STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଉତ୍ତାଳ ତରଙ୍ଗ

ଉତ୍ତାଳ ତରଙ୍ଗ

2 mins
26

ସକାଳୁ ଗାଡି ଆଠଶ ବେଗରେ ଉଡ଼େ । ନା ରାସ୍ତା,ନା ଲୋକ ନା ଗହଳି ଦିଶେ। ବାସ୍ ପହଞ୍ଚିଯାଇ ବିଦ୍ୟାଳୟ ପ୍ରବେଶ ମେସିନ୍ ଟିକୁ ଛୁଇଁ ଦେଲେ ଗଲା।‌ଦିନଯାକ ପାଇଁ ବଡ ଚିନ୍ତାଟେ ସରିଲା ।ହେଲେ ସେଇ ଅଧଘଣ୍ଟାକ ରାସ୍ତାରେ ଯେ କେଡ଼େ ବିପଦପୂର୍ଣ୍ଣ, ଜଗନ୍ନାଥଙ୍କୁ ଜଣା । ମଣିଷ ଅଣନିଃଶ୍ବାସୀ ଗଳଦଗମ ଧାଇଁବା ବେଳେ ହଜାରେ ଗାଡିମଟର ବାଟ ରୋକିବାକୁ ତିଆର।ଲାଗେ ଯେମିତି ଏଇ ହେଇ ...ଗଅଅଲି।ପିଟି ହେଲି । ମଲି।‌ହେଲେ ସବୁଥର ମହାପ୍ରଭୁ ହାତ ଧରି ପକାନ୍ତି। କଥା ହେଲା ସମସ୍ତ ଜନେ‌ ପଡିଥାଏ ସମଦଶା, ତେଣୁ କିଏ କାହାକୁ ବାଟ ଦବ‌? ମୁଁ ଆଗେ ମୁଁ ଆଗେର ପ୍ରତିଯୋଗିତା ଯେ ।

ଆଜି ବି ସେଇ ସମାନ କଥା । ଆକ୍ସିଲେଟର ଭୁଁ କିନା ମୋଡି ଦେଇ ମୁଁ ରାସ୍ତାରେ ଉଡୁଛି । ଗହଳି କାଟି ସାପ ପରି ଯାଉଛନ୍ତି ଚକ ହଳକ। ହଂସପଟାରେ ଅଙ୍କା ଯୋଡିଯାଉଁଳି ହଂସ ପରି ପିଲେ ଦିଟି ମୋର ପଛସିଟ୍ ରେ ମୋରି ଉପରକୁ ଡେରି ହେଇ , ତିନୋଟି ଦଶକିଲିଆ ବସ୍ତା ପରି ବହି ଥଳି ମୋ ଗୋଡ଼ ପାଖରେ।ଆଉ ହ୍ୟାଣ୍ଡେଲରେ ଆମ ତିନିଜଣଙ୍କ ଖରାବେଳେ ଖାଇବା ମୁଣି। ସେ ଆଗ ବଡ ଛକ ପଛକୁ ଗାଡି ଧାଏଁ କି ବୁଲେଇ ଦବାକୁ ଯାଉଛି କି ମୋ ଆଖି ବୁଜିହେଇଗଲା ସେପଟରୁ ଆସୁଥିବା ବିରାଟ ପାଣିବୁହା ଟ୍ରକ୍ ଟିକୁ ସାମନାରେ ଦେଖି ।ସଡାକ୍ କି ବ୍ରେକ କଷିଲି। ଅଭ୍ୟସ୍ତ ହାତର କମାଲ।

