Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Debabrata Barik Debunu

Romance


3  

Debabrata Barik Debunu

Romance


ଫେରିଛି ଫଗୁଣ

ଫେରିଛି ଫଗୁଣ

5 mins 219 5 mins 219


ସମୟ ସେଇ ଦିନର ଯେବେ ମନ ଅମାନିଆ ହୋଇ ଯାଏ। ପଡିଯାଏ କାହା ପ୍ରେମ ରେ । ଅଜାଣତରେ ଯେବେ ପାଦ ଖସି ଯାଏ ଆଉ ଏକ ପଥ ରେ। ହୃଦୟରେ ଘର ତୋଳି ଦିଏ କିଏ ... ଜଣେ। ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ସ୍ଵାଗତିକା ( ହେନା ) ବି ପଢୁଥାଏ। କହିବାକୁ ଗଲେ ହେନା ରୂପରେ ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ କିନ୍ତୁ ତା ଗାଲରେ ଥିବା ସେ କଳା ଯାଇ , ଯାହା ହୁଏତ ଅନ୍ୟକୁ ବେଶୀ ଆକୃଷ୍ଟ କରୁଥାଇପାରେ। ହେନା କିନ୍ତୁ ଭାରି ଆତ୍ମଗର୍ବୀ ଝିଅ ଟିଏ । ତା ରୂପ ଯୌବନ ପାଇଁ ତା’ର ଏ ଗର୍ବ, ପୁଅ ମାନଙ୍କ ପ୍ରତି ତା’ର ବିମୁଖତା ଏହାର କାରଣ ମୁଁ ଠିକ୍ ସେ କହି ପାରିବି ନାହିଁ। କିନ୍ତୁ ସେ ମୁହଁ ଟେକି କାହାକୁ ତ ଚାହେଁ ନାହିଁ କି କାହା ସହ ସେତେ କଥା ହୁଏ ନାହିଁ।ଯେମିତି ସାକ୍ଷାତ୍ ମହାରାଣୀ ଭିକ୍ଟୋରିଆ ବିରଜମାନ କରିଛନ୍ତି। ସେ ଏକା ସାମ୍ରାଜ୍ଞୀ, ଆମେ ସବୁ ତା’ର ପ୍ରଜା। ମୋତେ କିନ୍ତୁ ତା’ର ଏ ବଡ଼ପଣ ଓ ଭୟାନକ ମୁହଁ ଆଦୌ ପସନ୍ଦ ହୁଏ ନାହିଁ। ଇଛା ହୁଏ ଗାଲକୁ ଯାଇ ଗୋଟେ କୁନ୍ଦି ଦେବାକୁ। ତା ହାବଭାବ ଉପରେ ମୋ ନଜରଟା କିନ୍ତୁ ଜମି ରହିଥାଏ। ଏଇ କୌତୁହଳରୁ ସେଦିନ କିନ୍ତୁ ଗୋଟେ ଅଘଟଣ ଘଟିଗଲା।

- ମୁଁ କାଳେ ତାକୁ ଅପଲୋକ ନୟନରେ ସବୁବେଳେ ଚାହୁଁଥାଏ। ଯେତେ ଦେଖୁଥିଲେ ବି ଆହୁରି କୁଆଡ଼େ ଦେଖିବାକୁ ଇଛା କରୁଥାଏ , ମନ ମୋଟେ ଟୋକାର ଭରୁ ନାହିଁ। 

– ଏମିତି କିଛି କଥା ତ ତା’ର ଏକମାତ୍ର ସାଙ୍ଗ ସେଦିନ ଚୁଗୁଲି କରି ତା କାନରେ ଭରି ଦେଲା। ସେଇଠୁ ସେ ରଣଚଣ୍ଡି ମା କାଳୀଙ୍କ ରୂପ ଧାରଣ କଲା। ତା ଅଣ୍ଟିରେ ଓର୍ନିଟାକୁ ଗୁଡାଇ ଦେଇ ମର୍ଦ୍ଦ ଭଳିଆ ଛୁଟି ଆସିଲା ମୋ ଆଡ଼କୁ । ମୋ କଲରଟାକୁ ଭିଡ଼ି ଧରି ବାଘୁଣୀ ପରି ଗର୍ଜି ଉଠିଲା । ସବୁ ପିଲା ହୋ ହୋ ହୋଇ ହସି ଉଠିଲାରୁ କ’ଣ ଭାବିଲା କେଜାଣି ଛାଡି ଦେଲା ।

