ସଡ ଯନ୍ତ
ସଡ ଯନ୍ତ
,,,,,,,,,,,,,,,,ରବିନ ଓ ସଚିନ ଦୁଇ ଜଣ ବାଲ୍ୟ ବନ୍ଧୁ। ଭଗତ ପୁର ଗାଁର ବାସିନ୍ଦା। ଉଭୟ ମଧ୍ୟ ପରସ୍ପର ର ପଡୋଶୀ। ବାଳୁତ କାଳରେ ଏକାଠି ସାଥୀ ହୋଇ ପାଠ ପଢ଼ିବା ଠାରୁ ଆରମ୍ଭ କରି ବଡ ସହରରେ ଉଭୟେ ମଧ୍ୟ ସରକାରୀ ଚାକିରୀରେ ବ୍ୟସ୍ତ ଥାନ୍ତି। ପୁଣି ସେମାନେ ଏକା ସହରରେ ଅବସ୍ଥିତ ଥାନ୍ତି। ଏମିତିକା ସମୟ ଆଗକୁ ଆଗକୁ ବଢ଼ି ଚାଲେ। ସେହି ଭଗତ ପୁର ଗାଁର ପାଣ୍ଡବ ନାମକ ଜଣେ ବ୍ୟକ୍ତି ଉଭୟ ବନ୍ଧୁ ଙ୍କର ଅତୁଟ ବନ୍ଧୁତା କୁ ସହ୍ୟ କରି ପାରୁ ନ ଥାଏ। ସେ ସବୁବେଳେ କୌଣସି ବିଭେଦ ସୃଷ୍ଟି କରିବା ପାଇଁ ସୁଯୋଗ ଉଣ୍ଡୁ ଥାଏ। ଏମିତି ସେମିତି କିଛି କରିବାକୁ ଯାଇ ପାଣ୍ତବ ଏକା ସହରରେ କାର୍ଯ୍ୟ ରତ ଦୁଇ ବନ୍ଧୁଙ୍କୁ ଭିନ୍ନ ଭିନ୍ନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ରେ ସକ୍ଷମ ହୋଇ ପାରି ଥିଲା। ଅବଶ୍ୟ ରବିନ୍ ଓ ସଚିନ ସ୍ଥାନାନ୍ତର ଆଦେଶକୁ ପାଳନ କରି ନିଜ ନିଜ ଯାଗାରେ ଯୋଗ ଦିଅନ୍ତି। ଉଭୟ ବନ୍ଧୁ ଙ୍କ ମଧ୍ୟରେ ପୂର୍ବାବତ ବନ୍ଧୁତା ସେମିତି ଅକ୍ଷୁର୍ଣ୍ଣ ଥାଏ। କିନ୍ତୁ ଯେତେବେଳେ ପାଣ୍ଡବ ରବିନ ଙ୍କ ପାଖକୁ ଯାଇ ସଚିନ ଙ୍କ ବିରୁଦ୍ଧରେ କହି ନିଶ୍ଚିତ କରାଇ ଦେଲା ଯେ ଏହସ୍ଥା ନ୍ତାନ୍ତର ପଛରେ ସଚିନ ଙ୍କ ହାତ ଅଛି। ସବୁ କିଛି ଶୁଣି ସାରି ରବିନ ନୀରବ ରହିଲେ। ପୁଣି କିଛି ଦିନ ଅତିକ୍ରମ ପରେ ପାଣ୍ଡବ ସଚିନ ଙ୍କ ପାଖେ ଏକା ପ୍ରକାରର ଅଭିଯୋଗ ହିଁ ଉପସ୍ଥାପନ କରି ଥିଲା। ସଚିନ ମଧ୍ୟ ସବୁ ଶୁଣି ନୀରବ ରହିଲେ। ପାଣ୍ଡବ ଭାବି ନେଲେ ଯେ ବୋଧ ହୁଏ ଏହା ପର ଠାରୁ ଦୁଇ ବନ୍ଧୁ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବ ଓ ମନୋମାଳିନ୍ୟ ପରେ ବନ୍ଧୁତା ବି ଶିଥିଳ ପଡ଼ି ଯିବ। କିନ୍ତୁ ଏଥିରେ କିଛି ଫରକ ପଡ଼ିଲା ନାହିଁ। ଭଗତ ପୁର ଗାଁର ବଡ ପର୍ବ ହେଉଛି ଦୋଳ ପୂର୍ଣ୍ଣିମା। ଭାଇଚାରାର ପର୍ବ। ଗାଆଁ ବାହାରେ ଥିବା ଲୋକେ ଯିଏ ଥାନ୍ତୁ ନା କାହିଁକି ସମସ୍ତେ ଗାଆଁ ମାଟିକୁ ଫେରି ଆସି ପର୍ବରେ ଯୋଗ ଦିଅନ୍ତି। ରବିନ ଓ ସଚିନ ମଧ୍ୟ ନିଜ ଗାଆଁ କୁ ଆସିଲେ। ବହୁ ଦିନ ପରେ ଏକାଠି ହୋଇ ବଡ ଖୁସି ହେଲେ। ବନ୍ଧୁତା ଯେମିତିକି ସେମିତି। ନିରୋଳାରେ ଦୁଇ ବନ୍ଧୁ ପାଣ୍ଡବ ରଚିଥିବା ସମସ୍ତ ଚାଲ ବୁଝି ପାରିଲେ। ଏହି କଥାକୁ ସେମାନେ ଗ୍ରାମ୍ୟ କମିଟିରେ ଆଲୋଚନା କୁ ଆଣିଲେ। ପାଣ୍ଡବ ପରିଶେଷରେ ନିଜ ଭୁଲ ସ୍ୱୀକାର କଲା ଏବଂ ଆଉ ଏ ଭଳି ପରଶ୍ରୀ କାତର ହେବ ନାହିଁ ବୋଲି ପ୍ରତିଜ୍ଞା କଲା। ପ୍ରକୃତ ବନ୍ଧୁ କେବେ ହେଁ ତାର ବନ୍ଧୁତା କୁ ଛାଡି ପାରିବ ନାହିଁ। ଯାହା ରବିନ ଓ ସଚିନ ଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। କୌଣସି ବ୍ୟତିକ୍ରମ କୁ ଏହା ସୁଯୋଗ ଦେଇ ନ ପାରେ। A friend in need is a friend in deed, ,,,,,,,,,,,,,,,,,,ସଦା
