Rajakishore Mundi

Tragedy

2  

Rajakishore Mundi

Tragedy

ଦୁର୍ଘଟଣା

ଦୁର୍ଘଟଣା

2 mins
114


ଭଗବାନଙ୍କ ସୃଷ୍ଟିରେ ସଂସାରଟା ବଡ଼ ବିଚିତ୍ର । କେତେବେଳେ ସୁଖ ତ କେତେବେଳେ ଦୁଃଖ ମଣିଷର ମନକୁ ମୃତ୍ୟୁର ଜନ୍ତା ଆଡ଼କୁ ଟାଣି ନିଏ, ନା ସେଥିରୁ ମୁକୁଳିପାରେ ନା ନିଜର ଜୀବନ ବଞ୍ଚେଇବା ପାଇଁ ସକ୍ଷମ ହୁଏ । ତେଲଲୁଣ ସଂସାର ତା ପାଇଁ ବିଷ ପାଲଟିଯାଏ । ତାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଏ । ଭାଗ୍ୟ ଆକାଶରେ ଅଦିନିଆ କଳାବାଦଲ ଘୋଟିଯାଏ । ଆସନ୍ତୁ ଦେଖିବା କି ପ୍ରକାର କଳା ବାଦଲ କାହାପାଇଁ ଘୋଟି ଯାଇଥିଲା ।

   ଦିନେ ବିରେନ୍ଦ୍ର ପଟ୍ଟନାୟକଙ୍କ ଘରେ ଆନନ୍ଦ ଉତ୍ସବର ଆସର ଚାଲିଥାଏ । ବନ୍ଧୁବାନ୍ଧବ ଭରପୁର । କାରଣ ବହୁଦିନ ପରେ ତାଙ୍କର ଝିଅଟିଏ ହୋଇଛି । ଖୁସିରେ ପଟ୍ଟନାୟକ ପରିବାରର ଗୋଡ଼ ତଳେ ଲାଗୁ ନଥାଏ । ବିଧି ଅନୁସାରେ ତାର ସବୁ ପୂଜା ଅର୍ଚ୍ଚନା କରାଯାଇ ଥିଲା । ସମସ୍ତେଙ୍କ ପ୍ରିୟ ହୋଇ ଥିବାରୁ ନା ତାର ରଖାଗଲା ପ୍ରିୟା । ଆଦରରେ ଶଶିକଳା ପରି ବଢ଼ିବାକୁ ଲାଗିଲା । ଫୁଲ ଫୁଟିଲେ ତାର ମହକ ଚାରିଆଡକୁ ବ୍ୟପିଗଲା ପରି ପ୍ରିୟାର ଆଚରଣ ଓ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରିଦିଏ । ଖଣ୍ଡମଣ୍ଡଳରେ ତାର ସୁନ୍ଦର ରୂପ ଓ ଗୁଣ ସମସ୍ତେ ଖୁବ୍ ତାରିଫ୍ କରୁଥିଲେ । ଅଳ୍ପଦିନ ପରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଏ । ସୁଖର ସଂସାରଟା ଦୁଃଖର ଅନ୍ଧକାର ଆଡ଼କୁ ଟାଣି ହୋଇଯାଏ । 

  ସମୟକ୍ରମେ ତାର ଗୋଟିଏ ସଂଭ୍ରାନ୍ତ ବଂଶର ଇଞ୍ଜିନିୟର ପୁଅ ଚନ୍ଦନ ସହ ବିବାହ ସମ୍ପନ୍ନ କରାଗଲା । ଇଞ୍ଜିନିୟର ଶାନ୍ତ ଶିଷ୍ଟ ଗୌର ବର୍ଣ୍ଣ ସୁନ୍ଦର ବର ପାଇ ପ୍ରିୟା ରଙ୍ଗୀନ୍ ସ୍ୱପ୍ନରେ ବୁଡିଯାଇଥିବା ବେଳେ ହଠାତ ସ୍ଵପ୍ନରାଜ୍ୟରେ କୁହୁଡିର ମାୟାଜାଲ ବିଛେଇ ହୋଇଗଲା । ଏକ ବନ୍ଧୁଙ୍କର ବିବାହ ଉତ୍ସବରେ ଯୋଗଦେଇ ସ୍ୱାମୀ ସ୍ତ୍ରୀ ଫେରୁଥିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ହୁଏ । ପ୍ରିୟା ଓ ଚନ୍ଦନକୁ ଡାକ୍ତରଖାନାକୁ ନିଆଯାଏ । ମାତ୍ର ଇଞ୍ଜୁରି ମାତ୍ରାଧିକ ହୋଇ ଥିବାରୁ ତାର ଗୋଟେ ଗୋଡ଼ କାଟି ଦିଆଯାଏ।

  ବେଳେବେଳେ ଏସବୁ ଘଟଣା ଆଖି ସାମ୍ନା ଆସିଲା ବେଳକୁ ଭଗବାନଙ୍କ ଉପରୁ ବିଶ୍ୱାସ ତୁଟି ଯାଏ । ନିଜ ଉପରେ ଥିବା ଆତ୍ମବିଶ୍ୱାସ ହରେଇ ବସେ ଯେମିତିକି ପ୍ରିୟା ଭଗବାନଙ୍କ ଉପରୁ ବିଶ୍ୱାସକୁ ତୁଟେଇ ଦେଇ ଗୁମୁରି ଗୁମୁରି କାନ୍ଦୁଛି ।

   

     



Rate this content
Log in

Similar oriya story from Tragedy