Barsha rani Nanda

Romance

3  

Barsha rani Nanda

Romance

ରଙ୍ଗୀନ୍ ଦୁନିଆ

ରଙ୍ଗୀନ୍ ଦୁନିଆ

4 mins
275


ରଙ୍ଗିନ୍ ଦୁନିଆରେ ଡେଣା ହଲେଇ ଉଡି ବୁଲୁଥିବା ରଙ୍ଗିନ୍ ପ୍ରଜାପତି ର ବି ବହୁତ୍ ସ୍ବପ୍ନ ଥାଏ।ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲୁଥିବା ପ୍ରଜାପତି ଭଳି ମୋର ବି ବହୁତ ସ୍ବପ୍ନ।ବହୁତ ସୁନ୍ଦର ଲାଗେ ନା ଆକାଶରେ ଆସିଥିବା ରଙ୍ଗୀନ୍ ଇନ୍ଦ୍ରଧନୁ ଟି।ତାକୁ ଦେଖିବା ପାଇଁ ସମସ୍ତେ ଉଲ୍ଲସିତ ହୁଅନ୍ତି। କିନ୍ତୁ ଇନ୍ଦ୍ରଧନୁ ଟି କ୍ଷଣିକ ପାଇଁ ହିଁ ଆସି ଉଭେଇ ଯାଏ। କିନ୍ତୁ ମୋ ଜୀବନର ଇନ୍ଦ୍ରଧନୁ ଠିକ୍ ସେମିତି ହିଁ ରହିଗଲା। ମୋ ରଙ୍ଗୀନ୍ ଦୁନିଆ କୁ ଆହୁରି ରଙ୍ଗୀନ କରିଦେଲେ ଅର୍ମାନ୍। ରଙ୍ଗିନ୍ ଦୁନିଆ ଟି ସେତେବେଳେ ଆହୁରି ରଙ୍ଗୀନ ଲାଗେ ଯେତେବେଳେ କେହି ନିଜର ଲୋକ ଆମର ପ୍ରତ୍ୟେକ କଥାରେ ସହଯୋଗର ହାତ ବଢାଏ।ଆମକୁ ସ୍ବାଧୀନତା ଦିଏ ଆମର ପ୍ରତ୍ୟକ କଥାରେ ହଁ ଭରେ।ରଙ୍ଗୀନ୍ ଦୁନିଆରେ ମତେ ସାଥ୍ ଦେବା ପାଇଁ ଏଥର ମୋ ଜୀବନରେ ପାଦ ଥାପିଲେ ଅର୍ମାନ୍।

