ମିଛ ଥିଲା ତୁମ ପ୍ରେମ ଭାଗ - 2
ମିଛ ଥିଲା ତୁମ ପ୍ରେମ ଭାଗ - 2


ଭାଗ ୧ ରୁ.....
ଭାବନା ରେ ଅନେକ କିଛି କଥା ଖାସ୍ ସେ ଝିଅ ମୋ ଜୀବନ ସାଥି ହେଇଯାଆନ୍ତା କି ? ହେଲେ ମୁଁ ନ କହିଲେ ସେ କେମିତି ଜାଣିବ ମୁଁ ତାକୁ ଭଲ ପାଏ ବୋଲି.....
°°° ଭାଗ ୨
ଅଜୟ ଭାଇ ଦିର୍ଘ ନିଶ୍ୱାଷ ଟିଏ ମାରି କହିଲେ ସୋମନାଥ ତମେ କଣ କଥା ହେଲ ସେ ଝିଅ ସହିତ ପଚାରି ବୁଝିଲ ତା ନାଁ ଗାଁ ଠିକଣା।
ସୋମନାଥ ହସି ଦେଇ କହିଲା।
ଅମାନିଆ ମନ ପାଗଳ ତା ପାଇଁ
ଜାଣି ନାହିଁ ନାମ ଠିକଣା
ପ୍ରେମ ର ବର୍ଷା ରେ ଓଦା ସର ସର
ତାକୁ ଦେଖି ବାକୁ ଖୋଜେ ବାହାନା....
ଅଜୟ - ତା ପରେ କଣ ହେଲା ସୋମନାଥ ?
ସୋମନାଥ - ଏମିତି କିଛି ଦିନ ଲୁଚି ଲୁଚି ଦେଖିବା ମୋର ଗୋଟେ ଅଭ୍ୟାସ ପାଲଟି ଗଲା। ତାକୁ ଗୋଟେ ଦିନ ନ ଦେଖିଲେ ମନ ମାନେନା ଭଲ ବି ଲାଗେନା।
ତା ପରେ କଲେଜ ରେ ୟୁନିଟ ଟେକ୍ସଟ ଏକ୍ସଜାମ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ପଢ଼ା ପଢି ରେ ଟିକେ ଟେନସନ୍ ରେ ରଖିଲି ତା ସହ ଦେଖା ହେବା ତା କଥା ଭାବିବା କିଛି ଦିନ ପାଇଁ ବନ୍ଦ ହୋଇଗଲା। ଏକ୍ସଜାମ ସରିବାର ଦୁଇ ଦିନ ପରେ ମୋ ଝିଅ ସାଙ୍ଗ (ସୀମା) ଆସି ମତେ କହିଲା ଆରେ ସୋମନାଥ ତତେ ଗୋଟେ କଥା ପଚାରିବାର ଅଛି।
ସୋମନାଥ - ହଁ କୁହ କଣ ପଚାରିବ।
ସୀମା - ତାକୁ ତୁ ଭଲ ପାଉଛୁ ନା.?
