Sunanda Mohanty

Drama Action Thriller

3.4  

Sunanda Mohanty

Drama Action Thriller

ରଙ୍ଗ କୁହୁକ

ରଙ୍ଗ କୁହୁକ

2 mins
145


ରଙ୍ଗ ବାକ୍ସ ଧରି ରଙ୍ଗ କରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମାଆ ଙ୍କ ଫଟୋ ଚିତ୍ରଟିଏ କରିବା ପରେ ଘର ବାହାର ଲୋକ ସମସ୍ତେ ବହୁତ ପ୍ରଶଂସା କଲେ। ବେଶୀ ପ୍ରଶଂସାରେ ପୋତି ପକାଉଥିଲା ବୋହୁ। ମୁଁ କିନ୍ତୁ କିଏ କହାଭଳି ଦେଖାଯାଉଛନ୍ତି ଭାବି ହସୁଥିଲି ମନେ ମନେ। ପୁଣି ଜଗନ୍ନାଥଙ୍କୁ ପ୍ରଣାମ କରି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଥିଲି।

ପୁଅ ଦିଲ୍ଲୀ ରେ ରହୁଥିବା ସ୍ଥଳେ ବୋହୁ ଭୁବନେଶ୍ୱରରେ ରହୁଥିଲା। ମୁଁ ସେଥର ଯାଇ ଦେଖିଥିଲି, ଅନ୍ୟାନ୍ୟ କାମ ସହ ବୋହୁ ମୋର ,ଶାଢ଼ୀ ଟିଏରେ ବିଭିନ୍ନ ରଙ୍ଗ ଦେଇ ପାଢ଼ୀ ଟିକୁ ନୂତନ ପ୍ରସ୍ତୁତି ଦେଉଛି। ମୋର ଆଗ୍ରହ ହେବାରୁ ମୁଁ ବି ବସିଗଲି ରଙ୍ଗ ଦେବାକୁ। ବୋହୁ କୁ ଅନ୍ୟ କାମ କରିବାକୁ କହି ସେ ଯେଉଁ ଅନୁସାରେ, ଯେଉଁପରି , ଯାହା ପଛକୁ ଯୋଉ ରଙ୍ଗ ଦେଇ ସଜାଡୁଥିଲା, ମୁଁ ମଧ୍ୟ ସେହିଭଳି କରି କାମଟିକୁ ଶେଷ କରିଦେଲି। ମୋ ରଙ୍ଗ ଟିକେ ଫିକା ଫିକା ଲାଗିବାରୁ, ପଚାରିଲି ଆଉ ଗୋଟେ ଥର ଏହା ଉପରେ ରଙ୍ଗ ଦେଇହେବକି ମାଆ? ସେ ରାଜି ହେଲା ତ ମୁଁ ପୁଣି ଆଉ ଥରେ ରଙ୍ଗ ଦେଇ ସାରିଦେଲି। ବୋହୁ ବହୁତ ଖୁସି ହୋଇ ଯା ହେଉ ସରିଗଲା କାମ ଟା କହି, ଅନ୍ୟ କାମରେ ବ୍ୟସ୍ତ ରହିଲା।

ମୁଁ ଘରକୁ ଆସିବା ପରେ ପରେ ମୁଁ ରଙ୍ଗ ତୂଳୀ ସାହାଯ୍ୟ ରେ କରିଥିବା ଚତୁର୍ଦ୍ଧାଙ୍କ ଫଟୋଟିକୁ ମୋ ବେଡ଼ ରୁମ୍ ର ସ୍କାଇଲାଇଟ ମଧ୍ୟରେ ରଖି ପ୍ରତିଦିନ ମୁଣ୍ଡିଆ ମାରି ଶୋଇବାକୁ ଲାଗିଲି। ପୁଅ ବୋହୁ ଯେବେ ଆସନ୍ତି ମୋ ଲାଗି କିଛିନା କିଛି ଉପହାର ନେଇ ଆସନ୍ତି। ଏଥର ଆସିଲାବେଳେ ସେହି ଶାଢ଼ୀ ଟିକୁ ନେଇ ଆସିଥିଲେ, ଜୋଉଟାରେ ମୁଁ ରଙ୍ଗ ଥରେ ନୁହେଁ, ଦୁଇଥର ମାରିଥିଲି। କେତେ ଆଗ୍ରହରେ ଶାଢ଼ୀ କିଣି, ପାଢ଼ିରେ ଚିତ୍ର ଆଙ୍କି ପୁଣି ସେଥିରେ ରଙ୍ଗ ଦେଇଛି, ବୋହୁ ପିନ୍ଧୁ ମୋର ଦରକାର ନାହିଁ କହିବାରେ ବୋହୁ ନୁହେଁ ବରଂ ପୁଅ କହିଥିଲା ନା ତୁ ପିନ୍ଧ।

