Maheswar sahoo

Comedy

3  

Maheswar sahoo

Comedy

ପୁରସ୍କାର

ପୁରସ୍କାର

6 mins
677


ଗାଁରେ ଦୁଇ ଜଣ ସାଙ୍ଗ ପାଠ ପଢ଼ନ୍ତି । ସାଥିରେ ବିଦ୍ୟାଳୟ ଯାଆନ୍ତି ଓ ସାଥିରେ ମଧ୍ୟ ଫେରନ୍ତି । ଦୁଇ ଜଣ ବହୁତ ବୋକା ଥିଲେ । ଯିଏ ଯାହା କହେ ହଁ ମାରିବା ସହିତ କେହି ଜଣେ ହସିଲେ ଏମାନେ ବିନା କାରଣରେ ମଧ୍ୟ ହସି ଦିଅନ୍ତି । ବିଦ୍ୟାଳୟରେ ପିଲାମାନେ ତାଙ୍କ ସହିତ ବହୁତ ମଜା କରନ୍ତି । କିଏ ବସ୍ତାନି ଲୁଚାଇ ଦିଏ ତ କିଏ ତାଙ୍କ ପଛ ପାଖରୁ ପିଠିରେ ଗଧ ଲେଖିଦିଏ । ଏମାନେ ସମସ୍ତଙ୍କର ଟାହି ଟାପୁରା ବୁଝି ପାରନ୍ତି ନାହିଁ । ଓଲଟି ହସି ଦିଅନ୍ତି ଫେଁ କିଣା । 

 

 ଦୁଇ ସାଙ୍ଗ ବହୁତ ଖୁସିରେ ଖେଳ ବୁଲ କରନ୍ତି । ଜଣଙ୍କର ନାମ ଗୁଡୁ ଆଉ ଜଣଙ୍କର ନାମ ବବୁଲ । ବାପା ଓ ମାଆ ସେମାନଙ୍କର ବହୁତ ଦୁଃଖ ଅନୁଭବ କରନ୍ତି କାରଣ ତାଙ୍କର ପାଠ ମଧ୍ୟ ଭଲ ହୁଏନି । ଯାହା ହେଲେବି ପୁଅ ପିଲା । ବୋକା ହେଲେ ବି ପୁଅ ଆମର କହି ବାପା ମାଆ ସହି ଯାଆନ୍ତି ନିଜର ପୁଅ ମାନଙ୍କର ଦୁଃଖ ଶୁଣିକରି । ଦିନେ ସେମାନଙ୍କ ପାଇଁ ବିଦ୍ୟାଳୟରେ ଜ୍ୟାମିତି କରିବାବୁ ବାପା ତାଙ୍କର ଗୋଟିଏ ଜ୍ୟାମିତି ବାକ୍ସ ଆଣିଥିଲେ । ଗୁଡୁ ବବୁଲ ବହୁତ ଖୁସି ନୂଆ ଜ୍ୟାମିତି ବାକ୍ସ ଦେଖି । ଖୁସିରେ ପାଗଳ ହୋଇ ଦୁଇଜଣ ଯାକ ଜ୍ୟାମିତି ବାକ୍ସ ନେଇ ବିଦ୍ୟାଳୟକୁ ଗଲେ । ସେମାନେ ସବୁ ପିଲାଙ୍କୁ ନିଜର ଜ୍ୟାମିତି ବାକ୍ସକୁ ଦେଖେଇଲେ । ତା ପରେ ପାଖା ପାଖି ବସୁଥିବାରୁ ସେମାନଙ୍କର ବୋକାମୀ ଆରମ୍ଭ ହୋଇଗଲା । ଗୁଡୁ ବବୁଲକୁ କହିଲା ବବୁଲ ମୋ ଜ୍ୟାମିତି ବାକ୍ସରେ ଗୋଟେ କଇଁଚି ଅଛି ଜାଣିଛୁ । ବବୁଲ କହିଲା ମୋର ବି ଅଛି । ଗୁଡୁ କହିଲା ବବୁଲ "ଜାଣିଛୁ ବାରିକ କେମିତି କଇଁଚିରେ ଚୁଟି କାଟିଦିଏ । ଦେଖନା ତୋ କଲି ମୁଁ କାଟି ଦେଇ ନୂଆ style ରେ କରିଦେବି ! ଯେମିତି ଓଡ଼ିଆ hero ଭଳି । "ହଉ କାଟିଲୁ କାଟିଲୁ ଦେଖିବା ! କେମିତି ମୁଁ hero ହେଇଯିବି ?"


