Lopamudra Parida

Romance Classics

4.6  

Lopamudra Parida

Romance Classics

ଶ୍ରୀ ରାଧା

ଶ୍ରୀ ରାଧା

3 mins
178



ପ୍ରଭାତେ ଭୋର ଭୟୋ ଯମୁନା କିନାରେ ଅତିବ ଦିବ୍ୟ ମନୋରମ ମୁହୂର୍ତ୍ତର ଛୁଆଁରେ ମହ ମହ ମହକିତ ସ୍ବପ୍ନ ଠୁ ସାଗର ଯାଏଁ ।ପ୍ରସ୍ଫୁଟିତ ପ୍ରସୂନର କଳି କଳି ।ତଥାପି ନୀଳିମା ଚାଦର ତଳେ ବିଛ୍ଛୁରିତ ଜୋସ୍ନା ଜହ୍ନର ।ଶୁକ୍ଲପକ୍ଷ ଚାନ୍ଦ୍ରମା ଯେତେବେଳେ, ଶୁଭ୍ରତା ତ କୁଆଁ ତାରା ଆସିବା ଯାଏ ହସିବ ହି ।କି ଅପୂର୍ବ ଶୋଭାୟମାନ ସେ ସମୟ ଯେ ବର୍ଣ୍ଣନା ସମ୍ଭବ ବା କିପରି ଏ ମାନବ ଜନ୍ମେ ! ଶଶୀ ଅପେକ୍ଷା ରତ୍ତ ଏକ ମହାର୍ଘ୍ଯ କ୍ଷଣର ଅବତରଣ କୁ ନେଇ .... କେମିତି ବା ଅସ୍ତ ଯାଇଥାନ୍ତେ ସେ ଏ ଅଦ୍ବିତୀୟ ସୁଯୋଗ ସୃଷ୍ଟିର ହାତଛଡା କରି ।ଭୋଦୁଅ ର ଭିଜା ଭିଜା ସକାଳ ..... ପୃଥିବୀ ନିଜେ ସଦ୍ଯସ୍ନାତା ପରି ଦୃଶ୍ୟମୟୀ ।


ପୂର୍ବାକାଶେ ଲାଲିମା ଭରା ସିନ୍ଦୁରୀ ସୁରୁଜ ବି ଉଇଁ ଆସୁଛନ୍ତି ଅତୁଳନୀୟ ଭଙ୍ଗୀରେ ।ଏ ଧରା ତା' ଆଞୁଳିରେ ଭରିଛି ହରେକ ସୁଗନ୍ଧି ସୁମନ, ଭାବୁଛି ଆଜ ଏ ଭବ ପବିତ୍ର ହେବ ଏକ ଦିବ୍ୟ ନିଃସୃତ ଅମୃତ ଆସ୍ବାଦନ ଦ୍ବାରା, ଜୀବନ ପାଇବ ତା'ର ଚରମ ସିଦ୍ଧି ।


ପୁଷ୍ପ ସବୁ ଝରିପଡି ପଥପ୍ରାନ୍ତକୁ ସଜାଇଛନ୍ତି ହୃଦୟର ସବୁ ଭାବାବେଗକୁ ଦେଇ କାକର ବିନ୍ଦୁ ବିନ୍ଦୁ ସଜେଇ ହେଇଛନ୍ତି ପତ୍ର ମାନେ ଶିରେ ଶିରେ ହୀରାଫୁଲ ନାଇଲା ପରି ଖସି ପଡିଥିବା ଶିଶିର ମାନେ ବି ଧୌତ କରିଛନ୍ତି ସାରା ଧରଣୀର ଅଗଣାକୁ କାହାର ଆଗମନୀର ସ୍ବାଗତ ନିମନ୍ତେ ।


ଶୁଭିଯାଉଛି ପକ୍ଷୀ ମାନଙ୍କର ଅମୃତ କୂଜନ ହଂସ ହଂସିନୀ ଜୋଡିର ମଧୁର ମିଳନ । ଖଦ୍ଯୋତ ମାନଙ୍କର ଦ୍ଯୁତି ଝଲସାଇଦେବାକୁ ପୃଥିବୀ ଗୋବତ୍ସା ମାନଙ୍କର ଗୋଠ ଆନନ୍ଦମୟ ।ସଂସାର ଲାଗୁଥାଏ ଯେମିତି ଅମରମଣ୍ଡଳ ।


ସଖୀ ମାନଙ୍କ ଗହଣେ ସାମନ୍ତରଜା ବୃଷଭାନୁ ଜାୟା କୀର୍ତ୍ତିଦା ଆସିଥାନ୍ତି ପ୍ରଭାତ ସ୍ନାନ ନିମନ୍ତେ ଯମୁନା ତଟକୁ ।ହସ୍ତ କଙ୍କଣ ଓ ଚୁଡି ମାନଙ୍କର ରୁଣୁଝୁଣୁ କଙ୍କଣ୍ବ ,ପାଦ ନୂପୂର ର ତାନ, ଗଭା କବରୀର ମାଦକତା ଭରା ବାସ୍ନା,ଚୂର୍ଣ୍ଣ କୁନ୍ତଳ ରାଶିର ମାୟାଜାଲ , ନାରୀ,କିଶୋରୀ ମାନଙ୍କର ସୁମଧୁର ସ୍ବର ଓ ସମ୍ମିଳିତ ହାସ୍ଯ ପରିବେଶକୁ କରୁଥାଏ ମନ୍ତ୍ରମୁଗ୍ଧ ।


ସମସ୍ତ କନ୍ୟାଗଣ ସ୍ନାନମଗ୍ନ ଥିବା ବେଳେ ମନ୍ତ୍ରମୁଗ୍ଧା ପରି ସମ୍ମୋହିତା କୀର୍ତ୍ତିଦାଙ୍କର କୋମଳ ପଲ୍ଲଭ ପଦ ଆପେ ଏକ ଅଜଣା ଆକର୍ଷଣରେ କେଉଁ ଏକ ଅଦୃଶ୍ୟ ରଜ୍ଜୁ ଏ ଟାଣିହୋଇ ପହଞ୍ଚିଲେ ଏକ ପୁଷ୍କରଣୀ ତୀରେ ।ପାଦପ ପଲ୍ଲବ ଗାଢା ସବୁଜିମା ପଛରୁ ଦିଶୁଥିଲା ଏକ ଅପୂର୍ବ ଆଲୋକ ମଣ୍ଡଳ, ଜ୍ଯୋତିମଣ୍ଡଳ ।ଆଗ୍ରହ ଓ ଆଶ୍ଚର୍ଯ୍ୟ ରେ ଏଇ ଦିବ୍ୟ ଆଭାର ପାଶେ ଯାଇ ଦେଖନ୍ତି ଏକ ପ୍ରହେଳିକା ସମ ପ୍ରସ୍ଫୁଟିତ ପଦ୍ମପତ୍ରାୟତ ପଦ୍ମକୋଷ ମଧ୍ୟେ ଏକ ଅଲୌକିକ ଶିଶୁକନ୍ଯା ।ଏତେ ଶୁଭ ମୁହୂର୍ତ୍ତରେ ଏତେ ସୁନ୍ଦର ଶିଶୁକନ୍ଯା ର ଆବିର୍ଭାବ ଯେତେ ଆଶ୍ଚର୍ଯ୍ୟଜନକ ଥିଲା ସେତେ ମଧୁର ।କୋଳରେ ଉଠେଇ ଆଣିଲେ ସେ ଅଯୋନୀ ସମ୍ଭୁତା ଦିବ୍ୟ ମୋହିନୀ ଶିଶୁକନ୍ଯାକୁ ,ଆଉ ସେଇ ପ୍ରେମର ପ୍ଲାବନୀ ଧାରା ଉଦ୍ଭାସିତ କରିଥିବା କୋମଳ ପଦ୍ମମୁଖୀର ନାମକରଣ ହୋଇଥିଲା, ' ରାଧା ' ..... ଆରାଧନା ର ମୂଳମନ୍ତ୍ର .....ଜଗ ଆରାଧ୍ଯା ଶ୍ରୀ ରାଧା ।।

ବ୍ରଜମଣ୍ଡଳର ଗୋପପୁର ଗ୍ରାମ ପାଖରେ ବର୍ଷାନା ଗାଁ ର ରାଜଜେମା ରାଇକିଶୋରୀ, ଶ୍ଯାମସଖୀ ଶ୍ରୀ କୃଷ୍ଣ ପରମପୁରୁଷଙ୍କର ଦିବ୍ୟ ଆହ୍ଲାଦିନୀ ଶକ୍ତି ସ୍ବରୂପା ପ୍ରେମମୟୀ ଶ୍ରୀରାଧାରାଣୀ ।


ରାଧା ଓ ଶ୍ଯାମ ଏକ ଓ ଅଭିନ୍ନ ।ଦୁହେଁ ଦୁହିଁଙ୍କୁ ନେଇ ପୂର୍ଣ୍ଣ ଓ ସଂପୂର୍ଣ୍ଣ ।


ଦ୍ବାଦଶ ଶତାବ୍ଦୀରେ ବୈଷ୍ଣବ ମହାକବୀ ଶ୍ରୀ ଜୟଦେବ ରଚିତ ' ଶ୍ରୀ ଗୀତଗୋବିନ୍ଦ' ରେ ହି ସର୍ବ ପ୍ରଥମେ ରାଧା ନାମ ସର୍ଜନ କରାଯାଇଛି ।ଶ୍ରୀ ଚୈତନ୍ଯ ମହାପ୍ରଭୁ ହି ଶ୍ରୀ ରାଧା ନାମର ପ୍ରବର୍ତ୍ତକ ବୋଲି ଅନେକ ତଥ୍ୟ କହେ ।


ଶ୍ରୀ ଭାଗବତ ମହାପୁରାଣ ରେ ଶ୍ରୀ ରାଧା ନାମ ଉଲ୍ଲେଖ ନଥିବା ସଂପର୍କରେ ଉଦିତ ପ୍ରଶ୍ନର ଉତ୍ତରରେ ପଞ୍ଚସଖା ମଧ୍ୟରୁ ଅନ୍ୟତମ ଭାଗବତ ପୁରାଣର ରଚନାକାର ଜଗନ୍ନାଥ ଦାସେ ମହାଶୟଙ୍କ ଉକ୍ତି ଏହା ଯେ 


