Binata Mohanta

Inspirational

4  

Binata Mohanta

Inspirational

ସମାଜସେବୀ ତୁଳସୀ ମୁଣ୍ଡା

ସମାଜସେବୀ ତୁଳସୀ ମୁଣ୍ଡା

2 mins
8


୩୦ ବର୍ଷ ପୂର୍ବ କଥା,ଥରେ ବାପାଙ୍କ ସହିତ ଗାଁ କୁ ଗଲା ବେଳେ କିଛି ପିଲା ଦୁଇ ବା ତିନୋଟି କଠୋରି ଥିବା ଆଜବେଷ୍ଟସ ରୁମ ପାଖରେ ଖେଳୁଥିବା ଦେଖିଥିଲି । ଜାଗାଟି ଜାତୀୟ ରାଜପଥ ଠାରୁ ଅଳ୍ପ ଦୂରରେ ଓ ବଡ ବଡଗଛ ସବୁରେ ପରିବେଷ୍ଟିତ । ଘରକୁ ଆସି ବାପାଙ୍କ ଠାରୁ ଜାଣିବା ପାଇଁ ଆଗ୍ରହ କଲି ଯେ ବାପା ମୁଁ ସେରେଣ୍ଡା ନିକଟରେ କିଛି ପିଲାଙ୍କୁ ଖେଳିବାକୁ

ଦେଖି ଥିଲି, ସେଠାରେ କିଛି ସ୍କୁଲ ଅଛି କି ?

ବାପା କହିଲେ ହଁ ଜଣେ ଆଦିବାସୀ ମହିଳା କ'ଣଏକ ନିଃଶୁଳ୍କ ସ୍କୁଲ ଆଦିବାସୀ ପିଲାଙ୍କ ପାଇଁ ନିଜ ଚେଷ୍ଟାରେ ଚଳାଇଛନ୍ତି ବୋଲି

ଶୁଣିଛି ।

  ହଁ ଆଜ୍ଞା,ଆପଣ ମାନେ ଏବେ ଠିକ ବୁଝି ପାରିଛନ୍ତି ଏହି ମହିୟସୀ ମହିଳା ଜଣକ ହେଉଛନ୍ତି " ପଦ୍ମଶ୍ରୀ ତୁଳସୀ ମୁଣ୍ଡା" ଆଉ ଛୋଟ ବଡ଼ ସମସ୍ତଙ୍କର ' ତୁଳସୀ ଅପା' । ତୁଳସୀ ଦୁଇ ପତ୍ରରୁ ବାସେ ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଏହି ତୁଳସୀ ଅପା ।

   ୧୯୪୭ ମସିହା କେନ୍ଦୁଝର ଜଲ୍ଲାର କଇଁଶୀ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ଚରଣ ମୁଣ୍ଡା ଓ ମାତା ଘାସ ମୁଣ୍ଡା। ପିତା ମାତା ସହ ସାତ ଭାଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର । ପିତା ମାତା ଦୁହେଁ ନିରକ୍ଷର ଓ ଖଟିଖିଆ ଦିନ ମଜୁରିଆ । ପରିବାର ଚଳାଇବା ପାଇଁ କାହା ଘରେ ମୂଲ ଲାଗନ୍ତି ନହେଲେ ଖଣି ଖାଦାନରେ କାମ କରି ଚଳନ୍ତି । ସଭ୍ୟ ସମାଜ ଓ ସାମାଜିକ ଚଳଣି ଠାରୁ ଏମାନେ ବହୁ ଦୂରରେ ।

କିନ୍ତୁ ଏହି ପରିବେଶରେ ଶିଶୁ ତୁଳସୀ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ କରିଥିଲେ । ସେଥିପାଇଁ ସେ ଦିନରେ ଖଣିରେ ଶିଶୁ ଶ୍ରମିକ ଓ ରାତିରେ ଅନ୍ୟ ମାନଙ୍କ ଠାରୁ ପାଠ ଶିଖୁଥିଲେ । 

