ପ୍ରିୟା ମୋ ଭଲ ରେ ଥାଉ
ପ୍ରିୟା ମୋ ଭଲ ରେ ଥାଉ


ରାଣୀ - ମୁଁ ଏବେ ଗର୍ଭବତୀ।
ରବି - କିନ୍ତୁ ମୋ ଜାଣିବାରେ ଆମ ଭିତରେ ସେମିତି କୌଣସି ଶାରୀରିକ ସଂପର୍କ ନଥିଲା, ଏ ସବୁ କେମିତି ହେଲା।
-: କିଛି ଦିନ ତଳର କଥା
ରାଣୀର ସ୍କୁଟି ରାସ୍ତାରେ ଖରାପ ହେଇଯାଏ ଥାଏ। ସେ ରାସ୍ତାରେ ରବି ଯାଉଥାଏ ରାଣୀର ଏ ପରିସ୍ଥିତି ଦେଖି ରାଣୀକୁ ସାହାଯ୍ୟ କରେ ସ୍କୁଟି ସଜାଡିବାରେ।
ତା ପରେ ପରେ ଦୁହିଁ ଦୁହିଁଙ୍କୁ ଧୀରେ ଧୀରେ ଜାଣିଲେ, ଆଉ ତାଙ୍କ ଅଜାଣତରେ ଭଲ ପାଇ ବସିଲେ ।
- ଗୋଟେ ମାସ ପରେ, ରାଣୀ ଚୁପି ଚୁପି ରବିର ଅଫିସକୁ ଯାଏ, ଆଉ ସେଇଠି ଯାଇ ଦେଖେ ତ ରବିର ସବୁ ପ୍ରକାର ନିଶା ଦ୍ରବ୍ୟର ବ୍ୟବସାୟ ଚାଲିଛି।
ରବି - ମତେ କହିବକି ମୋ ପାଗିଳୀ, କଣ ପାଇଁ ମୁହଁ ଶୁଖେଇ ବସିଛ।
ରାଣୀ - ତୁମେ ମତେ ଏ କଥା ତ କେବେ କହିନ ଯେ, ତୁମେ ଯେଉଁ ବ୍ୟବସାୟ କରୁଛ ତାହା ସବୁ ନିଶା ଦ୍ରବ୍ୟର ବ୍ୟବସାୟ ବୋଲି।
ରବି - ସରି ! ତୁମେ ରାଗିବ ବୋଲି ମୁଁ ଏକଥା ତୁମକୁ ଲୁଚେଇ ଥିଲି।
ରାଣୀ - ତୁମେ ଆମ ଭବିଷ୍ୟତ ପାଇଁ କିଛି ଚିନ୍ତା କରିଛ ନା ନାହିଁ। ଏ ଶୁଣ ଆଜି ନୁହେଁ ତ କାଲି ତୁମକୁ ପୋଲିସ ଯଦି ବାନ୍ଧି ନେଇଯାଏ। ପ୍ଲିଜ୍ ଏ କାମ ତମେ ଛାଡି ଦିଅ ବାବୁ ପ୍ଲିଜ୍ ତମେ ଆଉ କିଛି ବି କାମ କର ଆଉ ଯେ କୌଣସି ବ୍ୟବସାୟ କର ମୋର କୌଣଷି ଆପତ୍ତି ନାହିଁ କିନ୍ତୁ ସେ ନିଶା ଦ୍ରବ୍ୟର ବ୍ୟବସାୟ ଛାଡି ଦିଅ।
ରବି - କେମିତି ବୁଝାଇବି ତୁମକୁ ମୁଁ ଜାଣି ପାରୁନି, ହେଲା ବାବା ହେଲା ତୁମ ଖୁସି ପାଇଁ ଆଜିଠୁ ଏ ବ୍ୟବସାୟ ବନ୍ଦ ଓକେ।
ରାଣୀ - ଉମା.... ଉମା..ମୋ ସୁନା ବାବୁ ଟା। love you so much babu।
ରବି - I love you so much.. ମୁଁ ମୋ ଜୀବନଠୁ ଅଧିକ ତୁମକୁ ଭଲ ପାଏ।
ରାଣୀ - ନା.. ନା.. ସବୁଠୁ ଅଧିକ ଭଲ ମୁଁ ପାଉଛି।
ରବି - ନା ପରା ମୁଁ ପାଉଛି। ଏଇଥି ପାଇଁ କି ତୁମକୁ ଯେଉଁ ଜିନିଷ ପସନ୍ଦ ନୁହଁ, ମୁଁ ସେ ସବୁ ମୋଠୁ ଦୁରେଇ ଦିଏ।