" ଶରୀରମ୍ ଦୃଶ୍ୟତେ ସାକ୍ଷାତ୍ ଉହ୍ଯ ପ୍ରାଣ ସଦା ବହିଃ 

ସାହି ଭାଗବତେ ଉହ୍ଯା ରାସ ରାସେଶ୍ବରୀ ସ୍ବୟଂ " ।।


ଅର୍ଥାତ୍ ଶରୀର ମଧ୍ୟରେ ଆତ୍ମା ଅଦୃଶ୍ୟ କିନ୍ତୁ ଅନୁଭବର ମଣ୍ଡଳରେ ରହିବା ପରି ଶ୍ରୀ ରାଧା ଭାଗବତ ମହାପୁରାଣରେ ଆତ୍ମା ସଦୃଶା ଅଟନ୍ତି ।


ଆଦ୍ଯାଶକ୍ତି ନିତ୍ଯ ଆନନ୍ଦମୟୀ ଷୋଡଶ ଶତାବ୍ଦୀ ପୂର୍ବବର୍ତ୍ତୀ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଅଷ୍ଟକମ୍ ସ୍ତୋତ୍ର ରେ ଏପରି ପ୍ରକଟିତ ହୋଇଛନ୍ତି ଯେ 


"ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖୋ 

ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ।।"


ଆମର ଅନେକ ନୂତନ ଓ ପୁରାତନ ଶ୍ରୀ କୃଷ୍ଣ ଓ ଜଗନ୍ନାଥ ଭଜନ ଶ୍ରୀ ରାଧାଙ୍କୁ ନେଇ ହି ପୂର୍ଣ୍ଣିତା ପ୍ରାପ୍ତ କରିଛି ।ସୌଭାଗ୍ଯ ଓ ସୌନ୍ଦର୍ଯ୍ୟ ମଣ୍ଡିତ ହୋଇଛି ।


ଜଣେ କଥାକାର କହୁଥିଲେ, ରାଧେ ରାଧେ ବୋଲେ ତୋ ଗୋପାଲ ଆ ଗୟେ ।

କି ମଧୁର କଥା ନା ।ପରମବ୍ରହ୍ମ ଯେ ପ୍ରେମମୟୀଙ୍କର ପ୍ରେମରେ ଏମିତି ବନ୍ଧା ଯେ ରାଧେ ରାଧେ ଡାକିଲେ ହିଁ ସ୍ବୟଂ ଆବିର୍ଭୂତ ହୁଅନ୍ତି ।ଆହା ହା ,କି ଅପୂର୍ବ ସତେ ।


ଏ ଦୁହିଁଙ୍କୁ ନେଇ ତ ଆମ ଭାରତର ସବୁ ସୌନ୍ଦର୍ଯ୍ୟ ।ବଂଶୀ ତ ରାଧା ନାମ ହି ଗାଏ, ସେଇ ବେଣୁର ସ୍ବନରେ ତ ସୂର୍ଯ୍ୟ ଚନ୍ଦ୍ର ଆତଯାତ ।ସେଇ ମୁରଲୀ ତ ଜଗତ ଚଳାଏ ପ୍ରକୃତି ମା ସ୍ବରୂପା ହୋଇ ,ରାଧା ରାଧା ଗାଇ ଗାଇ ।ରାଧା ନାମ ବିନା ସ୍ତିତି କାଇଁ ।ସଚରାଚର ବ୍ରହ୍ମାଣ୍ଡ ତ ଏଇ ଦୁଇଟି ଶବ୍ଦରେ ବନ୍ଧା, ନିଜେ ଶ୍ଯାମ ସୁନ୍ଦର ବି ।


ଶ୍ଯାମ ତେରି ବଂଶୀ ଫୁକାରେ ରାଧା ନାମ୍ ......


ଆମର କବିତା, ଚଳଚିତ୍ର, ଚିତ୍ର, ମୂର୍ତ୍ତି କାରିଗରୀ, ଗୀତ, ଛନ୍ଦ,ଚଉପଦୀ, ସବୁ ଯେତେ ପରିପ୍ରକାଶ ର ମାଧ୍ୟମ ଏଇ ଦିବ୍ୟତାରେ ତ ଇଶ୍ବରତ୍ବ କୁ ପ୍ରକାଶିଛି ତାଙ୍କରି ଅପାର କୃପାଶିଷେ ।


ଭକ୍ତ ସାଲବେଗ ରଚିତ ମୋର ପ୍ରିୟ ଭଜନରୁ ପଦେ 


ବୃନ୍ଦାବନେ ବଂଶୀ କେ ବଜାଇଲା 

ଏକା ରାଧା ରାଧା ନାମ ରାଇଲା ।।


ଶ୍ରୀରାଧାକୃଷ୍ଣ ପଦେ କୋଟି ପ୍ରଣାମ ।


Rate this content
Log in

Similar oriya story from Romance