STORYMIRROR

Rajakishore Mundi

Romance Tragedy

3  

Rajakishore Mundi

Romance Tragedy

ଦୃଢ଼ ବିଶ୍ବାସ

ଦୃଢ଼ ବିଶ୍ବାସ

2 mins
291

ଜୀବନର ଦୋଛକିରେ ମାନସ ସାମନ୍ତରାୟ। ପ୍ରତିଟି ମୁହୂର୍ତ୍ତ ତା ପାଇଁ ଚାଲେଞ୍ଜ ।ଦୃଢ଼ ଆତ୍ମ ବିଶ୍ୱାସ ଓ ଭଗବାନଙ୍କ ଉପରେ ଭରସା ରଖି ଜୀବନର ସର୍ପିଳ ବନ୍ଧୁର ରାସ୍ତାରେ ମାନସ ଆଜି ଏକାକୀ ଏକ ପଥ ହାରା ପଥିକ ଭଳି ଚାଲିଛି , ନା ତାର ଆରମ୍ଭ ଜାଣିଛି ବା ଶେଷ। ଗୋଟେପଟ ନିଜର ଭବିଷ୍ୟତ ଗଠନ ଅନ୍ୟପଟେ ପ୍ରିତିଛନ୍ଦା। ଦୁଇଟି ଯାକ ତା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

         ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇ ନିଜକୁ ପ୍ରକୁତିସ୍ଥ କରିଛି।ଭାବିଛି କଣ ତା ଭଲପାଇବା ଏତେ ଦୁର୍ବଳ ଯେ ସେ ଧର୍ଯ୍ୟ ହାରା ହେବ।ଆଜି ଆଶିଷ ପ୍ରୀତିଛନ୍ଦା ପାଇଁ ଏବଂ ପ୍ରିଟିଛନ୍ଦା ମାନସ ପାଇଁ ହିଁ ବଞ୍ଚିଛି।

          ଦୁର ପାହାଡ଼ର ଦିଗହଜା ଦିଗ୍ବ ବଳୟ ତଳେ ଅସ୍ତ ହୋଇଯାଇଥିବା ଅସ୍ତମିତ ସୂର୍ଯ୍ୟଙ୍କର ରକ୍ତିମ ଆଭା ପଶ୍ଚିମ ଆକାଶକୁ ଏକ ନୂତନ ରଙ୍ଗରେ ଶୋଭିତ କରୁ ଥାଏ। ସେହି ଗୋଧୂଲି ସମୟରେ ମାନସ ମେସ୍ ର ନିର୍ଜନ ଛାତ ଉପରେ ଏକାକୀ ତାର ଅତୀତ ଜୀବନର ସବୁ ପୃଷ୍ଠା ଗୁଡ଼ିକୁ ଗୋଟାଏ ପରେ ଗୋଟାଏ ଓଲଟାଇ ଚାଲିଛି।

    ମାନସ ଏବଂ ପ୍ରୀତିଛନ୍ଦା ଗୋଟିଏ ଶ୍ରେଣୀରେ ପଢନ୍ତି। ଜୀବନର ବନ୍ଧୁତ୍ୱକୁ ବେଶ୍ ଗୁରୁତ୍ୱ ଦେଉଥିବା ମାନସ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ପ୍ରୀତିଛନ୍ଦାକୁ ଭଲପାଇ ବସିଛି। 

