗୋଟେ ପୃଷ୍ଠାରୁ ପଢି ପାଉଥାନ୍ତି।ଏହାକୁ ଦେଖି ଦେବବ୍ରତ ଦାସ ଖୁବ୍ ଜୋର୍ ରେ ହସିବାକୁ ଲାଗିଲେ।ପଛକୁ ବୁଲି ଛବିରାଣୀ ଦେଖନ୍ତି ତ ଝରକା ଫାଙ୍କରେ କେହି ନାହାନ୍ତି। ତେବେ ହସିବା ଲୋକଟି କେଉଁଠି? ଏତିକି ଭାବୁ ଭାବୁ ଛବି ପୁଣି ପଛକୁ ବୁଲି ଦେଖନ୍ତି ତ ! ପଢ଼ାଉଥିବା ବ୍ଲାକ୍ ବୋର୍ଡ ପାଖରେ ଦେବବ୍ରତ ଦାସ। ପ୍ରାଞ୍ଜଳ ଭାବରେ ବିନା କୌଣସି ବହି ବା ମୁଖପୁସ୍ତିକାର ସହଯୋଗ ନ ନେଇ ପିଲାଙ୍କୁ ଅନର୍ଗଳ ପଢାଇବା ଆରମ୍ଭ କରିଛନ୍ତି। ଛବିରାଣୀଙ୍କୁ କିଛି ନ କହି କଣେଇ କଣେଇ ଚାହିଁ ମୁଚୁକୁନ୍ଦି ଟିଏ ମାରୁଥାନ୍ତି। ଶେଷରେ ପାଠପଢା ସରିବା ପରେ ଦାସ ବାବୁ ଛବିରାଣୀଙ୍କୁ କହିକି ଯାଉଛନ୍ତି "ଆହାଃ!,ହେଇଲୋ ସଖି ଆପଣା ମହତ ଆପେ ରଖି"।ବାହାର ପାୱାରଟା ଠିକ୍ କାମ ଦଉଛି ରୋଜଗାର ପାଇଁ ମାତ୍ର ଅକଲ ଗୁଡୁମ୍।ଏବେ ଦାସ ବାବୁଙ୍କ ମୁହଁରୁ ଏତିକି କଥା ଶୁଣି ଛବିରାଣୀଙ୍କ ମୁହଁ ପୁରା ପାଚିଲା ଆମ୍ବ ଭଳି ଲାଲ୍ ପଡ଼ିଯାଇଛି।