ବଡ ଖୁସିରେ ସେହି ଶାଢ଼ୀଟିକୁ ପିନ୍ଧି ଅଗଷ୍ଟ ପନ୍ଦର ସ୍ଵାଧୀନତା ଦିବସ ର ହୀରକ ଜୟନ୍ତୀ ପାଳନ କରିବାପାଇଁ କବିସମ୍ମିଳନୀକୁ , ଶାଢ଼ୀ ପିନ୍ଧି ପକାଇ ବାହାରେ ତ ଚମକି ପଡିଲି କାରଣ ମୁଁ ଭରିଥିବା ରଙ୍ଗ ପାଖତକ ସବୁ ଛପି ଯାଇଛି, ତ ମିଶୁନି ବୋହୁ ଦେଇଥିବା ରଙ୍ଗ ପର୍ଯ୍ୟନ୍ତ ଶାଢ଼ୀର। ସେଇଥିପାଇଁ କଣ ଦେଇଗଲାକି ମତେ ଭାବାନ୍ତରରେ, ଆଜାଦୀ କି ଅମୃତ ମହୋତ୍ସ, ପାଇଁ ହେଉଥିବା କବି ସମ୍ମିଳନୀ ରେ ପହଞ୍ଚି ଗଲି ତ ଯେତେ ମହିଳା କବି ଥିଲେ ସମସ୍ତେ ଭୂରି ଭୂରି ପ୍ରଶଂସା କଲେ ଶାଢୀଟିର କାରଣ, ପାଢ଼ୀ ରେ ଲାଗିଥିଲା ତ୍ରିରଙ୍ଗାପତାକାର, ସବୁଜ, ଧଳା ଓ ନାରଙ୍ଗୀ ରଙ୍ଗ ଥିଲା ଶାଢ଼ୀଟିରେ।

କୃଷ୍ଣଙ୍କ ଜନ୍ମ ଦିନ ଜନ୍ମାଷ୍ଟମୀରେ ପୁଅ ବୋହୁ ପୁଣି ଆସିଲେ। କେତେ କଥା ଆଣି ଆସିଥିଲେ, ମୁଁ କିନ୍ତୁ ସେହି ରଙ୍ଗ ବାଲା ଶାଢୀ ଟିକୁ ପିନ୍ଧି ପୁଜା କରୁଥାଏ ତ ବୋହୁ ଅଞ୍ଚଳ ବା ପଣତରେ କୃଷ୍ଣ, ବାଛୁରୀ ଶହ ଠିଆ ଦୃଶ୍ୟ ଟିକୁ ମୋତେ ଦେଖାଇ ଦେଉଥାଏ। ମୁଁ ତାକୁ ସନ୍ଦେହ ଦୃଷ୍ଟିରେ ଚାହୁଁ ଥାଏ ତ ବୋହୁ କହୁଥିଲା, ମାଆ ଗୋଟେ କଥା ମାଗିବି ଦେବେ? କଣ ଉତ୍ତରରେ ସେ ଯେବେ ମୁଁ ନିଜେ ଆଙ୍କି ନିଜେ ରଙ୍ଗ ଦେଇଥିବା ଚତୁର୍ଦ୍ଧା ପ୍ଲାଇ ଟି ମାଗିଥିଲା, ମୋ ପାଟିରୁ ବଚନ ବାହାରୁନଥିଲା।



Rate this content
Log in

Similar oriya story from Drama