ମିଛ ଥିଲା ତୁମ ପ୍ରେମ ଭାଗ - 4
ମିଛ ଥିଲା ତୁମ ପ୍ରେମ ଭାଗ - 4
ଭାଗ ୩ ରୁ -
ଏତିକି କହି ଫୋନ କାଟି ଦେଲା ଶୁଭ...
ସୋମନାଥ - ହ୍ୟାଲୋ... ହ୍ୟାଲୋ.... ମୋ କଥା ତ ଶୁଣ ମୁଁ କଣ କହୁଛି......
°°°°°ଭାଗ ୪
ଭାରି ଅଭିମାନୀ ଭାରି ଫୁଲେଇ
କଥାରେ କଥାରେ ରାଗ
ଅବୁଝା ପ୍ରିୟା କୁ ବୁଝେଇ ପାରୁନି
ଭଲ ନାହିଁ ପ୍ରେମ ପାଗ।।..
ସୋମନାଥ - ଭାରି ଅଭିମାନୀ ସତରେ ମୋ ଶୁଭ କଥା ନବୁଝି ନଜାଣି ବାପରେ ବାପ କି ରାଗ, କଥା ଶୁଣିବା ପାଇଁ ତ ନାରାଜ୍ ମୁଁ କହିବି ବା କଣ ।
ତା ପର ଦିନ ଶୁଭ ଆସି ପହଁଚି ଗଲା ତା ମାମୁଁ ଘର ଗାଁ ରେ। ସେ ଆସିବାର ଗୋଟେ ଦିନ ପରେ ମୁଁ ଗଲି ତା ମାମୁଁ ଘର ଗାଁ କୁ ଶୁଭ କୁ ଦେଖା କରିବା ପାଇଁ। ଗଲା ବେଳେ ସାଙ୍ଗରେ ନେଇ ଯାଇଥିଲି କିଛି ଛୋଟ ଚକଲେଟ୍ ଏବଂ ଚାରୋଟି ଡେରି ମିଲ୍ଲ ଚକଲେଟ୍। ତାକୁ ଫୋନ୍ କଲି ହେଲେ ସେ ଫୋନ କାଟି ଦେଲା.. ଓଃ କି ରାଗ ମୋ ଶୁଭ ର, ପୁଣି ପୁନଃର୍ବାର ଫୋନ କଲି ଫୋନ ରିସିଭ୍ କରି କହୁଛି।
ଶୁଭ - କଣ ପାଇଁ ଫୋନ କରୁଛ, ମୁଁ ତୁମର କେହି ନୁହଁ ହେଲା।
ସୋମନାଥ - ଆରେ ବାବା କଥା ତ ଶୁଣ।
ଶୁଭ - ମୋର କିଛି ଶୁଣିବାର ନାହିଁ ହେଲା।
ସୋମନାଥ - ସତରେ ଶୁଣିବ ନାହିଁ।
ଶୁଭ - ନା କହିଲି ପରା, କଣ କାନ ଦୋଷ ଅଛି କି।
ସୋମନାଥ - ନା କାନ ଦୋଷ ନାହିଁ ହେଲେ.. ଜଣଙ୍କ କଥା ରେ ତା ମାମୁଁ ଘର ଗାଁ କୁ ଆସିଥିଲି ଯେ.. କିନ୍ତୁ ଏବେ ଯାହା ଲାଗୁଚି ଏଠି ନ ରହି ଫେରି ଯିବା ଟା ଭଲ ହେବ ।
ଶୁଭ - ମାତ୍ର କିଛି ମୁହୂର୍ତ୍ତ ରେ ଆନନ୍ଦିତ ମନରେ କହିଲା, କଉଠି ଅଛ ତମେ ?