ରାଣୀ - ହଉ ବାବା ହେଲା ତୁମେ ଅଧିକ ଭଲ ପାଉଛ। ମତେ ତୁମର ଖୁସିଠୁ ଅଧିକା ଆଉ କିଛି ଦେଖା ଯାଏନି। ତୁମେ ଖୁସିରେ ରହିଲେ ସିନା ମୁଁ ଖୁସିରେ ରହିବି।
ତା ପର ଦିନ -
ରାଣୀ ପାଖକୁ ପୋଷ୍ଟାଲରୁ କିଛି ଗିଫ୍ଟ ଆସିଲା ଆଉ ସେ ଖୋଲିକି ଦେଖେ ତ ତା ପାଇଁ ଏକ ସୁନ୍ଦର ସାଣ୍ଡିଲ ଥିଲା, କିନ୍ତୁ ତା ଭିତରେ ଥିବା ଚିଠିରେ ଅନ୍ୟ ଜଣଙ୍କ ନାଁ ଥିଲା।
ରାଣୀ - ବାବୁ ଦେଖତ ମୋ ସାଣ୍ଡିଲ କେମିତି ଲାଗୁଛି। କାଲି ମୁଁ ବଜାରରୁ ଆଣିଲି।
ରବି - ଆଚ୍ଛା, ଖୁବ ସୁନ୍ଦର ଦେଖା ଯାଉଛି ।
ପୁଣି ତା ପର ଦିନ ଆଉ ଏକ ଗିଫ୍ଟ ଆସିଲା। ରାଣୀ ରବି ପାଖକୁ ଯେବେ ଗିଫ୍ଟ ଦେଖାଇବାକୁ ଯାଏ ତ ଦେଖେ ଯେଉଁ ଜାଗାରେ ରବି ନିଶା ଦ୍ରବ୍ୟର ବ୍ୟବସାୟ କରୁଥିଲା ସେ ସେଇ ଜାଗାରେ ଅଛି, ରାଣୀ ଚିନ୍ତାରେ ପଡିଗଲା ଭାବିଲା ରବି ପୁଣି ସେ ନିଶା ଦ୍ରବ୍ୟର ବ୍ୟବସାୟ ଆରମ୍ଭ କରି ଦେଇନାହିଁ ତ ? ମାତ୍ର ସତ କଥା ଏଇଟା ଯେ ରବି ସେ ନିଶା ବ୍ୟବସାୟ କରୁଥିବା ଜାଗାରେ ଗିଫ୍ଟ ଦୋକାନ କରିବା ପାଇଁ ଦୋକାନର ମରାମତି କରୁଥିଲା।
ପୁଣି କିଛି ଦିନ ପରେ ପୋଷ୍ଟାଲରୁ ଆଉ ଏକ ନୂଆ ଗିଫ୍ଟ ରାଣୀ ପାଖରେ ଆସି ପହଁଚି ଗଲା ଯେଉଁଥିରେ I love you ଲେଖା ଥିଲା ।
ରାଣୀ - ମନେ ମନେ ଭାବୁ ଥାଏ, ତାକୁ ଆଉ କିଏ ଭଲ ପାଉନାହାନ୍ତି ତ ଯିଏ କି ମୋ ଅଜଣାତରେ ମୋତେ ଏତେ ସାରା ଗିଫ୍ଟ ଦେଉଛି।
ତା ପର ଦିନ -
ରାଣୀ ସେ ନିଶା ଦ୍ରବ୍ୟର ବ୍ୟବସାୟ କରୁଥିବା ଦୋକାନ ବାହାରେ ରବିକୁ ଦେଖି ବହୁତ ରାଗି ଯାଏ, ଏ ପିଲାଠୁ ଯେତେ ଜଲ୍ଦି ହେବ ଦୁରେଇ ଯିବା ଭଲ।
ଗୋଟେ ପ୍ଳାନ ଚିନ୍ତା କଲା ରାଣୀ।
ପର ଦିନ -
ରାଣୀ - ମୁଁ ଏବେ ଗର୍ଭବତୀ।
ରବି - କିନ୍ତୁ ମୋ ଜାଣିବାରେ ଆମ ଭିତରେ ସେମିତି କୌଣସି ଶାରୀରିକ ସମ୍ପର୍କ ନଥିଲା, ଏ ସବୁ କେମିତି ହେଲା।
ରାଣୀ - ମୁଁ ଆଉ ଜଣଙ୍କୁ ଭଲ ପାଉଛି। ସେ ଚାଲି ଯାଇଥିଲା ତୁମେ ଆସିଲ, କିନ୍ତୁ
ଏବେ ସେ ପୁଣି ମୋ ଜୀବନରେ ଖୁସିର ରଙ୍ଗ ଭରି ଦେଇଛି।
ରବି - (ମନ ଦୁଃଖ କରି ) ତ ଏବେ ତୁମେ ମତେ ଛାଡି ଚାଲିଯିବ। କଣ ମୁଁ ତୁମକୁ ଖୁସିରେ ରଖି ନଥିଲି, ନା ତୁମକୁ ଖୁସି ଦେଇନି ?
