Parameswar Ojha

Drama Inspirational

3.3  

Parameswar Ojha

Drama Inspirational

ଶିକ୍ଷା

ଶିକ୍ଷା

1 min
189



  ସାନ ଭାଇ ଦୁହିଁଙ୍କୁ ପାଠ ପଢେଇବା ମଝିରେ ବଡ଼ ଭଉଣୀ କହୁଥିଲା ଭଲ ଭଲ ଶିକ୍ଷଣୀୟ କଥା ସବୁ ।ବଡ଼ ଦେଈ କହୁଥିଲା-" ଗୁରୁଜନ ଏବଂ ବଡ଼ ମାନଙ୍କ ଠାରୁ ଭଲ ଉପଦେଶ ଶିଖିବ । ସେମାନଙ୍କୁ ପ୍ରଣାମ କରିବ । ସବୁବେଳେ ସତ କହିବ ‌। ବୟସରେ ବଡ଼ ଯେ କେହିବି ଘର ଭିତରକୁ ପ୍ରବେଶ କଲେ ପ୍ରଥମେ ବସିବା ସ୍ଥାନରୁ ଉଠି ଛିଡ଼ା ହେବ । ଏହା ହେଉଛି ବଡ଼ ମାନଙ୍କ ପ୍ରତି ସାନ ମାନଙ୍କ ର ସମ୍ମାନ ବୁଝିଲ ?


 କୋୖଣସି କାମ ପାଇଁ ହଠାତ୍ ପଡିଶା ଘର ଲେଙ୍କା ବାବୁ ଘର ଭିତରକୁ ପଶି ଆସିଲେ । ବଡ଼ ଭଉଣୀ ର କଡ଼ା ଚାହାଣୀ ରେ ପିଲା ଦୁହେଁ ବସିବା ଯାଗାରୁ ଉଠି ଛିଡ଼ା ହେଲେ । 

 

 କିନ୍ତୁ ପିଲା ଦୁଇଟି ଅନେଇଥିଲେ ତାଙ୍କ ବଡ ଦେଈ ସେମିତି ଚେୟାର୍ ଉପରେ ବସି ରହିଛି । 





Rate this content
Log in

Similar oriya story from Drama