STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସମୟର ଖେଳ

ସମୟର ଖେଳ

2 mins
151


ସୁବ୍ରତ ଓ ସୁଷମା ଏକା ମାଆ ପେଟରୁ ଜନ୍ମିତ ଭାଇ ଓ ଭଉଣୀ। ସୁବ୍ରତ ବଡ ଓ ସୁଷମା ତିନି ବର୍ଷ ସାନ। ସେମାନଙ୍କ ବାପା ମାଆ ଗୃହସ୍ଥ ଏବଂ ଚାଷ କାର୍ଯ୍ୟରେ ମନୋନିବେଶ କରି ଘରର ଆର୍ଥିକ ଦିଗକୁ ସୁଧାରି ନିଅନ୍ତି। ପରିବାର ବଡ ଖୁସି ରେ ସମୟ ଅତିବାହିତ କରନ୍ତି। ଧୀରେ ଧୀରେ ଭାଇ ଭଉଣୀ ଙ୍କ ବୟସ ବଢିବା ସହ ସେମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ ହୁଅନ୍ତି। ସେମାନଙ୍କ ବାପା ମାଆ କମ ପାଠ ପଢି ଥିଲେ ହେଁ ତାଙ୍କ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଅଙ୍ଗୀକାର ବଦ୍ଧ ହୋଇ ଥିଲେ। କେବଳ ସେତିକି ନୁହେଁ ବହୁ ଅଭାବ କଷଣ ଭିତରେ ସୁବ୍ରତ ଇଞ୍ଜିନିୟର ହୋଇ ସରକାରୀ ଚାକିରି ଟିଏ ହାତେଇ ପାରି ଥିଲା।ସୁଷମା ମଧ୍ୟ ଜଣେ ଶିକ୍ଷୟତ୍ରୀ ଭାବେ ଜୀବନ ଆରମ୍ଭ କରିଥିଲେ। ପାଞ୍ଚ ବର୍ଷ ଏକତ୍ର ତାଳ ମେଳ ରଖି ପରିବାରକୁ ଏକ ସୁନ୍ଦର ଓ ଶୃଙ୍ଖଳିତ କରି ପାରି ଥିଲେ। ସଂସାର ଯାତ୍ରାରେ ସୁଖ ଦୁଃଖ ଯାହା ଆସୁନା କାହିଁକି ସେସବୁକୁ ସହି ନେବାକୁ ପଡିବ। ସେହି ନ୍ୟାୟରେ ସେମାନଙ୍କ ଯାତ୍ରା ପଥ କେତେବେଳେ ସୁଗମ ଥିଲାତ ଆଉ କେତେବେଳେ ଦୁର୍ଗମ ଥିଲା ।

     ସୁଷମା ବିବାହ ଯୋଗ୍ୟା ହେବାର ବୟସରେ ତାଙ୍କ ବାପା ମାଆ ଙ୍କ ପସନ୍ଦରେ ଜଣେ ବର ପାତ୍ର ନଜରରେ ଆସନ୍ତି। ସେ ହେଉଛନ୍ତି ଆରଡ଼ି ଗ୍ରାମର ସୁବଳ ପ୍ରଧାନ ଙ୍କ ଏକମାତ୍ର ପୁତ୍ର ବିଶ୍ୱଜିତ। ଦେଖିବାକୁ ଯେମିତି ସୁନ୍ଦର ଚରିତ୍ର ମଧ୍ୟ ସେହି ଅନୁରୂପ। ଉଭୟ ପରିବାର ଏହି ପ୍ରସ୍ତାବରେ ସହମତି ପ୍ରକାଶ କରନ୍ତି। ପୁଣି ସୁବ୍ରତ ଙ୍କ ବାପା ମାଆ ଧିରନ୍ୟ ଓ ଶୁକ ଦେଇ ଚିନ୍ତା କରନ୍ତି ଭାଇ ଭଉଣୀ ଙ୍କ ବିବାହ କାର୍ଯ୍ୟ ଏକା ବେଳକେ ସାରି ଦେବେ। ତଦନୁଯାୟୀ କନ୍ୟା ଖୋଜା ଗଲା। ହରିପୁର ଗାଁ ର ଅସୀମା ଓ ଭିକାରୀ ପରିଡ଼ାଙ୍କ ଏକ ମାତ୍ର ଝିଅ ମୌସୁମୀ ଙ୍କ ସହିତ ସ୍ଥିର କରାଗଲା। ଏସବୁ ଦଇବ ବିଧାନ। ଯିଏ ଯାହା ପାଇଁ ଅଛି ତା ନିଶ୍ଚୟ ଯୋଡାଯୋଡ଼ି ହେବେ।

