Binata Mohanta

Inspirational

3  

Binata Mohanta

Inspirational

ପ୍ରଭାବଶାଳୀ ନାରୀ ଦ୍ରୋପଦୀ ମୁର୍ମୁ

ପ୍ରଭାବଶାଳୀ ନାରୀ ଦ୍ରୋପଦୀ ମୁର୍ମୁ

2 mins
21


ବଣ, ଜଙ୍ଗଲ ପାହାଡ ଘେରା ଅଞ୍ଚଳରୁ ଏକ ଦିପ୍ତୀମନ୍ତ ତାରକା ଜନ୍ମହୋଇ ସାରା ପୃଥିବୀରେ ପରିଚିତ ହେବ,ଏହା କେହି କେବେ କଳ୍ପନା କରିନଥିଲେ । ଏକ ଆଦିବାସୀ ସାନ୍ତାଳ ପରିବାର ରେ ଜନ୍ମ ହୋଇ ନିଜର ବ୍ୟକ୍ତିତ୍ଵ, ଦୂରଦୃଷ୍ଟି ଓ ସମାଜ ସେବା ବଳରେ ସେ ଦେଶର ପ୍ରଥମ ନାଗରିକ ଓ ରାଷ୍ଟ୍ରପତି ପଦବୀରେ ବିରାଜିତ ହୋଇଛନ୍ତି ।ସେ ହେଉଛନ୍ତି ବିଶ୍ବ ପରିଚିତ ଆମ ଦେଶ ଭାରତ ବର୍ଷର ୧୫ତମ ରାଷ୍ଟ୍ରପତି ଶ୍ରୀମତି ଦ୍ରୋପଦୀ ମୁର୍ମୁ।

୧୯୫୮ ମସିହା ଜୁନ ୨୦ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ, ରାଇରଙ୍ଗପୁର ନିକଟସ୍ଥ ଉପର ବେଡା ଗ୍ରାମରେ ଏକ ସାନ୍ତାଳ ଜନଜାତି

ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ପିତା ବିରଞ୍ଚି ନାରାୟଣ ଟୁଡୁ ଏକ କୃଷକ ଓ ତାଙ୍କ ଗ୍ରାମ ମୁଖିଆ ଥିଲେ । ପରିବାରରେ ଦାରିଦ୍ର୍ୟତା ଥିଲା, ଅଭାବ ଅନଟନ ଭିତରେ ତାଙ୍କ ସଂସାର ଚାଲିଥାଏ । ତାଙ୍କ ପ୍ରାଥମିକ ଶିକ୍ଷା ତାଙ୍କ ଗ୍ରାମ ବିଦ୍ୟାଳୟ ରୁ ହିଁ ଆରମ୍ଭ ହୋଇଥିଲା । ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେ ରାଇରଙ୍ଗପୁର ଠାରେ ପଢି ଥିଲେ ଏବଂ ପରେ ସେ ଭୁବନେଶ୍ୱରର ରମାଦେବୀ ମହିଳା କଲେଜରେ ବି.ଏ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ୧୯୭୯ ମସିହାରେ ସଚିବାଳୟରେ ଏକ ଚାକିରି ଯୋଗ ଦେଇଥିଲେ।ଚାକିରିର କିଛି ମାସ ପରେ ହିଁ ସେ

ବ୍ୟାଙ୍କ କର୍ମଚାରୀ ଶ୍ୟାମ ଚରଣ ମୁର୍ମୁ ଙ୍କୁ ବିବାହ କରିଥିଲେ । ପାରିବାରିକ ଅସୁବିଧା ଯୋଗୁଁ ସେ ଚାକିରୀ ଛାଡ଼ି ନିଜ ଶଶୁର ଘର ଗ୍ରାମକୁ ଫେରି ଆସିଥିଲେ । ଏହାପରେ ସେ ଦୁଇଟି ପୁତ୍ର ଓ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲେ । ପିଲାଙ୍କୁ ଉଚିତ୍ ଶିକ୍ଷା ଦେବା ନିମନ୍ତେ ସେ ରାଇରଙ୍ଗପୁର ରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ କେନ୍ଦ୍ରରେ ଶିକ୍ଷୟିତ୍ରୀ ରୂପେ ଯୋଗଦେଇ ଥିଲେ। ନିଜର ସମାଜ ସେବା ମନୋବୃତ୍ତି ଯୋଗୁ ଶିକ୍ଷକତା ରୁ

