STORYMIRROR

ସୁଦୀପା ପାତ୍ର ନାୟକ

Comedy Drama Fantasy

3  

ସୁଦୀପା ପାତ୍ର ନାୟକ

Comedy Drama Fantasy

ପେଟରେ ଖାଦ୍ୟଗଛ

ପେଟରେ ଖାଦ୍ୟଗଛ

2 mins
117

କୁଲୁ ଓ ମୁନି ଦୁଇ ଭାଇଭଉଣୀ।କୁଲୁ ମୁନି ଠାରୁ ମାତ୍ର ଅଧାଘଣ୍ଟା ବଡ଼। ଦୁହେଁ ଯାଆଁଳା ହୋଇଥିବାରୁ ଦୁହିଁଙ୍କ ସବୁ କାମ ଏକାପରି।ଛୁଆ ଦୁଇଟି ମାଁ ସୁମିତ୍ରା କୁ ବହୁତ ହଇରାଣ କରନ୍ତି। ପ୍ରତ୍ୟେକ ଦିନ ତିନି ଚାରିଥର ତାଙ୍କୁ ଖୋଇବା ସୁମିତ୍ରା ଙ୍କ ମୁଣ୍ଡ ବ୍ୟଥା ର କାରଣ।ଯେତେ ସ୍ୱାଦିଷ୍ଟ ବ୍ୟଞ୍ଜନ ଦେଲେ ମଧ୍ୟ ତାଙ୍କ ପାଇଁ ଅରୁଚି।ବାପା ଜତିନ୍ଦ୍ର ମଧ୍ୟ ଭାରି ଚିନ୍ତିତ।କୁଲୁ ଓ ମୁନି ଦୁହିଁଙ୍କ ଵଦ ଅଭ୍ୟାସ ପାଟିରେ ଆଙ୍ଗୁଠି ପୁରେଇବା।

ଦୁହିଁଙ୍କ ବୟସ ଅନୁସାରେ ସେମାନଙ୍କର ବ୍ୟବହାର ପୁରା ଅଲଗା।ଏତେ ବଡ଼ ବଡ଼ ପିଲାହେଲେଣି ନା ହାତରେ ଖାଇବେ ନା ନିଜର ନିତ୍ୟକର୍ମ କରିବେ!, ଘରକୁ ଯିଏବି ଆସନ୍ତି ସେମାନେ ମଧ୍ୟ ପିଲାଦୁହିଁଙ୍କ ଏପରି ଗୁଣ ଦେଖି ବାରଣ କରନ୍ତି।ହେଲେ ସେ ଦୁହିଁଙ୍କୁ କିଛି ମଧ୍ୟ ଫରକ୍ ପଡେନି।

     ଦିନେ ବାପା ଜତିନ୍ଦ୍ର ବିରକ୍ତ ହୋଇ କୁଲୁ ମୁନି ଙ୍କ ସ୍କୁଲ କୁ ଗଲେ ଏବଂ ସେମାନଙ୍କ ନାମରେ ପ୍ରଧାନଶିକ୍ଷକ ଙ୍କୁ ଅଭିଯୋଗ କରିଲେ। ପ୍ରଧାନ ଶିକ୍ଷକ ତାଙ୍କ ବିଷୟରେ ଶୁଣି ଚିନ୍ତା ରେ ପଡିଗଲେ।ଭାବିବାକୁ ଲାଗିଲେ ଦୁହେଁ ଆସି ଅଷ୍ଟମ ଶ୍ରେଣୀରେ ପାଠ ପଢିଲେଣି ହେଲେ ଶାରିରୀକ ମାନସିକ ସ୍ତରରେ ଏତେ ପଛରେ!,ହେଲେ ଜତିନ୍ଦ୍ର ଙ୍କୁ କଥା ଦେଲେ ଯେ ପିଲା ଦୁହିଁଙ୍କୁ ପରିବର୍ତ୍ତନ କରିବେ ବୋଲି। ଦିନେ କ୍ଲାସ୍ ଚାଲୁଥିବା ସମୟରେ ପ୍ରଧାନ ଶିକ୍ଷକ କୁଲୁ ମୁନି ଙ୍କ ପାଖକୁ ଗଲେ ଏବଂ ପଚାରିଲେ,ଆରେ ପିଲେ ଆଜି କ'ଣ ଖାଇଛ?, ଦୁହେଁ କହିଲେ ଭାତ, ଡାଲି,ଆଳୁ ଚଟଣୀ। ଶିକ୍ଷକ ଜଣଙ୍କ ଶୁଣି ଆଉ କିଛି କହିଲେନି। ବ୍ଲାକ ବୋର୍ଡ ପାଖକୁ ଯାଇ ସମସ୍ତ ପିଲାଙ୍କୁ ପଚାରିଲେ ଆରେ ପିଲେ ଏବେ କେଉଁ ବିଷୟର ପିରିୟଡ଼ ଅଛି?,ପିଲେ କହିଲେ ବିଜ୍ଞାନ।ଵିଷୟ ବସ୍ତୁ ଅନୁସାରେ ଆଜି ଖାଦ୍ୟ ପାଚନ କ୍ରିୟା ବିଷୟ ପଢାହେବ। ଶିକ୍ଷକ ପଢାଇବାକୁ ଲାଗିଲେ, ଉତ୍ତମ ପାଚନ କ୍ରିୟା ପାଇଁ ଆମେ ପ୍ରତ୍ୟେକ ଦିନ

