ସମ୍ପର୍କର ଦୋଛକିରେ
ସମ୍ପର୍କର ଦୋଛକିରେ
ସମ୍ପର୍କର
ସରିତା ଓ ରାଜେଶ ଏକାଠି ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢି ମାଟ୍ରିକ ପାସ କଲାପରେ ଦୁଇ ଜଣ ଙ୍କର ବିଭିନ୍ନ ସ୍ଥାନରେ ଉଚ୍ଚ ଶିକ୍ଷା ପ୍ରାପ୍ତ ହେଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସୁ ସମ୍ପର୍କ ଥାଏ। ସମ୍ପର୍କରେ ମଳିନତା ପଡିନି। ପ୍ରାୟ ବହୁ ସମୟରେ ଫୋନରେ କଥା ବାର୍ତ୍ତା ହୁଅନ୍ତି। କେବେ କେବେ ସାକ୍ଷାତ ହେଲେ ପ୍ରଗଲଭ ଭାବେ ଗପସପ ହୁଅନ୍ତି। ଏମିତିକା ସମୟ ଯାଏ। ଭଲ ପାଇବା ଭିତରେ କିଛି ସର୍ତ୍ତ ନ ଥାଏ। କେବଳ ଥାଏ ପାଠ ପଢା ଓ ବାଲ୍ୟ ଜୀବନ ର ପାରିବାରିକ ସମ୍ପର୍କ।
ଅନେକ ବର୍ଷ ପରେ ସରିତା OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଡ଼ିଓ ଭାବେ ନୂଆପଡ଼ା ବ୍ଲକରେ ଯୋଗ ଦେଇ ନିଜ ଦାୟିତ୍ୱ ତୁଲାଇଥିଲେ। ତାହାର ବର୍ଷକ ପରେ ରାଜେଶ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ସରକାରୀ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରେ ବି ଯୋଗ ଦେଲେ। ଉଭୟ ପରସ୍ପରକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ। କିନ୍ତୁ ସମ୍ପର୍କରେ କୌଣସି ଛିଟା ପଡିନି ଆଜି ପର୍ଯ୍ୟନ୍ତ। ଯଥା ପୂର୍ବମ ତଥା ପରମ।
କିନ୍ତୁ ସରିତାଙ୍କ ପରିବାର ଙ୍କ ପକ୍ଷରୁ ରାଜେଶ ଙ୍କ ପରିବାର ପାଇଁ ଉଭୟଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ନିମନ୍ତେ ଏକ ପ୍ରସ୍ତାବ ଦିଆଯାଇଥିଲା। ଯଦିଓ ଉଭୟ ପରସ୍ପରକୁ ଭଲ ପାଆନ୍ତି, କିନ୍ତୁ ବିବାହ ପ୍ରସ୍ତାବ କଥା ଶୁଣି ଉଭୟ ସାମାନ୍ୟ ହଡ ବଡ ହେଲେ ଏବଂ ଏହି ସମ୍ପର୍କ ପାଇଁ ଦୋ ଛକିରେ ପଡ଼ିଲେ। କଥା ହେଉଛି ଉଭୟ ଜାତି ଓ ଗୋତ୍ର ଅଲଗା ଅଲଗା ଥିବାରୁ ନିଷ୍ପତ୍ତି ନେବା ଏକ ରକମ କାଠିକର ପାଠ ଥିଲା। ଅପର ପକ୍ଷରେ ଉଭୟ ପରିବାର ଏହାର ଏକ ସମାଧାନ ନିମନ୍ତେ ଏକ ସୂତ୍ର ବାହାର କରିବାରେ ଲାଗି ପଡନ୍ତି।
ସମ୍ପର୍କର ଦୋଛକିରେ ପଡ଼ିଥିବା ସରିତା ଓ ରାଜେଶ ଧୀରେ ଧୀରେ ମୁକ୍ତ ହେବାକୁ ଯାଆନ୍ତି। ସରିତାଙ୍କୁ ରାଜେଶ ଙ୍କ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ଝିଅ କରି ନିଅନ୍ତି ଓ କନ୍ୟା ପିତା ଭାବେ ବିବାହ ବେଦିରେ ରାଜେଶଙ୍କୁ କନ୍ୟା ଦାନ କରି ଏହି ସମସ୍ୟା କୁ ଅଚିରେ ଦୂର କରି ଥିଲେ।
ଲୋକେ କଥା ବାର୍ତ୍ତା ହେଉଥିଲେ, ନେଇ ଆଣି ଥୋଇ ପାରିଲେ ସମ୍ପର୍କର ଦୋ ଛକ ଆପେ ଆପେ ସୁଧୁରି ଯାଏ।
