STORYMIRROR

Debabrata Barik Debunu

Drama Tragedy

3  

Debabrata Barik Debunu

Drama Tragedy

ମୁଁ ଅପେକ୍ଷା କରିଛି

ମୁଁ ଅପେକ୍ଷା କରିଛି

2 mins
430



ଜୀବନର ଚଲା ବାଟରେ କେତେ ବେଳେ କାହା ସହିତ କେଉଁ ସମ୍ପର୍କ ଯୋଡି ହେଇ ଯାଏ ସେ କଥା ସେଇ ଭଗବାନଙ୍କ ଭାଗ୍ୟ ର ଲେଖା... ।। 


ସେମିତି ଠିକ୍ ତୁମ ସହ ମୋର 20 ବର୍ଷ ପୂର୍ବେ ଦେଖା ହୋଇଥିଲା ତୁମେ ହ୍ଵାଇଟ୍ ପ୍ୟାଣ୍ଟ ସହ ମେରୁନ୍ କଲର ର ଶାର୍ଟ ସହ ଖୁବ୍ ସୁନ୍ଦର ଲାଗୁ ଥିଲ। ମୁଁ ତୁମକୁ କିଛି ଦୂରରୁ ଦେଖି ଥିଲି ତୁମ ହସ ମୋ ମନ ରେ ଆଙ୍କି ଦେଇଥିଲା ମୋ ହୃଦୟରେ ପ୍ରେମ ଚିତ୍ର ଓ ଭଲ ପାଇବା ଭରସା ବିଶ୍ବାସ ସବୁ କିଛି। ଏମିତି କେମିତି ହେଲା ଏତେ ନିଜର କଣ ପାଇଁ ଲାଗୁ ଥିଲ ସେଇ ପ୍ରଥମ ଦେଖାରେ ଏମିତି ଲାଗୁଥିଲା ସତେ ଯେମିତି ତୁମ ସହ ସମ୍ପର୍କ ରେ ମୁଁ ବାନ୍ଧି ହେଇ ସାରିଥିଲି...। 


ସେ ପ୍ରଥମ ଦେଖା ତା ପରେ ଆମ ଦୁହିଁଙ୍କର ବିବାହ ମତେ ତ ସ୍ୱପ୍ନ ପରି ଲାଗୁଥିଲା। ତୁମ ହାତଧରି ତୁମ ଘରେ ପାଦ ଦେଇଥିଲି ଖୁବ୍ ସୁନ୍ଦର ଥିଲା ସେ ସମୟ। ଗାଁ ରେ ତୁମ ସହ ଖୁବ୍ ଖୁସିରେ ଦିନ କଟି ଯାଉଥିଲା ଦୁଃଖର ଛାଇ ବି ମୋ ଉପରେ ପଡ଼ିବା ପାଇଁ ଦେଉ ନଥିଲ ତମେ କିଛି କହିବା ପୂର୍ବରୁ ସବୁ ଆଣି ଦେଇ ଦେଉ ଥିଲ। 


ବିନା କଥାରେ ସବୁ ବୁଝି ପାରୁଥିଲ ଏତେ ଭଲ ପାଇବା ବୋଧେ କେହି ଦେଇ ନଥିଲେ ତୁମ ଭଲ ପାଇବା ମତେ ସବୁ କିଛି ଭୁଲେଇ ଦିଏ। ଯେତେ ଦୁଃଖ କଷ୍ଟ ଥିଲେ ତୁମ ହସରେ ମୁଁ ସବୁ କିଛି ଭୁଲି ଯାଏ। 


ଏମିତି ହସ ଖୁସିରେ ସଂସାର ଚାଲି ଥିଲା ହଠାତ୍ ଦିନେ ଜୀବନ ରେ ଏମିତି ଝଡ଼ ଆସିବ ମୁଁ କେବେ ବିଶ୍ବାସ କରି ନ ଥିଲି। ସେ ଅଦିନିଆ ଝଡ଼ରେ ସବୁ କିଛି ଭାଙ୍ଗିରୁଜି ଚୁରମାର ହେଇଗଲା ଚାହିଁଲେବି ମୁଁ ଆଉ ସେ ସବୁକୁ ଫେରେଇ ଆଣି ପାରିଲି ନାହିଁ କିଛି ଦିନ ଭିତରେ ପୁରା ଜୀବନ ଓଲଟ ପାଲଟ ହୋଇଗଲା ସବୁ ଖୁସି ପାଣି ଫୋଟୋକା ପରି ପାଣିରେ ମିଳେଇ ଗଲା। 


କାରଣ ଯିଏ ଦିନେ ମତେ ସ୍ଵପ୍ନ ଦେଖେଇ ଥିଲେ ସାତ ଜନମ ପାଇଁ କଥା ଦେଇ ଥିଲେ ସେଇ ଅଦିନିଆ ଝଡ଼ରେ ସବୁ ଗଛର ପତ୍ର ପରି ଝଡ଼ି ଗଲା। ସେ କେଉଁ ଆଡ଼େ ଚାଲିଗଲେ ଆଉ ସେ ଫେରିଲେ ନାହିଁ। 


ଆଜିବି ମୁଁ ତାଙ୍କ ବାଟକୁ ଚାହିଁ ବସିଛି କାଳେ ଆସିବେ ! ମୋ କୋଳରେ ଆଗ ପରି ମୁଣ୍ଡ ରଖି ଶୋଇବେ କେତେ ମିଠା ମିଠା କଥା କହିବେ... ହେଲେ ସବୁ ଆଶା ପୂରଣ ହୁଏନି କି ସବୁ ଅପେକ୍ଷା ଶେଷ ହୁଏନି। ସେମିତି ଅପେକ୍ଷା ହେଇ ରହି ଯାଏ ସାରା ଜୀବନ। 


ଆଜି ବି ଆକାଶରେ ଜହ୍ନ ଉଇଁଲେ ସେଥିରେ ଦିଶେ ତୁମ ମୁହଁ। ପାହାନ୍ତି ପହରର ସୁନେଲି କିରଣରେ ଦେଖେ ତୁମକୁ..ଭଗବାନ ତୁମର ଏକି ନ୍ୟାୟ ଏତେ ଦୁଃଖ ମୋ ପାଇଁ କାହିଁକି ପ୍ରଭୁ ? ସବୁ ସହି ଯାଉଛି ବୋଲି କଣ ସବୁ ଦୁଃଖ କଷ୍ଟ ମୋ ପାଇଁ ? ହେଲେ ମୁଁ ଆଉ ସହି ପାରୁନି ଏ ଦୁଃଖ କଷ୍ଟ ସବୁ। 


ମୋର କଣ ଭୁଲ ଥିଲା.. କଣ ଦୋଷ ଥିଲା କୋଉ କର୍ମ ପାଇଁ ଏତେ ବଡ଼ ଶାସ୍ତି ଦେଲ ମୋ ବଞ୍ଚିବା ର ସାହାରା କୁ କାହିଁକି ଦୁରେଇ ଦେଲ ମୋ ଠୁ କାହିଁକି ପ୍ରଭୁ କାହିଁକି। ଜାଣିଛି ଏ ଉତ୍ତର କେବେ ମିଳିବ ନାହିଁ ମତେ....ଏ କଥା ବି ଜାଣିଛି ସେ ଆଉ ଫେରିବେ ନାହିଁ। ତଥାପି ମୁଁ ଅପେକ୍ଷା କରୁଛି...କରିବି ତୁମ ଫେରିବା ବାଟକୁ ଚାହିଁ।।




Rate this content
Log in

Similar oriya story from Drama