Binata Mohanta

Children Stories Classics Inspirational

4  

Binata Mohanta

Children Stories Classics Inspirational

କେପପ - ଶ୍ରେୟା ଲେଙ୍କା

କେପପ - ଶ୍ରେୟା ଲେଙ୍କା

2 mins
5


ପ୍ରତିଭା କେଉଁଠାରେ ବି ଜନ୍ମ ହୋଇପାରେ ।

ଅନୁକୂଳ ପରିବେଶ ବା ପ୍ରର୍ଯ୍ୟାପ୍ତ ସୁବିଧା ସୁଯୋଗ ନଥିଲେ ମଧ୍ୟ ଜଣେ ଉପରକୁ ଉଠିପାରେ । ନିଜର ଅନ୍ତର୍ନିହିତ ଗୁଣକୁ ପରିସ୍ଫୁଟନ କରି ସମାଜରେ ବାଟ କାଢି ବିଦେଶରେ ତ୍ରିରଙ୍ଗା କୁ ସମ୍ମାନର ସହ ଉଡ଼ାଇବା, ନିଜ ଜନ୍ମ ମାଟି ଓ ଦେଶକୁ ଗୌରବାନ୍ୱିତ କରିବା ଭଳି ପ୍ରତିଭା ହେଉଛନ୍ତି

ଶ୍ରେୟା ଲେଙ୍କା ।

ଶ୍ରେୟା ୫ ସେପ୍ଟେମ୍ବର ୨୦୦୩, ରାଉରକେଲା ଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଅବିନାଶ ଲେଙ୍କା, ଝାରସୁଗୁଡ଼ା ଠାରେ କାର୍ଯ୍ୟରତ ଏକ ଘରୋଇ କମ୍ପାନୀରେ କର୍ମଚାରୀ । ମାଆ ପ୍ରିୟତମା ଗୃହିଣୀ । ଶ୍ରେୟାଙ୍କର ସାନ ଭାଇ ଓ ଭଉଣୀ ସହ ତାଙ୍କ ଜେଜେ ଓ ଜେଜେମା ଙ୍କୁ ନେଇ ତାଙ୍କ ପରିବାର ।

କେପପ ହେଉଛି କୋରିଆନ ପପୁଲାର ମ୍ୟୁଜିକ। ଏହା ବର୍ତ୍ତମାନର ଯୁବ ପିଢି ମଧ୍ୟରେ ଖୁବ୍ ଆଦୃତ।

ଶ୍ରେୟା ହେଉଛନ୍ତି ଭାରତର ପ୍ରଥମ ବାଳିକା ଯିଏକି କେପପ ସଂଗୀତ ନୃତ୍ୟ ଗ୍ରୃପର ପ୍ରଥମ ସଦସ୍ୟା । ପିଲା ଦିନୁ ଶ୍ରେୟା ନୃତ୍ୟ ଓ ସଙ୍ଗୀତ ପ୍ରତି ବିଶେଷ ରୁଚି ରଖିଥିଲେ ।ଏହା ଦେଖି ତାଙ୍କ ଜେଜେ ମାଆ ତାଙ୍କୁ ହୀନ୍ଦୁସ୍ଥାନ କ୍ଲାସିକାଲ ମ୍ୟୁଜିକରେ ଶିକ୍ଷା ଗ୍ରହଣ ନିମନ୍ତେ ନାମ ଲେଖାଇ ଦେଇଥିଲେ ‌ଏବଂ ଏହା ସହିତ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଓଡ଼ିଶୀ ବଦଳରେ ହିପ ହପ ନୃତ୍ୟ ପ୍ରତି ମନ ବଳାଇଥିଲା ।

ସେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇ ଅନୁଷ୍ଠାନ ମାନଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ ହୋଇଛନ୍ତି ।


ଶ୍ରେୟାଙ୍କର ନୃତ୍ୟ ପ୍ରତି ଆଗ୍ରହ ଦେଖି ପିତାମାତା ମଧ୍ୟ ତାଙ୍କୁ ଖୁବ୍ ପ୍ରୋତ୍ସାହିତ କରୁଥିଲେ । ସ୍କୁଲରୁ ଫେରିଲା ପରେ ସେ ନୃତ୍ୟ ଅଭ୍ୟାସ ନିମନ୍ତେ ବହୁ ପରିଶ୍ରମ କରୁଥିଲେ ।ଏହି ସମୟରେ ତାଙ୍କର ଜଣେ ସାଙ୍ଗ ଇଣ୍ଟରନେଟରୁ ଦେଖି