ଗୁଡୁ କହିଲା "ହେଲେ ଗୋଟେ ସର୍ତ୍ତ ରେ କାଟିବି । "

ବବୁଲ କହିଲା "କଣ ସର୍ତ୍ତ କହିଲୁ ଶୁଣେ ?"

ଗୁଡୁ କହିଥିଲା " ମୁଁ ଯେମିତି ନୂଆ style ରେ ତୋର କଲି କାଟିବି, ତୁ ବି ସେମିତି ତୋର ଏକ ନୂଆ style ରେ କାଟିକି ଦେଖେଇବୁ । "

ବବୁଲ ହଉ ଠିକ ଅଛି କହିବାରୁ ଗୁଡୁ ତାର କଲି କାଟିବା ଆରମ୍ଭ କରିଦେଲା ଓ ବବୁଲ ମଧ୍ୟ ଗୁଡୁ ର କାଟି ଦେଲା । ଏବେ ଆରମ୍ଭ ହେଇଗଲା ହସା ହସି । ବିଦ୍ୟାଳୟର ସମସ୍ତ ପିଲା ଦୁଇଜଣଙ୍କୁ ଦେଖି ହସିବା ଆରମ୍ଭ କରିଦେଲେ । ତା ପରେ ଗୁରୁଜୀଙ୍କ ପାଖକୁ କଥା ଯିବାରୁ ବହୁତ ବାଡେଇ ଥିଲେ ଗୁରୁଜୀ ।

  ଘରକୁ ଫେରିବାରୁ ବୁହେ ଗାଳି ଖାଇଥିଲେ ବାପା ମାଆଙ୍କ ଠାରୁ । ବାପା ଗାଳି ଦେବାରୁ ବବୁଲ ହସିଦେଇ କହିଲା " ବାପା ବାପା ଗୁଡୁ ପରା ମୋତେ ଓଡ଼ିଆ hero କରିଦେଇଛି ।"


