Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Rajakishore Mundi

Romance Tragedy

3  

Rajakishore Mundi

Romance Tragedy

ଜନ୍ମଦିନ ଭେଟି

ଜନ୍ମଦିନ ଭେଟି

2 mins
51


ଯୌବନର ପ୍ରଥମ ପାହାଚରେ ପହଞ୍ଚି ସାରିଥିଲା ସ୍ୱପ୍ନା । ତାର ମନ ଗହନରେ ଉଙ୍କିମାରୁଥିଲା ଅନେକ ରଙ୍ଗୀନ୍ ସ୍ବପ୍ନ। ଏହି ବୟସରେ ସ୍ଵପ୍ନ ଆସିବା ସ୍ୱାଭାବିକ । ଏହି ଉଦ୍ଦୀପନାର ବଶବର୍ତ୍ତୀ ହେଲେ ମନ ଗହନରେ ସୃଷ୍ଟିହୁଏ, ସତ କଦମ୍ବର ରୋମାଞ୍ଚ ଯାହାକି ସ୍ୱପ୍ନାଙ୍କ ମନରେ ପ୍ରତିଧ୍ଵନି ସୃଷ୍ଟି କରୁଥିଲା ।

        ପୂଷଗିରି ମହା ବିଦ୍ୟାଳୟ ପରିସର ସୁନ୍ଦର୍ ସୁଶୋଭିତ ପୁଷ୍ପ ବେଢ଼ା ମଧ୍ୟରେ ଶାନ୍ତ କାନ୍ତ ପରିବେଶ। ପ୍ରଥମ ବର୍ଷର ଛାତ୍ରୀ ସ୍ବପ୍ନା ପ୍ରଥମ କରି ପାଦ ଦେଇଛି ଏହି କଲେଜରେ। ଭଲ ଛାତ୍ରୀ,ପାଠ ବି ଭଲ ପଢେ। ସୁନ୍ଦର ଚେହେରା ସାଙ୍ଗକୁ ଭଲ ପାଠ ମନ କିଣି ନେଉ ଥିଲା ସମସ୍ତଙ୍କର ।କଲେଜର କରି ଡର ମଧ୍ୟରେ ହଠାତ୍ ଝୁଣ୍ଟି ପଡେ ଅନଭ୍ୟସ୍ତ ସ୍ଵପ୍ନା। ବହିଖାତା ବିଞ୍ଛି ହୋଇପଡେ

 ବିକ୍ଷିପ୍ତ ହୋଇ। କଷ୍ଟ ପାଇଲ ବି କଷ୍ଟେ ମଷ୍ଟେ ଛିଡ଼ା ହୁଏ ସ୍ବପ୍ନା । 

ଗୋଟି ଗୋଟି କରି ସାଉଁଟି ବହିଖାତାକୁ ବଢେଇ ଦିଅନ୍ତି ଅଚିହ୍ନା ଯୁବକ ସମ୍ବିତ। Thanks କହି ମୁରୁକି ହସି ଚାଲିଯାଏ ସ୍ୱପ୍ନା । 

ଗତାନୁଗତିକ ଭାବେ ପରସ୍ପରକୁ ଦେଖନ୍ତି ଟିକିଏ ହସ ଭିତରେ ରହିଯାଏ ତାଙ୍କର ଭଲ ପାଇବା । କେହି କାହାକୁ ମନ ଖୋଲି କହିପାରି ନଥିଲେ ନିଜ ନିଜର ମନ କଥା, ଯଦି ବା ଉଭୟଙ୍କ ମନରେ ଥିଲା ଅହେତୁକ ପ୍ରେମ। ନ କହିଲେ ମଧ୍ୟ ସତେ ଯେମିତି ଉଭୟଙ୍କ ପାଦ ଅଜଣା ତରେ ପରସ୍ପର ଆଡ଼କୁ ଟାଣି ହେଉଥିଲା।

 ସୁନେଲୀ ରଙ୍ଗ ନେଇ ପରପର ଭିତରେ ଭବିଷ୍ୟତର ସ୍ବପ୍ନ ଉଙ୍କି ମାରୁଥିଲା । କିନ୍ତୁ ସୁନ୍ଦର୍ ତାଜମହଲ ଗଢି ତା ମଧ୍ୟରେ ରହିବାକୁ ସ୍ବପ୍ନ ଭରି ଦେଇଥିଲେ ସମ୍ବିତ।

        ବସନ୍ତଋତୁର ପ୍ରଥମାର୍ଦ୍ଧରେ ଜାନୁଆରୀ ମାସ ପାଞ୍ଚ 

ତାରିଖ ଦିନ ସ୍ୱପ୍ନାର ଜନ୍ମ ଦିନ । ବିଗତ ଦିନ ଅପେକ୍ଷା ଆଜିର ଦିନରେ ତା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କୋଠରି ଟିକୁ ଅତି ସୁନ୍ଦର ଭାବରେ ସଜେଇ ଥିଲେ, ସତେ ଯେମିତି ରାଜ ଉଆସ। 

ପ୍ରଥମ ଥର ତା ମନର ମଣିଷ ପ୍ରଥମ ପାଦ ରଖିବେ। ମନ ରେ ଅସୁମାରୀ ସ୍ୱପ୍ନରେ ବିଭୋର ।  ନୂତନ ଉନ୍ମାଦନାରେ ପାଦ ତଳେ ଲାଗୁ ନ ଥାଏ।  

          ଠିକ୍ ଏହି ସମୟରେ ଜଣେ ଆଗନ୍ତୁକ ଠାରୁ 

ପାଇଥିଲା ରକ୍ତ ଭିଜା ଉପହାରଟି। ତାଙ୍କ ଠାରୁ ସମସ୍ତ କଥା ଶୁଣି ସାରିଲା ପରେ ପାଦ ତଳୁ ମାଟି ତାର ଖସିଗଲା। ତା ଜୀବନର ସବୁ ସ୍ବପ୍ନ ଭାଙ୍ଗିରୁଜି ଚୁରମାର ହୋଇଗଲା। ଭାବୁ ଥିଲା ଠାକୁରଙ୍କୁ ଭକ୍ତିରେ ପୂଜା କରେ। ଏହା କଣ ତାର ପ୍ରତିଦାନ। ମାେ ଜନ୍ମ ଦିନର ଭେଟି। ଭାବୁ ଭାବୁ ନିଜକୁ ହଜେଇ ଦେଇଥିଲେ ଅହେତୁକ ଦୁଃଖ ଓ 

ଯନ୍ତ୍ରଣାରେ। ନିଷ୍ଟୁର ବାସ୍ତବତା କୁ ସାମ୍ନା କରିବାକୁ ନା ମନରେ ଥିଲା ଧର୍ଯ୍ୟ ନା ଶକ୍ତି। ନୀରବ ହୋଇଯାଇଥିଲା ମନ ଓ ପ୍ରାଣ।

କେବଳ ଜନ୍ମ ଦିନ ଉପହାର ଉପରେ ଲାଗିଥିବା ରକ୍ତକୁ ମୁଣ୍ଡରେ ଲଗାଇ ସ୍ତମ୍ବପରି ବସି ପଡ଼ି ଥିଲେ ତାଙ୍କର ସେହି ମାର୍ବଳର ଚଟାଣ ଉପରେ ।

    


Rate this content
Log in

More oriya story from Rajakishore Mundi

Similar oriya story from Romance