ସାଥି ତମେ ବହୁ ଦୂରେ ଭାଗ ୧
ସାଥି ତମେ ବହୁ ଦୂରେ ଭାଗ ୧


ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଏହି ଗଳ୍ପ ସେହି ମାନଙ୍କ ପାଇଁ, ଯେଉଁମାନେ ପ୍ରେମ କରିବା ପାଇଁ ବ୍ୟାକୁଳ ଅଛନ୍ତି । ପ୍ରିତମ ,ବୟସ 20 ବର୍ଷ ।ପରିବାର କହିଲେ ବାପା ମା ଓ ସାନ ଭଉଣୀ। କଲେଜର +3 ସରି ଯାଇଥାଏ। ଦିନେ ସେ ଛାତ ଉପରେ ସେ ଚାନ୍ଦିନ ରାତିର ସେ ସୁଲୁ ସୁଲିଆ ପବନରେ ତା ମନକୁ ବହୁତ ପ୍ରକାର ଭାବନା ଆସିଲା । ଆଜି କାଇଁ ମତେ କିଛି ଏକଲା ଏକଲା ଅନୁଭବ ହେଉଛି।
ସତରେ ଜଣେ ସାଥି ନିହାତି ଦରକାର । କା ସ.... ମୋ ଜୀବନରେ ଏମିତି କେହି ଆସି ଥାନ୍ତା ମୁଁ ତାକୁ ଏତେ ଭଲ ପାଇବା... ଏତେ ଭଲ ପାଇବା ଦିଅନ୍ତି ସେ ପୁରା ପାଗିଳି ହେଇଯାନ୍ତା। ହେଲେ ଏବେ ଭାବି ଲାଭ କଣ । ମୁଁ ବି ଗୋଟେ ବୋକାଟେ କଲେଜ ଲାଇଫରେ ପଟେଇ ଥିଲେ ସେତେବେଳେ ହେଇଥାନ୍ତା । ଛାଡ ଯାହା ମୋ ଭାଗ୍ୟ ।
ଏମିତି କିଛି ପ୍ରିତମ ଭାବି ଭାବି ସାରା ରାତି ସେହି ଛାତ ଉପରେ କଟେଇଦେଲା। ପ୍ରିତମ ବହୁତ ସାଧା ସିଧା ପିଲାଟା ଥିଲା ତାର ଝିଅ ପିଲା ସାଙ୍ଗ ଦୂରର କଥା ପୁଅ ସାଙ୍ଗ ବି ଏତେ ନଥିଲେ । ରାତି ସିନା ବିତିଗଲା ଭାବିଥିବା କଥାକୁ ସତ କରିବା ପାଇଁ ଲାଗିଲା ଓ ସେ ତା ମନର ମାନସିକୁ ଖୋଜିବାକୁ ଲାଗିଲା । ହେଲେ ପାଇବ କୋଉଠି ତାକୁ । ତାର ବି ଯେତେ ସାଙ୍ଗ ଥିଲେ ସମସ୍ତଙ୍କୁ ସେ ଅନୁରୋଧ କରି କହିଲା କି ମୋର ଗୋଟେ ସେଟିଙ୍ଗ କରେଇଦିଅ । ହେଲେ କେହି କରିନଥିଲେ ।
ସାଙ୍ଗ- ଆବେ ତୁ କୋଉ ଯୁଗରେ ଅଛୁ ।ଶୁଣ ତୁ ଟିକେ ଷ୍ଟାଇଲ ମାରି ଆଉ ଟିକେ ସ୍ମାର୍ଟ ଦେଖା । ଏମିତି ସାଧା ସିଧା ରହିଲେ କୋଉ ଝିଅ ପଟିବ କହିଲୁ ।
କିଛି ଦିନ ପରେ...
