kamal kumar dash

Romance Thriller

3  

kamal kumar dash

Romance Thriller

ରୁନୁ

ରୁନୁ

3 mins
232



ସୁଧୀର ଫେରୁଥିଲା ରାଜଧାନୀ ଏକ୍ସପ୍ରେସ ରେ ଦିଲ୍ଲୀରୁ ଭୁବନେଶ୍ୱର | ତାର ବୟସ ୪୫ , ଏଇ ୬ ମାସ ତଳେ ତା ସ୍ତ୍ରୀ   ବହୁତ ଦିନ କ୍ୟାନସରରେ କଷ୍ଟ ପାଇଲା ପରେ ତାକୁ ଛାଡି ଚାଲି ଯାଇଥିଲା | ଘରେ ତାକୁ ଆଉ ଥରେ ବାହା ହେବାକୁ କହୁଥିଲେ ହେଲେ ସେ ମନl କରୁଥିଲା | ଘରେ ତାର ବୁଢ଼ୀ ମା ଓ ଦଶମରେ ପଢ଼ୁଥିବା ପୁଅ ରହୁଥିଲେ | ଗାଡି ଛଡିଲା ,କିଛି ସମୟ ପରେ ପାଖ ବର୍ଥ ରେ ଗୋଟେ ପରିବାର ର ଚାରି ଜଣ ଆସି ବସିଲେ ,ଜଣେ ଭାଉଜ ଓ ୩ ନଣନ୍ଦ ସେ ମାନେ ଦିଲ୍ଲୀ ବୁଲି ଆସି ଥିଲେ | ତିନିଜଣ ଝିଅଙ୍କ ମଧ୍ୟରୁ ଜଣନ୍କ ବୟସ ୩୦ ରୁ ଅଧିକ ହେବ ସେ ତାର ବହି ଧରି ପଢିବାକୁ ବସିଗଲା ଓ ଆଉ ଦୁଇଜଣ ,ଗପରେ ମାତି ଗଲେ ,ବୋଧେ କଲେଜରେ ପଢୁଥିବେ | ଭାଉଜ ସୁଧୀର ସାଙ୍ଗରେ କଥା ବାର୍ତା ଆରଂମ୍ଭ  କଲେ ଓ ସବୁ କଥା ପଚାରି ବୁଝିଲେ | ଭୁବନେଶ୍ୱରେ କେଉଁଠି ରୁହନ୍ତି , କଣ ଚାକିରୀ କରନ୍ତି ଓ ଘରେ କିଏ କିଏ ଅଛନ୍ତି | ପିଲା ମାନେ ବି ସୁଧୀର ସାଙ୍ଗରେ କଥା ହେଲେ କିନ୍ତୁ ବଡ଼ ଭଉଣୀ ରୁନୁ ବହୁତ ଚୁପ ଚାପ ବସିଥିଲା | ସୁଧୀର ଭାଉଜଙ୍କୁ ପଚାରିଲା ସେ ପିଲାଟି କଣ ସବୁବେଳେ ଚୁପ ଚାପ ଭାଉଜ କହିଲେ ନା ନା ତାର ପରୀକ୍ଷା ଅଛିତ ପଢା ପଢି କରୁଛି | ସେ ଏବେ ଲେକଚର ଅଛି ଏକ କଲେଜରେ , ଆମେ ତା ପାଇଁ ବର ଖୋଜୁଛୁ ତାକୁ ୩୮ ହେଲାଣି , ହେଲେ ସେ ରାଜି ହେଉନି କହୁଛି ରିସର୍ଚ୍ଚ କରିବ | ସୁଧୀର  ସ୍ପେସିଆଲ   ଆଇସ୍କ୍ରିମ ମାଗଇ ସମସ୍ତଙ୍କୁ ଦେଲା | ସେତିକି ବେଳେ ରୁନୁ ତା କୁ thanks କହିଲା , ସୁଧିର