    ୧୪ବର୍ଷ ବୟସରେ ସେ ସ୍ଵାଧୀନତା ସଂଗ୍ରାମୀ ବିନୋବା ଭାବେଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଗୁରୁ ଓ ମାର୍ଗ ଦର୍ଶକ ମଣି ସେ ତାଙ୍କ ସହ ଅନେକ ସାମାଜିକ ଆନ୍ଦୋଳନ ଭୂଦାନ ଓ ଶ୍ରମଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏହାପରେ ସେ ଅନ୍ନପୂର୍ଣ୍ଣା ଦାଶ ଓ ନିର୍ମଳା ଦେଶପାଣ୍ଡେଙ୍କ ସହଯୋଗରେ ଅନେକ ସମାଜ ସେବା କାମ କରିଥିଲେ । ଓଡ଼ିଶା ଫେରିବା ପରେ ସେ ମାଳତୀ ଚୌଧୁରୀ ଓ ରମାଦେବୀ ଙ୍କୁ ତାଙ୍କ ପ୍ରେରଣା ମାନି ତାଙ୍କ ଭଳି ସେ ମଧ୍ୟ ନିଜ ଜୀବନକୁ ସମାଜ ସେବାରେ ନିବୃତ କରିଦେଇଥିଲେ ।

    ସେ ନିଜ ଗ୍ରାମକୁ ଫେରି ୧୯୬୪ ମସିହାରେ ଆଦିବାସୀ ବିକାଶ ସମିତି ନାମକ ଏକ ଅନୁଷ୍ଠାନ ଆରମ୍ଭ କରିଲେ । ପ୍ରଥମେ ସିଏ କିଛି ଆଦିବାସୀ ପିଲାଙ୍କୁ ଗଛମୂଳରେ ପଢ଼ାଇବା ଆରମ୍ଭ କରିଥିଲେ ।ସିଏ କେବେ ସ୍କୁଲ ର ଦ୍ବାର ମାଡ଼ି ନାହାନ୍ତି କିନ୍ତୁ ବେଶ ବୁଝି ପାରିଛନ୍ତି ଶିକ୍ଷା ର ମୂଲ୍ୟ । ଆଜି ଏହି ଗଛ ମୂଳରେ ସ୍କୁଲ ଟି ବିରାଟ ଆକାର ନେଇଛି। ଏହି ସ୍କୁଲରେ ଛାତ୍ରାବାସର ସୁବିଧା ମଧ୍ୟ କରାଯାଇଛି।ଆଦିବାସୀ ଅଞ୍ଚଳ ମାନଙ୍କରେ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ଚଳାଇଛନ୍ତି ଶିକ୍ଷାର ଅଭିଯାନ। ତାଙ୍କରି ଉଦ୍ୟମରେ ଏହି ଅଞ୍ଚଳର ଅନେକ ଆଦିବାସୀ ଛାତ୍ର ଛାତ୍ରୀ ମାଗଣାରେ ଶିକ୍ଷାଗ୍ରହଣ କରୁଛନ୍ତି । ତୁଳସୀ ଅପାଙ୍କର ଏକ ମାତ୍ର ଲକ୍ଷ କେହି ଯେମିତି କୋୖଣସି କାରଣରୁ ଅପାଠୁଆ ନରହୁ ।ପାଠପଢି ଭଲ ମଣିଷ ହୋଇ, ରୋଜଗାର କ୍ଷମ ହେବେ ଏହାଥିଲା ତାଙ୍କ ଜୀବନ ର ମୂଳ ଲକ୍ଷ୍ୟ ।

    ସମାଜ ସେବା ଓ ଶିକ୍ଷାର ପ୍ରଚାର ପ୍ରସାର ଓ ନିଶା ମୁକ୍ତି ଅଭିଯାନ ନିମନ୍ତେ ତୁଳସୀ ଅପାଙ୍କୁ ୨୦୦୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମାଜ ସେବା ନିମନ୍ତେ ସେ ଦେଶ ବିଦେଶ ରୁ ଅନେକ ସମ୍ମାନ ପାଇଛନ୍ତି। ଆଜିବନ ଅବିବାହିତ ରହି ସେ ସମାଜ ଓ ଶିକ୍ଷାର ପ୍ରଚାର ପ୍ରସାର ରେ ନିମନ୍ତେ ନିଜକୁ ଉତ୍ସର୍ଗ କରିଛନ୍ତିି। ତାଙ୍କ ଜୀବନୀ କୁ ନେଇ 'ଅନ୍ଧ କୂପ' ନାମକ ଏକ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି । ଏହି ମହିୟସୀ ମହିଳା ତୁଳସୀ ଅପା ହେଉଛନ୍ତି ସମସ୍ତଙ୍

   



Rate this content
Log in

Similar oriya story from Inspirational