ନିଜ ହାତରେ ଖାଇବା ଖାଇବା ଉଚିତ୍। ଏବଂ ଖାଇବାର ଅଧାଘଣ୍ଟା ପୂର୍ବରୁ ଲେମ୍ବୁପାଣି ରେ ଲୁଣ ମିଶାଇ ପିଇଲେ ଖାଦ୍ୟର ପାଚନ ଶୁଦ୍ଧ ହୋଇଥାଏ ଏବଂ ଏହି କାର୍ଯ୍ୟ ଯଦି ଆମେ ନ କରିବା ତେବେ ପେଟ ମଧ୍ୟରେ ଖାଦ୍ୟ ହଜମ୍ ନ ହୋଇ ଖାଦ୍ୟଗଛ ହୋଇଥାଏ। ଏହାକୁ ଶୁଣି କୁଲୁ ଓ ମୁନି କହିଲେ ଶିକ୍ଷକ ଙ୍କୁ ଗୁରୁଜୀ ଆମେ ଦୁହେଁ ହାତରେ ଖାଉନୁ କି ଖାଇବା ଅଧାଘଣ୍ଟା ପୂର୍ବରୁ ଲେମ୍ବୁପାଣି ପିଉନୁ ତେବେ କ'ଣ ଆମ ପେଟରେ ଖାଦ୍ୟଗଛ ଉଠିଛି??, ସଙ୍ଗେସଙ୍ଗେ ଗୁରୁଜୀ ଉତ୍ତର ଦେଲେ ହଁ 

ନିଶ୍ଚିତ ଉଠିଛି।ଆଉ ସେହି ଗଛ ଏବେ ତୁମ ଦୁହିଁଙ୍କ ପେଟରେ ବଢ଼ୁଥିବ ଏବଂ ଦିନେ ମୁଣ୍ଡ ଉପରେ ବାହିରିବ।ଏବେ ଗୁରୁଜୀଙ୍କ କଥା ଶୁଣି ଦୁହେଁ ଭୟଭୀତ।କୁଲୁ ମୁନି ଏବେ ପଚାରୁଛନ୍ତି ଯେ,ଏବେ ଆମେ କ'ଣ କରିବା ଗୁରୁଜୀ???, ଗୁରୁଜୀ ଉତ୍ତର ରେ କହିଛନ୍ତି,ଏଵେ ଦୁହେଁ ଘରକୁ ଗଲାପରେ ନିଜ ହାତରେ ଖାଦ୍ୟ ଖାଇବ ଏବଂ ଖାଇବାର ଅଧାଘଣ୍ଟା ପରେ ଯଦି ଲେମ୍ବୁପାଣି ପିଇବ ତେବେ ସେ ଖାଦ୍ୟଗଛ ନଷ୍ଟ ହେବାକୁ ଲାଗିବ।କଣ ଏବେ ମୋ କଥା ମାନିବ ତ? ଦୁହେଁ।ଛାନିଆ ରେ ଦୁହେଁ ହଁ କହିଲେ। ସ୍କୁଲ ଛୁଟି ପରେ ଘରକୁ ଯାଇ ମାଁ ସୁମିତ୍ରା ଙ୍କୁ ଖାଇବାକୁ ମାଗିଲେ ଦୁହେଁ ଏବଂ ନିଜ ହାତରେ ଖାଦ୍ୟ ଖାଇଲେ। ଅଧାଘଣ୍ଟା ପରେ ଲେମ୍ବୁପାଣି ମଧ୍ୟ ପିଇଲେ। ଲେମ୍ବୁପାଣି ପିଇଲା ପରେ ଗରମ ବାୟୁ ଦୁହିଁଙ୍କ ପେଟରୁ ବାହାରିଗଲା।କୁଲୁ କହୁଛି ମୁନି କୁ,ଆଲୋ ମୁନି ଦେଖୀଲୁ ଗରମ ଗରମ ଧୂଆଁ ପେଟରୁ ବାହାରିଲା। ଦେଖିଲୁ ଆମେ ଲେମ୍ବୁପାଣି ପିଇଲାରୁ ଖାଦ୍ୟଗଛ ଆମର ନଷ୍ଟ ହେବାକୁ ଲାଗିଲାଣି।ମୁନି କହୁଛି ଆରେ ହୁଣ୍ଡା ତୁ ଜାଣିନୁ କି ଲେମ୍ବୁପାଣି ରେ ପରା ସାଇଟ୍ରିକ୍ ଏସିଡ୍ ଅଛି, ସେହି ଏସିଡ୍ ଆମ ପେଟରେ ଖାଦ୍ୟଗଛ କୁ ଜାଳି ଦେଉଛି ତେଣୁ ଗରମ ଗରମ ଧୂଆଁ ବାହାରୁଛି। ଦୁହିଁଙ୍କ କଥାକୁ ଶୁଣି ଉଭୟ ସୁମିତ୍ରା ଓ ଜତିନ୍ଦ୍ର ଙ୍କ ପେଟ ଖରାପ ହସିହସି।


Rate this content
Log in

Similar oriya story from Comedy