ପ୍ରିତମର ମାମୁଙ୍କ ଝିଅ ବାହାଘର ହେଉଥାଏ । ମାମୁଙ୍କର କେହି ପୁଅ ନଥିବା ହେତୁ ପ୍ରିତମ ସେ ବାହାଘରର ଟିକ ନିଖ କଥା ବୁଝୁଥାଏ । ଏତେ ବ୍ୟସ୍ତ ବହୁଳତା ଭିତରେ ସେ ନିଜର ସାର୍ଟକୁ ଓଲଟା ପିନ୍ଧିଥିଲା । ବରଯାତ୍ରୀ ଆସିବାର ସେ ମୁହୂର୍ତ୍ତରେ ସେ କେମିତି ପିନ୍ଧିଦେଇଛି । ତାଙ୍କ ପାଇଁ ପୁଣି ବସିବା ଖାଇବା ବନ୍ଦବୋସ୍ତ । ବରଯାତ୍ରୀ ସବୁ ବାହାରେ ଖାଇଲେ ହେଲେ କିଛି ଝିଅ ବାହାରେ ଖାଇବାକୁ ପସନ୍ଦ କଲେଣି ସେଥିପାଇଁ ତାଙ୍କୁ ଘର ଭିତରେ ଖାଇବାକୁ ଦିଆଗଲା । ଆଉ ସେ ଖାଇବା ପରଷିବା ପିଲାଟା ପ୍ରିତମ ଥିଲା । ପ୍ରିତମ ପରଷିବା ସମୟରେ ଗୋଟେ ଝିଅ ତାକୁ ଦେଖି ହସିଲା । ପ୍ରିତମ କିଛି ବୁଝି ପାରିଲାନି ସେ ସେଠୁ ଚାଲିଆସିଲା । ପ୍ରିତମ ଭାବିଲା କଣ ପାଇଁ ହସିଲେ ଯାଇ ପଚାରିବି । ହେଲେ ଆଉ ତାଙ୍କ ସାମ୍ନାକୁ ଯିବାକୁ ଲାଜ ଲାଗୁଥିଲା ପୁଣି ଯଦି କଣ କହି ମଜାକ ଉଡାଇବେ । ସେ ଝିଅ ମାନେ ଖାଇ ସାରିଲେ ।
ଝିଅ- ଓ ମିଷ୍ଟର। ଆମକୁ ଅଧା ଖାଇବା ଦେଇ କୁଆଡେ ଗାଏବ ହେଇଗଲ ।
ପ୍ରିତମ- ତମେ ମାନେ ହସିଲ ।ମତେ ଟିକେ ଖରାପ ଲାଗିଲା।
ଝିଅ- ( ହସିଲା)
ପ୍ରିତମ- ପୁଣି ହସିଲ ଯେ ।
ଝିଅ- ତମେ ଏ ପର୍ଯ୍ୟନ୍ତ ବି ଜାଣି ପାରିଲାନି ମୁଁ କଣ ପାଇଁ ହସିଥିଲି ।
ପ୍ରିତମ- ନା ଜାଣିପାରୁନି।
ଝିଅ- ହେ ଭଗବାନ ।ତମେ ଗୋଟେ ବୁଧୁ। ଆରେ ତମେ ସାର୍ଟକୁ ଓଲଟା ପିନ୍ଧିଛ ।
ପ୍ରିତମ- ଆରେ ସତରେ ତ ।ଏ ବାହାଘର ଗହଳି ରେ କେମିତି ପିନ୍ଧି ପକେଇଛି।
ଝିଅ- ଟିକେ ସ୍ମାର୍ଟ ରହିବନା ।
ପ୍ରିତମ- ହଁ ମୋ ସାଙ୍ଗ ମାନେ ବି ସେମିତି କହୁଥିଲେ ।
ସ୍ମାର୍ଟ ନରହିଲେ କୋଉ ଝିଅ ବି...
ଝିଅ- କଣ କଣ?
ପ୍ରିତମ- ଆରେ କିଛି ନୁହଁ ।
ଝିଅ- ସ୍ମାର୍ଟ ପିଲାକୁ ତ ଝିଅ ମାନେ ବେଶୀ ପସନ୍ଦ କରନ୍ତି ।ତାମାନେ ନୁହଁ ସାଧା ସିଧା ପିଲାଙ୍କୁ ଘୃଣା କରନ୍ତି ।
ପ୍ରିତମ- ମୁଁ କିଛି ବୁଝିପାରିଲିଣି ।
ଝିଅ- ମୁଁ କଣ ହିନ୍ଦୀରେ କହିଲି କି । ତମ ନାଁ କଣ କହିଲ?