ରାଣୀ - ଆରେ ବାବା ମୁଁ ଏବେ ଆଉ ଜଣଙ୍କ ଛୁଆର ମାଆ ହେବାକୁ ଯାଉଛି। ତୁମେ ବୁଝୁନ କଣ ପାଇଁ ? ଏତେ ସବୁ ଶୁଣିଲା ପରେ ବି ତମେ ମତେ ଭଲ ପାଅ ?
ରବି - ହଁ ମୁଁ ତୁମକୁ ଭଲ ପାଏ, ମୋ ଜୀବନଠୁ ଅଧିକା ଭଲ ପାଏ, ପାଉଛି, ପାଉଥିବା ମଧ୍ୟ ।
ରାଣୀ - ହଁ... ହଁ ମୁଁ ଜାଣିଛି ତମେ ମତେ କେତେ ଭଲ ପାଅ। ମତେ ଏ ସବୁ କହିବା ଦରକାର ନାହିଁ।
ରବି - ଗୋଟେ ଅନୁରୋଧ ମୋର ରଖିବ ପ୍ଲିଜ୍ । ଶୁଣ କାଲି ନୂଆ ବର୍ଷ ଅଛି । ମୋ ମନରେ ଥିବା ସବୁ ଆଶା ଆଉ ଇଚ୍ଛାକୁ ଆଜି ପୁରଣ କରି ଦିଅ।
ରାଣୀ - ହଁ... କୁହ ।
ରବି - ପ୍ଲିଜ୍ ମତେ ତୁମେ ତୁମ ହାତରେ ଖାଇବା ଖୁଆଇ ଦିଅ। ବହୁତ ଭୋକ ଲାଗୁଛି।
ରାଣୀ - ଟିଫିନ୍ ବକ୍ସ ଆଣିଛ।
ରବି - ଟିକେ ଅପେକ୍ଷା କର ମୁଁ ବଜାରୁ ଆସୁଚି। ୧୦ ମିନିଟ୍ ପରେ ରବି ବଜାରୁ ଆସି ପହଁଚି ଗଲା ରାଣୀ ପାଖରେ। ହଁ, ଏଇ ନିଅ ।ରାଣୀ ହାତକୁ ଟିଫିନ୍ ବକ୍ସ ବଢେଇ ଦେଇ କହିଲା,ଶେଷ୍ ଥର ପାଇଁ ମୋର ଅଭିଳାଷ ଟିକେ ପୂର୍ଣ୍ଣ କରିବ କି ?
ରାଣୀ - ହଁ କୁହ।
ରବି - ତୁମ କୋଳରେ ମୋ ମୁଣ୍ଡ ରଖି ପାରିବି ?