ଏଥର ହୋଲି ସାରଳାପୁର ବଗିଚାରେ ପାଳନ କରିବା ପାଇଁ ବାପା ନିଷ୍ପତ୍ତି ନେଇଛନ୍ତି। ଆଖପାଖ ଚଉଦ ଖଣ୍ଡ ଗାଁ ରେ ବାପା ଙ୍କ ର ଭାରି ଖାତିର୍। କିନ୍ତୁ ବଛା ବଛା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରା ଯାଇଛି। ବନ୍ଧୁବାନ୍ଧବ ସାଇ ପଡ଼ିଶା ଆଉ ମୋ ସାଙ୍ଗ ସାଥି ସମସ୍ତେ ନିମନ୍ତ୍ରିତ। ସମସ୍ତେ ବହୁତ ଖୁସି ଏଥର ରାୟ ବାବୁ ଙ୍କ ଫାର୍ମ ହାଉସ୍ ରେ ହୋଲି ଖେଳିବେ।ହୋଲି ଖେଳ ସାଙ୍ଗକୁ ନାଚଗୀତ, ଖିଆପିଆ ସବୁ ବ୍ୟବସ୍ଥା କରା ସରିଲାଣି।ହୋଲି ଦିନ ଆସି ପହଞ୍ଚିଲା ଆମେ ସମସ୍ତେ ବାହାରିଲୁ ଫାର୍ମ ହାଉସ୍ ଅଭିମୁଖେ।ଫାର୍ମ ହାଉସ୍ ଆମ ଘରଠୁ ପ୍ରାୟ ୩୦ କି.ମି ହୁଏ।ଆମେ ପହଞ୍ଚିଲା ବେଳକୁ ପ୍ରାୟ ଲୋକ ଆସି ପହଞ୍ଚି ଗଲେଣି।ଆଜି ମୁଁ ବହୁତ ଖୁସି। କିନ୍ତୁ ଆସିଲା ବେଳେ ବାପା ମତେ ତାଗିଦ୍ କରି ଦେଇଛନ୍ତି ଏତେ ଲୋକ ଆସିବେ ଯେତେବେଳେ ଆମ ପରିବାର ସଦସ୍ୟ ସମସ୍ତଙ୍କୁ ସେମାନେ ଅବିର ଲଗେଇବା ପାଇଁ ଚାହିଁବେ କିନ୍ତୁ ଇଶାନୀ ତୁ ତୋ ବୋଉ ପାଖେ ପାଖେ ହିଁ ରହିବୁ ।ଆରେ ହଁ ତୋ ସାଙ୍ଗ ସାଥି ବି ଆସିବେ ସେମାନଙ୍କ ଦେଖାଶୁଣା କରିବୁ। ଅଧିକ ଲୋକ ଗହଳି ଭିତରେ ପଶିବୁ ନାହିଁ କି ଅଧିକ ହୋଲି ଖେଳିବୁ ନାହିଁ ‌। ମୁଁ ବଡ଼ ହଁ ଟେ ମାରି ଦେଇଛି।ହଉ ଯାହାବି ହେଉ ଏଥର ବହୁତ ମଜା ହେବ।ଆରେ ଇଏ କ'ଣ ବାପା ଏତେ ସାଜସଜ୍ଜା କରିଛନ୍ତି।ଭଳିକି ଭଳି ରଙ୍ଗର ପସରା ,ବିଭିନ୍ନ ପ୍ରକାରରେ ସଜ ହୋଇଛି ଫାର୍ମ ହାଉସ୍।ଆରେ ବାଃ। ବିଭିନ୍ନ ପ୍ରକାରର ଗଛ ଫୁଲ ଫଳରେ ଭର୍ତି ହୋଇଛି ବହୁତ ଖୁସି ଲାଗୁଛି ଦେଖିକି। ଫୁଲ ଫଳ ସହ ଏ ହୋଲିର ସମ୍ଭାର ଫାର୍ମ ହାଉସ୍ ର ଶୋଭା କୁ ଦ୍ଵିଗୁଣିତ କରୁଛି। ଜଳଖିଆ ପରେ ଆରମ୍ଭ ହେଲା ହୋଲି ଖେଳ। ମୁଁ ମୋ ସାଙ୍ଗ ମାନଙ୍କ ସହ ହୋଲି ଖେଳୁଥାଏ। ସମସ୍ତେ ମତେ ହୋଲି ଲଗେଇ ବାରେ ବ୍ୟସ୍ତ।