- ମୁଁ ଆବା କାବା ହୋଇ ରହିଗଲି, କିନ୍ତୁ ଲାଜରେ ଆଉ କ୍ଲାସ୍ ଆସିଲି ନାହିଁ।କେମିତି ବି ଆସିବି ଏତେ ବଡ଼ ଘଟଣା ନା.. ନା... ଘଟଣା କୁହା ଯିବ ନାହିଁ ତ... ଏତେ ବଡ଼ ଦୁର୍ଘଟଣା ହେଲା ପରେ କେମିତି ଆସିବି କେହି କିଛି ପଚାରିଲେ କଣ ଉତ୍ତର ଦେବି, ପାଖ ବରା ପିଆଜି ଦୋକାନରେ ବସି ମଟର ଚୋବାଇଲି ।ସେ ସେଇ ବାଟ ଦେଇ ଯେତେବେଳେ ଆସେ ମୁଁ ତାକୁ ନିରିକ୍ଷଣ କରେ। କାରଣ ରାଗଟା ମୋର ଶାନ୍ତ ହୋଇ ନଥାଏ ନା । ପୁଣି ଲେଡି ଡନ୍ ର ଉପସ୍ଥିତି। ଦିନେ ତା ନଟଖଟି ସାଙ୍ଗଟା ତାକୁ କହିଲା। 

– ହେଇ ! ହେଇ !! ହେଇ ଦେଖ !!! 

 - ସେଇ ଟୋକାଟା କେମିତି ସେ ଦୋକାନ ଭିତରେ ଛପି ରହି ତୋତେ ଦେଖୁଛି। ସେଦିନ ସେ କିଛି କହିଲା ନାହିଁ। କିନ୍ତୁ ତା’ ପରଠାରୁ “ମୁଁ ସେଇଠି ବସିଛି କି ନାହିଁ “ଯିବା ଆସିବା ବେଳେ ମୋତେ ସେ ଅନୁଧ୍ୟାନ କରିଯାଏ, ମୁହଁ ଛିଞ୍ଚାଡି ବାଟ କାଟି ଚାଲିଯାଏ ।

ଦିନେ ହାତ ଠାରି କହିଲା ଏ ଟୋକା ଏଇଠିକୁ ଶୁଣିଲୁ। ତୁ କାହିଁକି କ୍ଲାସକୁ ନଯାଇ ନଖରାମୀ ବାହାର କରୁଛୁ ? 

ମୁଁ କହିଲି – ତୋତେ ଡରିକି। 

କହିଲା – ତୁ କାହିଁକି ମୋତେ ସବୁବେଳେ ଚାହୁଁଛୁ ? 

ମୁଁ କହିଲି – ତୋ ଗାଲର ସେ କଳାଜାଇ ମୋତେ ଭଲ ଲାଗୁଛି ତ ଦେଖିବାକୁ ସେଇଥିପାଇଁ । 

ସେ କହିଲା – ତୁ ନା ପୂରା ଗୋଟେ ପାଗଳ, ତୋତେ କହି କିଛି ଲାଭ ନାହିଁ। ଡାକ୍ତରଖାନା ଯାଇ ମେଡିସିନ ଖା, ଠିକ୍ ହୋଇଯିବୁ। 

ମୁଁ କହିଲି – ମୁଁ ଯଦି ପାଗଳ, ତେବେ ଦେଖିବା ଏକଜାମ୍ ତ ଆସୁଛି, କିଏ ସବୁଠୁ ଅଧିକ ମାର୍କ ରଖୁଛି ।

ସେ କହିଲା – ଚାଲେଞ୍ଜ ପୁଣି ମୋ ସହିତ । 

ମୁଁ କହିଲି – ଡନ୍। ପରୀକ୍ଷା ସରିଲା। ରେଜଲ୍ଟ ବି ବାହାରିଲା। ମୋତେ ସମସ୍ତେ ଶୁଭେଚ୍ଛା ଜଣାଇଲେ । ହେନା କିନ୍ତୁ ଆଉ କଲେଜ ଆସିଲା ନାହିଁ। ଖବର ପାଇଲି ସେ କ୍ଲାସ୍ ନଆସି ଯାଇ ଲାଇବ୍ରେରୀରେ ଏକୁଟିଆ ବସି ବସି ଘରକୁ ଫେରୁଛି। ମୁଁ ତେଣୁ ଦିନେ ଲାଇବ୍ରେରୀ ଯାଇ ତା ପାଖରେ ବସି ପଡ଼ିଲି। 

ପଚାରିଲି – କ୍ଲାସ୍ କାହିଁକି ଯାଉ ନାହଁ ? 

ହେନା କହିଲା- ତୋତେ ଡରିକି।

ମୁଁ ହସି ହସି କହିଲି – ମୁଁ କ’ଣ ବାଘ ନା ଭାଲୁ ଯେ ମତେ ଡରି ଯାଉନାହିଁ ?

