Binata Mohanta

Others

4  

Binata Mohanta

Others

ନୂତନ ବନ୍ଧୁତ୍ବ

ନୂତନ ବନ୍ଧୁତ୍ବ

3 mins
12


   


ଆଲୋକ ବାବୁ ଜଣେ ଉଚ୍ଚ ଶିକ୍ଷିତ,ଗୁଣି,ଭଦ୍ରକ ଓ ନମ୍ର ବ୍ୟକ୍ତି। ଜଣେ ଦକ୍ଷ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରି ଏକ ଉଚ୍ଚ ପଦାଧିକାରୀ ଭାବେ କାର୍ଯ୍ୟରୁ ବିରାମ ନେଇଥିଲେ। କିନ୍ତୁ ନିଜ ମାତୃଭାଷା ଓ ସାହିତ୍ୟ ପ୍ରତି ମନରେ ଦୁର୍ବଳତା ଥିବାରୁ ସେ ସହରର ଅନେକ ସାହିତ୍ୟ ଅନୁଷ୍ଠାନ ମାନଙ୍କ ସହ ଜଡ଼ିତ ଥିଲେ ।ସେ ସର୍ବଦା ନୂଆ ନୂଆ ପ୍ରତିଭାଙ୍କୁ ଖୋଜି ବାହାର କରିବାର ପ୍ରୟାସରେ ଥାନ୍ତି ।


ଅନ୍ୱେଷା ଏକ ଉଚ୍ଚ ଶିକ୍ଷିତ ଗୃହିଣୀ, ସୁମଧୁର ଭାଷିନି।ଘର କାମ ସହିତ, ରୋଷେଇ ଓ ବଗିଚା ସଜାଡ଼ିବାକୁ ସେ ଖୁବ ଭଲପାଏ । ଟିଭି ଦେଖିବା, ମୋବାଇଲ୍ ରେ ଗପିବା ଏସବୁ ସେ ପସନ୍ଦ କରେନାହିଁ। ଅନ୍ୱେଷାର ସ୍ବାମୀ ସୁଦୀପ ବାବୁ ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ । ସୁଦୀପ ବାବୁ ପଢ଼ିବାକୁ ଖୁବ୍ ଭଲ ପାଆନ୍ତି । ସ୍ପଳ୍ପ ଭାଷୀ, ସବୁ ବେଳେ ତାଙ୍କ ହାତରେ ବହି କିମ୍ବା ଖବରକାଗଜ ଥାଏ । ଅନ୍ୱେଷା ନୂଆ ନୂଆ ଲେଖା ଆରମ୍ଭ କରିଥାଏ ,ଏହି ସମୟରେ ସେ ତାର ସାଙ୍ଗ ଠାରୁ ଆଲୋକ ବାବୁଙ୍କର ଫୋନ୍ ନମ୍ବର ପାଇଥିଲା । ଅନ୍ୱେଷା, ଆଲୋକ ବାବୁଙ୍କ ସହ ଯୋଗାଯୋଗ କରି ତା'ର ଲିଖିତ କିଛି କବିତା ପଢିବାକୁ ଦେଇଥିଲା ଓ ମତାମତ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲା । ପରେପରେ ସେ ଆଲୋକ ବାବୁଙ୍କ ସହାୟତାରେ କିଛି ସାହିତ୍ୟ ଅନୁଷ୍ଠାନ ମାନଙ୍କରେ ସଦସ୍ୟା ମଧ୍ୟ ହୋଇ ଥିଲା। ଏହାପରେ ଦୁହିଁଙ୍କର ଅନେକ ସାହିତ୍ୟ ଆସରେ ଦେଖା ହୁଏ। ଦୁହେଁ ଦୁହିଁଙ୍କୁ ସ୍ବାଗତ ଓ ବିଦାୟ ବାର୍ତ୍ତା ଜଣାଇ ପ୍ରସ୍ଥାନ କରିଥାନ୍ତି।


ପ୍ରତିବର୍ଷ ଭୁବନେଶ୍ଵରଠାରେ ଏକ ରାଜ୍ୟ ସ୍ତରୀୟ ସାହିତ୍ୟ ସମାରୋହ ଉତ୍ସବ ଆୟୋଜିତ ହୋଇଥାଏ। ସେଥିରେ ପ୍ରତ୍ୟେକ ଜିଲ୍ଲାର କିଛି ଲେଖକଙ୍କ ର ଲେଖାକୁ ସ୍ଥାନ ଦିଆ ଯାଇଥାଏ ।

