Rajakishore Mundi

Tragedy Inspirational

3  

Rajakishore Mundi

Tragedy Inspirational

ଦାୟିତ୍ଵ ବୋଧ

ଦାୟିତ୍ଵ ବୋଧ

2 mins
183


ସେଦିନ ଥିଲା ସୋମବାର ମଧ୍ୟବର୍ତ୍ତୀ ସମୟ, ସୂର୍ଯ୍ୟଙ୍କ କିରଣ ବିଛାଡ଼ି ହୋଇ ପଡ଼ିଥାଏ । ନୂଆ ସକାଳର ନୂଆ ସ୍ବପ୍ନ ଭିତରେ ହଜିଯାଇ ଥାଏ ଜିତ । ବେକାର ଜୀବନରେ ଭାବି ଭାବି ସମୟ ଗଡି ଚାଲେ ମାତ୍ର ଚାକିରି ଟିଏ ପାଇଁ ଅନେକ ଇଣ୍ଟରଭିଉ ଦେଇ ଦେଇ ନୟାନ୍ତହେଲେଣି, ଅଥଚ ଚାକିରିର ନା ଗନ୍ଧ ନାହିଁ । ଡାକ ବାଲା ଡାକରେ ଜିତ ର ଅନ୍ୟମନସ୍କ ମନଟା ଚମକି ଉଠିଲା । ଡାକ ବାଲା ଚିଠି ବଢେଇ ଦେଇ କହିଲା ତୁମର ନିଯୁକ୍ତି ପତ୍ର ଆସିଛି । ଜୀତ ର ଆନନ୍ଦର ସୀମା ରହିଲା ନାହିଁ । ଲଫାପା ଖୋଲି ପଢ଼ିଲା ଜିତ । ଆଖିରୁ ତାର ଆନନ୍ଦଶ୍ରୂ ଝରି ପଡ଼ିଲା । ଗୋଟିଏ ବଡ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି । ଏତେ ବଡ଼ ଦାୟିତ୍ଵ ସମ୍ଭାଳି ପାରିବତ ଏମିତି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁ ଥାଏ । ନୂଆ ଆଶା ଆକାଂକ୍ଷା ଭିତରେ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ଵ ନିଏ ସୁଦୂର ସିଂଘା ପୁରରେ ।  

            ଅଫିସ କାର୍ଯ୍ୟ ଅତି ନିଷ୍ଟା , ଦାୟିତ୍ଵ ସମ୍ପର୍ଣ୍ଣ ଓ ଉଚ୍ଚ ମୂଲ୍ୟବୋଧ ତା ଗୁଣ ଯୋଗୁ ପଦନତିର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚଢି ଯାଏ । । ଗୋଟିଏ ଧନୀ ଘର ଝିଅକୁ ବିବାହ କରେ । ସମୟ କ୍ରମେ ଦୁଇଟି ସନ୍ତାନର ପିତା ମଧ୍ୟ ହୁଏ । ସ୍ତ୍ରୀ ବଡ଼ ଘର ଝିଅ ହୋଇ ଥିବାରୁ ପିଲାମାନଙ୍କର ଠିକ ସେ ଦାୟିତ୍ଵ ନେଇପାରେ ନାହିଁ । ଫଳରେ ପିଲାମାନଙ୍କର ଦାୟିତ୍ଵ ଜଣେ paying ନର୍ସ ହାତରେ ଟିକି ଦିଅନ୍ତି ବାପା । ବଡ଼ ହଷ୍ଟେଲରେ ରଖି ପାଠ ପଢ଼ା ଗଲା । ଖାଲି ଟଙ୍କା ଚର୍ଚ୍ଚ କଲେ ଯେ ପିଲା ଭଲ ମଣିଷ ହେବେ ତାହା ଠିକ୍ ନୁହେଁ  । ତାଙ୍କ ମନ ଜାଣି ଉପଯୁକ୍ତ ସ୍ନେହମାମତା ଦେଇ ଗଢ଼ିବା ବଡ଼କଥା । ବଡ଼ ହେଲାପରେ ପିଲାମାନେ ଅବାଟରେ ଗଲେ । ଜଣେ ଦାୟିତ୍ଵ ସମ୍ପନ୍ନ ଅଫିସର ଭାବେ ନା କମେଇଥିବା ଜିତ୍ ଆଜି ପିଲାମାନଙ୍କର ଭବିଷ୍ୟତ ନେଇ ନିଜକୁ ଦାଇ କରିଛନ୍ତି । ପିଲାମାନଙ୍କ ଭବିଷ୍ୟତ ଗଠନରେ ବାପାର ଦାୟିତ୍ଵ କୁ ଠିକ୍ ଭାବରେ ତୁଲେଇ ନ ଥିବାରୁ ନିଜକୁ ଧିକାର କରି ଛନ୍ତି । ଏତେ ପାଚୂର୍ଯ୍ୟ ମଧ୍ୟରେ ଥିଲେ ମଧ୍ୟ ନିଜେ ଓ ପରିବାର ଅସାନ୍ତିରେ କାଳ କଟୁଛନ୍ତି ।


          ମଣିଷ ଯେତେବେଳେ କର୍ତ୍ତବ୍ୟ ଓ ପରିବାର ପ୍ରତି ଦାୟିତ୍ଵ କୁ ଭୁଲିଯାଏ । ସେତେବେଳେ  ପରିବାର ଘୋର ବିପଦ ଆଡ଼କୁ ମାଡି ଯାଏ ସେ ନିଜେ ମଧ୍ୟ ଜାଣି ନ ଥାଏ ।  ପିଲାମାନେ ଅମଣିଷ ହୋଇଯାଆନ୍ତି । ସ୍ତ୍ରୀ ମଧ୍ୟ କୁସଂଗକୁ ଚାଲିଯାଏ । ଉଚିତ୍ ଯେ ଅଫିସ ର କାର୍ଯ୍ୟ ସଠିକ୍ ଭାବରେ ତୁଲାଇବା ସଙ୍ଗେ ସଙ୍ଗେ  ସ୍ତ୍ରୀ ପିଲା ମାନଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଠିକ୍ ରୂପେ ସମ୍ପାଦନା କରି ଥିଲେ ଆଜି ଯିତ୍ କୁ ଏଭଳି ଦାସ ଭୋଗ କରିବାକୁ ପଡି ନ ଥାନ୍ତା । କଥାରେ ଅଛି ।

    ବୈକୁଣ୍ଠ ସମାନ ଅଟେ ଆହା ସେହି ଘର 

     ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।

        



Rate this content
Log in

Similar oriya story from Tragedy