STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

4 mins
0

 ଗାଆଁ ଟିଏ, ନାମ ନେଳି ପଡ଼ା ଆଦିବାସୀ ଗାଆଁ ଟିଏ, ମାତ୍ର ୨୦/୩୦ ଘର। କନ୍ଧ ଜନଜାତିର ଲୋକେ, ଜଙ୍ଗଲକୁ ଭରସା କରି ଚଳନ୍ତି। ଧରମା ଜାନି ସେଇ ଗାଆଁର ବାସିନ୍ଦା, ଘରେ ଛଅ ପ୍ରାଣୀ କୁଟୁମ୍ବ, ସେ ସ୍ୱାମୀ ସ୍ତ୍ରୀ ଦୁଇ, ପୁଅ ସୁମନ ଓ ଝିଅ ଚେମୀ ଏବଂ ଜେଜେ ବାପା ଓ ମାଆ। ଧରମାର ସ୍ତ୍ରୀ ନାଆଁ ସୁକୁଟି। ବହୁ କଷ୍ଟରେ ସେମାନଙ୍କ ସଂସାର ଚଳେ। ପୁଅ ସୁମନ ମାଟ୍ରିକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଘରେ ଅଛି। ଟଙ୍କା ପଇସା ଅଭାବ ଯୋଗୁଁ ପାଠ ପଢ଼ିବା ଆଉ ସମ୍ଭବ ହୋଇ ନଥିଲା। ବାପାଙ୍କ ସହିତ ଜଙ୍ଗଲ ଯାଏ, ବାପାଙ୍କୁ କାମରେ ସାହାଯ୍ୟ କରେ। ଜେଜେ ବାପା ଓ ମାଆଙ୍କ ବୟସ ଅନୁପାତରେ ସେ ଦୁହେଁ ଆଉ ଭିଡ କାମକୁ ପାରୁ ନାହାନ୍ତି। ଘରେ ବସି ରହି ଛୋଟିଆ ଛୋଟିଆ କାମରେ ପିଲା ମାନଙ୍କୁ ସାଥ ଦିଅନ୍ତି। ମାଆ ଖିଲାମୁଣ୍ଡା ଠାକୁରାଣୀ ଙ୍କ କୃପାରୁ ସୁଖ ଦୁଃଖ ରେ ଦିନ କଟି ଯାଏ। ଝିଅ ଚେମୀ କୁ ଏବେ ସତର ବର୍ଷ ପୂରିଲା। ତାଙ୍କ ମାଆ ସୁକୁଟି ଝିଅକୁ ସତର ପୂରିଲେ ଶ୍ରାବଣ ମାସ ସୋମବାର ଦିନ ବାଙ୍କୀ ନିକଟସ୍ଥ ବୈଦ୍ୟଶ୍ୱର ଠାରୁ ଜଳ ଭାରରେ ବୋହି ଚଣ୍ଡେଶ୍ଵର ଶିବଙ୍କ ଉପରେ ଅର୍ପଣ କରିବ ବୋଲି ମାନସିକ କରିଥିଲେ। ସାଥିରେ ପୁଅ ସୁମନ ବି ଯୋଗ ଦେବ। ଯୋଜନା ମୁତାବକ ଭାଇ ଭଉଣୀ ଉଭୟେ ପାଣି ଭାରରେ ଯିବା ପାଇଁ ପ୍ରସ୍ତୁତି ହୋଇ ଗାଆଁ ଛାଡ଼ିଲେ ଏବଂ ନିଜ ସୁବିଧାରେ ବୈଦେଶ୍ଵର ନିକଟରୁ ମହାନଦୀ ର ପାଣି ଭାରରେ ଉତ୍ତୋଳନ କରି ଅନ୍ୟ ମାନଙ୍କ ଗହଣରେ ସେ ନିଜ ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହେଲେ। ବମ୍ ବମ୍ ଭୋଳାନାଥ, ହର ହର ମହାଦେବ ଇତ୍ୟାଦି ଧ୍ୱନୀ ରେ ଚଲାପଥ ପ୍ରକମ୍ପିତ ହେଉଥାଏ। ସେମାନେ କାଉଡ଼ିଆ, ବାଟରେ ଅସୁବିଧା ହେଲେ ଲୋକେ ସାହାଯ୍ୟ କରନ୍ତି। କିଛି ଅଘଟଣ ଘଟେ ନାହିଁ। ଯେଉଁଠି କ୍ଳାନ୍ତ ଅନୁଭବ କରନ୍ତି, ଭାଇ ଭଉଣୀ ଦୁହେଁ ନିକଟସ୍ଥ ଶିବ ମନ୍ଦିରରେ ଆଶ୍ରୟ ନିଅନ୍ତି ଓ ପୁଣି ବାଟ ଚାଲିବା ଆରମ୍ଭ କରନ୍ତି। ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଇପସିତ ଶିବ ଠାକୁର ଙ୍କ ମଥା ପରେ ଜଳ ଅର୍ପଣ କରିବା। ଶ୍ରାବଣ ମାସର ପ୍ରଥମ ସୋମବାର, ରାତି ପାହି ପାହି ଆସୁଥାଏ, ଚେମୀ ଓ ସୁମନ ଙ୍କ ଚଲାପଥ ସରି ସରି ଆସୁଥାଏ, ସୂର୍ଯ୍ୟଙ୍କ ପହିଲି କିରଣ ଚଣ୍ଡେଶ୍ଵର ର ମାଟିକୁ ସ୍ପର୍ଶ କରିବା ଆରମ୍ଭ କରିଛି, ଠିକ୍ ସମୟ ମଧ୍ୟରେ ଭାଇ ଭଉଣୀ ଉଭୟ ଚଣ୍ଡେଶ୍ଵର ଶିବ ଠାକୁର ଙ୍କ ମନ୍ଦିର ପ୍ରାଙ୍ଗଣ ରେ ପହଞ୍ଚି ସାରିଲେଣି। କେବଳ ଅପେକ୍ଷା ରେ ଧାଡ଼ିରେ ଛିଡ଼ା ହୋଇ ଶିବ ଠାକୁର ଙ୍କ ଲିଙ୍ଗ ଉପରେ ଆଣି ଥିବା ଜଳ ଶ୍ରଦ୍ଧା ପୂର୍ବକ ଅର୍ପଣ କରିବା। ସେଦିନ ଦାୟିତ୍ୱରେ ଥାନ୍ତି ମନ୍ଦିରର ମୁଖ୍ୟ ପୂଜକ ଲକ୍ଷ୍ମୀଧର ମହାପାତ୍ର। ସେ କେଉଁ ସୂତ୍ରରୁ ଜାଣିବାକୁ ପାଇଲେ ଯେ ଚେମୀ ଓ ସୁମନ ହେଉଛନ୍ତି ଆଦିବାସୀ ସମ୍ରଦାୟର। ଧାଡ଼ିରେ ଛିଡ଼ା ହୋଇ ଥିବା ଭାଇ ଭଉଣୀ ଉଭୟ ଙ୍କୁ ସେ ପାଣି ଢାଳିବା ପାଇଁ ବାରଣ କଲେ। ଏହି ସମୟରେ ଅନ୍ୟ କବାଡ଼ିଆ ଭାଇ ଭଉଣୀ ମାନେ ମୁଖ୍ୟ ପୂଜକ ଙ୍କୁ ପୁରା ମାତ୍ରାରେ ବିରୋଧ କରିଥିଲେ। କିନ୍ତୁ ସେ କାହାରି କଥାକୁ କର୍ଣ୍ଣ ପାତ କରି ନ ଥିଲେ। ମନ୍ଦିର ଭିତରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତି ଅବସ୍ଥା ଉପୁଜିଲା ଯାହା ଦ୍ୱାରା ଚେମୀ ଓ ସୁମନ ନୀରବରେ ପାଣି ଭାର ସହ ଲୁହ ଭରା ଆଖିରେ ମନ୍ଦିରର ବାହାରକୁ ଆସି ଚଣ୍ଡେଶ୍ଵର ଉଦ୍ଦେଶ୍ୱରେ ଜଳ ଅର୍ପଣ କରି ଭାରି ମନରେ ଘର ମୁହାଁ ହେଲେ। ଚାନ୍ଦପୁର ପୋଲିସ ଅଧିକାରୀ ଙ୍କ ନିକଟରେ ମୁଖ୍ୟ ପୂଜକ ଙ୍କ ବିରୋଧରେ ଏକ ଏତଲା ଦାୟର କରି ଘରକୁ ଫେରିଲେ। ଏତଲାର ଗୋଟିଏ କପି ସାଥିରେ ଧରି ଘାରକୁ ଫେରିଲେ। ଏହି ପ୍ରସଙ୍ଗ ଗାଆଁ ସାରା ପ୍ରଚାର ହୋଇ ଗଲା। ଗାଆଁ ଲୋକେ ଏଥିପାଇଁ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଆବେଦନ କରିବା ସକାଶେ ସଂଘବଦ୍ଧ ନିଷ୍ପତ୍ତି ନେଲେ। ଦୈବାତ୍ ଏହି ଘଟଣା ଘଟିବାର ଦୁଇ ଦିନ ପରେ ରଣପୁର ଠାରେ ନୟାଗଡ଼ ଜିଲ୍ଲାପାଳ ଙ୍କ ଏକ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଲା। ଏଥିରେ ଉଭୟ ଭାଇ ଭଉଣୀ ଓ ସେହି ଆଦିବାସୀ ଗାଆଁ ର କେତେକ ମୁରବୀ ମାନେ ଉପସ୍ଥିତ ଥିଲେ ଏବଂ ଜିଲ୍ଲାପାଳ ଙ୍କୁ ସେହି ଜନ ଶୁଣାଣୀ ବେଳେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ। ତହିଁ ସହିତ ଥାନାରେ ଏତଲା କୁ ମଧ୍ୟ ଦଖଲ କରି ଥିଲେ। ଏହି ପ୍ରସଙ୍ଗ ଏକ ଜାତି ଧର୍ମ ବିରୋଧୀ ତଥା ଅପରାଧ ପ୍ରବଣ ହୋଇ ଥିବାରୁ ଏସପି ଙ୍କୁ ଏହାର ତଦନ୍ତ ଭାର ଅର୍ପଣ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଦିନ ବଡ ଆଶ୍ୱସ୍ତି ରେ ସେମାନେ ନିଜ ଗାଆଁକୁ ଫେରିଗଲେ। ଘଟଣା ଘଟିବାର ଏକ ସପ୍ତାହ ପରେ ଦୁଇ ଜଣ କନେଷ୍ଟବଳ ଚଣ୍ଡେଶ୍ଵର ଯାଇ ଲକ୍ଷ୍ମୀଧର ମହାପାତ୍ର ଙ୍କ ଘରକୁ ଯାଇ ଥାନାରୁ ଯାଇଥିବା ସମନ୍ କୁ ଦେଲେ। କିନ୍ତୁ ଯୋଗକୁ ସେ ଘରେ ନ ଥିଲେ। ତାଙ୍କୁ ଖବର ଜଣାଇବା ପରେ ମଧ୍ୟ ସେ ଏହାକୁ ହେୟ ଜ୍ଞାନ କଲେ ଓ ସମନ୍ କୁ ଏଡ଼ାଇ ଗଲେ। ଏମିତି କିଛି ଦିନ ବିତି ଗଲା ପରେ ପୋଲିସ ଭ୍ୟାନ ଅଚାନକ ତାଙ୍କ ଘରେ ପହଞ୍ଚି ତାଙ୍କୁ ଜବରଦସ୍ତ ଥାନାକୁ ଆଣି ଅଟକ ରଖି ଚାର୍ଜସିଟ୍ ଦାଖଲ ପୂର୍ବକ କୋର୍ଟ ଫରୱାର୍ଡ କଲେ। କୋର୍ଟ ନିଷ୍ପତ୍ତି ଅନୁଯାୟୀ ମହାପାତ୍ରଙ୍କୁ ଏହି ବାରଣ ଅପରାଧରେ ତିନି ମାସ ଜେଲ ଦଣ୍ଡ ହେଲା। ସୁତରାଂ ତାଙ୍କୁ ନୟାଗଡ଼ ଜେଲରେ ଏହି ଅବଧି ସମୟ ବିତେଇ ବାକୁ ପଡ଼ିଲା। ବଡ ମନ ଦୁଃଖ ରେ ସେ ଏହି କଥା ଭାବି ନିଜକୁ ଅପରାଧୀ ବୋଲି ସନ୍ତୁଳିତ ହେବାକୁ ଲାଗିଲେ। ବହୁ ପଶ୍ଚାତ ତାପ କରିବାକୁ ପଡ଼ିଥିଲା। ଯାହା ଭୋଗିବାର ଥିଲା ତାହା ଭୋଗିଲେ, ଦଇବ ଦଣ୍ଡ କୁ ସ୍ବୀକାର କରି ବାକୁ ହେବ। ତିନିମାସ ପରେ ସେ ଏବେ ନିଜ ଘରକୁ ଫେରି ଆସି ଛନ୍ତି। ପୁରୀ ଅର୍ଥାତ ନୀଳାଚଳ ଧାମ କୁ ଯିବାକୁ ମନସ୍ଥକରିପାରନ୍ତି କରି ଯାଇଛନ୍ତି। ନରେନ୍ଦ୍ରକୋଣ ଠାରେ ଜଣେ ଭଣ୍ଡାରୀ ପାଖେ ଖିଅର ହୋଇ ବା ନଣ୍ଡା ହୋଇଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ରେ ସ୍ନା ହାନ କରିଛନ୍ତି। ଶ୍ରୀ ମନ୍ଦିର ଭିତରେ ପ୍ରବେଶ କରି ଆନନ୍ଦ ବଜାର ରେ ବ୍ରାହ୍ମଣ ଭୋଜନ ଓ ତହିଁ ସାଙ୍ଗକୁ ଦେଇ ନିଜକୁ ଶୁଦ୍ଧି କରିଛନ୍ତି। ଏହି ରକମର ନିଜ ପାପର ପ୍ରାୟଶ୍ଚିତ କରି ସେ ଫେରି ଆସନ୍ତି ନିଜ ବାସ ଭବନକୁ। ସେହି ଦିନ ଠାରୁ ସେ ନିଜକୁ ସୁଧାରି ବିଭିନ୍ନ ଲୋକ ହିତକର କାମରେ ଜଡ଼ିତ ଥିବାର ସେ ଅଞ୍ଚଳର ଲୋକଙ୍କ ମୁଖରେ ଶୁଣାଯାଏ। ,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action