‌ସେଥିରେ ତମେ ଲେଖା ଦବ କି ଅନ୍ୱେଷା ! ବାର୍ତ୍ତାଳାପ ମଧ୍ୟରେ ଆଲୋକ ବାବୁ ପଚାରି ଥିଲେ। ଏହାପରେ ଅନ୍ୱେଷା ତା'ର ଲେଖା କବିତା ମଧ୍ୟରୁ ଏକ କବିତା ଆଲୋକ ବାବୁଙ୍କୁ ଦେଇଥିଲା । କିଛିଦିନ ପରେ କବିତା ସଂକଳନ ରୂପ ନେଇ  ବହିଟିଏ ପ୍ରକାଶ ପାଇଲା ।ଏହି ବହିର ଉନ୍ମୋଚନ ନିମନ୍ତେ ଲେଖା ଦେଇଥିବା ସମସ୍ତ କବି ଓ କବୟିତ୍ରୀ ନିମନ୍ତ୍ରିତ ହୋଇଥିଲେ । ଏଥି ନିମନ୍ତେ ସେ ସମସ୍ତଙ୍କୁ ଯୋଗାଯୋଗ କରି ଥିଲେ ଓ କେମିତି ଯିବେ ତା'ର ବନ୍ଦୋବସ୍ତରେ ଲାଗି ପଡ଼ିଲେ ।ଟ୍ରେନ ରେ ଯିବା ଲାଗି ସମୟ ଓ ଦିନ ଧାର୍ଯ୍ୟ ହେବା ସହିତ ଟିକେଟ ମଧ୍ୟ କରାଗଲା ।ଆମ ସହରରୁ ପାଞ୍ଚ ଜଣ ଭୁବନେଶ୍ଵର ଅଭିମୁଖେ ବାହାରିଲେ ।ସବୁ ଗୃହିଣୀ ମାନେ ଗୋଟିଏ ଦିନ ପାଇଁ ଜଞ୍ଜାଳ ମୁକ୍ତ ଅନୁଭବ କରୁଥିଲେ । ସେଠାରେ ଯାଇ ପହଞ୍ଚିବା, ସମସ୍ତେ ଏକା ସହିତ ବୁଲି ସମୟ ବିତାଇବା, ସଭିଙ୍କ ମନରେ ଖୁବ୍ ଆନନ୍ଦ ଭରି ଦେଇଥିଲା । ଆଲୋକ ବାବୁ ସମସ୍ତଙ୍କର ଖୁବ୍ ଧ୍ୟାନ ରଖିବା ସହିତ ଟିକିନିଖି ସବୁ କଥା ବୁଝିଥିଲେ, ଯେପରି କାହାରି କିଛି ଅସୁବିଧା ନ ହୁଏ । କାର୍ଯ୍ୟକ୍ରମ ସରିଲା,ଘର ଲେଉଟାଣି ର ସମୟ ହେଲା, ନିଜ ନିଜ ଜିନିଷ ଧରି ସମସ୍ତେ ପୁଣି ଷ୍ଟେସନରେ ଉପସ୍ଥିତ ହେଲେ ।

ଏହି ସମୟରେ ଅନ୍ୱେଷା କହିଲା ମୋତେ କାହିଁକି ବାନ୍ତି ଲାଗୁଛି କେଜାଣି ! ଏହା ଶୁଣି ଆଲୋକ ବାବୁ ଅନ୍ୱେଷାକୁ କ'ଣ ହୋଇଛି ବୋଲି ପଚାରିଲେ, ଅନ୍ୱେଷା ମଧ୍ୟ ଅତି ସହଜ ମନରେ ବାନ୍ତି ଲାଗୁଛି ସାର୍ ବୋଲି କହିଥିଲା । ଆଲୋକ ବାବୁ ତୁରନ୍ତ ଅନ୍ୱେଷାକୁ ଷ୍ଟେସନରେ ଥିବା ସୌଚାଳୟକୁ ନେଇଗଲେ ।ସଫେଇ ହୋଇ ନଥିବାରୁ ଏହା ବହୁତ ଦୁର୍ଗନ୍ଧ ହେଉଥିଲା । ଅନ୍ୱେଷା ଚାପି ଚୁପି ହୋଇ ଫେରି ଆସିଲା । ଷ୍ଟେସନରେ ଥିବା ବେଞ୍ଚରେ ବସି ପାଣି ପିଇ ଥିଲା।

