STORYMIRROR

ସୁଦୀପା ପାତ୍ର ନାୟକ

Comedy Romance Fantasy

4  

ସୁଦୀପା ପାତ୍ର ନାୟକ

Comedy Romance Fantasy

ଉଲୁରି ବାନ୍ଧିବ ଖୋଷା

ଉଲୁରି ବାନ୍ଧିବ ଖୋଷା

3 mins
427

      ସେଣ୍ଢ!....ହଇରେ ତୁ କ'ଣ ଏମିତି ଅବୁଝା ହେଉଛୁ ଶୁଣିଲି।ଆରେ ସାଙ୍ଗ "ତୁ ମୁତୁରା କୁ ମୁଁ ମୁତୁରା ହେଁସ କାହିଁ ପାଇଁ ଧୋଇବା!, ଆସେ ଘୋଡେ଼ଇ ଘାଡେଇ ସୋଇବା" ,ଏତିକି କଥା କୁହାକୁହି ହୋଇ ବେଣୁ ଓ ସେଣ୍ଢ! ଦୁଇ ସାଙ୍ଗ ହସାହସି ହେଲେ। ଏତିକି ବେଳେ ସେହି ସମୟରେ ଉଲୁରି ଲମ୍ବା ବେଣୀକୁ ତା'ର ହଲେଇ ହଲେଇ ଯାଉଥିଲା।ସେଣ୍ଢ ଵେଣୁ କୁ ଦେଖି ରହିଗଲା ଓ ପଚାରିଲା 'ହେଇଟି ଛନ୍ଦ ବାଇ ବେନୁ ବାଇ ତୁମେ କାଇକି ହଚୁଚ? ମୁଁ କନ ଛୁନ୍ଦଲ ଦେକାଯାଉନି କି!', ଏତିକି କଥା ଶୁଣି ସଣ୍ଢ କହିଲା ଆଲୋ ଉଲୁରି ଆଉ କେତେ ଦିନ ତୋର ଏମିତି ପାଟି ଲାଗିବ!, ବେଣୁ କହିଲା ଓଃ ହୋ ଉଲୁରି ତୁ ତ ଆମର ସୁନାନାକି ଏକମାତ୍ର ସୁନ୍ଦରୀ ଗୋରୀ!,ବୋକି ପରି ଏମିତି ହଉଛୁ କ'ଣ ବା!, ହାତରେ ଧରିଥିବା ଚୁଚୁମା ଟାକୁ ପାଟିରେ ପୁରେଇ ଉଲୁରି କହିଲା, ଛନ୍ଦ ବାଇ, ଛନ୍ଦ ବାଇ ମୁଁ ତୋତେ ବାହାହେବି। ଏତିକି କଥା ରେ ସଣ୍ଢ ବେଣୁ କୁ ଚାହିଁଥାଏ ଓ ବେଣୁ ସଣ୍ଢ କୁ। ଉଲୁରି ସଣ୍ଢ କୁ ତେରେଚ୍ଛା ଚାହିଁ ଚାହିଁ ମୁଚୁକୁନ୍ଦି ହସ ହସି ହସି ସେଠାରୁ ପଳେଇଗଲା। ଉଲୁରି ଗଲାପରେ ସଣ୍ଢ ବେଣୁ କଥା ହେଲେ, ଆରେ ସାଙ୍ଗ ଏ ଉଲୁରି କ'ଣ ଏମିତି କହୁଛି କିରେ? ଆରେ ସେ ଯଦି ଆଉ ତା'ର ବାପା ମାଁ ଯଦି ଆମ ଦୁହିଁଙ୍କ ବିଷୟରେ ଜାଣିବେ ତେବେ କାହାରି ସହିତ ଉଲୁରି ର ବାହାଘର କରେଇ ଦେବେନି ଜମା!ବେଣୁ କହୁଛି ସଣ୍ଢ କୁ ଦେଖ୍ ସାଙ୍ଗ ତୋତେ ଅନ୍ଧାରକଣା ରୋଗ ତୁ ତ ରାତି ରେ କିଛି ଦିଶିବନି ତୁ ଉଲୁରି କୁ ବାହାହେଇପାରିବୁନି, ସଙ୍ଗେସଙ୍ଗେ ସଣ୍ଢ କହୁଛି ହଇରେ ବେଇମାନ୍ ମୁଁ ଅନ୍ଧାରକଣା ହେଲେ ପରା ତୁ ଦିନକଣା।ତୋତେ ତ ଦିନରେ କିଛି ଦିଶେନି ଆଉ ତୁ ଉଲୁରି କୁ ବାହାହେଲେ ତାକୁ ଖାଇବାକୁ ଦେବୁ କ'ଣ?,ତୁ ତ କିଛି ରୋଜଗାର କରିପାରୁନୁ।"ନିଜକୁ ନିଅଣ୍ଟ ସାହିରେ ବାଣ୍ଟ!"


