ଶ୍ରାବଣର ବର୍ଷା
ଶ୍ରାବଣର ବର୍ଷା




ଅମାବାସ୍ୟାର ଘନ ଅନ୍ଧକାର ରାତ୍ରୀର ଗୁରୁଗମ୍ଭୀର ଘଡ
ଘଡି ସାଙ୍ଗକୁ ପବନର ସୁ ସୁ ଗର୍ଜନ।ରାତ୍ରୀର ନିରାବତାକୁ ଭଙ୍ଗ
କରୁଥିଲା।ଏହା ସତ୍ୱ ଏକ ଅର୍ଦ୍ଧ ଭଗ୍ନ ମନ୍ଦିର ବେଢ଼ା ମଧ୍ୟରେ ଏକ
ଦୋଳମଣ୍ଡପ ଉପରେ ବସିଥିଲେ ଜଣେ ସୁନ୍ଦର ଯୁବକ
ଶୁଭଙ୍କର,ଶୁଭଙ୍କର ପଟ୍ଟନାୟକ।ବିଚଳିତ ଭଙ୍ଗୀରେ କଣ ସବୁ
ଗପିଚାଲିଥିଲେ ।ମୁଖମଣ୍ଡଳ ଆଭାରୁ ଜଣା ପଡୁଥିଲା ଯନ୍ତ୍ରଣା
ଯେମିତି ତାଙ୍କ ଜୀବନକୁ ବିବତ୍ସ କରି ଦେଉଛି। ଅଜଣା ଯନ୍ତ୍ରଣାରେ
ସେ ଛଟପଟ ହେଉଛନ୍ତି।ଝଡ ବର୍ଷା ରାତ୍ରିରେ ମନ୍ଦିର ନିରାପଦ ନୁଏଁ
ଜାଣି ମଧ୍ୟ ଅବିଚଳିତ ଭାବରେ ବସିଛନ୍ତି। ଏପରି ଏକ ନିଶାର୍ଦ୍ଧ
ବର୍ଷଣମୁଖର ରାତ୍ରିରେ ଯନ୍ତ୍ରଣାର ଅଭା ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ
ବାରି ହେଉଥିଲେ ମଧ୍ୟ କାହିଁକି କେଜାଣି ଶୁଭଙ୍କର ବସି ଥିଲେ
କେବଳ ତାଙ୍କୁ ହି ଜଣା।କେତେବେଳେ ନୀରବତା ତ କେତେବେଳେ
କିଛି ଗୁଣୁଗୁଣୁ ହୋଇ ମନକୁ ମନ ବିଳାପ କଲା ପରି ମନେ ହେଉ
ଥାନ୍ତି।ତା ମଧ୍ୟରେ ବିରହ ବେଦନାର ଭାବ ସ୍ପଷ୍ଟ ରୂପେ ବର ହୋଇ ପଡୁଥିଲା।
ଭାବୁଥିଲା ଯୌବନର ପ୍ରଥମ ପାହାଚରେ ଯାହାକୁ ନେଇସ୍ବପ୍ନ
ଦେଖିଥିଲା।ଜିଏ ପ୍ରେମର ରଙ୍ଗ ହୃଦୟରେ ଭରିଦେଲା ।ଉଭୟ
ପରସ୍ପରକୁ ନିବିଡ଼ଭାବରେ ଭଲପାଇ ବସିଲେ।ରଙ୍ଗୀନ ଦୁନିଆରେ
ପ୍ରଜାପତି ପରି ଉଦାମତ୍ତାରେ ଉଡ଼ିବୁଲୁଥିଲେ। ଯାହାକୁ ଜୀବନଠୁ
ଅଧିକ ଭଲପାଇ ଥିଲେ।ବଦଳରେ ପାଇଲେଖାଲିପ୍ରତାରଣା,ଲାଞ୍ଛନା।
ଶୁଭଙ୍କର ଏବେ ବୁଜିଲେ ପ୍ରତାରଣାର ମାନେ ,ଜୀବନରେ ହାରିବା
ଏବଂ ଭଲପାଇବାର ଅନ୍ତ ହିଁ ପ୍ରତାରଣା।ବନ୍ଧୁତ୍ୱର ଅନ୍ୟ ନାମ
ସନ୍ଧେହ ଏବଂ ଜୀବନର ଅନ୍ୟ ନାମ ଯନ୍ତ୍ରଣା।ଶୀତଋତୁର ପୁଷ୍ପ
ଉଦ୍ୟାନର ପ୍ରସ୍ଫୁଟିତ ପାଖୁଡା ଉପରେ ପତିତ କାକରା ବିନ୍ଦୁଉପରିସ୍ଥ
ସୂର୍ଯ୍ୟକିରଣ ଜଟାକୁ ଥିବାପାରି ଏହା ଥିଲା ମୋ ପ୍ରେମର କାହାଣୀ ।
ଦୂର ପାହାଡର ଦିଗହରା ଦିଗବଲୟ ତଳେ ଅସ୍ତଗାମୀ
ସୂର୍ୟରରକ୍ତିମ ଅଭା ।ପଶ୍ଛିମ ଆକାଶକୁ ସୋଭିତ କରୁଥାଏ।ଠିକ ଏହି