          ସେଦିନ ଥିଲା ଭଳେଣ୍ଟାଇନ ଡେ ଫେବୃଆରୀ ୧୪ ତାରିଖ ସବୁ ପ୍ରେମୀ ଯୁଗଳ ଏହିଦିନ ଟିକୁ ଚାତକ ପକ୍ଷୀ ପରି ଚାଇଁ ରହିଥାନ୍ତି। କଲେଜ ପିକନିକ୍ ରେ ଏକ ନିରୋଳା ସ୍ଥାନରେ ପରସ୍ପରକୁ ଭେଟି ଥିଲେ।ଉଭୟଙ୍କ ପାଖରେ ଥିଲା ଗୋଟିଏ ଗୋଟିଏ ଭାଲେଣ୍ଟାଇନ କାର୍ଡ। କାର୍ଡ ବଢାଇ I love you କହିଥିଲେ ମାନସ।ସେଇ ଦିନଠାରୁ ସେମାନେ ପରସ୍ପରକୁ ଭଲପାଇ ବସିଲେ। ପ୍ରେମରେ ଅନ୍ଧାହୋଇ କ୍ଷଣିକ ଅନୁପସ୍ଥିତି କୁ ଉଭୟ ସହ୍ୟ କରିପାରୁ ନ ଥିଲେ।ପ୍ରତିଦିନ କଲେଜର ବଗିଚାରେ ବସି ମନ ଖୋଲା କଥା ହେଉ ହେଉ ପ୍ରୀତିଛନ୍ଦା ସେଦିନ କାନ୍ଦି ପକାଇଥିଲା ଲୁହ ପୋଛୁ ପୋଛୁ ମାନସ କହିଥିଲେ ତୁମ ଲୁହ ମାେ ପାଇଁ ପ୍ରେରଣାର ଉତ୍ସ। ପ୍ରେମର ସଂଜ୍ଞା ବୁଝାଇବାକୁ ଯାଇ କହିଥିଲେ ଜୀବନ ନିମିତ୍ତ ଅମ୍ଳଜାନ ଯେମିତି ପ୍ରୟୋଜନ ତୁମେ ମୋ ପାଇଁ ସେତିକି ପ୍ରୟୋଜନ। ତୁମେ ମୋ ପାଇଁ ଶକ୍ତି ଓ ସାମର୍ଥ୍ୟ । ଯେତେ ଝଡ଼ ଝଞ୍ଜା ଆସୁନା କାହିକି ପରସ୍ପର ଠାରୁ କେହି ଅଲଗା ହେବେନି ବୋଲି ଶପଥ ନେଇଥିଲେ। ସେଦିନ ବିଷ୍ଟୁର ବାସ୍ତବତା କୁ ନେଇ ବଞ୍ଚିବାକୁ ପ୍ରୀତିଛନ୍ଦା ଜୀବନରେ ଦିବାସ୍ଵପ୍ନ ଭରି ଦେଇଥିଲେ ମାନସ।

            ଯେଉଁଡିନ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇ ଚାଲିଯାଇ ଥିଲେ ସେଦିନ ବହୁ କାନ୍ଦିଥିଲା ପ୍ରୀତିଛନ୍ଦା । ଠାକୁରଙ୍କ ନିକଟରେ ଦୃଢ ବିଶ୍ବାସ ରଖିଥିଲେ ମାେ ମାନସ ସଫଳ ହୋଇ ମାେ ନିକଟକୁ ନିଶ୍ଚୟ ଫେରିବେ। ତା ଭଲ ପାଇବା ଫେରିବା ପାଇଁ ଠାକୁରଙ୍କ ନିକଟରେ ଏମିତି କେତେ କେଜାଣି ମନାସି ବସିଥିଲେ।

        ଏମିତି କେତେ ଜଣ ଭାବି ଚାଲି ଥିଲେ ମାନସ। ସେପଟେ ପ୍ରୀତିଛନ୍ଦା ତା ବାଟ ଚାହିଁ ବସିଛି। ଏମିତି କେଉଁଦିନ ନାହିଁ ସେ ମୋତେ ଫୋନ୍ କରିନି। ସେ ମାେ ପାଇଁ ମନ୍ଦିରରେ ଦୀପ ଜାଳି ପ୍ରତୀକ୍ଷା କରିଛି। ସତରେ କଣ ଆମ ପ୍ରତୀକ୍ଷାର ଶେଷ ହେବ। ସତରେ କଣ ମୁଁ ମୋର ମନର ମାନସୀ ପ୍ରୀତିଛନ୍ଦାକୁ ପାଇପାରିବେ। ଏହିଭଳି ଏନେକ ପ୍ରଶ୍ନ ତାର ହୃଦୟକୁ ଆଘାତ ଦେଇ ଚାଲିଥିଲା। କିନ୍ତୁ ସେମାନଙ୍କର ଦୃଢ଼ ବିଶ୍ୱାସ ପ୍ରେମ ଯଦି ଦୃଢ଼ ସେମାନେ ପରସ୍ପରକୁ ନିଶ୍ଚୟ ପାଇବେ।

    


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance