STORYMIRROR

Rajakishore Mundi

Romance

2  

Rajakishore Mundi

Romance

ଅଜବ ସର୍ତ୍ତ

ଅଜବ ସର୍ତ୍ତ

2 mins
138

ଡେଣା ଝାଡି ଉଡୁଥିବା ବିହଙ୍ଗ ବି ଜାଣେ ନୀଳ ଆକାଶର ସୁଖ ଓ ସୌତ୍ସନ୍ଦ୍ୟ ।ରଙ୍ଗୀନ୍ ପରକୁ ଡେଣାରେ ଯୋଡ଼ି ମନ ମତାଣିଆ ଗୀତ ଗାଇ ଗାଇ ଦୁଷ୍ଟ ବ୍ୟାଧର ଶିକାର ହୁଏ ସେ ନିଯେବି ଜାଣେନା ।ତାର ଅଜାଣତରେ ସବୁକିଛି ଓଲଟା ପାଲଟା ହୋଇ ଯାଏ। ତାର ଜୀବନର ଗତିପଥ ବଦଳି ଯାଏ ।

         ଅଜୟ ବାବୁଙ୍କର ଏକମାତ୍ର କନ୍ୟା ମନାସି। ଏ ବର୍ଷ +୨ବିଜ୍ଞାନ ବିଭାଗରେ ଟପର ହୋଇଛି। ରୂପ ଯେମିତି ଗୁଣ ବି ସେମିତି। ଖଣ୍ଡମଣ୍ଡଳରେ ଏଭଳି ଶାନ୍ତ ସୁଧାର ପିଲା ମିଳିବା କାଠିକରପାଠ। ମାନସୀ ରେଭେନ୍ସା ଅଟୋ ନମସ୍ ବିଶ୍ୱବିଦ୍ୟାଳୟରେ ନାମଲେଖା ଏ। କଲେଜରେ ପ୍ରଥମ ଦିନରେ ସତେ ଯେମିତି କଲେଜର ସବୁ ଯୁବକମାନଙ୍କର ହୃଦୟର ସ୍ପନ୍ଦନ ପଲଟିଯାଇଥିଲା। ତାର ଚାଲିରେ ଥିଲା ମହକ ,ଚାଲିଯାଉଥିଲେ ପଦ୍ମ ଫୁଟୁ ଥିଲା।ତାର ରୂପ ଥିଲା ସବୁଠୁ ନିଆରା,ରଙ୍ଗ ପୁଷ୍ପିତ ସୋରିଷ କିଆରୀର ଢେଉ,ଅଙ୍କା ବଙ୍କା ଜ୍ୟମିତି ର କଟା କଟା ଦେହ, ଢଳ ଢଳ ନୀଳ ଆଖି , କାକର ଭିଜା ସଦ୍ୟ ଗୋଲାପର ଓଠ, ପଦ୍ମ ପଖୁଡାପରି ମୁହଁ । ଯିଏ ଦେଖିଲା ସେ ତାରିପ୍ ନ କରି ରହି ପାରିଲା ନାହିଁ। ମାତ୍ର ମାନସୀ ତାର ପ୍ରତ୍ୟେକ କାର୍ଯ୍ୟ ପାଠ ପଢା ଛଡ଼ା ଯେମିତି ଆଉ କିଛି ଜାଣି ନ ଥିଲା।

               ସବୁ ଦିନ ପରି ସାଙ୍ଗସାଥୀ ମେଳରେ ସାଇକେଲରେ ଯାଉଥିଲା ମାନସୀ।ହଠାତ୍ ତାର ଓଢଣୀ ଚେନ୍ ରେ ପସି ଯାଏ,ସେ ଓଲଟି ପଡେ। ସାଙ୍ଗମାନେ ଚେଷ୍ଟା କରି କରି ଅସଫଳ ହୁଅନ୍ତି।ଠିକ୍ ସେହି ସମୟରେ ସହପାଠୀ ମାନସ ପହଁଚି ଓଢଣୀ ଟିକୁ କାଢି ଦିଏ ଚେନ ଭିତରୁ। ସ୍ମିତ ହସି ମାନସୀ୍ ଥ୍ୟାଙ୍କ କହି ଚାଲିଯାଏ।କିନ୍ତୁ ମାନସର୍ ହୃଦୟରେ ଏକ ଅଲିଭା ଗାର ଟାଣି ହୋଇଯାଏ।ଭୁଲି ପାରେନି ମାନସୀ କୁ। ଦିନରାତି ଝିଅମାନଙ୍କ ପଛରେ ପଡୁଥିବା ମାନସ ଆଜି ସମ୍ପୂର୍ଣ୍ଣ ବଦଳି ଯାଇଛି ମାନସୀ ର ପ୍ରେମରେ।ମାନସୀ ଛଡ଼ା ଆଡ ଆଖିରେ ସେ କାହାରିକୁ ଚାହୁଁ ନାହିଁ।ମନରେ କେବଳ ମାନସୀ ଆଉ ମାନସୀ। କଲେଜର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମାନସ ର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ରେ।କେବଳ ତାର ପ୍ରତିଟି ଅବୟବର୍ ସ୍ନାୟୁ ନଗରୀରେ ଭାସି ଯାଉଥିଲା ମାନସୀ ର ମୁହଁ। ସ୍ୱପ୍ନର ଭାବାବେଗ ରେ ସତେ ଯେମିତି ବୁଡ଼ିଯାଇ ଥିଲା ସେ।

