STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଜୀବନର ଚଲା ପଥେ

ଜୀବନର ଚଲା ପଥେ

3 mins
5

 ବିକାଶ ଦାସ ଓ ମାଳତୀ ଦାସ ଙ୍କ ମଧ୍ୟରେ ବନ୍ଧୁତା ବଡ ନିବିଡ। ଉଭୟେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର ର ରାଜନୀତି ବିଜ୍ଞାନ ର MA ଶ୍ରେଣୀର ଶେଷ ବର୍ଷର ଛାତ୍ର ଓ ଛାତ୍ରୀ। ଏହି ଠାରେ ତାଙ୍କର ବନ୍ଧୁତାର ଆରମ୍ଭ ହୋଇଛି। ଉଭୟ ଙ୍କୁ ଯିଏ ଦେଖେ, ଭାବି ନିଏ ଯେ ବୋଧହୁଏ ଉଭୟ ନିକଟ ଭବିଷ୍ୟତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉ ଛନ୍ତି। ଅନେକ ଟାହି ଟାପରାକୁ ସାମନା କରି ମଧ୍ୟ ଉଭୟଙ୍କ ମଧ୍ୟରେ ନିବିଡ ବନ୍ଧୁତା ରେ କୌଣସି ଭଟ୍ଟା ପଡି ନାହିଁ। କେମିତି କେଜାଣି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ କାଣ୍ଟିନି ରେ ଜଳଖିଆ ପର୍ବରେ ସମ୍ପର୍କର ସେତୁ ପଡ଼ିଥିଲା। ତାପରେ ପରିଜା ଲାଇବ୍ରେରୀ ମଧ୍ୟରେ, ପରେ ପରେ ଶ୍ରେଣୀ ପାଠ ପଢା ସମାପ୍ତି ପରେ, ଏଇ ମିତି ସମ୍ପର୍କ ଦେହ ଘଷା ହୋଇ ଯିବା ପରେ କାହାର କୌଣସି ଖରାପ ମନ୍ତବ୍ୟ ଉଭୟଙ୍କୁ ଆଉ ବାଧୁ ନାହିଁ। ସାରା ବାଣୀ ବିହାର ରେ ଏହି ଚର୍ଚା ଚାଲିଛି। ବାୟାର କି ଯାଏ, ବାଆ କଲେ ବସା ଦୋହଲୁ ଥାଏ। ସେହି ନ୍ୟାୟରେ ବିକାଶ ଓ ମାଳତୀ ମୁକ୍ତ ବିହଙ୍ଗ ସଦୃଶ୍ୟ ବିଚରଣ କରୁଥାନ୍ତି। କୌଣସି ସୂତ୍ରରୁ ଉଭୟ ଙ୍କୁ ବିଭାଗୀୟ ପ୍ରଫେସର ସୁବାସ ସାର ଏହି କଥା ଜାଣି ପାରି ତାଙ୍କ ନିଜସ୍ଵ ଚାମ୍ବର କୁ ଡକାଇଲେ। ଉଭୟଙ୍କ କଥା ଶୁଣିଲେ ଓ ଭଲ ଭାବେ ହୃଦୟଙ୍ଗମ କରି ପାରିଲେ ଯେ ଉଭୟଙ୍କ ମଧ୍ୟରେ କିଛି ଦୈହିକ ପ୍ରେମ ନାହିଁ। ହୁଏତ ଭବିଷ୍ୟତରେ କଣ ହେବ ତାହା ସମୟ କହିବ। ବର୍ତ୍ତମାନ ପାଇଁ କିଛି ବିପଦ ନାହିଁ। ସମସ୍ତ କଥା ଶୁଣି ସାରିବା ପରେ ପ୍ରଫେସର ସୁବାସ ସାର ସେହି ଝିଅ ମାଳତୀ ଙ୍କ ଆଗରେ ଏକ ପ୍ରସ୍ତାବ ରଖିଲେ। ମାଳତୀ କୁ ସେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି। ଘର ଭିତରେ ଥାଇ ସାର ଙ୍କ ଧର୍ମପତ୍ନୀ ସାରସ ମଣି ସବୁ କଥା ଶୁଣି ହଠାତ ପ୍ରବେଶ କରି କହିଲେ ଯେ ସେ ବିକାଶ ଙ୍କୁ ପୋଷ୍ୟ ପୁତ୍ର ରୁପେ ଗ୍ରହଣ କରିବା କୁ ଇଚ୍ଛା ପ୍ରକଟ କରୁଛନ୍ତି। ବଡ ଗମ୍ଭୀର ପରିସ୍ଥିତି ଉପୁଜିଲା। ବିକାଶ ଓ ମାଳତୀ ପ୍ରଫେସର ଦମ୍ପତ୍ତି ଙ୍କ ଅନୁରୋଧ ଆଦୌ ଏଡେଇ ଦେଇ ପାରିଲେ ନାହିଁ। ସାର ଏକ ସର୍ତ୍ତ ରଖିଲେ, ଉଭୟଙ୍କୁ ଆଇଏଏସ ପରୀକ୍ଷା ଦେବା କୁ ପଡ଼ିବ ଏବଂ ପରିଶ୍ରମ ବଳରେ ଏହାକୁ ସଫଳତାର ସହ ହାତେଇ ବାକୁ ପଡ଼ିବ ଏବଂ ତାପରେ ପ୍ରଫେସର ଦମ୍ପତ୍ତି ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିବେ। ଜୀବନର ଚଲା ପଥେ ବେଳେ ବେଳେ ଏଇ ରକମର ଆହ୍ବାନ ଆସେ, ଯାହା ବିକାଶ ଓ ମାଳତୀ ଙ୍କ ପାଇଁ ଆସିଛି। ଉଭୟ ଏକ କଠୋର ଅନୁଶାସନ ଭିତରେ ଆବଦ୍ଧ ହୋଇ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ବାକୁ ବଜ୍ର ଶପଥ ନେଲେ। ନିଜ ନିଜ ପରିସରରେ ସଂଯମତା ରକ୍ଷାକରି ପରିଶ୍ରମ ବଳବତ୍ତର ରଖିଲେ। ଉଭୟ ଆଉ ଯୋଡ଼ି ହୋଇ କେଉଁଠି ବୁଲିବାର କାହା ନଜରରେ ପଡ଼ିଲା ନାହିଁ। ଉଭୟ ଶପଥ ନେଇଛନ୍ତି ପ୍ରଫେସର ସୁବାସ ସାର ଙ୍କ କଥା ରଖିବେ ଓ ତାହାକୁ ସାକାର କରିବା କୁ କାୟ ମନ ବାକ୍ୟକୁ ବିନିଯୋଗ କରିବେ। ସମୟ ଗଡି ଚାଲେ, ଉଭୟ ପ୍ରସ୍ତୁତି ରେ ଉଭୟ ଏପରି ନିମଗ୍ନ ହୋଇ ଯାଆନ୍ତି ଯେ ସବୁ କିଛି ଭୁଲି ଏକମାତ୍ର ଲକ୍ଷ୍ୟ ପଥେ ଚାଲିବାକୁ ହେବ ନ୍ୟାୟରେ ଚାଲି ଚାଲି ଆତ୍ମ ବିଶ୍ୱାସ ବୃଦ୍ଧି କରାଇ ପାରୁଛନ୍ତି ତାହାହିଁ ତ ବଡ କଥା। କୌଣସି ବିଷୟରେ କିଛି ସନ୍ଦେହ ହେଲେ ବିକାଶ ଓ ମାଳତୀ ପ୍ରଫେସର ସୁବାସ ସାର ଙ୍କ ପାଖକୁ ଯାଇ ସନ୍ଧେହ ମୁକ୍ତ ହୋଇ ଫେରି ଆସନ୍ତି। ସାରା ହଷ୍ଟେଲ ରେ ପୁଣି ଚର୍ଚା ଯେ କେତେ ସୁନ୍ଦର ବ୍ୟକ୍ତିତ୍ଵ ର ଯୋଡ଼ି, ରୂପ ଯେମିତି, ଗୁଣ ସେମିତି ଏବଂ ବ୍ୟବହାର ମଧ୍ୟ ଅନୁରୂପ। ଏବେ କେହି ଆଉ ଖରାପ ମନ୍ତବ୍ୟ ଦେଉ ନାହାନ୍ତି ବରଂ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି। କଠୋର ପରିଶ୍ରମ ଓ ଅଧ୍ୟବସାୟ କେବେ ବେକାର ହୁଏନି, ନିଶ୍ଚୟ ଫଳବତୀ ହୁଏ। ସେହି ସମୟ ହିଁ ସବୁ କିଛି ସଜାଡି ନିଏ। କର୍ମ ଅନୁସାରେ ଫଳ ମିଳେ। ସେହି ସୌଭାଗ୍ୟ ପୂର୍ଣ୍ଣ ସମୟ ଏବେ ବିକାଶ ଓ ମାଳତୀଙ୍କ ଜୀବନରେ ପଦାର୍ପଣ କରିଛି।UPSC ର ଫଳାଫଳ ଅନୁଯାୟୀ ଉଭୟ ବିକାଶ ଦାସ ଓ ମାଳତୀ ଦାସ ଆଇଏଏସ ଅଫିସର ଭାବେ ପ୍ରତିପାଦିତ ହୋଇଛନ୍ତି। ବାଣୀ ବିହାର ଆଜି ଉତ୍ସବ ମୁଖର, ପ୍ରଫେସର ଦମ୍ପତ୍ତି ଙ୍କ ଖୁସି କହିଲେ ନ ସରେ। ବାସ୍ତବିକ ଜଣେ ବରିଷ୍ଠ ତଥା ଅଭିଜ୍ଞ ପ୍ରଫେସର ତାଙ୍କ ଛାତ୍ର ଛାତ୍ରୀ ଙ୍କ ଜୀବନ ଓ ଚରିତ୍ର ନିର୍ମାଣରେ କେତେ ଯେ ସହାୟକ ହୁଅନ୍ତି, ବିକାଶ ଓ ମାଳତୀ ଏହାର ସର୍ବ ଶ୍ରେଷ୍ଠ ନମୁନା। ଜୀବନର ଚଲା ପଥେ ଏମିତି ଅନେକ ଘଟଣା ଘଟେ, କିନ୍ତୁ ଏହି ଘଟଣା ନିଶ୍ଚିତ ଭାବରେ ଉତ୍ତର ପିଢ଼ିଙ୍କୁ ଏଇ ବାର୍ତ୍ତା ଦିଏ ଯେ କିଛି ନିଷ୍ପତ୍ତି ନେବା ପୂର୍ବରୁ ଜୀବନ ଧାରଣ ମାନ ବୃଦ୍ଧି ପ୍ରତି ଯତ୍ନଶୀଳ ହେବା ଉଚିତ। ,,,,,


Rate this content
Log in

Similar oriya story from Action