ହଠାତ୍ ଉଠି ପୁଣି ସୌଚାଳୟକୁ ଦଉଡ଼ି ଗଲା ଓ ବାନ୍ତି କରିଥିଲା।ଏହି ସମୟରେ ତା ହାତକୁ ଆଲୋକ ବାବୁ ଏକ ପାଣି ବୋତଲ ବଢାଇ ଦେଇଥିଲେ । ବୋତଲ ପାଣିରେ ମୁହଁ ଧୋଇ ଟିକେ ଆଶ୍ୱସ୍ତି ଅନୁଭବ କଲା । ଆଲୋକ ବାବୁ ବାରମ୍ବାର ପଚାରୁଥାନ୍ତି, ଅନ୍ୱେଷା କେମିତି ଲାଗୁଚି ତମକୁ…, ସାର୍ ବହୁତ ଯୋରରେ ମୁଣ୍ଡ ବିନ୍ଧୁଛି ଅନ୍ୱେଷା କହିଥିଲା । ଆଲୋକ ବାବୁ ଅତି ବ୍ୟସ୍ତ ହୋଇ ଯାଉଥିଲେ, ଅନ୍ୱେଷାର ଅସୁସ୍ଥତା ଆଲୋକ ବାବୁଙ୍କ ମୁହଁ ରୁ ଝଲକି ଉଠୁଥିଲା ।

ଏହି ସମୟରେ ଅନ୍ୱେଷା କହିଲା ସାର ତଣ୍ଟି କଟିଗଲା ଭଳି ଲାଗୁଛି, ଆପଣଙ୍କ ପାଖରେ କିଛି ଚକୋଲେଟ ଅଛି କି ? ଆଲୋକ ବାବୁ ବ୍ୟସ୍ତ ଭରା ଚାହାଣୀ ରେ କହିଲେ ନାହିଁ,ତମେ ଏଇଠି ବସିଥାଅ ମୁଁ ତୁରନ୍ତ ଆସୁଛି।ସେ ଟିକିଏ ବି ଡେରି ନ କରି ଚାରୋଟି ଚକୋଲେଟ ଆଣି ଅନ୍ୱେଷା ହାତରେ ଦେଲେ ଓ ସେଥି ମଧ୍ୟରୁ ଗୋଟିଏ ଚକୋଲେଟ ରୁ ଚୋପା କାଢି ଅନ୍ୱେଷା ଆଡକୁ ବଢାଇ ଦେଲେ । ଅତି ଆଦରରେ ଅନ୍ୱେଷା ଚକୋଲେଟ ଟିକୁ ପାଟିରେ ନେଇଥିଲା ।


ଘରେ ପହଞ୍ଚିବାପରେ ସ୍ବାମୀ ସୁଦୀପ ଙ୍କୁ ଅନ୍ୱେଷା

ତା'ର ଅସୁସ୍ଥତା ବିଷୟରେ ଜଣାଇଥିଲେ ଓ ଆଲୋକ ବାବୁ କିଭଳି ତା'ର ଯତ୍ନ ନେଇଥିଲେ ସବୁ ସେ ସୁଦୀପ ଙ୍କୁ କହିଥିଲା । ତହୁଁ ପରଦିନ ଫୋନ୍ କରି ସେ ଆଲୋକ ବାବୁଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲା। ଆଲୋକ ବାବୁ ପ୍ରତି ଉତ୍ତରରେ ପଚାରିଲେ ତମେ କେମିତି ଅଛ ଅନ୍ୱେଷା ,ସୁସ୍ଥ ଅନୁଭବ କରୁଛ ତ ? ଏହା ପରଠାରୁ ଦୁହେଁ ଦୁହିଁଙ୍କ ଘନିଷ୍ଠ ବନ୍ଧୁ ପାଲଟି ଗଲେ । ନିଜ ନିଜର ସୁବିଧା ଅସୁବିଧା ଓ ମନ କଥା ଆଦାନ ପ୍ରଦାନ କଲେ । ଏହି ପରି ପରିପକ୍ୱ ବୟସରେ ଆରମ୍ଭ ହୋଇଥିଲା ଆଲୋକ ଓ ଅନ୍ୱେଷାର ବନ୍ଧୁତ୍ୱ ।



Rate this content
Log in