ବହୁତ ଭାବି ଚିନ୍ତି ସ୍ଥିର ନିଷ୍ପତ୍ତି ନେଇଥିଲା ଆଶା. କହିଥିଲା ଘରେ ଯେ ସେ ତା ସହସାଥି ଉମାଶଙ୍କର ର ଜୀବନ ସାଥି ହେବାକୁ ଚାହେଁ. କଥାଟାକୁ ବାପା ବୋଉ ଆଶ୍ଚର୍ଯ୍ୟ ଭାବରେ ଗ୍ରହଣ କରିନଥିଲେ ବରଂ ମୋ ଝିଅ ଯାହା ନିର୍ଣ୍ଣୟ ନେବ ଭାବିଚିନ୍ତି ନେବ କହିବାକୁ ଯାଉଥିବା ବାପା ବୋଉ ଭାଉଜ ଙ୍କ କଥାରେ ପାଟି ଫିଟେଇ ନଥିଲେ. ଭାଉଜ କହିଥିଲେ ହୁଏତ ଉମାଶଙ୍କର ରାଜି ଥିବେ ଓ ତାଙ୍କ ପିତା ମାତାଙ୍କୁ ରାଜି କରେଇ ଦେଇଥିବେ କିନ୍ତୁ ତାଙ୍କ ଘର ବଡ଼ବୋହୁ ହେଲା ପରେ, ମୋ ନଣନ୍ଦ ଆଶା ଙ୍କ ହାତରୁ ତାଙ୍କ ପିତୃପୁରୁଷ ପାଣି ନପାଇଲେ ପ୍ରତ୍ୟେକ୍ଷ ନହେଲ ମଧ୍ୟ ପରୋକ୍ଷ ଭାବରେ ପାପ ମୁଣ୍ଡେଇବ କିଏ!ବାପା ଭାଉଜଙ୍କର ଏହି ପାପବୋଧ କଥାଟାକୁ ହୃଦୟଙ୍ଗମ କରି ଚୁପ ରହିଲେ କି କଣ କେଜାଣି ଆଶା ଵି ତୁନି ପଡିଥିଲା କିନ୍ତୁ ବୋଉ ଚୁପ ରହିନଥିଲା. ଏଇ ଅଳ୍ପ ଦିନ ତଳେ ବାପା ଆଣିଥିବା ତାଙ୍କ ଜାତି ର ଡାକ୍ତର ପୁଅର ପ୍ରସ୍ତାବରେ ଆଶା କୁ ଛାଡ଼ି ସମସ୍ତେ ରାଜି ଥିଲେ ମଧ୍ୟ ଡାକ୍ତର ପୁଅର ମାମୁଁ କହିଥିଲେ ଭଣଜା ଆମର ମେଧାବୀ ଛାତ୍ର ବୋଲି ଆଜି ଡାକ୍ତର ହୋଇପାରିଛି ସତ ହେଲେ ପୁଅର କୃତିତ୍ୱ ସହ ଯୋଡି ହୋଇ ଭିଣୋଇ ଯେଉଁ କରଜ କରିଛନ୍ତି ସେଇପାଇଁ କିଛି ଆର୍ଥିକ ସହାୟତା ନକରି ଜୋଇଁଙ୍କୁ ଆପଣ ଗାଡି ଖଣ୍ଡିଏ ଦେବେ. ଆପଣଙ୍କ ଶକ୍ତି ଅନୁଯାୟୀ ଆମକୁ ଦାଣ୍ଡସୁନ୍ଦର କୁ ଏହି ଉପହାର ଦେଇ ସାହାଯ୍ୟ କରିବେ . ଏହା ଯୌତୁକ ନୁଁହଁ ବରଂ ସହଯୋଗ ପୂର୍ଣ୍ଣ ସହାୟତା ଭାବିବେ.ଏକଥା ଶୁଣି ବାପା ଗଦଗଦ ହୋଇ ନିଶ୍ଚୟ ନିଶ୍ଚୟ କହୁଥିବା ସହ କହିଥିଲେ ମୋ ପୁଅ ଡାକ୍ତର ନହେଲେ ମଧ୍ୟ ହାଇସ୍କୁଲ ଟିଚର.