ଗୋଧୂଳି ସମୟରେ ହଟାତ ସୁଭାଭାଇ ଡାକରେ ପଛକୁ ଛାହି
ଦେଖିଲି ଜଣେ ସୁନ୍ଦର ତରୁଣୀ ।ପିଲାବେଳର ପରିଚୟ ଦେଇ
ଗୋଟିଏ କଲୋନୀରେ ରହୁଥିବାର ଚିତ୍ର ଏପରି ବର୍ଣ୍ଣନା କଲେଯେ
ମୋର ଅତୀତର ସବୁ ପୃଷ୍ଠା ଗୁଡିକର ଛବି ଗୁଡିକ ଗୋଟି କରି ମନେ
ପଡିଗଲା। କିପରି ମୋ ଆଘାତରେ କ୍ଷତ ବିକ୍ଷତ ହୋଇଥିଲେ ମଧ୍ୟ
ମୋ ନାମ ନ ଧରି ମୁ କିପରି ମାଡ ନ ଖାଇବି ସେ ନିଜେ ନିଜେ
ପଡିଯାଇଥିଲା ବୋଲି ମିଛ ନାଟକ କରିଥିଲା।ସବୁ ଗୁଡିକ ମାଖୀ
ଆଗରେ ନାଚି ଉଠି ଥିଲା।ଉଭୟ ଆମେ ଭାବ ବେଗରେ ହଜିଯାଇ
ଥିଲୁ।ଅପ୍ରତ୍ୟାଶିତ ପ୍ରଥମ ଦେଖାରେ ଉଭୟ ଅଙ୍କିତା ଏବଂ ଶୁଭଙ୍କର
ପରସ୍ପରକୁ ଭଲପାଇ ବସିଲେ।ବୟସର ଉଦ୍ଦାମତା ଭିତରେ ରଙ୍ଗୀନ
ପ୍ରଜାପତି ପରି ସ୍ବପ୍ନ ରାଇଜକୁ ଉଡିଯାଇଥିଲେ।ଶୁଭଙ୍କର ମନରେ
ଅନେକ ସ୍ବପ୍ନ ଅଙ୍କିତାକୁ ନେଇ ,ସୁଭଲଗ୍ନରେ ଅଳତା ସାତ କଳସ ଓ
ଆଠ ଦୀପ ମାଡିମୋ ଅଗଣା ବଧୂଟିଏ ହୋଇ ପଦ ଦେବା।କିନ୍ତୁ
ତାର ସବୁ ଆଶା ଆଶାରେ ରହିଗଲା।ହଠାତ ହୃଦୟ ବକ୍ଷ୍ୟରେ
ଅଦିନବର୍ଷା ସତେ ଯେମିତି ଘୋଟିଆସିଲା। ଯେତେବେଳେ ଶୁଣିଲା
ଅଙ୍କିତା ବଧୂବେଶରେ ଅନ୍ୟ ଜଣେ ପୁରୁଷର ହାତ ଧରିଛି।ପାଦ ତଳ
ମାଟି ଖସିଗଲା।
ଏହିପରି ଏକ ଝଡ ବର୍ଷାରେ ଶୁଭଙ୍କର ଅତୀତର ପୃଷ୍ଠାକୁ
ଖୋଲି ଚିରି ଚାଲିଥିଲା।ପୃଷ୍ଠା ଗୁଡିକୁ ଚିରି ଚାଲିଥିବା ବେଳେ ନିଜକୁ
ପ୍ରଶ୍ନ ପଚାରୁଥିଲା ।ଏ କଣ ସେଇ ବର୍ଷା ,ଯେଉଁ ଜଡ଼ା ବର୍ଷରେ ଯାଇ
ଚିଲିକାର ଅତ୍ତଳ ଜଳ ଗର୍ଭରେ ଲୀନ ହୋଇଯାଇଥିଲା।ଏ କଣ
ସେଇ ସତ ମେଘ ,ଯେଉଁ ଘୋର ଅନ୍ଧକାର ଭେଦକରି ମେଘ
ମେଘବର୍ଷାରେ ବାସୁଦେବ କୃଷ୍ଣକୁ ନେଇ ଯସଦାଙ୍କୁ ଦେଇ ଥିଲେ। ନା
ଏ ବର୍ଷା ସେ ବର୍ଷା ନୁହେଁ, ।ଏ ବର୍ଷା, ସେହି ବର୍ଷା ଯେଉଁ ଝଡ
ବର୍ଷାରେ ବର୍ଷାରେ ଗଛର ପତ୍ର ଝଡ଼ି ଘର ସଂସାର ଉଜୁଡିଯାଏ। ଏ
ସେହି ଶ୍ରାବଣର ବର୍ଷା।ଯାହାକି ଶୁଭଙ୍କର ଜୀବନ ଆକାଶରେ
ଅଦିନିଆ ବର୍ଷା ହୋଇ ଘୋଟି ଆସିଥିଲା।ପ୍ରତି ମୁହୂର୍ତରେ ହୃଦୟ କୁ
କ୍ଷତ ବିକ୍ଷତ କରୁଥିଲା। ଡର ଭୟ ତାଙ୍କ ମନରୁ ଉଭେଇ ଯାଇ
ଥିଲା। ଦିଗହରା ପଥିକଟି ପରି ଅଧାବାଟରେ ଅଟକିଯାଇଥିଲେ,ନା
ପଛକୁ ଫେରି ପାରୁ ଥିଲେ ନା ଆଗକୁ।