STORYMIRROR

Bijoy Jena

Classics Inspirational

3  

Bijoy Jena

Classics Inspirational

ଅଧିକାର

ଅଧିକାର

3 mins
0

 ସେ ଏକ ମହାର୍ଘ୍ୟ ଅତୀତ ର କଥା। ଆଳତି ପୁର ନାମକ ଗ୍ରାମରେ ସୁବାଷ ଚନ୍ଦ୍ର ରାୟ ଙ୍କ ପରିବାର ବାସ କରନ୍ତି। ପରିବାର କହିଲେ ନିଜେ ଗୃହ କର୍ତ୍ତା ସୁବାଷ ବାବୁ, ତାଙ୍କର ପତ୍ନୀ ଆଳତି ରାୟ ଏବଂ ଦୁଇ ପୁତ୍ର ପ୍ରକାଶ ଓ ଆଲୋକ। ସୁନ୍ଦର ବୁଝାମଣା, ପରିବାରର ପରମ୍ପରା ଓ ସଂସ୍କୃତିର ଆଧାରରେ ସବୁ କିଛି ଠିକ ଥିଲା। ସାରା ଗ୍ରାମରେ ରାୟ ପରିବାରର ଏକ ସ୍ୱତନ୍ତ୍ର ପରିଚୟ ଥିଲା। ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ ପରିବାର। ସୁବାଷ ବାବୁ ଓ ଆଳତି ରାୟ କଠୋର ଅନୁଶାସନ ର ଅନୁବର୍ତ୍ତୀ ହୋଇ ନିଜର ଜମିବାଡ଼ି ଆୟରୁ ଦୁଇ ପୁଅଙ୍କ ଶିକ୍ଷା ଭାର ଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ। ପ୍ରକାଶ ଓ ଆଲୋକ ଭଲ ସଂସ୍କୃତି ସମ୍ପନ୍ନ ହୋଇ ନିଜ ନିଜର ଉଦ୍ୟମରେ ଜଣେ OAs ଓ ଅନ୍ୟ ଜଣେ IPS ଅଫିସର ଭାବେ ଗଢି ତୋଳି ଥିଲେ। ବଡ ପୁଅ ପ୍ରକାଶ ତାଙ୍କ OAS ଚାକିରି ର କେତେ ବର୍ଷ ଅନୁଗୁଳ ର ବିଡିଓ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ସେହି ଅନୁରୂପ ଆଲୋକ IPS ଚାକିରୀର କିଛି ବର୍ଷ ଢେଙ୍କାନାଳର Sp ଭାବେ କାର୍ଯ୍ୟ କରି ନିଜର ଭାବମୂର୍ତ୍ତିକୁ ବୃଦ୍ଧି କରାଇପାରିଥିଲେ। ସମୟ ଆଗକୁ ଗଡି ଚାଲେ, କାହାକୁ ଅପେକ୍ଷା କରେ ନାହିଁ, ସମୟ ଆସିଲେ ସବୁ କିଛି କରି ହୁଏ ଓ ସମୟ ବି ପରିବର୍ତ୍ତନର ବାହକ ସାଜେ। ଏହି ସମୟକୁ ବୁଝି ପାରି ସୁବାଷ ବାବୁ ନିଜ ପତ୍ନୀଙ୍କ ସହମତିରେ ଦୁଇ ପୁଅଙ୍କ ବିବାହ କାର୍ଯ୍ୟ ସମାପ୍ତ କରିଥିଲେ। ଘରକୁ ଦୁଇଜଣ ସୁନା ବୋହୂ ଆଣିଥିଲେ ବିନା ଯୌତୁକରେ। କିନ୍ତୁ ବୋହୂ ମାନଙ୍କୁ ନିଜ ନିଜର ସ୍ୱାମୀ ଙ୍କ ସହ ଚାକିରି କର୍ମ କ୍ଷେତ୍ରରେ ରହିବା ପାଇଁ ଅନୁମତି ବି ଦେଇ ସେ ଶଶୁର ପଣିଆର ମାନ ରଖି ଥିଲେ। ସମସ୍ତ ବ୍ୟବସ୍ଥା ପଛରେ ଆଳତି ରାୟ ଙ୍କ ନୈତିକ ସମର୍ଥନ ରହିଥିଲା। କାହା ପାଇଁ ସମୟ ସବୁଦିନ ସମାନ ରହେନି। ହସ ଖୁସି ର ସଂସାର ରେ କେତେ ବେଳେ ସମୟ କାହା ପାଇଁ କେମିତି ଆସିବ ତାହା କେବଳ ପ୍ରଭୁ ହିଁ ଜାଣନ୍ତି। ଯେତେବେଳେ କରୋନା ଆକ୍ରାନ୍ତ ଚାଲିଥିଲା ଠିକ୍ ସେତିକିବେଳେ ଏଥିରେ ସଂକ୍ରମିତ ହୋଇ ଆଳତି ରାୟ ସବୁଦିନ ପାଇଁ ଆଖି ବୁଜିଲେ। ଧନ ଓ ଆଧୁନିକ ଚିକିତ୍ସା ତାଙ୍କୁ ବଞ୍ଚାଇ ପାରିଲା ନାହିଁ। ପ୍ରକାଶ ଓ ଆଲୋକ ମର୍ମାହତ ହୋଇ ଅନେକ କଥା ଭାବିଲେ ସିନା ହେଲେ ଦୈବ ବିଧାନ ପ୍ରତି ସମ୍ମାନ ଜଣାଇବା ବ୍ୟତୀତ ଆଉ କିଛି କରିବାର ଉପାୟ ନ ଥିଲା। ଏବେ ଏତେବଡ ଘରରେ ସୁବାଷ ବାବୁ ଏକା ହୋଇଗଲେ। ପୁଅ ବୋହୁ ମାନେ ଯେତେ କହିଲେ ବି କାହା ପାଖରେ ରହିବାକୁ ରାଜି ହେଲେ ନାହିଁ। ନିଜ ଗାଁ ନିଜ ଘର ବ୍ୟତୀତ ନିଜର ପୁଅ ଓ ନାତି, ନାତୁଣୀ ମାନଙ୍କ ଗହଣରେ ପ୍ରବାସ ବାସରେ ସମୟ ବିତେଇ ବାକୁ ଆଦୌ ରାଜି ହେଲେ ନାହିଁ। ତେଣୁ ଦୁଇ ପୁଅଙ୍କୁ ପାଖକୁ ଡାକି ସମସ୍ତ ଘର ଓ ସ୍ଥାବର ଅସ୍ଥାବର ସମ୍ପତ୍ତି କୁ ଦୁଇ ଭାଗ କରି ଦେଲେ। ଆଲୋକ ଓ ପ୍ରକାଶ କିମ୍ବା ସେମାନଙ୍କ ପତ୍ନୀ ମାନେ କେହି କିଛି ବିରୋଧ ନ କରି ନୀରବ ରହିଲେ। କିନ୍ତୁ ଯେଉଁ ଅଂଶ ଟି ସୁବାସ ବାବୁ ନିଜ ପାଖରେ ରଖିଥିଲେ ତାହା ତାଙ୍କ ଅନ୍ତେ ତାଙ୍କୁ ଯିଏ ଅର୍ଥାତ୍ ତାଙ୍କର ଜଣେ ବିଶ୍ୱସ୍ତ ରୟତ ଙ୍କୁ ପ୍ରଦାନ କରାଯିବ। ଏହି ପ୍ରସ୍ତାବରେ ମଧ୍ୟ ସମସ୍ତ ବ୍ୟବସ୍ଥା ବ୍ୟବସ୍ଥିତ ହେଲା। ଅଧିକାର ବଣ୍ଟା କୁଣ୍ଟା ପରେ ଆଲୋକ ଓ ପ୍ରକାଶ ନିଜ ନିଜର କର୍ମ କ୍ଷେତ୍ରରେ ଯୋଗ ଦେଇଥିଲେ। କିନ୍ତୁ ଆଲୋକ ଙ୍କ ଦୁଇ ପୁଅ ଓ ପ୍ରକାଶ ଙ୍କ ପୁଅ ଓ ଝିଅ ଜେଜେ ବାପା ଙ୍କୁ ସର୍ବଦା ଖୋଜି ହୁଅନ୍ତି ଏବଂ ସେମାନେ ଜିଦି କରି ଘରକୁ ଆସି ଜେଜେଙ୍କ ସହ କିଛି ସମୟ ବିତାଇ ପୁଣି ଫେରି ଯାଆନ୍ତି। ରୟତ ସୁଦାମ ରାଉତ ସମସ୍ତଙ୍କୁ ଉତ୍ତମ ସେବା ପ୍ରଦାନ କରି ଖୁସିରେ ଥାଏ। ଏବେ ସୁଦ୍ଧା ସୁବାଷ ବାବୁ ନିଜ ପୁଅ ବୋହୁ ଙ୍କୁ ଦେଇଥିବା ଅଧିକାର ପ୍ରସଙ୍ଗ ସାରା ଗ୍ରାମରେ ଲୋକଙ୍କ ପାଖରେ ଚର୍ଚ୍ଚା ହେଉଛି। 


Rate this content
Log in

Similar oriya story from Classics