କାହିଁକି ନୁଁହଁ!ସେତେବେଳେ ପୁଅର ମାମୁଁ କହିଥିଲେ ଝିଅ ମଧ୍ୟ ଆପଣଙ୍କର ଚାରିରୀ କରିଛି, ମୋର ଏମିତି କହିବା ବୋଧେ ଉଚିତ ହୋଇନି.ବୋଉ କିନ୍ତୁ କହିଥିଲା ସତ କଥା ଆମମାନଙ୍କ ପରି ଶୁଦ୍ର ଜାତିର ଲୋକଙ୍କ ଘରେ ପୁଅ ଡାକ୍ତର ହେବା କଣ କମ କଥା!ଡାକ୍ତରୀ ପଢେଇବା ପରେ ଆଉ କୋଉ ସମ୍ବଳ ବଳିପଡିବ ଯେ ଗାଡି କିଣାଯିବ!ଭାଉଜ କହିଥିଲେ କାହିଁକି ଆମ ଝିଅ କଣ ନିରୋଜଗାରିଆ କି!ଆମେ କାହିଁ ତାଙ୍କ ଋଣ ପାଇଁ ନିଜେ ଋଣ କରି ଗାଡି କିଣି ବ୍ୟାଙ୍କ ଲୋନ ଶୁଝିବା!ସେଇଥିପାଇଁ ତ ଆଶା ସବୁକଥା ଖୋଲି କହିଦେଇଥିଲା ଯେ କାହାର କିଛି ଋଣ କରିବା ବା ସହାୟତା କରିବା ଦରକାର ନାହିଁ.ମୋର ଉମାଶଙ୍କର ପସନ୍ଦ. ତାଙ୍କ ଘରେ ମଧ୍ୟ ରାଜି. ଏଥର ଭାଉଜ ଙ୍କ ଉପରେ ଉଠିଆସୁଥିବା ଆକ୍ରୋଶ ଝିଅ ଆଶା ଆଡକୁ ଗଲା କି ନଗଲା କିନ୍ତୁ ନୀରବତା ବା ଚୁପ ରହିବାକୁ ସମ୍ମତି ଲକ୍ଷଣ ବୋଲି ଭାବିବ ଆଶା ନା ଭାଉଜ ଙ୍କ କଥାରେ ଉମାଶଙ୍କର ଘରର ପିତୃପୁରୁଷ ତା ହାତରୁ ପାଣି ପାଇବେନି କହିବା ପରେ ପିତା ମାତା ଏମିତି ଚୁପ ହୋଇଗଲେ ବୁଝିପାରୁନଥିଲା ସେ.ବୋଉ କିନ୍ତୁ ଚୁପ ନରହି ବୁଝାଇଦେଲା କି ମୋ ଝିଅ ଯାହା ଉଚିତ ଭାବିବ ତାହା କରିବ.
ଉମାଶଙ୍କର ସବୁ ବୁଝାଇ ଦେଇଥିଲେ ଆଶାକୁ. ଜାତିଭେଦ ଇଶ୍ୱର ନୁଁହଁନ୍ତି ବରଂ ମଣିଷ ସୃଷ୍ଟି କରିଛି. ପିତୃପୁରୁଷଙ୍କ ଜାତି ନଥାଏ. ସେମାନେ ଇଶ୍ୱର ଙ୍କ ପାଖକୁ ଲେଉଟି ଯାଇ ଇଶ୍ୱରଙ୍କ ଜାତି ସହିତ ସମାନ. ଏଠି ମଣିଷ ଖାଲି ଜାତି ଗୋତ୍ର ଖୋଜି ନିଜ ସୁବିଧାବାଦୀ ମନୋଭାବ ର ପରିଚୟ ଦେଉଛି ଆଶା. ତୁମେ ସେସବୁ କଥା ଶୁଣି ଆମ ଘର ପାପ ତୁମକୁ ବା ତୁମ ପିତାମାତାଙ୍କୁ ଲାଗିବ ବୋଲି ଚିନ୍ତା କରନାହିଁ. ଯଦି ସେମିତି ଭାବିବ ତେବେ ସବୁଦିନ ପାଇଁ ମୁଁ ଅଭିଆଡା ରହିବା ପାପ କଣ ତୁମେ ନେବନି!