ପ୍ରିତମ- ପ୍ରିତମ ।ଆଉ ତମ ନାଁ
ଝିଅ- ମୋ ନାଁ ପ୍ରୀତି ।
ପ୍ରିତମ- ତମେ ବହୁତ ସ୍ମାର୍ଟ ତା ଠୁ ବି ତମେ ଦେଖିବାକୁ ବହୁତ ସୁନ୍ଦର। ଏମିତି ସେମାନେ ବହୁତ କିଛି କଥା ବାର୍ତ୍ତା ହେଲେ ଆଉ ବନ୍ଧୁତ୍ବ ବି ହେଇଗଲା । ଆରମ୍ଭ ହେଇଗଲା ପ୍ରେମ କାହାଣୀ ପ୍ରୀତି ଓ ପ୍ରିତମଙ୍କ ମଧ୍ୟରେ। ସେ ଦୁହେଁ ପରସ୍ପରକୁ ଦେଖା କଲେ ଆଉ ବୁଲା ବୁଲି ମଧ୍ୟ କଲେ ।
ପ୍ରିତମ- ଜାଣିଛ ତୁମେ ଆସିବା ପୂର୍ବରୁ ମୁଁ ତୁମକୁ ଭଲ ପାଇଆସୁଛି ।
ପ୍ରୀତି- କେମିତି ।
ପ୍ରିତମ- ହଁ । ମୁଁ ସବୁବେଳେ ମୋ ମନର ମାନସୀ କଥା ଭାବେ ଆଉ ସେତେବେଳେ ମୁଁ ସ୍ବପ୍ନ ବାନ୍ଧିଥିଲି ମୋ ମନର ମାନସୀକୁ ପାଇଲେ ତାକୁ ଏତେ ଏତେ ଭଲ ପାଇବା ଦେବି । ଆଉ କେତେ କଣ ଭାବିଛି କହିଲେ କଥା ସରିବନି ।
ପ୍ରୀତି- ତଥାପି କେତେ ବାଟ ପର୍ଯ୍ୟନ୍ତ ଭାବୀଛ ।
ପ୍ରିତମ- ପିଲା ଛୁଆ ଜନ୍ମ ହେବ ପର ପର୍ଯ୍ୟନ୍ତ ।
ପ୍ରୀତି- ହେ ଭଗବାନ ,ଧୀରେ କୁହ ଆମେ ବସରେ ଅଛନ୍ତି ।ଲୋକ ଶୁଣିଲେ ଖରାପ ଭାବିବେନି ।
ପ୍ରିତମ- ଆରେ ଖରାପ ଭାବୁ ତମେ ତ ମୋ ଦୁନିୟା ।
କିଛି ସମୟ ପରେ...
ପ୍ରୀତିର ହାତ କଟିଗଲା ବସର କାଚରେ । ପ୍ରିତମ ପ୍ରୀତିର ହାତ କାଟି ଯିବାର ଦେଖି ପକେଟରୁ ରୁମାଲ ବାହାର କରି ପ୍ରୀତି ହାତରେ ବାନ୍ଧି ଦେଲା ।
ପ୍ରିତମ- ଚାଲ ହସ୍ପିଟାଲ ଯିବା ।
ପ୍ରୀତି- ଆରେ ନାଇଁ ବାବା ତମେ ଏତେ ବେସ୍ତ କାଇଁ ହେଉଛ ।ଅଳ୍ପ କଟିଛି ।
ପ୍ରିତମ ସେ ବସ କଣ୍ଡକ୍ଟର ପାଖକୁ ଯାଇ ପାଟି ତୁଣ୍ଡ କଲା ।
ପ୍ରୀତି ପ୍ରିତମର ସେଦିନ ଉଗ୍ର ରୂପ ଦେଖିଥିଲା ହେଲେ ତାକୁ ପ୍ରିତମର ଏତେ ଭଲ ପାଇବା ନଜର ଆସିଥିଲା ।
Continue Part -2