STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଧୈର୍ଯ୍ୟ

ଧୈର୍ଯ୍ୟ

2 mins
385

୨୦୧୭ ମସିହାରେ ojs ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ ମନ୍ମଥ ବଡ ସଫଳତା ହାସଲ କରିଥିଲା। କିନ୍ତୁ ତା ପୂର୍ବରୁ ସେ ପାଞ୍ଚ ଥର ସେହି ପରୀକ୍ଷାରେ ବିଫଳ ହୋଇ ମନ ଦୁଃଖରେ କାଳାତି ପାତ କରୁଥିଲା। ତାହା ପାଇଁ ସାହାରା ହିଁ ତାଙ୍କ ବାପା ବିଶାଳ ସାମନ୍ତରାୟ। ଥର କୁ ଥର ବିଫଳ ହୋଇ ମନ୍ମଥ ଧୈର୍ଯ୍ୟ ହରା ହୋଇ ପଡୁ ଥିଲେ ମଧ୍ୟ ତାଙ୍କ ବାପା ସବୁବେଳେ ଏହାକୁ ସକାରାତ୍ମକ ଦୃଷ୍ଟିକୋଣ ରୁ ଗ୍ରହଣ କରି ନେଇ ବୁଝାନ୍ତି, ଦେଖ ମନ୍ମଥ, ଇଶ୍ଵର ସବୁ ଭଲ କାମରେ ପରୀକ୍ଷା ନିଅନ୍ତି। ତେଣୁ ଧୈର୍ଯ୍ୟ ର ସହ ପରିସ୍ଥିତିକୁ ସାମନା କରିବାକୁ ହିଁ ପଡ଼ିବ। ବାପାଙ୍କ ଏଇ କଥା ପଦକ ମନ୍ମଥ ଙ୍କ ଭଙ୍ଗା ମନ ଯୋଡ଼ି ଦିଏ। ଦିନକର ଘଟଣା। ସେ ଦିନ ଦ୍ବିପ୍ରହର ଭୋଜନ ସାରି ତାଙ୍କ ବାଡ଼ି ପଟ ଅଗଣାରେ କିଛି ସମୟ ବିଚରଣ କଲା ପରେ ଗୋଟିଏ ବାଉଁଶ ଠାରେ ନଜର ପଡିଲା। ଗୋଟିଏ ଛୋଟିଆ ପିମ୍ପୁଡ଼ି ବାଉଁଶ ରେ ଚଢି ସବା ଶେଷ ଭାଗକୁ ଚେଷ୍ଟା କରି ବାରମ୍ବାର ଖସି ପଡୁ ଥାଏ ଓ ପୁଣି ଚେଷ୍ଟା କଲି ଚାଲୁ ଥାଏ। ଏମିତିକା ଅନେକ ଚେଷ୍ଟା କରି ଶେଷରେ ସେହି ପିମ୍ପୁଡ଼ି ବାଉଁଶର ଅଗ୍ର ଭାଗରେ ପହଞ୍ଚି ପାରିଲା। ଏହି ଦୃଶ୍ୟ ଦେଖିଲା ପରେ ମନ୍ମଥ ଭାବିଲା, ବାପା ଯାହା କହୁଥିଲେ, ଧୈର୍ଯ୍ୟ ହିଁ ଅସଲ ପରୀକ୍ଷା। ଏହି ଭାବନାକୁ ମନରେ ରଖି ତାର ପରିଶ୍ରମ ଓ ସମୟର ସଦୁପୋଯୋଗକୁ ଆହୁରି ବଢାଇ ଦେଲା। ଦିନ ରାତି ଏକ କରି ଦେଲା। ବାହାର କଠିନ ପରିଶ୍ରମ କେବେ ବିଫଳ ହୁଏନି। ଦିନେନା ଦିନ ତାହା ଫଳବତୀ ହୋଇଥାଏ। କଠିନ ପରିଶ୍ରମ ଓ ଇଶ୍ଵର ଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଜଣକୁ ତାର ଲକ୍ଷ୍ୟ ସ୍ଥଳରେ ନେଇ ପହଞ୍ଚାଇ ଦିଏ। ଯାହା ମନ୍ମଥ ଙ୍କ ପକ୍ଷରେ ସମ୍ଭବ ହୋଇ ପାରିଥିଲା।୨୦୧୭ ମସିହା ojs ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ମନ୍ମଥ ଏହି ପରୀକ୍ଷା ସମଗ୍ର ଓଡ଼ିଶାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନ ଦଖଲ କରି ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରି ଥିଲା। ଧୈର୍ଯ୍ୟ ସିନା ପିତା ହେଲେ ତାର ଫଳ ବଡ ମଧୁର। 


Rate this content
Log in

Similar oriya story from Action