ସୋମନାଥ - ଧିର ସ୍ଵର ରେ କହିଲା ହଁ।
ହେଲେ ତୁ କେମିତି ଜାଣିଲୁ ଯେ ମୁଁ ତାକୁ ଭଲ ପାଏ ବୋଲି । କିନ୍ତୁ ସେ କିଛି ନକହି ଚାଲି ଗଲା ମୋ ପାଖରୁ। ମୁଁ କିଛି ବୁଝି ପାରୁ ନଥାଏ କଣ ହେଲା ୟାର ଆସିଲା ପଚାରିଲା ତା ପରେ ଚାଲିଗଲା। ମୁଁ ପଛରୁ ଡାକିଲି ଏ ଶୁଣ.... ତୁମକୁ କିଛି କହିବାର ଅଛି... ହେଲେ ନା ସେ ଫେରି ଚାହିଁଲା ନା କିଛି ଉତ୍ତର ଦେଲା। ମୁଁ ବସିଥାଏ ସେ କଲେଜ କ୍ୟାମ୍ପସ ରେ ଥିବା ଘାସ ର ଗାଲିଚା ଉପରେ ମାତ୍ର ଟିକେ ସମୟ ପରେ ମୁଁ ଭଲ ପାଉଥିବା ଝିଅ କୁ ଆଣି ଠିଆ କରିଦେଲା ମୋ ସାମ୍ନାରେ ମୋ ସାଙ୍ଗ ସୀମା ଆଉ ମତେ ପଚାରିବାକୁ ଲାଗିଲା ଏବେ କହ ମତେ ତୁ କଣ କହୁଥିଲୁ। ମୁଁ ଉତ୍ତର ନ ଦେଇ ଚାଲି ଆସିଲି ସେ ସ୍ଥାନ ରୁ। କାଳେ କିଏ କଣ କହିବ ମନରେ ଏକ ଅଜଣା ଭୟ ଏମିତି କି ସେ ଭୟ ରେ ଦୁଇ ଦିନ କଲେଜ ବି ଗଲି ନାହିଁ ଯଦି ମୁଁ କଲେଜ୍ ଗଲି ଆଉ ସେ ମତେ କିଛି କହିଲା ତେବେ କଣ ଜାବାବ ଦେବି କାହକୁ ଡାକି ମତେ ବାଡେଇଲା ନା ବାବା ନା ଦୁଇ ଦିନ ଘରେ ରହିଯିବା ଭଲ। ପରେ ଦେଖିବା କଣ ହେବ। ତିନି ଦିନ ପରେ କଲେଜ ଗଲି ସେ ଦିନ ଥିଲା ୨୬:୦୮:୨୦୧୭ ବୁଧବାର ଭାରି ଡରି ଡରି ଯାଇଥାଏ କଲେଜ। ଗୋଟିଏ କ୍ଲାସ ସାରିବା ପରେ ଭାବିଲି ଘରକୁ ପଳେଇ ଯିବି ଠିକ୍ ସେଇ ସମୟ ରେ ସୀମା ମତେ ଟାଣି ନେଇ କହିଲା ଆରେ ସୋମନାଥ ସେ ଡାକୁଛି ତା ପାଖକୁ ଯାଅ। ମୁଁ ମନା କରିଦେଲି ଆଉ ସେ କହିଲା ଆରେ ତୁ ପୁଅ ପିଲା ଟି ଏତେ ଡରୁଛୁ କଣ ଯେ ଏତିକି କହି ଭିଡି ନେଲା ତା ସାମ୍ନା କୁ ତାକୁ ଦେଖି ମୁଁ ତା ଆଖିରେ ଆଖି ମିସେଇ ପାରୁ ନଥାଏ।
ଜାଣିନି ଏମିତି କଣ ପାଇଁ ହେଲା ମନ ରେ ସାହସ ରଖି ତାକୁ ପଚାରିଲି ତୁମ ନାଁ କଣ ?
ସେ ହସି ଦେଇ କହିଲା ମୋ ନାମ - ଶୁଭ ।
ମୁଁ କହିଲି ମୋ ନାମ - ସୋମନାଥ। ସେ ପୁଣି ହସି ହସି କହିଲା ମୁଁ ଜାଣିଛି। ମୁଁ ପଚାରିଲି କେମିତି ଜାଣିଲ ମୋ ନାଁ ସୋମନାଥ ବୋଲି।
ସେ କହିଲା ତୁମ ସାଙ୍ଗ ମାନେ ସୀମା ମତେ କହିଛି ତୁମ ନାଁ।
ସୋମନାଥ - ଆରେ ବାଃ ଖୁବ ଭଲ ଆଉ କଣ କଣ ସବୁ କହିଛି ମୋ ବିଷୟରେ ସୀମା।
ଶୁଭ - ସେ କହିଛି ତମେ କାଳେ ମତେ ଭଲ ପାଅ ? ଆଉ ହଁ ତୁମେ ସବୁ ଦିନ ମତେ ଲୁଚି ଲୁଚି କଣ ପାଇଁ ଦେଖ।
ସୋମନାଥ - ଏପଟେ ସେପଟେ ଦେଖି, ତୁମକୁ ମୁଁ.... ମାନେ, ହେଲ ତମେ....
ଶୁଭ - ହସି ହସି କହିଲା ଏ ସବୁ କଣ କହୁଛ। ମୁଁ ତୁମକୁ ତା ପରେ ଆଗକୁ ତ କିଛି କୁହ। ମତେ ଦେଖ ମୋ ଆଖିରେ ଆଖି ମିଶେଇ କୁହ କଣ କହିବାକୁ ଚାହୁଁଛ।
ସୋମନାଥ - ମୁଁ ତୁମକୁ କେମିତି କହିବି ଜାଣି ପାରୁନି।
ଶୁଭ - କେମିତି କହିବ କଣ ଯେ.. ତୁମ ମୁହଁରେ କହିବ। ଏମିତି କହି ଫିକ କିନା ହସି ଦେଲା।
ମୁଁ ମନେ ମନେ ଭାବୁ ଥାଏ କଣ ଟିକେ ଟିକେ କଥା ରେ ହସ।
ସୋମନାଥ - କିଛି କାହାକୁ ନ ଦେଖି ଏକ ନିଶ୍ୱାଷେ କହିଦେଲା ସବୁ କଥା ଶୁଭକୁ। ଶୁଭ ମୁଁ ତୁମକୁ ଭଲ ପାଏ ନିଜ ଜୀବନରୁ ଅଧିକ।ଆଜି ନୁହଁ ବରଂ କଲେଜ ର ପ୍ରଥମ ଦିନ ରୁ ଯେତେ ତୁମକୁ କ୍ଲାସ ରୁମ୍ ରେ ଦେଖିଛି ସେବେଠୁ ହଁ ଶୁଭ ହଁ। ଏ ମନରେ ତୁମ ପାଇଁ ଗଢି ତୋଳିଛି ଏକ ଛୋଟ ଘର, ତୁମେ ମୋ ସ୍ୱପ୍ନ ର ନାୟକା ଏହା ମିଛ ଲାଗି ପାରେ ହେଲେ ଏହା ସତ୍ୟ। ଯଦି ତମେ କିଛି ନ ଭାବିବ ଗୋଟେ କଥା କହିବି।
ଶୁଭ - ସବୁ ତ କହି ସାରିଲଣି ଏଇଟା କଣ ମୋ ଅନୁମତି ବିନା କହି ପାରିବ ନାହିଁ।
ସୋମନାଥ - ତୁମ ଫୋନ ନମ୍ବର ମିଳିବ କି ପ୍ଲିଜ୍।।
ଶୁଭ - ମୁଁ ଚୁପ୍ ରଖିଛି ବୋଲି ତୁମେ ଯାହା ଇଚ୍ଛା କଣ ସେଇୟା କହିବ। ନ କହି ନ କହି ବହୁତ କିଛି କହିଲଣି ତମେ କିନ୍ତୁ ଆଉ ନୂହେଁ। କଣ କହିଲ ମୋ ନମ୍ଵର୍ ଦରକାର....
ସୋମନାଥ - ଭୟରେ ଗୋଡ ଥରୁ ଥାଏ ମନେ ମନେ ଭାବୁ ଥାଏ ମୁଁ କଣ କିଛି ଅଧିକ କହିଲି ନା ଅଧିକ ଆଶା କରି ବସିଲି। ଥୁଣ୍ଟା ଗଛ ଟିଏ ପରି ଛିଡା ହୋଇଥିଲି ସୀମା ଆଉ ଶୁଭ ସାମ୍ନାରେ।।
Continue Part - 3..