ବାପା ଛେନା ଗୂଡ଼ କହିକି ଦେଲେ ଗୋଟିଏ ଜବଡା । ବବୁଲ କହିଲା ବାପା ମୋତେ ମାରିଲ କାହିଁକି । ମୁଁ ବି ତାକୁ hero କରିଦେଇଛି । ସେଦିନ ଗଲା ତା ପରେ ଦିନେ ବିଦ୍ୟାଳୟରୁ ଫେରୁଛନ୍ତି ଦୁଇଜଣଙ୍କ ପଛରେ ଗୋଟିଏ କୁକୁର ହାତ ଧୋଇକି ପଡିଗଲା । ଆଉ ପିଛା ଛାଡିଲା ନାହିଁ । ଆଗରେ ଦଉଡି ଦଉଡି ଚାଲିଛନ୍ତି ଗୁଡୁ ଆଉ ବବୁଲ ଓ ପଛରେ ଦୌଡ଼ିଛି କୁକୁର । କିଛି ବାଟ ଗଲା ପରେ କୁକୁର ଟିକେ ଧୀର ହୋଇ ଗଲା । କାରଣ କୁକୁର ନିଜ ରହୁଥିବା ସ୍ଥାନରେ ସିଂହ ଭଳି ଆଉ ତା ସ୍ଥାନ ପାରି ହୋଇଗଲେ ନିଜ କୁକୁର ଅବସ୍ଥାକୁ ପଳେଇ ଆସେ । କୁକୁର ରହି ଯିବାରୁ ବବୁଲ କହିଲା ଗୁଡୁ କୁକୁର ହାରିଗଲା । ଗୁଡୁ କହିଲା ହଁ ମୁଁ ଜାଣିଛି ଆମ ସାଙ୍ଗରେ ପାରିବ ନାହିଁ ସେ । ହେଲେ ଦୌଡୁ ଦୌଡୁ ଗୁଡୁ ତା ବିଦ୍ୟାଳୟ ବହି ବସ୍ତାନି ଝୁଲାଟିକୁ ଖସେଇ ପକେଇଛି । ଏଣୁ ହସି ହସି କହି ଦେଲା ବୁଝିଲୁ ବବୁଲ ବସ୍ତାନି ଥିଲେ ଆମେ ହାରିଥାନ୍ତେ ତେଣୁ ବସ୍ତାନିକୁ ମୁଁ ପକେଇ ଦେଇଛି ସେଇ କୁକୁର ପାଖରେ । ସେ ନେଇକି ବସ୍ତାନିରେ ପାଠ ପଢୁ ମୋର ଆଉ ପଢିବା ଦରକାର ନାହିଁ । ବବୁଲ କହିଲା ତୁ ମୋତେ ଟିକେ କହିଥିଲେ ହେଇ ନ ଥାନ୍ତା ମୁଁ ବି ପକେଇ ଦେଇଥାନ୍ତି । ହଉ ଯାହା ହେଲା ହେଲା ତୁ ତୋ ବସ୍ତାନି ପକେଇ ଦେଇ ଆରାମରେ ଘରକୁ ଯିବୁ ଆଉ ମୁଁ ବସ୍ତାନି ଧରିକି ଯିବି । ନାଈଁ ନାଈଁ, ନାଈଁ ମ ! ମୁଁ ବି ଏଇ କିଆବୁଦା ମୂଳକୁ ପକେଇ ଦେଉଛି । ଏତିକି କହି ବବୁଲ ତା ବହି ବସ୍ତାନି କିଆ ବୁଦା ମୂଳକୁ ପକେଇ ଦେଲା । ଆଉ କହିଲା ଶିଆଳ ଭାଇ ମାନେ ତମେ ଏବେ ପାଠ ପଢ଼ । ମୁଁ ଆଉ ଏତେ ବୋଝ ବୋହି ପାରିବି ନାହିଁ । 

 

 ଦୁଇ ସାଙ୍ଗ ଖୁସି ହେଇ ଘରକୁ ଫେରି ନିଜ ନିଜର ମାଆଙ୍କୁ କହିଲେ ମାଆ ମାଆ ଆମେ ଦାନ କରି ଦେଇଛୁ । ବବୁଲକୁ ତା ମାଆ ପଚାରିଲେ କଣ ହେଲା କିରେ ତୋ ବସ୍ତାନି କାହିଁ ଯେ ? ବବୁଲ କହିଲା ଜାଣିଛୁ ମାଆ ଶିଆଳ ବିଚରା ବର୍ଷେ ହେଲା ପଢିବ ପଢିବ ହେଉଛି ଆଉ ଦିନରେ ମୋତେ ଅନାଉଛି ଓ ରାତିରେ ବିଚରା ହୁକେ ହୁ ହେଉଛି । ହୁ କେ ହୁ ର ମାନେ ଜାଣିଛୁ ମାଆ ।


 ହୁ କେ ହୁ ର ଅର୍ଥ ବବୁଲ ତୋ ବହି ବସ୍ତାନି ଦେ ମୁଁ ପାଠ ପଢିବି । ମାଆ ତ ଶୁଣି ଶୁଣି ପୁରା ରାଗିକି ଖପ୍ପା । ଦେଲେ ଗୋଟେ ଜାବୁଡା । ଯା ଏଇନେ ବହି ବସ୍ତାନି ନେଇକି ଆସିବୁ । ନ ହେଲେ ବହୁତ ବଡେଇବି । ଚାଲ କଉଠି ପକେଇଛୁ । 


