ଫିକା ଏ ଜୀବନ ରଙ୍ଗ
ଫିକା ଏ ଜୀବନ ରଙ୍ଗ
ଜୀବନ ରେ କାହିକିଁ ଆଜି ଏ ମନରେ ଏତେ ସାରା ପ୍ରଶ୍ନ ଉଙ୍କି ମାରୁଛି। କ'ଣ ପାଇଁ ଏତେ ଅସ୍ଥିର ଲାଗୁଛି, କୋଉଠି କିଛି ଅଭାବ ରହି ଗଲା ପରି ମନେ ହେଉଛି। କିଏ ଯେମିତି ହଜି ଯାଇଛି ମୋ ଜୀବନ ରୁ ସବୁ ତକ ଖୁସି କାଇଁ ଅମାନିଆ ମନ ଆଜି ଅବୁଝା ହେଉଛି। ଏମିତି କାଇଁ ଲାଗୁଛି ଯେ। ସବୁ ପରେ ବି ଗୋଟେ କଥା ମନ କୁ ଆସୁଛି।
ସେଦିନର ସେ ଦୁଃଖ ଗୋଟିଏ ଦିନର ନଥିଲା। ଆଗରୁ ଅନେକ୍ ଦିନ ଏମିତି ବି ବିତିଛି ହେଲେ ଆଜି କଣ ପାଇଁ ଏତେ କଷ୍ଟ ହୋଉଛି ମୁଁ ନିଜେ ବି ଜାଣି ପାରୁନି। ଜୀବନରେ କେବେ କିଛି ତ ଆଶା ରଖି ନଥିଲି ବାସ୍ ଟିକିଏ ଭଲ ପାଇବା ସେତିକି ବି ପାଇ ପାରିଲି ନାହିଁ। ମନରେ ଅନେକ ଯନ୍ତ୍ରଣା ଥିଲେ ବି ସେ ସବୁକୁ ସହି ସବୁ ବେଳେ ହସୁ ଥାଏ ନିଜ ଯନ୍ତ୍ରଣା ସବୁକୁ ନିଜ ଭିତରେ ଲୁଚେଇ ରଖି କିନ୍ତୁ ଆଜି ସେଇ ହସ ହସ ମୁହଁଟା ଝାଉଁଳି ପଡିଛି, ଆଖିରେ ଲୁହ ଛଳଛଳ ଗମ୍ଭିର ହୋଇ ଯାଇଛି। କେହି ଜଣେ ନିଜର ଲୋକକୁ ପାଖରେ ପାଇଲେ ସବୁ ତକ ଦୁଃଖ କୁ ତାରି ଛାତିରେ ମଥା ରଖି କାନ୍ଦି କାନ୍ଦି କହିଦେବି ଆଉ ନିଜ ଦୁଃଖ ର ବୋଝ କୁ ଟିକେ ହାଲୁକା କରି ଦେବି କିନ୍ତୁ ପାଇ ପାରିଲି ନାହିଁ ଆଜି ଯାଏ କାହାକୁ। ଜୀବନ ଅଛି ତ ବଞ୍ଚିବା ପାଇଁ ପଡିବ ବାସ... ସେଥିପାଇଁ ହୃଦୟ ର କଷ୍ଟ କୁ ହୃଦୟ ରେ ରଖି ବଞ୍ଚିଛି ଆଜି ଆଉ ନିଜ ଲୁହ ସହ ନିଜେ ସଂଘର୍ଷ କରୁଛି।
କେହି ନାହିଁ ଆଜି ପାଖରେ ପରା ମୋ
ଏକା ଲାଗେ ଏ ଜୀବନ
ସବୁ ପାଖେ ଥାଇ କେହି ନୁହଁ ମୋର
ଫିକା ଲାଗେ ଏ ସପନ।
ଏଇତ ଚାହୁଁ ଚାହୁଁ ଗୋଟେ ବର୍ଷେ ବିତିଗଲା। କିଏ ଜାଣିଥିଲା ସମୟ କୁ ଏମିତି ବି କାଟିବାକୁ ହେବ ବୋଲି। ଆଜିବି ତୁମ କଥା ତୁମ ଭାବନା ରେ ମୁଁ ଅନ୍ୟମନସ୍କ ହେଇ ଯାଏ । କାନରେ ଶୁଭି ଯାଏ ତୁମର ସେଇ ମଧୁର ଡାକର ସ୍ଵର। ନିଶବ୍ଦତା ରାତି ଯେ କେମିତି ପାହି ଯାଏ ମୁଁ ଜାଣି ପାରେନି ତୁମରି ଭାବନା ରେ ଥାଏ କେତେ ବେଳେ ସକାଳ ହୁଏ ଜାଣି ହୁଏନି। ସକାଳ ର ସେଇ ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ରେ ଜଣା ପଡେ ସକାଳ ହେଲା। ଏଇ ଜୀବନରେ ଆଉ ଦିନ କଣ ନା ରାତି କଣ ସବୁ ଫିକା ପଡ଼ିଯାଇଛି ମୋ ପାଇଁ। ସାତ ଜନ୍ମକୁ କଥା ଦେଇ ଗୋଟେ ଜନ୍ମ ରେ ଏମିତି ହାତ ଛାଡ଼ି ଦେବ କ
ିଏ ଜାଣିଥିଲା। ଅନେକ ଦୁଃଖ ଯନ୍ତ୍ରଣା ଯାହା ସହିବା ମୋ ପାଇଁ ଏତେ ସହଜ ନୁହେଁ ତଥାପି ସେ ସବୁକୁ ନିଜର କରି ନୀରବି ଯାଇଛି ଆଉ ଭିତରେ ବଞ୍ଚିବା ଶିଖୁଛି। ଦିନେ ଯେଉଁ ସଂସାର ହସୁ ଥିଲା ଆଜି ସେଇ ସୁଖର ସଂସାର ରେ କାହାର ନଜର ଲାଗିଗଲା ଅଳ୍ପ ବୟସ ରେ ତୁମେ ମୃତ୍ୟୁ କୁ ଅତି ସହଜ ରେ ଆପଣେଇ ନେଲ। ଥରେ କଣ ଭାବି ପାରିଲ ନାହିଁ ତୁମେ ଏମିତି କଲେ ଛୁଆ ଦୁଇ ଜଣ ଆଉ ମୁଁ କେମିତି ବଞ୍ଚିବୁ କିଏ ଶାହା ହେବ ଆମ କୁ..... କିଏ ?