     ସୁରୁଖୁରୁରେ ବିବାହ ସମ୍ପନ୍ନ ହେଲା। ଉଭୟ ପରିବାର ବଡ ଖୁସିରେ ଦିନ କାଟୁଥାଆନ୍ତି। ବିବାହ ପରେ ସାତ ବର୍ଷ ଧରି ଏକତ୍ର ଦାମ୍ପତ୍ୟ ଜୀବନ ପରେ ସୁଷମା ଓ ବିଶ୍ୱଜିତ ଙ୍କ କୋଳ ମଣ୍ଡନ କରି ପୁତ୍ର ସନ୍ତାନ ଟିଏ ଜନ୍ମ ନେଇ ଥିଲା। ଅନ୍ୟ ପକ୍ଷରେ ସୁବ୍ରତ ଓ ମୌସୁମୀ ଙ୍କ କୋଳ ମଣ୍ଡନ କରି କନ୍ୟା ସନ୍ତାନ ଟିଏ ଜନ୍ମ ନେଇ ଥିଲା। କିନ୍ତୁ ଦଇବ ର ବିଚାର ଭିନ୍ନ ଥିଲା। ଆଉ କିଛି ବର୍ଷର ସଂସାର ପରେ ସୁବ୍ରତଙ୍କ ପତ୍ନୀ ମୌସୁମୀ ଙ୍କ ଅଜଣା ରୋଗରେ ପୀଡିତ ହୋଇ ଦେହାନ୍ତ ଘଟିଲା। ସୁବ୍ରତ ବିପତ୍ନିକ ହୋଇ ଗଲେ। ତଥାପି ପୁନଃ ବିବାହ କରିବାକୁ ଆଦୌ ମନସ୍ଥ କଲେ ନାହିଁ। ଏତିକି ବେଳେ ଆଉ ଏକ ଦାରୁଣ ଖବର ଆସି ପହଞ୍ଚିଲା ଯେ ରାସ୍ତା ଦୁର୍ଘଟଣାରେ ସୁଷମା ଙ୍କ ସ୍ଵାମୀ ବିଶ୍ୱଜିତ ପ୍ରାଣ ହରାଇ ଛନ୍ତି। ଏହି ଦାରୁଣ ଓ ନିଷ୍ଠୁର ସତ୍ୟକୁ ଉଭୟ ପରିବାର ସାମନା କଲେ। ସବୁ କିଛି ଇଶ୍ଵର ଙ୍କ ନିର୍ଦ୍ଦେଶ ରେ ହେଉଛି ବୋଲି ମାନି ନେଇ ଆଗକୁ ବଢ଼ିବାରେ ଧୈର୍ଯ୍ୟ ରଖିଲେ। ନୀରବରେ ସବୁ ସହି ନେଲେ। ସୁଷମା ମଧ୍ୟ ଦ୍ଵିତୀୟ ବିବାହ ନ କରି ବାକି ସମୟ ବିତାଇ ପାରିବାକୁ ଦୃଢ ସଂକଳ୍ପ ବି ନେଲେ। ଏସବୁ ସମୟର ଖେଳ ବୋଲି ଉଭୟ ପରିବାର ମାନି ନେଲେ। ଇଶ୍ଵର କାହାକୁ ପୂର୍ଣ୍ଣାଙ୍ଗ ଭାବେ ଗଢି ନ ଥାନ୍ତି। ନିଜ ହାତରେ କିଛି ଅଙ୍କୁଶ ରଖି ଥାନ୍ତି। ଯାହା ଏହି ଉଭୟ ପରିବାର କ୍ଷେତ୍ରରେ ଘଟିଛି। ଧରି ନେବାକୁ ପଡିବ ଏହା ସମୟର ଖେଳ ଓ ପ୍ରାରବ୍ଧ ର ଫଳ।



Rate this content
Log in

Similar oriya story from Action