  ସେହି ପରି ଗୁଡୁ ମଧ୍ୟ ତା ମାଆଙ୍କୁ କହିଲା ମାଆ ମାଆ କୁକୁରଟା ବହୁତ ଦିନ ହେଇ ଗଲାଣି ଖାଲି ପଢିବ ପଢିବ କହୁଛି । ଆଜି ମୋତେ ଛାଡିବାର ନାହିଁ । ତୋ ବହି ବସ୍ତାନି ଦେଇକି ଯା । ନ ହେଲେ କାମୁଡି ଦେବୀ । ଏମିତି କହି ମୋତେ ଓ ବବୁଲ କୁ ଗୋଡେଇଲା । ବହୁତ ଜୋର ରେ ଦଉଡିଲା । ଶେଷରେ ମୁଁ କଣ କରି ପାରିବି କହିଲୁ ମାଆ । ମୋ ବସ୍ତାନି ତାକୁ ଦେଇ ଆସିଛି । ଶୁଣି ଶୁଣି ଗୁଡୁର ମାଆ ବହୁତ ରାଗରେ ପାଚି ଯାଇଥିଲେ । କହିଲେ ଏତେ ବୋକା ଦୁନିଆରେ କେହି ନ ଥିବେ । ତୋତେ କୁକୁର କହିବ ପାଠ ପଢିବି ତୁ ବହି ବସ୍ତାନି ଦେଇ ଦେବୁ । ଚାଲ କଉଠି ପକେଇଛୁ ତୋ ବହି ବସ୍ତାନି । 

  ଏମିତି ଦୁଇ ସାଙ୍ଗ ନିଜ ନିଜର ବୋକାମୀ ପାଇଁ ବହୁତ ଗାଳି ମାଡ଼ ସହ ଟାହି ଟାପୁରା ସହି ଥାନ୍ତି ।


ଦିନେ ଦୁଇ ସାଙ୍ଗ ବସି କଥା ହେଉଥିଲେ । ଗୁଡୁ କହିଲା ବବୁଲ ଜାଣିଛୁ କାଲି ଜୋରରେ ବର୍ଷା ହେବ । ବବୁଲ କହିଲା ହଁ ଯେ ହେଲେ ବହୁତ ଜୋରରେ ହୁଅନ୍ତାକି ଆଉ ବିଦ୍ୟାଳୟ ଯାଆନ୍ତେ ନାହିଁ କି ଗୁରୁଜୀ ବାଡେଇ ପାରନ୍ତେ ନାହିଁ । ହଉ କହିଲୁ ବବୁଲ ୟେ ଜଉ ପାଠଟା ନା ଆମର ହେଉ ନାହିଁ କାହିଁକି ? 


ବବୁଲ କହିଲା " ବୁଝିଲୁ ଗୁଡୁ ସବୁ ଯଦି ପାଠ ପଢିବେ ତେବେ ଗଧ ହେବ କିଏ ଯେ ?" । ଆମର ତ ପାଠ ହେବନି ! ଆମ ସାଥରେ କାହିଁକି ଲାଗିଛନ୍ତି ଆମର ବାପା ମାଆ ଆଉ ସେ ଗୁରୁଜୀ ଓ ଗୁରୁମା ମଧ୍ୟ । " ହଁ ରେ ବବୁଲ ଗୁରୁଜୀ ଆଉ ଗୁରୁମା ଆମକୁ ବହୁତ ହଇରାଣ କରୁଛନ୍ତି । ଟିକେ କିଛି କହି ନ ପାରିଲେ କି ପଢି ନ ପାରିଲେ କି ଲେଖି ନ ପାରିଲେ କେମିତି ବାଡେଇ ଦେଇ ଯାଉଛନ୍ତି କହିଲୁ । ଇଛା ହୁଏ ତାଙ୍କ ହାତ ଆମ ଆଗରେ ଛିଡି ପଡନ୍ତା କି ! 


