ଅଭିନୟ
ଅଭିନୟ
ସବୁ ପ୍ରକାର ଆକଟ ମଧ୍ୟରେ ମିନାକ୍ଷୀ ସ୍କୁଲ ଶିକ୍ଷା ସମାପ୍ତ କରି ପ୍ରଥମ କରି କଲେଜରେ ପାଦ ଦେଇଛି। ସୁନ୍ଦର ଚେହେରା ସାଙ୍ଗକୁ ନୀଳ କଇଁ ପରି ଅଖି ବେସ୍ ଆକର୍ଷଣୀୟ। ରଙ୍ଗୀନ୍ ସ୍ବପ୍ନ ନେଇ ଉଡିବୁଲୁଛି ନା ପିତାମାତାଙ୍କ ଆକଟ ଅଛି ନା କଲେଜର କଟକଣା। ମନରେ ତାର ଅସୁମାରୀ ଭାବନା ଏବଂ ଅହେତୁକ ଭାବାବେଗ। ମନରେ ବାସନା ଅନେକ,ସ୍ବପ୍ନ ବି ଏନେକେ।
ମୁକ୍ତ ଆକାଶର ବିହଙ୍ଗ ପରି ରଙ୍ଗବେରଙ୍ଗର ପରୀଟିଏ ସାଜି ଉଡିବୁଲିବା ନୀତି ଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି। ଅଥଚ ଅପର୍ଯ୍ୟନ୍ତ କାହାରି ପ୍ରେମରେ ପଡିନି।ବୋଧହୁଏ ତା ମନ ପସନ୍ଦର ମଣିଷଟିକୁ ଏପର୍ଯ୍ୟନ୍ତ ପାଇ ନାହିଁ। ମନରେ ଅନେକ ସ୍ବପ୍ନ ଦେଖିଛି। ମନର ମଣିଷଟି ସୁନ୍ଦର ,ସାବଲୀଳ ଏବଂ କୋମଳ ହୃଦୟବାନ ହେବା ସଙ୍ଗେ ସଙ୍ଗେ ଆଉ କାହାକୁ ଜୀବନରେ ଆଡ ଆଖିରେ ଚାହିନଥିବେ ।ଏହି ଭଳି ଅମାଇକ ବ୍ୟକ୍ତିତ୍ଵ ତାର ପସନ୍ଦ। ବାସ୍ତବରେ ମନ ଯାହା ଚାହେ ତାହା କଣ ପାଇଯାଇପରେ।
ମାନସ +୨ ଦ୍ଵିତୀୟ ବର୍ଷ ଛାତ୍ର। ଗୌରବର୍ଣ୍ଣ ସୁନ୍ଦର ଚେହେରା,କହିବାକୁଗଲେ ସେ ଗୋଟିଏ ଚାଉଳରେ ଗଢା। ତାର ଚରିତ୍ର କିନ୍ତୁ ମିନାକ୍ଷୀ ଭାବୁଥିବା ଚେହେରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତାର ଅଭିନୟ ଏତେ ଯେ ବାସ୍ତବ ଯେକୌଣସି ଝିଅ ତାର ମାୟଜାଲରେ ନ ଫସି ରହିପାରିବ ନାହିଁ। ମିନାକ୍ଷୀ ସେଥିରୁ ବାଦ ପଡିଥନ୍ତା କିପରି। ଫୁଲରୁ ଫୁଲକୁ ଉଡି ବୁଲି ମଧୁ ସଂଗ୍ରହ କରିବା ତାର ଅଭ୍ୟାସ।ସୁନ୍ଦର ସୁନ୍ଦର ତରୁଣୀ ମାନଙ୍କୁ ମୟଜାଳରେ ଫସାଇ ମଧୁ ଆଶ୍ୱାଦନ ପାଏ ଅହେତୁକ ଆନନ୍ଦ, ସେ କଣ ଗୋଟିଏ ଫୁଲକୁ ନିଜର କରି ସନ୍ତୁଷ୍ଟ ହୋଇ ପାରିବ। ଅନଳ ଦେଖିଣ ପତଙ୍ଗ ଯେପରି ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ସେହି ଅନଳରେ ଝାସ ଦିଅନ୍ତି। ପ୍ରେମରେ ଖଣ୍ଡି ଉଡ଼ା ଦେଉଥିବା ମିନାକ୍ଷୀ ପ୍ରେମରେ ପଡ଼ିବା ସ୍ଵାଭାବିକ।
ପ୍ରେମ ! ପ୍ରେମ ଏକ ଚିରନ୍ତନ ସତ୍ୟ ଏବଂ ମନର ଏକ ଉଦ୍ଦାମତାରେ ଉତ୍ଫୁଲିତ ଭାବାବେଗ ଯାହା ଈର୍ଷା,ଦ୍ୱେଷ,ସ୍ବାର୍ଥ ଓ ପ୍ରବଞ୍ଚନାକୁ ଗୌଣ କରି ଦୁଃଖ ଯାତନା ଓ ବିରହର ପରିଧି ମଧ୍ୟରେ କଳଙ୍କକୁ ଖାତିର ନକରି ଶାଶ୍ଵତ ଉପଲବ୍ଧି ପାଇଁ କେହି ଆବେଗ ସୃଷ୍ଟି କରି ଥାନ୍ତି। ମାତ୍ର ସ୍ବାର୍ଥ ଓ ନିଃସ୍ଵାର୍ଥ ପ୍ରେମ ମାନବ ଜୀବନର ମରୁଭୂମିରେ ସୃଷ୍ଟିକରେ ବସନ୍ତର ମଧୁଭରା ଉଦ୍ୟାନ।ଯେମିତିକି କେହି ଜଣେ ଶାଶ୍ଵତ ପ୍ରେମ ଚାହୁଁଥିବା ବେଳେ ଅନ୍ୟ କେହି ନିଜର କାମନା ବାସନା ଚରିତାର୍ଥ କରିବାରେ ଅଭିନୟର ସାହାରା ନେଇ ପ୍ରେମ ନିବେଦନ କରିଥାନ୍ତି।
ପରସ୍ପରକୁ ପାଇବା ପାଇଁ ଉଭୟ ବ୍ୟାକୁଳ ହୋଇ ଉଠନ୍ତି।ମାନସ ଦୈହିକ ସୁଖ ଚାହୁଁଥିବା ବେଳେ ମିନାକ୍ଷୀ ମନଲାଖି ମନଟିଏ ପାଇଁ ବ୍ୟାକୁଳ। ମାନସ ଜଣେ ଲମ୍ପଟ କୁଚରିତ୍ର,ନାରୀ ମାଂସ ଲୋଭି ସୈତାନ୍, ରଙ୍ଗୀନ୍ ସ୍ବପ୍ନ ଭିତରେ ସେ ଜାଣିପାରି ନ ଥିଲା। ବ୍ୟାକୁଳତା ଭିତରେ ମିନାକ୍ଷୀ କେତେବେଳେ ନାରୀର ମୂଲ୍ୟବାନ ସମ୍ପତିକୁ ଦାନ କରିଦେଇଛି,ନିଜେ ମଧ୍ୟ ଜାଣିପାରି ନାହିଁ । ବାସ୍ତବ ଅଭିନୟ କରି ନିଶା ଖୁଆଇ ତାର କାମ ବାସନାକୁ ଚରିତାର୍ଥ କରିଦୂରଇ ଯାଏ।ଇତିମଧ୍ୟରେ ମିନାକ୍ଷୀ ଅନ୍ତାସତ୍ୱା ହୁଏ।ଫୁଲ ଫୁଟିଲେ ତାର ବାସ୍ନା ପବନରେ ଯେପରି ଚହତି ଯାଏ ଠିକ୍ ସେହିଭଳି ମିନାକ୍ଷୀର କଥା ମାନସର କାନରେ ପଡେ।ହେଲେ ମାନସ ତାକୁ ଅସ୍ବୀକାର କରି ପିଲା ନଷ୍ଟ କରିବାକୁ ବାଧ୍ୟକରେ। ହେଲେ ଗୋଟିଏ ମା ' ର ହୃଦୟ କେବେ କଣ ତାର ସନ୍ତାନକୁ ଏପରି କରିପାରେ , ନା ସେ କେବେ କରିପାରିବ ନାହିଁ।ଦୁନିଆ ଯାହା କହୁନା କାହିଁକି ମା ବାପାର ମମତା ଦେଇ ସମାଜ ଆଗରେ ଛିଡା କରାଇବା।ଚିନ୍ତା ଚେତନା ଭିତରେ ହଜି ନିଜକୁ ହଜେଇ ଦେଇଛି ଅନ୍ଧକାରାଛନ୍ନ ବୁକୁ ଫଟା କୋହରେ। ଅଭିନୟକୁ ନ ବୁଝି ଟିକିଏ ଭୁଲ ପାଇଁ ଆଜି ସେ ଗୁମୁରି ଗୁମୁରି କାନ୍ଦି ଭୁଲର ପ୍ରାୟଶ୍ଚିତ କରୁଛି।