ହସିଥିଲା ଆଶା ଓ କହିଥିଲା କାହିଁ ମୁଁ କୋଉ ଅନ୍ୟ ସ୍ଥାନରେ ବାହା ହୋଇଯାଆନ୍ତି ନା କଣଜ଼!ଆମ ଦୁହିଁଙ୍କ ଅଭିଆଡା ଦୋଷ କଟ ଖାଇ ଗୁଡ଼ି ପରି ଅଟକି ଯିବ ହୁଏତ କୋଉ ଗଛ ଡାଳରେ. ଆଶା କଥା ଶୁଣି ଉମାଶଙ୍କର ହସିଥିଲେ ମଧ୍ୟ ପରେ ଗମ୍ଭୀର ହୋଇ ଶୀଘ୍ର ନିଷ୍ପତ୍ତି ନେବାକୁ କହିଥିଲେ ଓ ସେଦିନ ବୁଝାଇଥିଲେ ବାପା ବୋଉ ଏବେ ଚୁପ ରହୁଛନ୍ତି କାରଣ ତୁମ ଘରେ ତୁମ ଭାଇ ଭାଉଜ ମୁରବୀ ପଣିଆ ଜାହିର କରୁଛନ୍ତି କିନ୍ତୁ ଆଜି ଯଦି ମୋ କଥା ନମାନିବ,ତେବେ ବାପା ବୋଉଙ୍କ ଅନ୍ତେ ଯେତେ ରୋଜଗାରକ୍ଷମ ହେଲେ ମଧ୍ୟ ତୁମେ ଏକୁଟିଆ ଏ ଜନସମୁଦ୍ର ସଂସାର ରେ ଚାଲିପାରିବ ଆଶା!ଆମ ଦୁହିଁଙ୍କ ଦେଖିଥିବା ସ୍ବପ୍ନ ଓ ଆଶା କୁ ନିରାଶା କଲେ ପାପ କଣ ହେବନି ତୁମକୁ!ଆଶା ବହୁତ ଭାବି ଚିନ୍ତି ଶେଷକୁ ଚିଠିଟିଏ ଲେଖି, ଛାଡ଼ି ଚାଲିଆସିଥିଲା ଉମାଶଙ୍କର ଘରକୁ.ଚାଲିଆସି ବିବାହ ବେଦୀରେ ଉମାଶଙ୍କରଙ୍କୁ ଜନ୍ମ ଜନ୍ମର ସାଥି କରିନେଲା ପରେ ବାପା ମାଆ ତାକୁ ଜିଅନ୍ତା ଶୁଦ୍ଧ ହେବା କଥାଟା ଆଶା ହଜମ କରିପାରୁନଥିଲା. ଭାଉଜ କିନ୍ତୁ ଗାଁ ସାରା କହି ବୁଲୁଥିଲେ ଭାଇ ଓ ମୁଁ ରାଜି ଥିଲେ କଣ ହେବ ବାପା ମାଆ ଙ୍କ ନିଜ ଡର ଆଜି ତାଙ୍କୁ ଶୁଦ୍ଧିଘର କରିବାକୁ ବାଧ୍ୟ କରିଛି. ଆଶା କିନ୍ତୁ ନିଜ ଜନ୍ମ ଜନ୍ମାନ୍ତର ସାଥିଙ୍କୁ ନେଇ ବାପା ମାଆ ଙ୍କ ଆଶୀର୍ବାଦ ଆଣିବା ବେଳେ ଦୁହିଁଙ୍କ ଆଖିରୁ ଝରିପଡ଼ୁଥିଲେ ସତେ ଯେମିତି କୃତଜ୍ଞତା ଭରା ଆଶୀର୍ବାଦ.