     ଦୁଇ ସାଙ୍ଗ ଭିତରେ କଥା ବୁଝାସୁଝା ଯେନତେନ ଉପାୟରେ ହେଲା।ଶେଷରେ ଠିକ୍ ହେଲା ଯେ,ଯିଏ ଗୋଟେ ମାସ ଭିତରେ ଉଲୁରି ପାଇଁ ସୁନାର ରାଣୀହାର ଆଉ ରୂପାତାରୀ ଖୋଷା ପ୍ରଥମେ କିଣିଆଣିବ ତାରି ସହିତ ଉଲୁରି ର ବାହାଘର ହେବ।ଏପଟେ ଦୁଇ ବରପାତ୍ର ଉଲୁରି ଘରକୁ ଯାଇ ପ୍ରସ୍ତାବ ଓ ଚୁକ୍ତି କରିଆସିଲେ। ଏହି କଥାରେ ଉଲୁରି ଘରଲୋକ ମଧ୍ୟ ରାଜିହେଇଗଲେ।ଏବେ ସଣ୍ଢ ଆଉ ବେଣୁ ଆଗଭଳି ଦୁହେଁ ଦୁହିଁଙ୍କ ସହ ଭଲ ସମ୍ପର୍କ ନାହିଁ କେବଳ କିଏ ଜିତାପଟ ମାରିବ ସେହି ଦିନ କୁ ଅପେକ୍ଷା।ଏହି ଦିନ ଭିତରେ ଗୋଟେ ମାସ ପୁରିବାକୁ ଆଉ ଦୁଇ ଦିନ ବାକିଥାଏ। ଉଲୁରି କିନ୍ତୁ ସଣ୍ଢ କୁ ମନ ଦେଇସାରିଥାଏ।ଆଉ ଗୋଟେ ଦିନର କଥା ତା'ପରେ ଦିନ ଉଲୁରି ର ବାହାଘର ହେବ। ତେଣୁ ସମସ୍ତେ ପୁରା ସଜବାଜ ଦେଖିବାକୁ କାହା ହାତରୁ ଉଲୁରି ବାନ୍ଧବ ଖୋଷା! ଏପଟେ ବେଣୁ ରାଣୀହାର ଓ ରୂପାତାରୀ ଖୋଷା କିଣି ଆଗାମୀ ଦିନ କୁ ଅପେକ୍ଷା କରିଥାଏ ହେଲେ ସଣ୍ଢ ଏଯାବତ୍ ବହୁତ କଷ୍ଟ ରେ ରୂପାତାରୀ ଖୋଷା କୁ ବହୁତ କଷ୍ଟ ରେ ଯୋଗାଡ କରିଥାଏ।ରାତି ପାହିଲା ସକାଳ ହେଲା।ଏବେ ଦୁଇ ବର ପୁରା ରେଡ଼ି।ବେଣୁ ରେଡ଼ି ହେବାସମୟରେ ଚର (ବେଣୁ ର ସାନଭାଇ)କହିଲା,ଆରେ ଭାଇ ତୋତେ ତ ଦିନ ରେ ଦିଶୁନି ତୁ ଭାଉଜ ବେକରେ ହାର ମୁଣ୍ଡ ରେ ଖୋଷା କେମିତି ବାନ୍ଧିଵୁ?,ବେଣୁ କହୁଛି ତୁ କାହିଁକି ବ୍ୟସ୍ତ ହେଉଛୁ? ମୁଁ ମୋ କାମ କେମିତି କରିବି ଜାଣିଛି। ଶେଷରେ ଦୁଇ ବର ହାଜିର୍ ଉଲୁରି ଘରେ ବେଣ୍ଡ୍ ପାର୍ଟି ସହ।ସେପଟେ କନିଆଁ ବର ଅପେକ୍ଷା ରେ କେତେବେଳେ ତା ମୁଣ୍ଡ ରେ ଖୋଷା ବାନ୍ଧିବ ବର ପୁଣି ସେ ବର ସଣ୍ଢ ହେବା ଦରକାର। ଶେଷ ରେ ଦୁହେଁ ଏକାବେଳେ ବାହାରିଲେ କନିଆଁ ମୁହାଁ ହୋଇ। ଦୁହେଁ ଚାଲିଵା ସମୟରେ ସଣ୍ଢ ଗୋଟେ ଗେମ୍ କରିଦେଲା। ଚାଲୁଥିବା ସମୟରେ ସଣ୍ଢ ବେଣୁ କୁ ପେଲିଦେଲା ଓ ସେ ତଳେ ପଡିଗଲା।ନିଜେ ସଙ୍ଗେସଙ୍ଗେ ଦୈାଡି ଉଲୁରି ମୁଣ୍ଡ ରେ ଖୋଷା ବାନ୍ଧିଦେଲା। ସେତେବେଳକୁ ବେଣୁ କିଛି କରିପାରିଲାନି କାରଣ ସେ ଦିନରେ ଦେଖିପାରେନି।ଏଥର ଉଲୁରି ଯହା ଚାହୁଁଥିଲା ତାହା ହେଲା।ସଣ୍ଢ କୁ ବାହାହେଲା।ବାହାହୋଇସାରି ଘରକୁ ଯାଇ ଉଲୁରି କହୁଛି ହଇହୋ ମୋ ମୁଣ୍ଡ ରେ ଖୋଷା ଟା ଢିଲା ଲାଗୁଛି ଟିକେ ସଜାଡି ଲଗାଇଦେଲ। ସଣ୍ଢ କହୁଛି ଏବେ ଉଲୁରି ଲୋ ତୁ କୋଉଠି!,ଏବେ ଉଲୁରି ଆଵାକାବା!, ମନେମନେ ଭାଵୁଛି କେମିତି ବାନ୍ଧିବି ଖୋଷା ।


Rate this content
Log in

Similar oriya story from Comedy