ହେନା କହିଲା – ସେ କଥା ନୁହେଁ ଯେ ! 

ମୁଁ କହିଲି - ସେ କଥା ନୁହଁ ତ ଆଉ କେଉଁ କଥା ? 

ହେନା କହିଲା - ତୁ କିନ୍ତୁ ବାଜିରେ ଜିତି ଯାଇଛୁ। ତେଣୁ ଯଦି ଓଲଟା ସିଧା କିଛି ଶୁଣେଇଲୁ। 

ମୁଁ କହିଲି – ହଁ ଶୁଣେଇବି ।କାହିଁକି ନା ମୁଁ ପରା ପାଗଳ। ହେଲେ ତୁମକୁ ଆଜି ମୋର ଗୋଟେ ପ୍ରଶ୍ନର ଉତ୍ତର ଦେବାକୁ ହେବ, ଯାହା ମୋ ଭାବନାର ମୂଳ କାରଣ ଓ ସବୁ ବିଘଟଣର ମୁଖ୍ୟ କଥା।

ହେନା କହିଲା – କ’ଣ ?

ମୁଁ ପଚାରିଲି – ତୁମେ କାହିଁକି ଏତେ ଅସ୍ୱାଭାବିକ। ଅନ୍ୟ ପିଲା ପରି ସ୍ୱାଭାବିକ ମନେ ହୁଅ ନାହିଁ। କାହା ସହ କଥା ହୁଅ ନାହିଁ କି କାହା ସହ ମିଶ ନାହିଁ। ସବୁବେଳେ ଚୁପଚାପ୍ ଆଉ ଗୁମସୁମ । କ୍ଲାସ ରୁମ୍ ଭିତରେ ବି ତଳକୁ ମୁହଁ ହାଣି ବସ। ସେଇଟା ତ ମୋ କୌତୂହଳର ମୁଖ୍ୟ ବିଷୟ, ଯାହା ପାଇଁ ମୁଁ ତୁମକୁ ବାରମ୍ବାର ଚାହିଁ ରହି ତୁମ ଗତିବିଧିକୁ ଲକ୍ଷ୍ୟ କରୁଥାଏ । ମନେମନେ ଆଶ୍ଚର୍ଯ୍ୟ ହୁଏ। ତାର ହେତୁ ନିର୍ଦ୍ଧାରଣ ପାଇଁ ତୁମକୁ ଚାହେଁ। ତୁମେ କିନ୍ତୁ ଅନ୍ୟମାନଙ୍କ ପରି ମୋତେ ଭୁଲ ବୁଝିଲ। ଏପରିକି ମୋତେ ବାଡେଇବାକୁ ଆସିଲ। ମୋର କିନ୍ତୁ ସେମିତି କିଛି ଖରାପ ଉଦ୍ଦେଶ୍ୟ ନଥିଲା।


ଏ କଥା ଶୁଣି ହେନା ଲଜ୍ଜିତ ହେଲା ଓ କହିଲା – ଦେଖ ! ଛୋଟଟି ବେଳୁ ମୋ ରୂପ ଯୌବନର ଅନେକତ୍ର ଅନେକ ପ୍ରକାର ଆଲୋଚନା କରନ୍ତି । ଯିଏ ମୋତେ ଦେଖେ, ଘଡିଏ ଚାହିଁ ରହେ। ମୁଁ କିନ୍ତୁ ଟିକିଏ କାହାକୁ ଚାହିଁ ଦେଲେ କି ଟିକେ ହସି ଦେଲେ ସେ ମୋ ଉପରେ ଲୋଲୁପ ଦୃଷ୍ଟି ପକାଏ। କେତେବାର କେତେ ଅଯଥା ଅପ୍ରୀତିକର ପରିସ୍ଥିତି ମଧ୍ୟ ଘଟିଯାଏ । ଏଇମିତି ମୋ ଜୀବନରେ ଅନେକ ଘଟଣା ଘଟିଛି, ଯାହା କହିବା ପାଇଁ ମୋ ପାଖରେ ସେତେଟା ଧୈର୍ଯ୍ୟ ନାହିଁ । ତାହାର କିନ୍ତୁ ବିବରଣ ପ୍ରଦାନ କଲେ ସେଇ କ୍ରମରେ ଅନେକ ଆସିବେ ଓ ଅନେକ ବର୍ଗର ସମ୍ପୃକ୍ତି ଯୋଡ଼ି ହୋଇଯିବ। ତେଣୁ ମୋ ସୌନ୍ଦର୍ଯ୍ୟ ଅଭିଶାପ କି ଆଶୀର୍ବାଦ ସେ କଥା ମୁଁ ବୁଝି ପାରେନା। ସାଥୀ ଝିଅ ମାନେ ବି ମୋତେ ଦେଖି ଇର୍ଷା କରନ୍ତି, ଯେଉଁଥି ପାଇଁକି ମୁଁ ସଦା ବିବ୍ରତ ରହେ ଓ ନୀରବି ଯିବାକୁ ଅଧିକ ଶ୍ରେୟସ୍କର ମନେକରେ । ତେଣୁ ଚୁପ୍ ରହେ। କାହା ସହ ବେଶୀ କିଛି କଥା ହୁଏ ନାହିଁ କି ମିଶେ ନାହିଁ। କାରଣ ମୋତେ ସୁରକ୍ଷା ଦେବା ପାଇଁ ଘରେ ମୋର ବାପା ଭାଇ କେହି ନାହାନ୍ତି। କେବଳ ଯାହା ବିଧବା ମାଆ ମୋର ଏକମାତ୍ର ସାହା। ମୁଁ ତେଣୁ ସମସ୍ତଙ୍କ ପାଖରୁ ଦୂରତ୍ୱ ରକ୍ଷା କରେ ଓ ଜଗିରଖି ହାତେ ମାପି ଚାଖଣ୍ଡେ ଚାଲେ। କିନ୍ତୁ ସେଦିନର ଘଟଣାଟା ତୁମ ସହ ଏମିତି ଘଟିବ ବୋଲି ମୁଁ କେବେ ଜାଣି ନଥିଲି। ଦୟା କରି ମୋତେ କ୍ଷମା କରିଦେବ।

ମୁଁ କହିଲି- ନା.. ମୋଟେ ନୂହେଁ ।ସେଦିନ ଘଟଣାଟା ଏମିତି ଘଟି ନଥିଲେ ତୁମେ କ’ଣ ଆଜି ମନ ଖୋଲି ଏତେ କଥା କହିପାରିଥାନ୍ତ। ବରଂ ଆଜି ଠାରୁ ଆହୁରି ଏମିତି ହରକତ ତୁମ ସହ ଅଧିକ କରିବି… ଉଭୟ ହୋ ହୋ ହୋଇ ହସି ଉଠିଲେ। ହସଟା ଲାଇବ୍ରେରୀ ପ୍ରକୋଷ୍ଠରେ ଗୁଞ୍ଜରିତ ହୋଇ ଗୁଞ୍ଜରଣ ସ୍ରୁଷ୍ଟି କରୁଥିଲା।ହସର ଢେଉ ଉଭୟଙ୍କ ଶରୀରରେ ଉନ୍ମାଦନା ତୋଳୁ ଥିଲା। ହେନାର ତ ହସି ହସି ଲୋଟୁ ପଡୁଥିଲା,ଆଉ ମୋ ଜୀବନେ ବୋଳି ଦେଲା ଲଖେ ଫଗୁଣର ଖୁସି, ମନ ଖୋଲି କହିଥିଲା ତା ମନର କଥା ସବୁକୁ । 

ହେନା ମତେ କହିଲା - ଜୀବନରେ ପ୍ରଥମ ଥର ମନ ଖୋଲି ହସି ପାରିଛି ଯାହା ତୁମ ପାଇଁ, ଯଦି ଏବେ ମୋ ପାଇଁ ଏତେ କିଛି ଚିନ୍ତା କରୁଛ ଆଉ ଏତେ ଖୁସି ଦେଇ ପାରୁଛ ତେବେ ଜୀବନ ସାରା ତୁମ ସାଥିରେ ରହିଲେ କିଛି ଅସୁବିଧା ଅଛି କି ? 

ମୁଁ ଟିକେ ଲାଜେଇ ହସି ଦେଇ କହିଲି, ମୁଁ ସାରା ଜୀବନ ମୋ ସାଥିରେ ରଖି ପାରିବି ହେଲେ ତୁମେ ରହିଲେ ହେଲା। ଟିକେ ହସି ଦେଇ ମୋ ବାହୁ ବନ୍ଧନରେ ଆଲିଙ୍ଗନ ହୋଇ କହିଲା I love you ସୁନା ଏବଂ ମୁଁ ବି ଡେରି ନକରି କହିଦେଲି Love u Too ହେନା । ମନେ ମନେ ଭାବିଲି ସତେ ଫଗୁଣ ଆସିଛି ଫେରି ମୋ ଜୀବନେ ।


ପ୍ରିୟାର ଦୁଷ୍ଟାମି ମଖମଲି କଥା

ଗାଲେ ତାର କଳାଜାଇ

ଟିକିଏ କଥାରେ ଏତେ ଅଭିମାନ 

ବୁଝେଇ ପାରେନା ମୁହିଁ ।। 





Rate this content
Log in

More oriya story from Debabrata Barik Debunu

Similar oriya story from Romance