kamal kumar dash

Drama Horror Thriller

3  

kamal kumar dash

Drama Horror Thriller

ଗାର୍ଲ ଫ୍ରେନ୍ଡ -୬

ଗାର୍ଲ ଫ୍ରେନ୍ଡ -୬

2 mins
167


           

     ରିମି ଦିନେ ସିମୀକୁ ରିଂ କରି କହିଲା ତୁ ଜାଣିଚୁ ତୋ ବରମାନେ ମୋ ବୟଫ୍ରେଣ୍ଡ ଗୋଟେ ସୁନ୍ଦରୀ ଝିଅ କୁ ତା ମଟରସାଇକେଲ ପଛରେ ବସି ବୁଲଉଛି | ସିମି କହିଲା ସତରେ ତୁ ଦେଦେଖିଚୁ ? ସେ କହିଲା ହଁ ସେ ଟିକେ ଆଗରୁ ଅଫିସ ଯାଉଥିଲେ ନl ? ସିମୀ କହିଲା ହଁ  , ତା ପରେ ସତରେ      ସେ କାନ୍ଦି ପକାଇଲା ଓ କାନ୍ଦୁ କାନ୍ଦୁ କହିଲା ମୁଁ ଦେଖୁଚି ତୋ ବୟଫ୍ରେଣ୍ଡକୁ ତାର ଗାର୍ଲ ଫ୍ରେନ୍ଡ ନିଶା ଖସାଉଛି | ତା ପରେ ସେ ପିକେ କୁ ରିଂ କଲା | ପିକେ ମିଟିଂରେ ଥିଲା  ଓ ଫୋନ ଉଠାଇଲlନି ଖାଲି ମେସେଜ କରି ଫୋନ କାଟିଦେଲା | ସିମୀ କାନ୍ଦି କାନ୍ଦି ରିମିକୁ ଫୋନ କଲା ହେଲେ ତା ଫୋନ ସୁଇଜ ଅଫ ଥିଲା | ସିମି ନିଜକୁ ନଜେ କହିଲା ଆମ ଘରେ କଳି ଲଗେଇକି  ଫୋନ ସୁଇଜ ଅଫ କରିକି ବସ ବସିଛି ,ସେ ଆଉ ଗୋଟେ ସାଙ୍ଗ କୁ ଫୋନ କଲା ଓ ସବୁ କହିଲା . ସେ ସାଙ୍ଗ ତାକୁ କହିଲା ଆରେ ପିକେ ବାବୁ ସେମିତି ନୁହେଁ ସେ କେଉଁ ସାଙ୍ଗ ବା ଷ୍ଟାଫ କୁ ପଛରେ ବସାଇ ନେଉଥିବେ | ଫ୍ରି ହେଲେ ପଚାରିବୁ ଅଧୀକା ଟେନ୍ସନ ନେଏ ନି | 

     ପିକେ ବାବୁ ମିଟିଂ ପରେ ଫୋନ କଲେ ସିମି କୁ ହେଲେ ତା ଫୋନ ଲାଗିଲାନି | ଘରକୁ ଆସିଲା ପରେ ସିମି ,ପିକେ କୁ ପଚାରିଲା ତୁମ ଗାଡି ପଛରେ କାହା କୁ ବସାଇ ନେଉଥିଲା କି ? ପିକେ କହିଲେ କେତେ ବେଳେ ? ସିମି ରାଗିକି କହିଲା ଅଫିସ ଗଲା ବେଳେ ଆରେ ସେ ମୋ ଜୁନିଅର ପିଲା ଟା ,ତା ଗାଡି ଖରାପ ଥିବାରୁ ଚାଲି ଚାଲି ଯାଉଥିଲା ,ହେଲେ ତୁମକୁ କହିଲା କିଏ । ସେ ପିଲା ଟା ନl ସୁନ୍ଦରୀ ଝିଅ ଟା ? ସିମି ରାଗିକି ପଚାରିଲା  । ଆରେ ବାବୁ ସେ ୧୦୦% ପୁଅ ପିଲା ଟା । ତତେ କିଏ ଝିଅ କହିଛି ଏବେ ମୁଁ ଜାଣି ପାରିଲି ? ତତେ ରିମି ମୋଟୀ କହିଛି ନାଁ ନାସିମି କହିଲା ତମେ କେମିତି ଜାଣିଲ ? ସେ ମୋଟୀ ମତେ ଅଫିସ ଗଲା ବେଳେ ଦେଖିଥିଲା , ଲଗl ତାକୁ ଫୋନ ଲଗା । ରିମି ର ଫୋନ ସୁଇଚ ଅଫ ଥିଲା । ସିମି ରାଗିକି କହିଲା ଚାଲ ତା ଘରକୁ ଯିବା ,ସେ କେମିତି ଜାଣି ଶୁଣି ଆମ ଘରେ କଲି ଲଗାଉଛି ତାକୁ ଛେଚିକି ଆସିବି । ପିକେ କହିଲା ତମେ ସମସ୍ତଙ୍କ ଫାଲତୁ କଥାକୁ ବିଶ୍ୱାସ କଲେ ନିଜ ମୁଣ୍ଡ ଖରାପ କରିବ ଓ ମୋର ମୁଣ୍ଡ ବି ଖାଇବ ।

       ଦି ଜଣ ରିମି ଘରକୁ ବାହାରିଲେ 

, ସିମି କଲିଙ୍ଗ ବେଲ ଚିପି ବାର ୧୦ ମିନିଟ ପରେ ରିମି ବାହାରିଲା ଓ ହସୁଥିଲା । ସିମି କହିଲା ମୋଟୀ ଶୁଖିଲାରେ ମିଛ କହିକି ଆମ ଘରେ କଳି ଲଗlଉଛୁ  । ସେ ହସୁଥିଲା ଓ କହିଲା ଆଜି ସକାଳୁ ଜଗନ୍ନାଥ ଓ ଲକ୍ଷ୍ମୀ କଳି କଥାଟା ଶୁଣିଲି ତ ତତେ ଟିକେ କହି ଦେଲି । ତମ ଦି ଜଣ ଙ୍କୁ ଦେଖିବାକୁ ବି ବହୁତ ଇଚ୍ଛା ଥିଲା ସେଥି ପାଇଁ ,ସରି । ସିମି ରାଗିକି ମୋଟୀ କହି ତା ପିଠିରେ ଗୋଟେ ବସାଇ ଦେଲା । ରିମି କହିଲା ମୁଁ ଆଳୁଦମ ଦହି ବରl କରିଛି ଖାଇକି ଯାଅ । ପିକେ କହିଲେ ମୋର ତ ହାର୍ଟ ଫେଲ ହେଲା ଭଳି ଲାଗୁଥିଲା । ରିମି ପିକେ ପାଖକୁ ଯାଇ ହାତ ଯୋଡି ସରିଫ୍ରେନ୍ଡ କହିଲା ।  ପିକେ କହିଲେ ଏ ଛୋଟ ଫାଇନ   ଚଳିବନି । ବଡ଼ ପାର୍ଟି ଦେବାକୁ ପଡିବ । ରିମି କହିଲା ହଉ ଠିକ ଅଛି , ଇଏ ଆସନ୍ତୁ ବାହାରକୁ ଖାଇବାକୁ ଯିବା ।


Rate this content
Log in

Similar oriya story from Drama