ଜଣେ ସାଙ୍ଗ ଟେ କହୁଛି ଇଶାନୀ ଏଇ ହୋଲି ଟା କିନ୍ତୁ ତୋର ଜୀବନ ସାରା ମନେ ରହିବ।ଆରେ ହଁ ସତରେ ଏଇ ହୋଲିକୁ ମୁଁ ଭୁଲି ପାରିବିନି। କିନ୍ତୁ ୟା ଭିତରେ ଅଲଗା କିଛି କଥା ଅଛି ମତେ ଜମା ଜଣା ନଥାଏ।ହୋଲି ଖେଳ ସରିବା ପରେ ଏବେ ଦ୍ବିପହର ଭୋଜନ ସମୟ ହୋଇ ଗଲାଣି।ବାପା କିନ୍ତୁ ମତେ କହୁଥାନ୍ତି ଇଶାନୀ ତୋ ବୋଉ ଆଣିଥିବା ନୂଆ ଲୁଗା ପିନ୍ଧି ନିଜକୁ ଭଲ ଭାବରେ ସଜେଇ ନେ‌।ବୋଉ ସିଏ ନେଇଥିବା ବନାରସୀ ଶାଢିଟି ମତେ ବଢେଇ ଦେଲା ପିନ୍ଧିବା ପାଇଁ ମୋ ସାଙ୍ଗ ସମସ୍ତେ ଆସି ବହୁତ ସୁନ୍ଦର ଭାବରେ ସଜେଇ ଦେଲେ।ବୋଉ ବୋଉ ବୋଲି ମୁଁ ଡାକ ଦେଉଥାଏ ସିଏ କିଛି ବି କହିଲାନି ମତେ।ଏଥର ମୋତେ ଫାର୍ମ ହାଉସ୍ ର ଅନ୍ୟ ଆଡ଼େ ସଜା ହେଇଥିବା ଷ୍ଟେଜ୍ କୁ ନେଇଗଲେ।ଆରେ କଣ ଇଏ ଅର୍ମାନ୍ ଏଠି। କିନ୍ତୁ ମତେ କିଛି ଅଲଗା କଥା ଅଛି ଭଳି ଲାଗୁଥାଏ।ବାପା ଆସି କହିଲେ ଅର୍ମାନ୍ ଯାଅ ସେଠି ଇଶାନୀ ପାଖେ ବସ।ଷ୍ଟେଜ୍ ବି କେଜାଣି କିଏ ଏମିତି ସଜେଇ ଥିଲା ରାଜ ସିଂହାସନ ପରି ଦୁଇଟି ଚେୟାର୍ ପଡ଼ିଥାଏ।ମୁଁ ଆଉ ଅର୍ମାନ୍ ବସିଲୁ ସେଠି।ସମସ୍ତେ ଷ୍ଟେଜ୍ ତଳେ ଠିଆ ହୋଇଥାନ୍ତି।ମୋ ସାଙ୍ଗ ମାନେ ପାଟି କରି କହୁଥାନ୍ତି ଇଶାନୀ କେମିତି ଲାଗିଲା ଏ ସର୍ ପ୍ରାଇଜ୍।ତୋର ଆଜି ରିଙ୍ଗ୍ ସେରେମୋନି।ଏଥର ଅନୁମତି ମିଳିଲା ମୁଦି ପିନ୍ଧେଇବା ଲାଗି ବୋଉ ମତେ ମୁଦିଟିଏ ଧରେଇ ଦେଲା।ଅର୍ମାନ୍ ମତେ ମୁଦି ପିନ୍ଧେଇଲେ ଆଉ ମୁଁ ତାଙ୍କୁ।ଆଜି ସ୍ବାଧିନରେ ଡେଣା ମେଲି ଉଡ଼ିବା ପାଇଁ ଆଉ ଜଣକ ସହଯୋଗ ମତେ ମିଳିଗଲା।ଅର୍ମାନ୍ ଫୁଲତୋଡ଼ା ଟି ମତେ ଧରେଇ ଦେଇ କହିଲେ ତୁମର ଏଇ ସୁନ୍ଦର ହାତରେ ଆଞ୍ଜୁଳାଏ ଖୁସି ଭରିଦେବି। ତୁମ ସାଙ୍ଗରେ ଛାଇ ହେଇ ରହିବି। ଦୁଃଖ କୁ ନେଇ ହସଖୁସି ସବୁ ତୁମ ପାଦ ତଳେ ବିଛେଇ ଦେବି। ମୁଁ ଏତେ ଖୁସି ଥିଲି କିଛି ବି କହି ପାରୁ ନ ଥାଏ।