ବ୍ରାହ୍ମଣ ଘର ପୁଅ ଉମାଶଙ୍କର, ସ୍ୱାମୀରୁ ଦୁଇ ପୁଅ ଝିଅଙ୍କର ବାପା ହେଲେଣି କିନ୍ତୁ ଗାଁ ଘର, ନଡ଼ିଆ ଗଛ, ଗାଁ ବଜାର ହାଟ ଓ ସାଙ୍ସାଥି ତାଙ୍କର ଖୁବ ପସନ୍ଦ. ନଡ଼ିଆ ଛଡେଇ ଚାଲିଥିଲେ ସ୍ୱାମୀ. ପୁଅ କଲିକତାରୁ ଆସୁ କି ଝିଅ କୋରାପୁଟରୁ!ଯେତେ ଦୂରରୁ ଆସନ୍ତୁ ଦୁହେଁ ପଇଡ଼ କିନ୍ତୁ ତାଙ୍କୁ ମିଳେନା ସେମାନଙ୍କ ନିଜ ବାଡ଼ି ଗଛରୁ. ତାର କାରଣ ବାପା ତାଙ୍କର ପଇଡ଼ରୁ ନଡ଼ିଆ ହେଲେ ଓ ଶୁଖିଲା ନଡ଼ିଆ ଗଛରୁ ବାହାରିଲେ ଶୀତ ଦିନେ ଚୁଲି ଜାଳି ବାରିପଟେ ତହିଁରୁ ତେଲ ମାରିବେ ଓ ବର୍ଷସାରା ଲଗେଇବେ. ପିଲାଏ ପଇଡ଼ ପିଇ ନପାରି କିଣିକି ପିଇଦିଅନ୍ତି କିନ୍ତୁ ମାଆ ମନ ଆଶା ଙ୍କ ର. ଭାରି ରାଗ ଆସେ. ପିଲାଙ୍କୁ ପଇଡ଼ ନଦେଇ ନଡ଼ିଆ ଶୁଖେଇ ପୁଣି ଭାଙ୍ଗି ତାକୁ ଖଣ୍ଡ ଖଣ୍ଡ କାଟିବା ପରେ ଗ୍ରା୍ଇଡିଙ୍ଗ କରିବା ଦାଇତ୍ୱ ସେ ଏଣିକି ଆଉ ନେବେନି ଭାବନ୍ତି. ମନ ବୁଝେନି ତ ଶୀତ ରାତି ପାହୁ ପାହୁ ଭୋର ଭୋର ରୁ ଉଠି, ଛୋଟ ଛୋଟ କଟା ଯାଇଥିବା ନଡ଼ିଆ ଖଣ୍ଡ ଗୁଡିକୁ ଗ୍ରା୍ଇଡିଙ୍ଗ କରିବା ପରେ ତା ମଧ୍ୟରେ ଗରମ ପାଣି ଦେଇ ଚିପୁଡ଼ା ହୁଏ. ରସ କୁ ଫ୍ରିଜ ରେ ଭରି ଫାମ୍ପୁ ନଡ଼ିଆ ଗାଈ କୁ ଦିଆଯାଏ. ଆଶା ନିଜ ମନକୁ ବୁଝେଇନେଇ ଭାବନ୍ତି ଚୁଲି ପାଖରେ ନଡ଼ିଆ ମାରିସାରି ମୋ ପାଖକୁ ତେଲ ଆସିବା ପରେ ସେସବୁରୁ କିଛି କିଛି ରଖି ଦୁଇ ବୋତଲ କରି ଆଗ ସେ ପୁଅ ଝିଅଙ୍କ ପାଇଁ ରଖିନେବେନି କି!ସ୍ୱାମୀ ଯେବେ ସବୁ ନଡ଼ିଆ ତେଲ ଦେଖି କୁହନ୍ତି ସର୍ବମୋଟ ଏତିକି ତେଲ? ତ ଆଶା କୁହନ୍ତି କାହିଁ ନଡ଼ିଆ ଖଣ୍ଡ ଖଣ୍ଡ କାଟି ଶୁଖେଇ ମିଲ ରେ ପେଷି ଆଣିଲେ ହୁଅନ୍ତାନି! ଏମିତି ଚୁଲି, କଡେଇ, ଡେକେଚି ଓ ବେଲା ସମସ୍ତେ କିଛି କିଛି ତେଲ ପିଉଛନ୍ତି ନା ନାହିଁ!