ହଠାତ୍ ଭାବିଲି ପଡିଗଲୁ କି ଆମେ ତିନିହେଁ। କିନ୍ତୁ ଆଖି ଖୋଲି ଦେଖେ ଉପର ମଚାନରେ ବସିଥିବା ଟ୍ରକ ଚାଳକ ଓ ତା ପାଖ ସିଟ୍ ରପିଲାଟି ଅଟକି ଯାଇ ମତେ ଈଶାରା କରୁଛନ୍ତି," ଯାନ୍ତୁ ଆଜ୍ଞା ଯାନ୍ତୁ ।" ମୁଁ ଆଶ୍ବସ୍ତ ହେଇ ଗାଡି ଷ୍ଟାର୍ଟ କରିବାକୁ ଯାଉଛି ପଛରୁ ମୋଟା ନିଶୁଆ ଲୋକଟି ଘାଉଁ କିନା ବାଘ‌ ପରି ହେଣ୍ଟାଳଟିଏ‌ ଛାଡି ଟ୍ରକ୍ ଚାଳକ ଉପରେ ଶବ୍ଦ ସୈାଦାମିନୀ ବାଣ ମାରୁଛି ଯେ କାହିଁକି ରୋକିଲା । ତେଣେ ତାର କଣ କେତେ ଘାଟା ହେଲା ଏଇ ତିନି ମିନିଟ ଭିତରେ .....

ନୋକସାନି କିଏ ସହେ !

ସିଏ କଣ କହୁଥିଲା ମୋ ନା ଆଗ୍ରହ ନା ସମୟ ଥିଲା ଶୁଣିବାକୁ। ହେଲେ ପଛରୁ ଯେ ଟ୍ରକ୍ ଚାଳକଟି ସେ ରାବଣ ବଂଶଜକୁ ଏ କଥା କହୁଥିବାର ଶୁଭିଲା ଯେ ,"...... ମୁଁ ଠିକ୍ ସମୟରେ ଖଡି ଧରିଲିନି ବୋଲି ଆଜି ତୋର ଗାଡି ଭିଡୁଛିରେ ଆନ୍ନା ! ମୁନାଫା ତୁ ଗଣୁଛୁ ।ଟିଚର ଲୋକ ସିଏ । ଯିବାକୁ ଦେ ..... କେତେ ଆଉ ମୋ ପରି ମଣିଷ ତିଆରି ହେବେ ପୁରୁଥିବିରେ ? ହାଳୁ ହାଳୁ ହେଲେଣି ......"

ପେଟୁଆ ନିଶୁଆ କଣ ଉତ୍ତର ବାଢିଲା ଜାଣିନି କିନ୍ତୁ " ମୋ ପରି ମଣିଷ" ପାଖରେ ମୁଁ ଅଟକିଗଲି ।

ମନେପଡୁଥିଲା ମୁଁ କାମ କରୁଥିବା ବେସରକାରୀ ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀର ପିଲାଟିଏ ମୁହଁ, ଯିଏ ସ୍କୁଲରେ ପିତୃଦିବସ ପାଳନ ଅବସରରେ କହୁଥିଲା," ମୋ ବାପା ଟ୍ରକ୍ ଚଲାନ୍ତି,ହେଲେ ତାଙ୍କର ସ୍ବପ୍ନ ମୁଁ ଉଡାଜାହାଜ ଚଲାଏ।ଆଉ ମୁଁ ନିଶ୍ଚୟ ତାଙ୍କ ସ୍ବପ୍ନ ସାକାର କରିବି ....... । ଆଉ ସେଠି ବେଢି ଥିବା ସମସ୍ତେ ଅକାରଣେ ତାକୁ ହସି ଉଡେଇ ଦେଇଥିଲେ।ତା ଆଖିରେ ଢେଉ ଖେଳୁଥିଲା ସମୁଦ୍ରେ ଲୁହ । ସତରେ ମଣିଷଟିଏ ହବାର ଯୋଗ୍ୟତା ମାପକାଠିଟି କେତେ କାଟର !


ଉତ୍ତାଳ ତରଙ୍ଗ ପରି କୋଟିଏ ଭଙ୍ଗୀର ନିଶ୍ଚେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action