Rajakishore Mundi

Tragedy

2  

Rajakishore Mundi

Tragedy

ଶୀର୍ଷକ -ଚିଠିରେ ଚିଠିରେ

ଶୀର୍ଷକ -ଚିଠିରେ ଚିଠିରେ

2 mins
30


              ଜୀବନରେ ଏପରି କିଛି କଥା ଅଛି ଯାହା କି କେବେ ଚାହିଲେ ବି ଭୁଲି ହେବ ନାହିଁ । ଜୀବନର ଏହି ମୁହୂର୍ତ୍ତଟିକୁ ସାହିତି ରଖିଛି ମୋର ଆବୃତ ବୁକୁରେ । ପ୍ରତିଟି ମୁହୂର୍ତ୍ତରେ କ୍ଷତବିକ୍ଷତ କରି ଚାଲିଛି ମୋର ହୃଦୟ ବୁକୁରେ ଗୋପନ ରଖିଛି ଅତି ଅନ୍ତରଙ୍ଗ ପ୍ରିୟଜନ ଠାରୁ । 

ମୋର ଠିକ୍ ମନେ ଅଛି । ସୋମବାର ସୁନେଲି ସୂର୍ଯ୍ୟ ରଶ୍ମି ବିଛାଡି ହୋଇ ପଡ଼ିଥାଏ । ଆଉ ସବୁଜ ସୁଷମା ମଣ୍ଡିତ ଧରଣୀ ରାଣୀ ମନୋରମ ଦିଶୁ ଥାଏ । ଅଫିସ କାର୍ଯ୍ୟ ପାଇଁ ବାହାରି ପଡ଼ିଲି ଖଣ୍ଡେ ସାଇକେଲ ଧରି । ଛତ୍ରତୋଟା ଷ୍ଟାଣ୍ଡରେ ସାଇକେଲ ରଖି କଟକ ଅଭିମୁଖେ ବସରେ ଚଢ଼ିଲି । କଟକରେ ପହଞ୍ଚି କାର୍ଯ୍ୟ ସରିବା ବେଳକୁ ବିଳମ୍ବ ହୋଇ ଗଲାଣି । ଘର ପାଖ ବସ୍ ଆଉ ନ ଥିଲା । ଏକ ଘରୋଇ ବସରେ ଚଢି କୌଣସି ପ୍ରକାରେ ସାଲେପୁର ବଜାରରେପହଞ୍ଚି ଗଲି । ଭାବୁଥାଏ ଟେମ୍ପୁ ମିଳିବ ତ? ରାତ୍ର ୧୦ ହୋଇଗଲାଣି, ଚାରି ଆଡେ଼ ଶୁନ୍ ଶାନ୍ ଦେଖି ଆଗକୁ ବଢ଼ିଲି । ନିରବତା ଭଙ୍ଗ କରି କେହି ଜଣେ  ମହିଳା ତାଙ୍କ ଆଡ଼କୁ ଅଗ୍ରସର ହେଉଛନ୍ତି।ମନରେ ଭୟ ଥିଲେ ମଧ୍ୟ ନିଜକୁ ପ୍ରକୃତିସ୍ଥ କରି ନେଲି। । ତାଙ୍କ ମୁଖମଣ୍ଡଳରୁ ଯାହା ଜଣାପଡ଼ୁଥିଲା ବୋଧହୁଏ ତାଙ୍କର ବୟସ ୪୦ ବର୍ଷରୁ କମ୍ ହେବ ନାହିଁ । କୌଣସି ଗାଡ଼ିର ଦେଖାନାହିଁ । ତଥାପି ଧୈର୍ଯ୍ୟହରା ହୋଇ ଅପେକ୍ଷା କରିଥାଉ । ଠିକ୍ ସେତିକିବେଳେ ରିଜର୍ଭ ଟ୍ୟାକ୍ସି ଦେଖି ରହିବା ପାଇଁ ଇଶାରା ଦେବାରୁ ଗାଡ଼ିଟି ରହିଲା । ମହିଳାଟିକୁ ଦେଖି ବାଧ୍ୟ ହୋଇ ଆମକୁ ନେଲେ । ଛତ୍ରତୋଟା ଛକରେ ଓହ୍ଲାଇ ପଡ଼ିଲି । ମହିଳା ମଧ୍ୟ ସେଠାରେ ଓହ୍ଲାଇ ପଡ଼ିଲେ । ଏକୁଟିଆ ଦେଖି ପଚାରିଲି ମାଉସୀ ନବା ପାଇଁ କଣ କେହି ଆସିନାହାନ୍ତି । ସୌଜନ୍ୟତା ଦୃଷ୍ଟିରୁ ପଚାରିବା ପୂର୍ବରୁ ସେ କହିଲେ ପୁଅ ଟିକେ ମୋତେ ଘରେ ଛାଡ଼ି ଦେବ, ତୁମର ଅସୁବିଧା ହେବ ବୋଲି କହୁନଥିଲି । ମୁଁ କହିଲି ସେମିତି କାହିକି ଭାବୁଛନ୍ତି, ଆସ ମୁଁ ଛାଡ଼ି ଆସିବି । ଏତେ ବାଟ ଆସିଲାଣି ଆମ ଘରେ ଟିକେ ବସି କରି ଯାଅ । ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ଘର ଭିତରକୁ ଗଲି ।

    ଘର ଭିତରଟା ସୁନ୍ଦର୍ ଭାବରେ ସଜା ହୋଇଛି । ଡ୍ରଇଂ ରୁମରେ ବସିପଡ଼ିଲି । ମହିଳା ଡାକି କହିଲେ ଆକାଂକ୍ଷା ଦୁଇ କପ୍ କଫି ନେଇଆ । ଆକାଂକ୍ଷା ଆସି ତାର ସୁନ୍ଦର ହାତରେ କଫି କପ୍ ବଢାଇଦେଇ ନମସ୍କାର କଲେ । ମୁଁ କଫି ପିଉ ପିଉ ଚାହୁଁଥିଲି ତାର ସେହି ସୁନ୍ଦର ମୁହଁଟାକୁ । ସତେ ଯେମିତି ସଦ୍ୟ ପ୍ରସ୍ଫୁଟିତ ଗୋଲାପ କଢ଼ି । ଆଖି ଯେପରି ନୀଳକଇଁ ପରି ମୁହଁଟି ସେମିତି ଚନ୍ଦ୍ର ଉଦିଆ ପରି ସୁନ୍ଦର । କଥାରେ ତାର ସତେ ଯେମିତି ମହୁ ଝରି ଯାଉଥିଲା । ଏପରି ସୁନ୍ଦରୀ ଝିଅ ଆଗରୁ କେବେ ଦେଖିନଥିଲି । ଫେରିବା ବେଳେ ସେହି ଝିଅଟି ସମୟ ହେଲେ ରାଜୁଭାଇ ଆମ ଘରକୁ ଆସିବେ ବୋଲି କହିଥିଲା । ମୁଁ ମଧ୍ୟ ହଁ କହିଥିଲି ।

   ଏହା ଭିତରେ କିଛି ଦିନ ବିତି ଯାଇଥିଲା । ହଠାତ୍ ଦେଖା ହେଲା ଏକ ବିବାହ ଭୋଜିରେ । ସେହି ଦିନ ଠାରୁ ସମ୍ପର୍କର ମଜଭୂତ ମୂଳଦୁଆ ପଡ଼ିଗଲା । ଚିଠି ପରେ ଚିଠି ଏହିପରି ଅନେକ ଦିନ ଚାଲିଲା । ଦିନେ ଖବର ପାଇଲି ତାର ଆକ୍ସିଡେଣ୍ଟ୍ ହୋଇଯାଇଛି । ପାଦତଳୁ ମୋର ମାଟି ଖସି ପଡ଼ିଲା । ଏବେ ବି ଝୁରୁଛି ଝୁରୁଥିବି ମଧ୍ୟ ।



Rate this content
Log in

Similar oriya story from Tragedy