ସେମିତି ହୁଅନ୍ତା ଯେ କିନ୍ତୁ ତୁମ ମଶା ଘଉଡ଼ାଇବା ପାଇଁ ଝୁଣା ଧୂଆଁ କରିବାକୁ କତା ଯେମିତି ବାହାରୁଛି ସେମିତି ଖାଣ୍ଟି ମରା ନଡ଼ିଆ ତେଲ ବାହାରିବା ସଙ୍ଗେ ଚୁଲି ମୁଣ୍ଡେ ଜାଳ ଜାଳିବାର ସୌଭାଗ୍ୟ ମିଳି ଯାଉଛି ନା ନାହିଁ? ମନେ ପଡୁଛି ଆହୁରି ଭିତରେ ଥିବା ଜନ୍ମମାଟି ଗାଁ କଥା ଓ ପିଲାଦିନ ଭାତ ଖିଆ ସାଙ୍ଗକୁ ଚୁଲି ପୋଡା ଆଳୁ, ବାଇଗଣ, ଜହ୍ନି, ଭେଣ୍ଡି, ଟମାଟ ସହିତ ବଡି ଭଜା ପାଗ ଆଉ ମିଳୁଛି! ଆଶା କୁହନ୍ତି ତୁମେ ଯଦି ଶୀତ ଛଡ଼େଇବାକୁ ତଥା ପିଲାଦିନ ମନେପକାଅଇ ଆଳୁ ବାଇଗଣ ପୋଡ଼ିବାକୁ ଚୁଲି ଜାଳି ଏତେ ସବୁ କରୁଛ ତେବେ ତେଲ ସବୁ ମୋର. ପିଲାଙ୍କୁ ଦୁଇ ଶିଶି ଦେଇସାରିଲା ପରେ ଯାହା ବଳିବ ତୁମର. କିଏ ମନା କଲା!ସେଇଥିପାଇଁ ତ ନଡ଼ିଆ ରୁହେ, ପଇଡ଼ କିଣିକି ଖିଆ ଯାଇପାରିବ କିନ୍ତୁ ଶୁଖିଲା ନଡ଼ିଆ କିଏ ଦେବ ଯେ ତୁମେ କତା ନେଇ ଝୁଣା ଦେଇ ମଶା ଘଉଡେଇବ!ମତେ କଣ ଖାଲି ମଶା କାମୁଡୁଛି, ତୁମକୁ କାମୁଡୁନି? ପଚାରିଲେ ସ୍ୱାମୀ କହନ୍ତି ଆମେ ଗାଁ ଲୋକ, ଚୁଲି ଜଳା ଉଷୁନା ବଗଡ଼ା ଚାଉଳ ସାଙ୍ଗକୁ ମଟନ କି କୋବି ଝୋଳ ଖାଇବା ପୂର୍ବରୁ ମରାନଡିଆ ତେଲ ଲଗାଇ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ବା ପୋଖରୀରେ ଗାଧେଇ ଆମ ସବୁ ଗାଁ ଲୋକଙ୍କ ଗୋଧି ଚମଡା ସାଙ୍ଗକୁ ରକ୍ତ ଲାଲ ଟକଟକ ଫୁଟନ୍ତା ଗରମ କେବେ ତ ବରଫ କେବେ, ଆଉ ମଶା କାମୁଡିବେ କେମିତି!