ସବୁ କାମ ସରିଲା ଏଥର ଅର୍ମାନ୍ ବିଦାୟ ନେଲେ ଆମର ମଧ୍ୟ ଫେରିବା ସମୟ ହେଇଗଲା।ଆସିବା ସମୟରେ ବାପା କହୁଥାନ୍ତି ଇଶାନୀ ତୁ ଖୁସି ତ। ବାପା ଙ୍କୁ ମୁଁ ପଚାରି ପକାଉଥାଏ ଏସବୁ କେମିତି ହେଲା।ବାପା କହିଲେ ଏସବୁ ର ରହସ୍ୟ । ମୁଁ ତୋ ସାଙ୍ଗଠୁ ଜାଣିବା ପାଇଁ ପାଇଥିଲି ତୁ ଅର୍ମାନ୍ କୁ ଭଲପାଉ।ତାପରେ ଅର୍ମାନ୍ କେମିତିକା ପିଲା ଖୋଜିବାକୁ ଚେଷ୍ଟାକଲି କିନ୍ତୁ ଜାଣିବାକୁ ପାଇଲି ଯେ ଅର୍ମାନ୍ ତୋତେ ଖୁସି ଦେଇ ପାରିବାରେ ସକ୍ଷମ ଆଉ ସିଏ ବହୁତ ଭଲ ପିଲା।ତାପରେ ତା ପରିବାର ସାଙ୍ଗେ ଯୋଗାଯୋଗ କରି ଆମ ଘରକୁ ଆସିବା ପାଇଁ କହିଥିଲି। ଯେହେତୁ ଅର୍ମାନ୍ ତତେ ଦେଖିଛି ସିଏ ଆସିବାକୁ ମନା କଲା।ତତେ ଦିନେ ପୁଅ ଘର ଲୋକେ ଆସିଥିଲେ ଦେଖିବା ପାଇଁ କିନ୍ତୁ ତୁ ବହୁତ ରାଗ ହେଇଥିଲୁ।ଆମେ ତତେ ଯେତେ କହିଲୁ ପୁଅ ର ଫଟୋ ଦେଖିବା ପାଇଁ ତୁ ନାରାଜ ତୁ ଗୋଟାଏ ଯିଦ୍ କଲୁ ବାହା ହେବୁନି ବୋଲି।ତା ପରିବାର ଲୋକ ତତେ ଦେଖିକି ଗଲେ। ତାପରେ ତୋତେ ନଜଣେଇ ସବୁ ଆୟୋଜନ କରାହେଲା। କିନ୍ତୁ ଇଶାନୀ ତୁ ଏବେ ଖୁସି ତ।କେମିତି ଖୁସି ନ ହେବି ରଙ୍ଗର ପର୍ବ ରେ ମତେ ଆଜି ମୋ ରଙ୍ଗୀନ୍ ଦୁନିଆ ମିଳି ଯାଇଛି। ଇନ୍ଦ୍ରଧନୁ ର ସପ୍ତ ରଙ୍ଗ ମୋ ଜୀବନରେ ଲାଗିବା ଆରମ୍ଭ ହେଇଛି।ଅର୍ମାନ୍ ମୋ ହାତରେ ହାତ ମିଶେଇ ମୋ ଦୁନିଆ କୁ ଆହୁରି ରଙ୍ଗୀନ କରିଦେବେ।ମୁଁ ତ ସ୍ବପ୍ନ ରେ ବି କେବେ ଭାବି ନଥିଲି ଭଲ ପାଉଥିବା ମଣିଷ ଆଜି ମୋତେ ମିଳିବ ବୋଲି।ମତେ କିନ୍ତୁ ସେଇ ହୋଲି ଟା ବହୁତ ରଙ୍ଗୀନ୍ ଲାଗୁଥିଲା। ମୋ ହୃଦୟରେ ସେଇ ହୋଲି ଦିନ ଟି ଜୀବନ୍ତ ହୋଇ ରହିଛି।


Rate this content
Log in

Similar oriya story from Romance