ପଚାରିଲା କେଉଁ ଟପିକ ରେ ରିସର୍ଚ୍ଚ କରିବ | ମୁଁ ଜେନେଟିକ ଇଂଜିନିୟରିଂ ରେ କରିବି ବୋଲି ଭାବୁଛି |ସୁଧୀର କହିଲା ମୋର ବି ସାଙ୍ଗ କିଛି ୟୁନିଭର୍ସିଟିରେ ଅଛନ୍ତି କିଛି ଦରକାର ହେଲେ ମତେ କହିବ | ଭୁବନେଶ୍ୱର ପହଁଚିଲା ପରେ ଭାଉଜ ସୁଧୀରର ନମ୍ବର ନେଲେ ଓ ନିଜ ନମ୍ବର ଦେଲେ |

      କିଛି ଦିନ ପରେ ଭାଉଜ ଫୋନ କଲେ ସୁଧୀର ବାବୁ କଲି ସନ୍ଧ୍ୟାରେ ଆମ ଘରକୁ ଆସିବେ ରୁନୁର ବlର୍ଥ ଅଛି | ସୁଧୀର ସନ୍ଧ୍ୟାରେ ରୁନୁ ଘରେ ପହଁଚିଲା , ଦେଖିଲା ବେଳ କୁ ଦିଟା କେକ | ସେ ଟିକେ ସର୍ଵପ୍ରାଇଜ ହୋଇଗଲା କାରଣ ସେ ଗୋଟେ ଫୁ ତୋଡ଼ା ନେଇ ଆସିଥିଲା | କ'ଣ କରିବ ଭାବୁଛି ଭାଉଜ ବାହାରି ଆସିଲେ ଓ ସେ ଜାଣିଲା ଯେ ଆଜି ଭାଉଜ ଙ୍କର ବି ବlର୍ଥ ଡେ | ସେ ଫୁଲ ତୋଡ଼ା ଟା ତାଙ୍କ ବଢାଇବାକୁ ବାହାରିଛି ,ଭାଉଜ କହିଲେ କେକ କାଟିବା ପରେ | ତା ପରେ କେକ କଟାଗଲା ଓ ସେ ଦୁଇ ଜଣକୁ ଗୋଟିଏ ଫୁଲ ତୋଡ଼ା ଦେଇ ହାପି ବାର୍ଥଡେ   କହିଲା | ଭାଉଜ ସୁଧୀରକୁ କେକ ଖୁଆଇଦେଲେ ଓ ତାଗାଲରେ କେକ ବୋଳିଦେଲେ | ଭାଉଜ ସୁଧୀର ସାଙ୍ଗରେ ଅନେକ ଫଟୋ ଉଠାଇଲେ | ସୁଧୀର କୁ ରୁନୁ ବି କେକ ଖୁଆଇଦେଲା | ରୁନୁ ରବାପା ନଥିଲେ , ତା ମା ସୁଧୀର ସାଥିରେ ବହୁତ କଥା ହେଲେ | ରୁନୁର ସାନ ଭଉଣୀ ଚିନୁ ସୁଧୀରକୁ ତାଙ୍କ ଘର ବୁଲି ଦେଖାଇଲା ଓ ରୁନୁ ର ରୁମକୁ ଡାକିନେଲା | ରୁନୁ କହିଲା ସେ ୟୁନିଭର୍ସିଟି ରେ ଡାକ୍ତର ଶ୍ରୀତମ ମିଶ୍ର ଙ୍କ ପାଖରେ ଡକ୍ଟରେଟ କରିବ | ସୁଧୀର କହିଲା ସେ ମୋ ସାଙ୍ଗ ,କlଲି ମୁଁ ତାକୁ କହିଦେବି | ସୁଧୀରକୁ ଲାଗିଲା ଯେ ରୁନୁ ଘରେ ତାକୁ ଜ୍ୱାଇଁ ହିସାବରେ ଟ୍ଟ୍ରିଟ କରାଯାଉଛି | 

       ଦିନ ଗଡି ଚାଲିଲା ଓ ରୁନୁ ର ଡକ୍ଟରରେଟ ପ୍ରିପାରେସନ ବି | ରୁଣୁ ଓ ତା ଭଉଣୀ ମାନେ ସୁଧୀର ସାଙ୍ଗରେ ପ୍ରାୟ କଥା ହେଉଥିଲେ | ଛୋଟ ମୋଟ ଫଙ୍କସନରେ ଯୋଗ ଦେଉଥିଲେ | ବର୍ଷେ ପରେ ରୁନୁ ର ଛାତିରେ ଯନ୍ତ୍ରଣା ଆରଁମ୍ଭ ହେଲା | ଟେଷ୍ଟ 