ଅବସର ନେଇ ସେ ୧୯୯୭ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ରାଇରଙ୍ଗପୁର ନଗର ପଞ୍ଚାୟତ ନିମନ୍ତେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ଜୟ ଲାଭ କରି ଆଗାମୀ ଦୁଇ ବର୍ଷ ନିମନ୍ତେ କାର୍ଯ୍ୟ ଭାର ସମ୍ଭାଳି ଥିଲେ । ଏହାପରେ ସେ ଏହି ଅଞ୍ଚଳରୁ ଏମ.ଏ.ଲେ ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ।ଏହାପରେ କର୍ମକ୍ଷେତ୍ରରେ ସେ ସଫଳତାର ଅନେକ ସିଡି ଚଢି ଚାଲିଥିବାବେଳେ ଭାଗ୍ୟ ତାଙ୍କୁ ଶକ୍ତ ଆଘାତ ଦେଇଥିଲା । ବଡ ପୁଅର ଅକସ୍ମାତ ନିଧନର କଷ୍ଟ ମନ ମଧ୍ୟରୁ ଲିଭିନ ଥାଏ କି ସାନ ପୁଅର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହି ଦୁଃଖଦ ଘଟଣାରେ ମର୍ମାହତ ହୋଇ ଦୁଇ ମାସ ଅନ୍ତରାଳରେ ସ୍ବାମୀ ଶ୍ୟାମ ଚରଣ ମୁର୍ମୁ ମଧ୍ୟ ହୃଦ୍ ଘାତରେ ମୃତ୍ୟୁ ବରଣ କଲେ । ଏହା ଥିଲା ତାଙ୍କ ପାଇଁ ସବୁ ଠାରୁ ବଡ଼ ଆଘାତ। ଲଗାତାର ଘଟିଚାଲି ଥିବା ଅଘଟଣା ସବୁ ଦେଖି ସେ ତାଙ୍କ ମାନସିକ ସ୍ଥିତିକୁ ନିୟନ୍ତ୍ରଣ ରଖିପାରି ନଥିଲେ। ତେଣୁ ସେ ମାନସିକ ଶାନ୍ତି ନିମନ୍ତେ ଆଧ୍ୟାତ୍ମିକ ଅନୁଷ୍ଠାନ ପରମ ପିତା ବ୍ରହ୍ମକୁମାରୀ ରେ ଯୋଗ ଦେଇଥିଲେ। କିଛି ଦିନ ଅନ୍ତରାଳରେ ସେ ପୁଣି କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କଲେ । ୧୮ ମେ ୨୦୧୫ ତାରିଖ ଦିନ ସେ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ ।।

    ଦ୍ରୋପଦୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ଥିଲେ ଯାହାକୁ ରାଜ୍ୟପାଳ ରୂପେ ନିଯୁକ୍ତି ମିଳିଥିଲା । ସମଗ୍ର ଆଦିବାସୀ ସମ୍ପ୍ରଦାୟ ଓ ଆମ ଓଡ଼ିଶା ରାଜ୍ୟ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ହୋଇ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଏହାପରେ ତାଙ୍କ ନାମ ବିଜେପି ସରକାରଙ୍କ ଦ୍ଵାରା ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇ ଥିଲା । ଉଭୟ ସଦନରେ ସଦସ୍ୟ ମାନଙ୍କ ଦ୍ଵାରା ସେ ରାଷ୍ଟ୍ରପତି ପଦବୀ ପାଇଁ ନିଯୁକ୍ତ ହୋଇଥିଲେ।ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓ ସମସ୍ତ ନାରୀଙ୍କପାଇଁ ପ୍ରେରଣା ହୋଇଗଲେ । ଦେଶର ପ୍ରଥମ ପ୍ରଭାବ ଶାଳୀ ମହିଳା ନାଗରିକ ହୋଇ ଆମ ରଜ୍ୟ ଓଡ଼ିଶା ଓ ସମଗ୍ର ନାରୀ ଶକ୍ତିକୁ ଗୌରବାନ୍ୱିତ କଲେ।



Rate this content
Log in

Similar oriya story from Inspirational