ସୋମନାଥ - କାଇଁ ମୁଁ ଯେଉଁଠି ରହିଲି.. ତମେ ରାଗିଛ ପରା।
ଶୁଭ - କଉଠି ଅଛ କୁହ ବାବା।
ସୋମନାଥ - ତୁମ ମାମୁଁ ଘର ଗାଁ ମନ୍ଦିର ର ମୁଖ ଶାଳାରେ ଛିଡା ହୋଇଛି।
-ସଙ୍ଗେ ସଙ୍ଗେ ଆସି ପହଁଚି ଗଲା ଶୁଭ ମନ ଭରି ଦେଖିଲା କେତେ କଥା କହିଲା। ମୁଁ ଶୁଣୁଥାଏ ତାକୁ ଆଉ ତା
ର ସେ କଥା କୁହ ଆଖି କୁ ଆଉ ମିଠା ମିଠା କଥାକୁ। ସତରେ ଭଗବାନ ଫୁରସତ୍ ରେ ଗଢି ତୋଳିଛନ୍ତି ମୋ ଶୁଭ କୁ। ଏମିତି କଥପ କଥନ ଭିତରେ କେତେବେଳେ ୨ ଘଣ୍ଡା ହୋଇଯାଇଥିଲା ମୁଁ ନିଜେ ବି ଜାଣି ନଥିଲି। ସାଙ୍ଗରେ ନେଇଥିବା ଚକଲେଟ ତାକୁ ଦେଲି ତା ପରେ ମୁଁ ସେଠୁ ପଳେଇ ଆସିଲି।
- ଆମ ଏ ସମ୍ପର୍କ ଏମିତି ଚାଲିଥାଏ। ଶୁଭ ସବୁବେଳେ ଗୋଟିଏ କଥା କହେ ସୋମନାଥ ତୁମେ ମୋ ଜୀବନ, ତୁମେ କେବେ ମତେ ଏକୁଟିଆ ଛାଡ଼ିକି ଯିବ ନାହିଁ। ମୁଁ ଉତ୍ତର ଦେଇ କହେ ତୋ ବିନା ମୋ ଜୀବନ କାହାଣୀ ଅଧୁରା ପରା, ତତେ ଏକା ଛାଡ଼ି ମୁଁ କଣ ରହିପାରିବି ପାଗିଳି । ମୁଁ ତତେ କଥା ଦେଉଛି ଏ ଜୀବନ ଥିବା ଯାଏ ତତେ କେବେବି ଛାଡି ଯିବିନାହିଁ। ଦିନ ପରେ ରାତି ରାତି ପରେ ଦିନ ଚାଲିଲା ପରି ଆଗେଇ ଚାଲିଲା ଆମ ଏ ପ୍ରେମ ସମ୍ପର୍କ, ମାତ୍ର ସୋମନାଥ ପାଗଳ ପରି ଭଲ ପାଉଥିଲା ଶୁଭ କୁ ଗୋଟେ ଦିନ କଥା ନ ହେଇ ରହି ପାରୁନଥିଲା। କିଛି ଦିନ ଗଲା ପରେ କଲେଜ୍ ରେ ଆରମ୍ଭ ହୋଇଯାଇଥିଲା HFLE EXAM। ଶୁଭ ଆଉ ସୋମନାଥ ଦୁଇ ଜଣଙ୍କ ଭିତରେ ଟିକେ ଦୂରତା ଦେଖାଦେଲା EXAM ପାଇଁ। କମିଗଲା କଥା ବାର୍ତ୍ତା, କମିଗଲା ଦେଖା ସାକ୍ଷାତ। କେଇଟା ଦିନ ଭିତରେ Exam ସରିଗଲା। ପୁଣି ଆଗ ପରି ସବୁ ଠିକ୍ ଠାକ୍ ଚାଲିଲା। ଦିନେ ହଠାତ୍ ଶୁଭ ଫୋନ କରିବା ବନ୍ଦ କରିଦେଲା। ମୁଁ ଫୋନ କରିଲେ କାଟି ଦେଲା, ବେଳେ ବେଳେ ଫୋନ୍ କୁ ଅଫ କରି ରଖିଲା ତା ଭିତରେ ଦୀପାବଳି ଆସି ଚାଲିଗଲା। ମତେ କିଛି ଭଲ ଲାଗୁନଥାଏ କଣ କରିବି କଣ ନାହିଁ ସେ ଭଲ ଅଛି ତ, ଏମିତି ଅନେକ ଭାବନା ମନରେ ବସା ବାନ୍ଧିଲା। ତା ପରେ କେବେ ବି ଫୋନ କରୁନାହଁ ଶୁଭ। ଆଜିକୁ ୩ ରୁ ୪ ମାସ ହୋଇଗଲାଣି ନା ସେ ଫୋନ କରୁଛି ନା ଦେଖା କରୁଛି। କିଛି ଦିନ ପରେ ପରେ କଲେଜ ଖୋଲିଲା। ମୁଁ କଲେଜ ଯାଇଥାଏ ଆଉ ସେ ବି, ମୁଁ ଭାବିଲି କଲେଜ ରୁ ଗଲା ବେଳେ ଦେଖା କରିବି କଥା ହେବି କଣ ହେଇଛି ପଚାରି ବୁଝିବି । ସବୁ କ୍ଲାସ ସାରିବା ପରେ କଲେଜ ର ଗେଟ୍ ପାଖରେ ଅପେକ୍ଷା କରି ଥାଏ ଶୁଭ ର ଆସିବା ବାଟ କୁ । ମତେ ସେଦିନ ଏମିତି ଲାଗିଲା ମୁଁ କଥା ହେଉଥିବା ଶୁଭ ଆଉ ଆଗ ଶୁଭ ହୋଇ ନାହିଁ ବହୁତ ବଦଳି ଯାଇଛି। ଘରକୁ ଫେରିବା ସମୟରେ ତାକୁ ପାଇଲି ନାହିଁ ଏମିତି କି କଲେଜ କ୍ୟାମ୍ପସ୍ ରେ ବି ତାକୁ ଦେଖିବାକୁ ପାଇଲି ନାହିଁ।