      ରେ ତା ବ୍ରେଷ୍ଟ   କ୍ୟାନ୍ସର ବାହାରିଲା ସେ ବହୁତ ଡରିଗଲା \ କେମୋ ଓ ଅପରେସନ ପରେ ସେ ଠିକ ହେଲା ସତ କିନ୍ତୁ ବହୁତ ଡରିଗଲା | ହସ୍ପିଟାଲ ରେ ଅପରେସନ ଓ କେମୋ ଟ୍ରିଟ୍ମେଣ୍ଟ ବେଳେ ତା ପାଖରେ ସୁଧୀର ରହୁଥିଲା | ସେ ଠିକ ହେଲା ପରେ ଦିନେ ସୁଧୀର ତାକୁ ଫୋନ୍ରେ କେମିତି ଅଛ ପଚାରିଲା ? ସେ କିନ୍ତୁ ଉତର ଦେଲାନି ଓ ଫୋନ କାଟିଦେଲା | ସୁଧୀର ତା ସାନ ଭଉଣୀ କୁ ଫୋନ କଲା ହେଲେ ସେ ବି କାଟିଦେଲା | ସନ୍ଧ୍ୟାରେ ସୁଧୀର ତାଙ୍କ ଘରେ ପହଁଚିଲା | ରୁନୁ ତାକୁ କହିଲା ଆପଣ ଆଉ ଏଠାକୁ ଅସନ୍ତୁନି | ମୁଁ ଆପଣ ଙ୍କୁ ବାହl ହୋଇ ପାରିବିନି | ସୁଧୀର କହିଲା ତମେ ଆଗ ଠିକ ହୋଇଯାଅ ତା ପରେ ସେ ବିଷୟରେ କଥା ହେବl | ଭାଉଜ ବି ତା ସାଥିରେ କଥା ହେବାକୁ ଆସିଲେନି | ସେ ରୁରିନୁର ମା ନ୍କ ସାଥିରେ କିଛି ସମୟ କଥା ହୋଇ ଫେରି ଆସିଲା | ରୁନୁ ର ସାନ ଭଉଣୀ ସୁଧୀର କୁ କହିଲା ଭାଉଜ ତାକୁ କଣ ସବୁ କହିଛନ୍ତି ସେଥି ପାଇଁ ସେ ରାଗି ଯାଇଛି | 

       ତିନି ମାସ ପରେ ରୁନୁ ଫୁଣି ତା କଲେଜ ଓ ୟୁନିଭର୍ସିଟି  ଗଲା | ଧୀରେ ଧୀରେ ତାର ନିଜ ଉପରେ କନଫିଡେଂସ ବଢ଼ିଲା | ୬ମାସପରେ ସେ ତାରଥେସିସ ସମିଟ କଲାବେଳେ ତାପାଖରେ ଥିଲା ସୁଧୀର | ଡକ୍ଟର ମିଶ୍ର ରିନୁର ରିସର୍ଚ୍ଚ ର ବହୁତ ତାରିଫ କଲେ | 

ସେ ରୁନୁ କୁ ବହୁତ ବୁଝାଇଲେ | ସୁଧୀର ବି ଭାଉଜଙ୍କ ମତଲବ କଥା ତାକୁ ବୁଝାଇଲା  ଓ କହିଲା ଆମେ ବାହା ନ ହୋଇ ସାଙ୍ଗହୋଇ ତ ରହିପାରିବl | ରୁନୁ ସବୁ ବୁଝିବାକୁଚେଷ୍ଟା କରୁଥିଲା ଓ ପରେ କହିବି କହି ଘରକୁଗଲା | ତାର ମାସେ ପରେ ରୁନୁ ଓ ସୁଧୀର କୋର୍ଟ ମ୍ୟlରେଜ କଲେ |


  



Rate this content
Log in

Similar oriya story from Romance