ଏହି କେପପ ବିଷୟରେ ଶ୍ରେୟା ସହ ଆଲୋଚନା କରିଥିଲେ । ଶ୍ରେୟା ମଧ୍ୟ ଏହି କେପପ ନୃତ୍ୟକୁ ଦେଖିବାକୁ ଓ ଜାଣିବାକୁ ଚାହିଁ ଥିଲା ।ସେ ସାଙ୍ଗ ସହ ମିଶି କୋରିୟାନ ବୟବ୍ୟାଣ୍ଡ,ଏକ୍ସୋ ର ଗୀତ ଗ୍ରାଉଲ

ଦେଖି ଥିଲା । ଏହି ସବୁ କୋରିୟାନ ଗୀତ ଓ ନୃତ୍ୟ ଦେଖି ସେ ଭାରି ଖୁସି ହୋଇଥିଲା ଓ ଏହାକୁ କରିବାକୁ ଚେଷ୍ଟା କରିଥିଲା । ସେ ପିଏସୱାଇ ,ରାନିଆ,ବିଟିଏସ୍ ଏବଂ ବ୍ଲାକ ପିଙ୍କ୍ ଗୀତ ଗୁଡିକ ଦେଖି ଏହାର ନୃତ୍ୟ ଶୈଳୀ କରିବାକୁ ଚେଷ୍ଟା କରିଥିଲା ଏବଂ କେପପ ରେ ଦିନେ ସଫଳ ନୃତ୍ୟାଙ୍ଗନା ହେବାକୁ ମନେ ମନେ ସ୍ଥିର କରିଥିଲା। 


୨୦୨୧ ମସିହାରେ ଜଣେ ସାଙ୍ଗର ପ୍ରେରଣାରେ ସେ କେପପ ଅନଲାଇନ ଅଡିସନରେ ଯୋଗ ଦେଇଥିଲା ଓ ସେଥିରେ ସିଲେକ୍ଟ ହୋଇଥିଲା। ସେ ଦଶମ ପରୀକ୍ଷା ପରେ ଆଗକୁ ଶିକ୍ଷା ଗ୍ରହଣ ନ କରି କେପପକୁ ନିଜ କ୍ୟାରିୟର କରିବାକୁ ଚାହିଁ ଥିଲା । ସେଥିପାଇଁ ସେ ଇଂରାଜୀ ଉଚ୍ଚାରଣର ଶୈଳୀ ଓ କୋରିଆନ ଭାଷା ଶିକ୍ଷା ଗ୍ରହଣ କରିଥିଲା ।୧୦ ମେ ୨୦୨୧ କେପପ ପ୍ରତିଯୋଗିତାରେ ଭାଗ ନେଇଥିବା ସହ ନିଜ ପାଇଁ ୧୮ତମ ସ୍ଥାନ ସୁରକ୍ଷିତ କରି ଥିଲେ ।ସେ

ଭାରତର ପ୍ରଥମ ବାଳିକା ଯିଏ ଏହି କେପପରେ ସିଲେକ୍ଟ ହୋଇଥିଲା ।

ଏହା ପରେ ସଫଳତା ପାଇବା ପାଇଁ କୋରିଆରେ ରହି ୬ମାସର କେପପ ଶିକ୍ଷା ନେଇ ଥିଲା।ସେ ତାଙ୍କର ସବୁ ସମୟ କୋରିଆନ ଭାଷା, ନୃତ୍ୟ, ଡ୍ରାମା କୁ ଦେବା ସହ ଯୋଗ ଶିକ୍ଷା ମଧ୍ୟ ନିୟମିତ ଭାବେ କରୁଥିଲା ।ସେ ଚିତ୍ରାଙ୍କନ ରେ ମଧ୍ୟ ଖୁବ୍ ନିପୁଣ ହସ୍ତା।

ନିଜ ଝିଅର ଏହି ସଫଳତାରେ ଲେଙ୍କା ଦମ୍ପତି ଖୁବ୍ ଗର୍ବିତ ଅନୁଭବ କରନ୍ତି। ଶ୍ରେୟାଙ୍କର କଠୋର ପରିଶ୍ରମ ହିଁ ତାଙ୍କ ସଫଳତାର ସିଡି,ଏହା ମାତ୍ର ୨୧ ବର୍ଷ ବୟସରୁ ସେ ପ୍ରମାଣ କରି ଯୁବପିଢିଙ୍କ ନିକଟରେ ପ୍ରେରଣାର ପଥ ପାଲଟି ଯାଇଛନ୍ତି ।



Rate this content
Log in