Binata Mohanta

Inspirational

4  

Binata Mohanta

Inspirational

ସୁକାନ୍ତି ମେହେର

ସୁକାନ୍ତି ମେହେର

3 mins
1

ଅନ୍ତର୍ନିହିତ ପ୍ରତିଭା କେବେ ଲୁଚି ପାରେ ନାହିଁ କିମ୍ବା ଦବି ଯାଏ ନାହିଁ । ସୁବିଧା ଓ ସୁଯୋଗ ପାଇଲା ମାତ୍ରେ ଏହା ଆପେ ଆପେ ବିକଶିତ ହୋଇଉଠେ । ଏହାର ଏକ ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ସୁକାନ୍ତି ମେହେର ।

  ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମରେ ସୁକାନ୍ତି ମେହେର ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ମାମୁଁ ଘରେ ରହି ସେଠାରୁ ତାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ସେ ମାତ୍ର ନବମ

ଶ୍ରେଣୀ ପର୍ଯ୍ୟନ୍ତ ପାଠପଢି ତାଙ୍କ ପାଠ ପଢାରେ ଡୋରି ପକାଇ ଥିଲେ। କିଛି ଦିନର ବ୍ୟବଧାନ ପରେ ତାଙ୍କ ବିବାହ ବରପାଲି ଅଞ୍ଚଳର ବୁଣାକାର ମକରଧ୍ବଜ ମେହେରଙ୍କ ସହିତ ସମ୍ପର୍ଣ୍ଣ ହୋଇଥିଲା । ବିବାହ ପରେ ସବୁ ଗୃହିଣୀଙ୍କ ପରି ସେ ମଧ୍ୟ ସମସ୍ତ ସମୟ ଗୃହ କାର୍ଯ୍ୟରେ ବିତାଉ ଥିଲେ। କିନ୍ତୁ ପରେ ପରେ ସ୍ବାମୀଙ୍କର ସ୍ବଳ୍ପ ରୋଜଗାର ଯୋଗୁଁ ପରିବାର ଚଳାଇବା କଷ୍ଟ ହୋଇଗଲା । ପରିବାର ର ଅଭାବନୀୟ ସ୍ଥିତି ଓ ପିଲାଙ୍କ ଭବିଷ୍ୟତକୁ ଚିନ୍ତା କରି ସେ ସ୍ବାମୀ ମକରଧ୍ବଜଙ୍କୁ ବାନ୍ଧ କାମରେ ସାହାଯ୍ୟ କରିଥିଲେ । ଧିରେ ଧିରେ ଏହି କାମ ପ୍ରତି ତାଙ୍କର ଆଗ୍ରହ ଆସିଲା ,ସେ ଏହି କ୍ଷେତ୍ରରେ

ନିପୂଣା ଓ ସିଦ୍ଧହସ୍ତା ହୋଇ ଗଲେ । ସ୍ବାମୀ ମକରଧ୍ବଜ ବିଭିନ୍ନ ମାଲିକଙ୍କଠାରୁ ଅର୍ଡର ଆଣୁଥିଲେ ଓ ଦୁହେଁ ମିଶି ତାଙ୍କ ପସନ୍ଦ ମୁତାବକ ଲୁଗା ପ୍ରସ୍ତୁତ କରୁ ଥିଲେ । କିନ୍ତୁ ଏଥିରେ ମଧ୍ୟ କିଛି ଲାଭ ହେଲାନାହିଁ। ସେଥିପାଇଁ ସେ ଏକ ତେଜରାତି ଦୋକାନ ଖୋଲିବାକୁ ଇଚ୍ଛା କଲେ । ବନ୍ଧୁ ବାନ୍ଧବ ଠାରୁ ସାହାଯ୍ୟ ନେଇ ସେ ଦୋକାନ ଟିଏ ଖୋଲିଲେ ଓ ଦୋକାନର ସମସ୍ତ କାର୍ଯ୍ୟ ସୁକାନ୍ତି ହିଁ ବୁଝିଲେ । 

  ଏହି ଭଳି ଦୁଃଖେ କଷ୍ଟେ ପରିବାର ଚଳୁଥିଲା।

୨୦୦୪ମସିହାରେ ସୁକାନ୍ତି ବାଲେଶ୍ଵର ଜିଲ୍ଲାର ମାଙ୍କେଡିଆ ସଂସ୍ଥା ନାମକ ଏକ ମହିଳା ଗୋଷ୍ଠୀରେ ନିର୍ମାଣ କୌଶଳ ବିଦ୍ୟାର୍ଥୀ ରୂପେ ଯୋଗ ଦେଇଥିଲେ ଓ ପ୍ରଶିକ୍ଷଣ ଗ୍ରହଣ କରିଥିଲେ

। ଏହା ପରେ ସେ ନିଜେ ଏହି ବାନ୍ଧ କଳାରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ।୨୦୦୬ ମସିହାରେ ପୁନେ ଠାରେ ହୋଇଥିବା ହସ୍ତକଳା ପ୍ରଦର୍ଶନୀରେ ମେହେର ଦମ୍ପତିଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ଏହି ପ୍ରଦର୍ଶନୀରେ ସେ ବାନ୍ଧକଳାର ନମୁନା ପ୍ରଦର୍ଶନ ସହ ପ୍ରସ୍ତୁତ ସାମଗ୍ରୀ ବିକ୍ରୀ କରିଥିଲେ । ଏହି ପ୍ରଦର୍ଶନୀ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଏହା ପରେ ସେ ଏହି ବାନ୍ଧ କଳା ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ ଓ ନୂତନ ଡିଜାଇନ୍ ପ୍ରସ୍ତୁତିରେ ଲାଗି ପଡିଲେ ।୨୦୦୭ ମସିହାରେ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହେଉଥିବା ହସ୍ତକଳା ମେଳା ରେ ଯୋଗ ଦେବା ପାଇଁ ତାଙ୍କ ନିକଟକୁ ନିମନ୍ତ୍ରଣ ଆସିଲା ।

ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସ୍ବପାନ ଚଢ଼ିବାକୁ ଲାଗିଲେ ।୨୦୧୧ ମସିହାରେ ଓଡ଼ିଶା ସରକାରଙ୍କ ଠାରୁ ହସ୍ତତନ୍ତ ବୟନ ନିମନ୍ତେ ହସ୍ତ ଶିଳ୍ପ ବିଭାଗ ପକ୍ଷରୁ ନିଜ କଳାକୃତି ପ୍ରସ୍ତୁତି ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପୁଣି ଥରେ ୨୦୧୧ ମସିହାରେ ହିଁ ସେ ଜାତୀୟ ପୁରସ୍କାରରେ ସମ୍ମାନୀତ ହେଲେ । ସୁକାନ୍ତିଙ୍କ ତିଆରି "ଗଜଗାମିନୀ" ପାଟ ଶାଢୀ ନିମନ୍ତେ ସେ ରାଜ୍ୟ ହସ୍ତ ତନ୍ତ ବିଭାଗରୁ ପୁରସ୍କୃତ ହୋଇଥିଲେ ଓ ୨୦୧୫ ମସିହାରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ଗଙ୍ଗାଧର ମେହେର ସମ୍ମାନରେ ସମ୍ମାନିତ ହୋଇଥିଲେ । ମାଲେସିଆର କ୍ୱାଲାଲମପୁର ଠାରେ ପ୍ରତି ବର୍ଷ ଗ୍ଲୋବାଲ ଇଣ୍ଡିଆନ ଫେଷ୍ଟିଭାଲ ଆୟୋଜିତ ହୋଇଥାଏ।୧୪ତମ ଗ୍ଲୋବାଲ ଇଣ୍ଡିଆନ ଗ୍ଲୋବାଲ ଫେଷ୍ଟିଭାଲରେ ଓଡ଼ିଶାର ଏକ ମାତ୍ର ବୟନ ଶିଳ୍ପ ଭାବେ ଯୋଗ ଦେଇ ସୁକାନ୍ତି ମେହେର ଆମ ରଜ୍ୟ ଓଡ଼ିଶାକୁ ଗୌରବାନ୍ୱିତ କରିଥିଲେ ।ଭାରତ ସରକାରଙ୍କର ଏକ ବିଶେଷ ପ୍ରସ୍ତୁତି ନିମନ୍ତେ ସେ ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରବଣ ମୁଖାର୍ଜୀଙ୍କ ଠାରୁ ସମ୍ମାନିତ ହୋଇଥିଲେ।

ରାଜ୍ୟ ସରକାରଙ୍କର ହସ୍ତତନ୍ତ ବିଭାଗ ଓ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିଭାଗ ପକ୍ଷରୁ ସୁକାନ୍ତିଙ୍କୁ ପ୍ରଶିକ୍ଷିକା ଭାବେ ନିଯୁକ୍ତି ମିଳିଛି ।

    ସୁକାନ୍ତି ହସ୍ତତନ୍ତ ଓ ହସ୍ତଶିଳ୍ପ କାର୍ଯ୍ୟ କରିବା ସହିତ ସମାଜ ସେବା ଦିଗରେ ମଧ୍ୟ ଅନେକ ସହଯୋଗ କରନ୍ତି । ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ପରିକ୍ଷଣ ଶିବିର ଓ ରକ୍ତଦାନ ଆଦି ଶିବିର ମାନ ଆୟୋଜନ କରି ଚାଲିଛନ୍ତି ।ଏହି ବାନ୍ଧ କଳା କିଭଳି ଭାବରେ ଯୁବ ପିଢୀ ଆପଣାଇବେ ଓ ପ୍ରଶିକ୍ଷଣ ନେଇ ଆମ କଳା ଓ ସଂସ୍କୃତିକୁ ଜୀବନ୍ତ ରଖିବେ ସେଥି ନିମନ୍ତେ ସେ ବିଭିନ୍ନ ସ୍ଥାନ ମାନଙ୍କରେ ବାନ୍ଧକଳାର ବିଶେଷତ୍ବ ଓ କାର୍ଯ୍ୟ କୌଶଳ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରୁଛନ୍ତି ।

   ସୁକାନ୍ତି ମେହେର ନିଜର ଅଧ୍ୟବସାୟ ବଳରେ ଏକ ଅନନ୍ୟ ପ୍ରତିଭାର ଅଧିକାରିଣୀ ହୋଇ ପାରିଛନ୍ତି ।ନିକଟରେ ହିଁ ସେ ଭୁଟାନର ପ୍ରଧାନ ମନ୍ତ୍ରୀ ଓ ଶିଳ୍ପପତି ନୀତା ଅମ୍ବାନୀଙ୍କ ଠାରୁ 

ସ୍ବତନ୍ତ୍ର ଭାବେ ସମ୍ବଲପୁରୀ ବାନ୍ଧ କଳା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ଏହି ବାନ୍ଧ କଳା ପ୍ରତି ବିଶେଷ ଆଗ୍ରହ ଓ ଉଦ୍ୟମ ଆଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।



Rate this content
Log in

Similar oriya story from Inspirational