ରକ୍ତ ବରଫ ହେଲେ ରୋଗ ବୋଲି ଜାଣିନ କି ପ୍ରଶ୍ନ ର ଉତ୍ତର ଦେଇ ପୁଣି ସ୍ୱାମୀ କହୁଥାନ୍ତି ବରଡ଼ା ଜାଳି, ଫୋପଡ଼ା ମୁଁହାଇଁ ସେଇଥିପାଇଁ ପା ଚୁଲି ଜାଳି ଜମାଟ ବନ୍ଧା ରକ୍ତ କୁ ପାଣି କରୁ ଆମେ. ଗାଁ ରେ ବଢ଼ିଛୁ, ପଡ଼ିଛୁ ଓ ଅବଧାନ ଙ୍କ ମାଡ଼ ଖାଇଛୁ. ଆମ ଚମରେ ମଶା ତ ମଶା ଜଙ୍ଗଲୀ ଜନ୍ତୁ ମଧ୍ୟ ଦାନ୍ତ ବସେଇପାରିବନି.ଯଦି ଭୁଲରେ ବସେଇଦେଲେ ତେବେ ଆମର ନୁଁହଁ ବରଂ ତାଙ୍କର ସାଇଡ ଇଫେକ୍ଟ ହେବ ସିନା ଆମର କିଛି ହେବନି.ଆଶା କହୁଥିଲେ ହୁଅ ତୁମେ ଗାଁ ପୁଅ. ଜାଳ ତୁମେ ବରଡ଼ା.ମୁଁ ମଧ୍ୟ ଗାଁ ଝିଅ ହେଲେ ମୋର କିନ୍ତୁ ସେଇ କତା ଦରକାର ଵି ନଥିଲା.ଖାଲି ତୁମର ସେଇ ମସକ୍ଯୁ୍ଟୋ ଅଏଲ ଆଣିବାର କୁଣ୍ଠା ପାଇଁ ମତେ ଏ ଶୁଖିଲା କତା ଦରକାର. ମଶାରେ କିଏ ଶୋଇବ!
ମଶା କାମୁଡା ପାଇଁ ଭାରି ବ୍ୟସ୍ତ ଆଶା. ଗୋଟେ ଵି ମଶା କାନ ପାଖରେ ଗୁଣୁ ଗୁଣୁ ହେଲେ ନିଦ ହେବା ଅସମ୍ଭବ ହୋଇପଡେ ଆଶା ଙ୍କୁ ତ ସ୍ୱାମୀ ଥଟ୍ଟା କରନ୍ତି ଯେ ତୁମ ଦେହର ରକ୍ତ ବୋଧେ ମିଠା କିନ୍ତୁ ଆଶା ଭାବନ୍ତି ମଶା ଯଦି ରକ୍ତରେ ଥିବା ମିଠା ଅଂଶ ଶୋଷିନିଅନ୍ତା କେତେ ଭଲ ହୁଅନ୍ତା.ଆଉ କାହାକୁ ଡାଇବେଟିସ ହୁଅନ୍ତା ନାହିଁ.ସତକୁ ସତ ଏମିତି ଭାବେ ଡାଇବେଟିସ କବଳରୁ ରକ୍ଷା ମିଳିଯିବାର ବାହାକ ମଶାକୁ ସମସ୍ତେ ଏଣିକି ଆଦର କରନ୍ତେ.ଯେମିତି କୁକୁର ବିଶ୍ଵସ୍ତ ବୋଲି, ବିଲେଇ ମୂଷା ମାରେ ବୋଲି, ଗାଈ କ୍ଷୀର ଦିଏ ବୋଲି ଭାରି ନିଜର ମଣିଷର.ଏକଥା ମନରେ ଭାବୁ ଭାବୁ ଭିତରେ, ଉପରକୁ କହନ୍ତି ହଁ ହେଇଥିବ ମୋର ରକ୍ତର ଗ୍ରୁପ ଏଵି ପଜିଟିଭ ଜାଣି ମଶା ନେଇ ବାଣ୍ଟୁଥିବ ନା ଆଉ କୋଉ ରୋଗୀ ଦେହରେ ବସି!