Binata Mohanta

Drama Inspirational

3  

Binata Mohanta

Drama Inspirational

ଶେଷ ଚାହାଣୀ

ଶେଷ ଚାହାଣୀ

2 mins
258


ଶାଶୁ ଏବଂ ବୋହୂର ସଂପର୍କ ଖୁବ ବିଚିତ୍ର । ଏ ଦୁଇ ଚରିତ୍ର ମଧ୍ୟରେ ଯେତେ ତିକ୍ତତା ଭରିରହିଥିଲେ ମଧ୍ୟ ଶେଷ ପରିଣତି ମଧୂରତାରେ ସମାପନ ହୁଏ । ସର୍ବଦା ମନ ମଧ୍ୟେ ଭରି ଥାଏ ଦୁହିଁଙ୍କର ମାନ ଅଭିମାନ ଭରା ଅଭିଯୋଗ ।ଆଉ ଏହି ମିମାଂସାରେ ପେଶି ହୋଇ ଥାଏ ବିଚାରା ସ୍ବାମୀ ଓ ପୁତ୍ର ।ମା' ପାଇଁ ସେ ତ ଜୀବନ ଧନ ଓ ସ୍ତ୍ରୀର ପ୍ରାଣ ପ୍ରିୟ ।ଇଏ କହେ ମୋ କଥା ଆଗେ ଶୁଣ ତ ସିଏ କହେ ଆଗେ ମୋ କଥା...... ।ଏହା ପରେ କେତେ ରାଗ ରୋଷ, ମୁହଁ ଫୁଲାଫୁଲି ପୁଣି କଥା କଟାକଟି କେତେ ପ୍ରକାର ନାଟକ ପ୍ରାୟ ନିତିଦିନିଆ ଘଟଣା । 


ସମୟ ସହ ବଦଳି ଯାଇଥାଏ ରାଗ ରୋଷ ଓ ମାନ ଅଭିମାନ ।କେବେ ଏହା ନୂତନ ରୂପରେଖ ନିଏ ଯାଣି ହୁଏ ନାହିଁ । ଏହି ଶାଶୁ ବୋହୂର ସମ୍ପର୍କ ରେ ଆସିଥାଏ ଘନିଷ୍ଠତା । ଶାଶୁଙ୍କ ବାର୍ଦ୍ଧକ୍ୟତାରେ ଲାଠି ହୋଇ ଛିଡା ହୁଏ ବୋହୂଟିଏ । ବୋହୂ ଉପରେ ଯେତେ ରାଗିଲେ ମଧ୍ୟ କ୍ଷଣିକ ପାଇଁ ହେଲେ ଦୂର ହେବାପାଇଁ ଦିଅନ୍ତି ନାହିଁ ତାଙ୍କ ନଜର ଆଗରୁ । ପ୍ରତି ମୂହୁର୍ତ୍ତରେ ଖୋଜିଥାନ୍ତି ବୋହୂର ଉପସ୍ଥିତି । 


ଦୀର୍ଘ ସମୟ ଧରି ଶଯ୍ୟାଶାୟୀ ହୋଇ ରହିଲେ ଶାଶୁ । କେବେହେଲେ ବୋହୂ ଶାଶୁଙ୍କର କାମରେ ହେଳା ନକରି ସମସ୍ତ କାର୍ଯ୍ୟ ନିଜର କର୍ତ୍ତବ୍ୟ ଭାବି ସ୍ବଇଚ୍ଛାରେ କରିଥିଲା । ନିଜ ହାତରେ ସବୁ କାର୍ଯ୍ୟ ଓ ସେବାଯତ୍ନରେଏହି ସମ୍ପର୍କର ନିବିଡତା ଆହୁରି ବଢିଗଲା । ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଶାଶୁ । ବୋହୂ ପଚାରିଲା ମା' କେମିତି ଲାଗୁଛି ଆପଣଙ୍କୁ ? ପ୍ରତିଉତ୍ତରରେ କହିଲେ ଭଲ ନାହିଁ! ବୋହୂ କହିଲା ଭଲ ହୋଇଯିବେ , କିଛି ହବନି ଆପଣଙ୍କୁ । ବୋହୂ ହାତକୁ ମୁଠା କରି ଧରିଲେ ଏକ ସ୍ମିତ ଓ ଶାନ୍ତିପୂର୍ଣ୍ଣ ହସ ସହିତ । ତା'ପରେ ସେ ଆଖି ବୁଜି ଦେଲେ । ହସ୍ପିଟାଲରେ ଗୋଟିଏ ରାତି ରହିବା ପରେ ତା'ପର ଦିନ ତାଙ୍କର ଦେହାନ୍ତ ହୋଇଥିଲା । F


ଶାଶୁ ଚାଲିଗଲେ , ତାଙ୍କ ସହ ଲିଭିଗଲା ସମସ୍ତ ତିକ୍ତତା,ମାନ ଅଭିମାନ,ରାଗ ରୋଷ,କଥା କଟାକଟି ,ଏବେ ଖାଲି ମନେ ଅଛି କିଛି ଅଭୁଲା ଓ ଅକୁହା ସ୍ମୃତି। ଆଜି ମଧ୍ୟ ସାଇତି ରଖିଛି ତାଙ୍କ ଚଷମା, ନେଲ୍ କଟର,ଚାହା କପ୍ । ଏଗୁଡିକ ପ୍ରତିଦିନ ମୋ ନଜରରେ ପଡ଼ିଥାଏ ଓ ସେ ମୋ ପାଖରେ ‌ଥିବାର ଅନୁଭୂତି ଦେଇଥାଏ । 



Rate this content
Log in

Similar oriya story from Drama