ରାଣୀ - ହଁ ରଖ।
ରବି - (କାନ୍ଦ କାନ୍ଦ ସ୍ୱରରେ) ଟିକେ ଭଲରେ କୁହ, ଏତେ ରାଗୁଛ କଣ ଯେ ।
ରାଣୀ - ଚୁପ ଚାପ୍ ଖାଅ ହେଲା।
ରବି - ଶାନ୍ତିରେ ଖାଇବା ମିଳିଗଲା। ବାସ୍ ଏବେ ଏଇଟା ଲାଷ୍ଟ।
ପ୍ଲିଜ୍ I love you ଥରେ କହିଦିଅ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍।
ରାଣୀ - ଦେଖ ତୁମ ମନମାନି ଚଳିବ ନାହିଁ, ମୁଁ ଯାଉଛି, ବାଏ।
ରବି - (କାନ୍ଦି କାନ୍ଦି) ଶୁଣିଯାଅ ଥରେ ପ୍ଲିଜ୍ ଗୋଟେ ଥର କହି ଦିଅ ପ୍ଲିଜ୍।
ରାଣୀ ରବିର କିଛି କଥା ନ ଶୁଣି ସେଇଠୁ ପଳେଇ ଆସିଲା।
- ମାତ୍ର କିଛି ସମୟ ପରେ ରବି ସବୁ ଦିନ ପାଇଁ ଆଖି ବନ୍ଦ କରିଦେଲା (ମରିଗଲା )।କାରଣ ରବି ଖାଇଥିବା ଖାଇବାରେ ବିଷ ମିଶିଥିଲା।
ପର ଦିନ -
ପୁଣି ରାଣୀ ପାଖରେ ଗୋଟେ ଗିଫ୍ଟ ଆସି ପହଞ୍ଚିଲା ଏବଂ ଗିଫ୍ଟ ଭିତରେ ଦୁଇଟି ଚିଠି ଥିଲା।
ପ୍ରଥମ ଚିଠିରେ ଲେଖା ଥିଲା।
ତୁମ ପସନ୍ଦର ସଙ୍ଗୀତ ଥିଲି ମୁଁ
ସବୁ ଦିନ ଶୁଣୁଥିଲ
ଆଜି ସେ ସଙ୍ଗୀତ ସ୍ୱର ହୀନ ହେଲା
ଭଲ କଲ ଭୁଲି ଗଲ।
“ ତୁମକୁ ଯାହା ପସନ୍ଦ ନୁହଁ ମୁଁ ସେ ସବୁକୁ ଛାଡି ଦେଲି, ଆଜି ଛାଡି ଦେଲି ଯାହା ପ୍ରଥମରୁ ପସନ୍ଦ ଥିଲା କିନ୍ତୁ ଏବେ ନୁହଁ। ”
ଦ୍ଵିତୀୟ ଚିଠିରେ ଲେଖା ଥିଲା।
“ ଆଜିଠୁ ଚିଠି ତ ଆଉ ପଠେଇ ପାରିବି ନାହିଁ କାରଣ ଅଫିସ ଏମିତି ଗୋଟେ ଜାଗାକୁ ଉଠେଇ ଆଣିଛି ଯେଉଁଠୁ ଚିଠି ପଠେଇବା ସମ୍ଭବ ନୁହଁ। ” I love you......
ରାଣୀ ମନ ଦୁଃଖରେ ବସିଗଲା ଏକ ଦୀର୍ଘ ନିଃଶ୍ଵାସ ନେଇ। ପୁଣି ଆଉ ଏକ ସପ୍ତାହରେ ଗୋଟେ ଗିଫ୍ଟ ପୋଷ୍ଟାଲରେ ଆସି ପହଁଚି ଗଲା।
ହେଲେ ଗିଫ୍ଟ କିଏ ଦେଉଛି ଆଉ କେଉଁଠୁ ଆସୁଛି ରାଣୀକୁ ଜଣା ନଥିଲା , ମାତ୍ର ଏବେବି ରାଣୀ ସେ ପିଲାର ଅପେକ୍ଷାରେ ଅଛି, ମାତ୍ର ଏ ପାଗିଳିକୁ ଏତିକି ଜଣା ନାହିଁ ଯେ ଯାହାକୁ ନିଜ ହାତରେ ବିଷ ଖୁଆଇ ଥିଲା, ତାର ଗୋଟେ ବଡ଼ ଗିଫ୍ଟ ବ୍ୟବସାୟ ଥିଲା ।
ରବି ମରି ଯାଇଥିଲେ ବି ରାଣୀ ଆଖିରେ ଏବେ ବି ଲୁହ ଆସିବାକୁ ଦେଇନାହିଁ। ରବି ହସି ହସି କହି ଥିଲା,, ପ୍ରିୟା ମୋ ଭଲରେ ଥାଉ
ଚାଲି ଗଲି ବୋଲି କରିବୁନି ଦୁଃଖ
ରହିଛି ସଦା ତୋ ପାଖେ,
ଓଠରେ ତୁମର ହସର ଲହରି
ଉପରୁ ଥାଇ ମୁଁ ଦେଖେ।।
°°°° ସମାପ୍ତ °°°°