ସ୍ୱାମୀ ଆଉ କିଛି ନକହି ମସକ୍ଯୁଟୋ ଅଏଲ ଆଣିଦିଅନ୍ତି. ଆଶା ଜାଣନ୍ତି ଏ ବଜାର ଉପଲବ୍ଧ ମସକ୍ଯୁଟୋ ଅଏଲ ଜାଳି ଶୋଇଲେ ସତରେ ପାର୍ଶ୍ୱ ପ୍ରତିକ୍ରିୟା ଅଛି ହେଲେ ନଡ଼ିଆ କତା ଯୋଗାଡିବା, ଦିଆସିଲ ଖୋଜି ଧୂଆଁ କରି ଝୁଣା ଭରି ଖଟତଳେ ରଖିବାରେ କଣ କମ ସାଇଡ ଇଫେକ୍ଟ ନା କଣ? ସ୍ୱାମୀଙ୍କ ଭାଷାରେ ସେଇଟା ଯାହା ହେଲେ ମଧ୍ୟ ଅନ୍ତର୍ଦେଶ ର ନୁଁହଁ ବାହ୍ୟ ଇଫେକ୍ଟ ତ ଚଳିବ କିନ୍ତୁ ଠାକୁର ଘରୁ ଦିଆସିଲି ଆଣିବା ପୁଣି ଝୁଣା ଡବା ଖୋଜୁ ଖୋଜୁ ବଦଳରେ ଭୋଗ ଡବା କାଢିବା ଇତ୍ୟାଦି କଣ କମ କାଠିକର ପାଠ ନା କଣ! ଯା ହେଉ ଠାକୁର ଘରେ ଅଖଣ୍ଡ ଦୀପ ଜାଳିବା ଓ ଜଳିବା ଭିତରେ ଏବେ ଏତେ ଅସୁବିଧା ନାହିଁ. ସୁଇଚ ବୋର୍ଡ ଦେଖାଯାଏ, ଦେଖାଯାଏ ମଧ୍ୟ ନଡ଼ିଆ କତା ଭରା ପ୍ଳାଷ୍ଟିକ ବାଲ୍ଟି ସାଙ୍ଗକୁ ଝୁଣା ଭରା ଡବା ଓ ତା ସାଙ୍ଗକୁ ଦିଆସିଲ ପେଡା ତ ଝୁଣା ବୁଲେଇ ଖଟ ତଳେ ରଖିଲେ ଵି କୋଉ ଶାନ୍ତି!ସେଇ ସାଇଡ ଇଫେକ୍ଟ ର ଭୟ. କାଳେ ଓହଳି ରହିଥିବା ବେଡ଼ସିଟ ଜଳି ଯିବ! ନିଆଁ କୁହୁଳି ଧୂଆଁ ନଛାଡିବା ଯାଏଁ କୋଉ ଶୋଇହେବ! ସେଥିପାଇଁ ତ ଦୁଇଜଣିଆ ବେଡ଼ ରୁମ କେବଳ ଆଶାଙ୍କର ବେଡ଼ ରୁମ ହେଲାଣି ଏଣିକି. ରାଗରେ ସୁଚିତ୍ରା କୁହନ୍ତି କେଜାଣି କାହାର ଗୋଧି ଚମ କୁ ମଶାକାମୁଡା ଜଣା ଯାଉନଥିବ!ସେଥର କନ୍ତୁ ଝିଅ ସହ କୋରାପୁଟରେ ଥିଲାବେଳେ ସ୍ୱାମୀ ଉମାଶଙ୍କର କହୁଥିଲେ ଗାଁ ମନେପଡୁଛି ଚାଲ ଗାଁ କୁ ଫେରିଯିବା. ପୁଣି ପୁଅ ପାଖରୁ ଫେରିଲା ବେଳେ ଉମାଶଙ୍କର ପିତା ମାତାଙ୍କ ଶ୍ରାଦ୍ଧ ଦେବାକୁ ଶୀଘ୍ର ଗାଁକୁ ଫେରିବାକୁ କହୁଥିଲା ବେଳେ ଆଶଙ୍କର କେତେ କଥା ମନେପଡୁଥିଲା ଆଦ୍ୟ ଜୀବନ କଥା ଏ ଅବସର ବୟସରେ.
,,,,,,,,,,,,,,,,,,,,,