    ଗତି ଥିଲା,ପୃଥିବୀର ତାତି ଥିଲା ରାତିର ଛାତିରେ ,           ସ୍ୱରଥିଲା ଛନ୍ଦଥିଲା,ଭୟଥିଲା ଅନ୍ଧାର ରାତିରେ,              ତଥାପି ବି ମୁଁ ଭଲପାଏ କେବଳ ତୁମକୁ ଜୀବନରେ।

      ଏ ସବୁ ସତ୍ୱେ ମାନସୀ,ମନସର ପ୍ରେମକୁ ସ୍ବୀକାର କରୁ ନ ଥିଲା।ଦିନକୁ ଦିନ ମାନସର କାର୍ଯ୍ୟ କଳାପ ତାକୁ ଅତିଷ୍ଟ କରି ଦେଉଥିଲା। ସମାଜକୁ ଡରି ଯେତେ ବୁଝାଇଲେ ମଧ୍ୟ ମାନସ ବୁଝୁ ନ ଥିଲା। ଦିନେ ଅଚାନକ ଗୋଟିଏ ପଦ୍ମ ପୋଖରୀ ନିକଟରେ ଦେଖାହେଲା। ମାନସ ପ୍ରେମ ନିବେଦନ କରି ବାକୁ ପଛାଇ ନ ଥିଲା। ବିଚଳିତ ହୋଇଯାଇଥିଲା ମାନସୀ।ପାନେ ଦବା ପାଇଁ ଚେଷ୍ଟା କଲା। ପ୍ରକୁସ୍ଥିତ ହୋଇକହିଲା ତୁମେ ଯଦି ମୋତେ ଏତେ ଭଲ ପାଉଛ ମାେ ପାଇଁ ତୁମେ କଣ କରିପାରିବ।ମାନସ ର ଉତ୍ତର ଥିଲା ତୁମେ ଯାହା କହିବ ସବୁ କରି ଦେଇ ପାରିବି।ମାେ ପାଇଁ କଣ ପଦ୍ମ ପୋଖରୀରୁ ଫୁଲ ଟିଏ ଆଣିପାରିବ। ନିଜ ପ୍ରେମକୁ ସାକାର କରିବା ପାଇଁ ସବୁ ବାଧାବିଘ୍ନକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲା ମାନସ। କାଳ ବିଳମ୍ବ ନ କରି ପୋଖରୀକୁ ଦେଇଁପଡିଲା ଆଉ ପହଁରା ଜାଣି ନ ଥିବା ମାନସ ଗଭୀର ଜାଲରେ ଉବୁ ଟୁବୁ ହେଉଥିଲା ବେଳେ ଉଦ୍ଧାର କରି ମେଡ଼ିକାଲରେ ଆଡ ମିଟ୍ କରାଗଲା। ଚେତା ଫେରିଲା ବେଳକୁ ଚାରି ପାଞ୍ଚ ଦିନ ସମୟ ଲାଗିଲା।ମାନସୀ କିନ୍ତୁ ମାନସକୁ ଛାଡ଼ି ଘରକୁ ଆସି ନ ଥିଲା।ମାନସ ର ଚେତାଫେରିବା ପରେ ମାନସୀ ଭାବ ବିହୋଳ ହୋଇ କହିଲା ମୁଁ ତୁମକୁ ବହୁତ ଭଲପାଏ । ମୁଁ ତୁମକୁ ବୁଝି ପାରି ନ ଥିଲି,ସେଥିପାଇଁ ତୁମେ ଜୀବନ ସହ ସଂଗ୍ରାମ କରୁଛ। ଆଇ ଲଭ ୟୁ ମାନସ,ଆଇ ଲଭ ୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance