Debabrata Barik Debunu

Drama Tragedy

3  

Debabrata Barik Debunu

Drama Tragedy

ମିଛ ଥିଲା ତୁମ ପ୍ରେମ - ଭାଗ - ୩

ମିଛ ଥିଲା ତୁମ ପ୍ରେମ - ଭାଗ - ୩

3 mins
217



ଭାଗ ୨ ରୁ - 

ସୋମନାଥ - ଭୟରେ ଗୋଡ ଥରୁ ଥାଏ ମନେ ମନେ ଭାବୁ ଥାଏ ମୁଁ କଣ କିଛି ଅଧିକ କହିଲି ନା ଅଧିକ ଆଶା କରି ବସିଲି। ଥୁଣ୍ଟା ଗଛ ଟିଏ ପରି ଛିଡା ହୋଇଥିଲି ସୀମା ଆଉ ଶୁଭ ସାମ୍ନାରେ।। 


   °°°°°ଭାଗ -୩

ଭାବି ମୁଁ ନଥିଲି ପାଇଯିବି ଭଲ

ନିଜ ଠୁ ଅଧିକ ତତେ

ଆଶା ଅଭିଳାଷ ଥିଲା ଯେତେ ମୋର 

କାଇଁ ଭଲ ଲାଗୁ ଏତେ।। 


ନିଃଶବ୍ଦରେ ଛିଡା ହୋଇଥାଏ ସୋମନାଥ କଣ କହିବ କିଛି ଭାବି ପାରୁନାହଁ ସେ। ଏମିତି କଣ କହିଲି ଯେ ଏତେ ରାଗ ମୋ ଉପରେ। ମୁଁ କଣ ବା ଏମିତି କହି ଦେଲି ! କେବଳ ଫୋନ ନମ୍ଵର ହିଁ ମାଗିଲି ଆଉ ତ କିଛି କହି ନାହିଁ। ଏମିତି ଭାବୁ ଭାବୁ ଶୁଭ ସୋମନାଥ ର ହାତ ଟିକୁ ହଲେଇ କହିଲା କେଉଁ ରାଇଜରେ ରାଜା ହୋଇ ଗଲେ କି କଣ ଦିନରେ ବି ସ୍ୱପ୍ନ ଦେଖୁଛ କଣ ହେଲା ମୁଁ ତମକୁ କିଛି କହିଲି ପରା ଚୁପ କଣ ପାଇଁ ? ଶୁଭ ଏତିକି କହି ଜୋରେ ହସି ବାକୁ ଲାଗିଲା ଆଉ କହିଲା - 

ଶୁଭ - ଆରେ ସୋମନାଥ ତମେ ଏତେ ଡରୁଆ ଏତିକି କଥାରେ ଡରି ଗଲ। ହା.. ହା... ହା... ।। 

ସୋମନାଥ - ଦୀର୍ଘ ନିଶ୍ୱାସ ଟିଏ ମାରି... ଶୁଭ ଏମିତି ହସିବାର ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥାଏ ଶୁଭ ଓ ସୀମା ମୁହଁ କୁ। ଆରେ ଶୁଭ ତମେ ତ ମତେ ପୁରା ଡରେଇ ଦେଲ । 

ଶୁଭ - ଶୁଣ ମୁଁ ଫୋନ ବ୍ୟବହାର କରେ ନାହିଁ ଆଉ ରହିଲା ନମ୍ବର ଦେବା କଥା ମୁଁ ଆମ ଘର ନମ୍ବର ଦେଉଛି ତମେ ଫୋନ କରିବ ନାହିଁ, ତମ ନମ୍ବର ଦିଅ ମୁଁ ଫୋନ କରିବି। ହଉ ଠିକ୍ ଅଛି ଏବେ ମୁଁ ଯାଉଛି ବହୁତ ସମୟ ହେଲାଣି। 

ସୋମନାଥ - ଶୁଭର ନମ୍ବର ପାଇଁ ମୋ ଖୁସି କହିଲେ ନ ସରେ। ସତେ ଯେମିତି ସରଗର ଚାନ୍ଦ ସବୁ ଆଜି ମୋ ହାତ ମୁଠାରେ। ଏମିତି ଲାଗୁଥିଲା ମୋ ପାଦ ଆଉ ତଳେ ନାହିଁ ମୁଁ ଯେମିତି ଅକାଶରେ ଉଡୁଛି। ପ୍ରଥମ ଥର ପାଇଁ କାହାର ଫୋନ ଆସିବା ଅପେକ୍ଷାରେ ମୁଁ ମୋ ସେଇ ପୁରୁଣା ଷୋଳଶହ ମଡେଲର ନୋକିଆ ମୋବାଇଲକୁ ଧରି ବସିଥାଏ। ଠିକ୍ ୪ ଟା ବାଜି ୩୧ ମିନିଟ୍ ରେ ଫୋନ ଆସିଲା ଶୁଭ ର... ।


ଶୁଭ - ହ୍ୟାଲୋ.... କିଏ ସୋମନାଥ କହୁଛ...? 

ସୋମନାଥ - ହ୍ୟାଲୋ.... ହଁ ଶୁଭ କୁହ... କେମିତି ଅଛ.... ଶୁଭ ହସି ହସି କହିଲା ସତରେ ସୋମନାଥ ତମେ ଜଣେ ପାଗଳ.... 

ସୋମନାଥ - କାଇଁ.. କାଇଁ.. ମୁଁ କାଇଁ ପାଗଳ ହେବି। 

ଶୁଭ - ଆଜି ପରା ଆମେ କଲେଜ ରେ କଥା ହେଇଛେ, ଦେଖା ବି ହେଇଛି ପୁଣି ପଚାରୁଛ କେମିତି ଅଛି.... 

ଏମିତି କିଛି ଦିନର କଥା ବାର୍ତ୍ତା ପରେ ଦିନେ ହଠାତ୍ ଶୁଭ କହିଲା ଶୁଣ ମୁଁ ମୋ ମାମୁଁ ଙ୍କ ଘର କୁ କିଛି ଦିନ ପାଇଁ ଯାଉଛି।

ଶୁଭ - ସୋମନାଥ ତମେ ମତେ ଦେଖା କରିବା ପାଇଁ ଆସିବ କି ? 

ସୋମନାଥ - ଆଚ୍ଛା କହିଲ ତମ ମାମୁଁ ଘର କେଉଁଠି ? ସେ କହିଲା କୁଅଁରପୁର... ମୁଁ ଉତ୍ତର ଦେଲି କୁଅଁରପୁର ସତରେ ନା କଣ ...। କୁଅଁରପୁର ପରା ଆମ ଗାଁ ପାଖ ଗାଁ। 


ମୁଁ କହିଲି ତମେ ଆସ ମୁଁ ଚେଷ୍ଟା କରିବି ଯାଇ ଦେଖା କରିବା ପାଇଁ। ଶୁଭ କହିବାକୁ ଲାଗିଲା ତମେ କହୁଛ ଗାଁ ପାଖରେ ପୁଣି ଆସିବାରେ ଅସୁବିଧା କଣ ? ତମ ଗାଁ ପାଖ ଗାଁ ସାଙ୍ଗେ ସାଙ୍ଗେ ଆସିବ ଦେଖା କରିବ ପଳେଇ ଯିବ। ମୁଁ କହିଲି ହଁ ଯେ ହେଲେ..... 

ଶୁଭ - ହଁ ଯେ ପୁଣି କଣ ସୋମନାଥ। ତମର କଣ ଇଚ୍ଛା ନାହିଁ ମତେ ଦେଖିବା ପାଇଁ। ହଁ ମୁଁ ଜାଣିଛି ତମର ଇଚ୍ଛା ନାହିଁ ମତେ ଦେଖା କରିବା ପାଇଁ, ହଉ... ନ ଆସ ମୁଁ ତମର କିଏ ଯେ ତମେ ଆସିବ ମତେ ଦେଖା କରିବାକୁ। ଠିକ୍ ଅଛି ତମେ ତମ କାମ କର ମୁଁ ରହିଲି। 

ଏତିକି କହି ଫୋନ କାଟି ଦେଲା ଶୁଭ... 

ସୋମନାଥ - ହ୍ୟାଲୋ... ହ୍ୟାଲୋ.... ମୋ କଥା ତ ଶୁଣ ମୁଁ କଣ କହୁଛି...... 


କ୍ରମଶଃ ...




Rate this content
Log in

Similar oriya story from Drama