ମନରେ ତ କେବେ କିଛି ଆଶା ନଥିଲା,କେବେ ତ କିଛି ମାଗି ନାହଁ, କେବେ କୌଣସି ଅଭିଯୋଗ ବି କରିନି ନା ମୁଁ କି ପିଲା ମାନେ ତେବେ ତୁମେ ଏମିତି ଅଭିମାନ କରି ଆମକୁ ଛାଡି କଣ ପାଇଁ ଚାଲି ଗଲ କଣ ପାଇଁ। ନିଜେ ନିଜ କୁ ଏମିତି ପାଗିଳି ପରି ପ୍ରଶ୍ନ କରେ ଆଉ ଉତ୍ତର ପାଏନି...
- ସତ ରେ ଏ ମୃତ୍ୟୁ ଟା କେଡ଼େ ଯନ୍ତ୍ରଣା ଦାୟକ।
ଯାହାବି ହେଉ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ପରେ ବି ମତେ ବଞ୍ଚିବା ପାଇଁ ହେବ କିଛି କର୍ତ୍ତବ୍ୟ ପୁରା କରିବାକୁ ହେବ କାରଣ ମୁଁ ହେଉଛି ତୁମ ଅର୍ଦ୍ଧାଙ୍ଗିନୀ ତେଣୁ ତୁମ ଅଧୁରା କାର୍ଯ୍ଯକୁ ମୁଁ ପୁରା କରିବି ପିଲା ମାନଙ୍କୁ ମଣିଷ କରିବି ତାଙ୍କ ସୁଖ ଦୁଃଖ ଏବେ ସବୁ ମୋର। ମୁଁ ହେଉଛି ତାଙ୍କ ମା.. ମୁଁ... ବି ବାପା। ଏ ଦୁନିଆ ରେ ତାଙ୍କୁ ତାଙ୍କ ନା ରେ ପରିଚିତ କରି ବଞ୍ଚିବା ଶିଖାଇବି। ନିଜେ ବଞ୍ଚିବା ପାଇଁ ହେଲେ ନିଜେ ଖୁସି ରେ ରହିବା ପାଇଁ ହେଲେ ନିଜ କଥା ଭାବ ଅନ୍ୟ ମାନଙ୍କ କଥା ନୂହେଁ।
ସବୁ କିଛି ଏଠି ଭୁଲିବାକୁ ହେବ
ସବୁ ମୁଁ ଯାଇଛି ଭୁଲି
ଡର ଡର ଲାଗେ ମୁଖା ପିନ୍ଧା ମୁହଁ
ଅଭିନୟ ମିଛ ବୋଲି।
ଭଗବାନ ବି ବୋହୁତ୍ ପରୀକ୍ଷା ନେଲେଣି ଆଉ କେତେ ନେବ ମୁଁ ଜାଣିନି। ଯେତେ ପରୀକ୍ଷା ନେବା କଥା ନିଅ ଯେତେ ଦୁଃଖ କଷ୍ଟ ଦେବା କଥା ଦିଅ କିନ୍ତୁ କେବେ ଭାଙ୍ଗି ଯିବି ନାହିଁ ସବୁ କୁ ସାଥିରେ ନେଇ ହସି ହସି ଆଗକୁ ଯିବି ଆଉ ବଞ୍ଚି ବି ମଧ୍ଯ। ଅଭିନୟ କରୁଥିବା ମଣିଷ ମାନଙ୍କୁ ଦେଖେଇ ଦେବି ଏକା ଏକା ବଞ୍ଚିବା ସହଜ ଆଉ ତୁମ ସହାନୁଭୂତି ର କୌଣଷି ଆବଶ୍ୟକ ନାହିଁ କି କେବେ ହେବ ନାହିଁ ।