  ଆଜି ଗଣେଶ ପୂଜା ଆଉ ଦୁଇ ଜଣ ପୁରା ଖୁସି । ବବୁଲ କହିଲା ଗୁଡୁ ଠାକୁରଙ୍କୁ ଆମେ କିଛି ମାଗିବା । ତୁ କଣ ମାଗିବୁ ଗୁଡୁ ? ଗୁଡୁ କହିଲା ମୁଁ ଠାକୁରଙ୍କୁ ଡାକିବି " ଲଡୁ ଖିଆ ଗଣେଶ ପେଟୁଆ ମହାଦେବ । ତମେ ସବୁ ଦିନେ ଆମ ବିଦ୍ୟାଳୟକୁ ଆସ । ଗୋଟେ ଦିନ ବି ବନ୍ଦ ହେବନି । ତମର କଣ ବାପା ମାଆ ନାଁହାନ୍ତି ? ତମକୁ ମାରନ୍ତି ନାହିଁକି ? ଯଦି ମାରନ୍ତି ତେବେ ତମେ କାହିଁକି ଦୈନିକ ଆସିକି ଆମ ସ୍କୁଲରେ present ପକାଉ ନାଁହ ଯେ । ଏମିତି ଗଲା ବର୍ଷ ଭଲରେ କହିଲି ଶୁଣିଲେ ନାହିଁ କିନ୍ତୁ ଆଜି ଗାଳି ଦେଇ କହିବି ତୁ ମରିଯା ଗଣେଶ ପେଟୁଆ । ତୁ ଏମିତି ଦୈନିକ ଆମ ବିଦ୍ୟାଳୟକୁ ଆସିବୁ ଆଉ ଆମେ କେତେ ମଜା କରୁଛୁ । ତୋର କଣ ଟିକେ ସାଧାରଣ ଜ୍ଞାନ ନାହିଁ ଗଣେଶ ପେଟୁଆ । ନ ହେଲେ ମୁଁ ମାଙ୍କଡ଼କୁ କହିବି ତୋ ଲଡୁ ସବୁ ମାଙ୍କଡ ଖାଇ ଦେବ । ଏମିତି କଥା ହେଇ ଦୁଇ ଜଣ ସଜ ପୋଷାକ ହେଇ ବିଦ୍ୟାଳୟକୁ ଗଲେ । 

  ଖୁବ ସୁନ୍ଦର ସଜାଣି ହେଇଛି ଓ ମାଇକି ବାଜୁଛି ତା ସହିତ ନାନା ବ୍ୟଞ୍ଜନ ରୋଷେଇ ଚାଲିଛି । ଦୁଇ ସାଙ୍ଗ ବିଦ୍ୟାଳୟରେ ପହଞ୍ଚି ଟିକେ ଚାରିଆଡେ ବୁଲି ଆସିଲେ । ଗୁଡୁ କହିଲା ହଇରେ ବବୁଲ ଏମିତି ଯଦି ଦୈନିକ ହୁଅନ୍ତା କେମିତି ହୁଅନ୍ତା କହିଲୁ । ୟେ ବହି ବସ୍ତାନି ଗୁଡାକ ବୋଝ ହେଇ ଗଲେଣିରେ । ବବୁଲ କହିଲା ଏଇ ଦେଖିଲୁ ଦେଖିଲୁ କେତେ ସୁନ୍ଦର ନାଚୁଛି ସେ ଝିଅଟା କେତେ ସୁନ୍ଦର ନାଚୁଛି । ହଁ ତ ଭଲ ନାଚୁଛି ରେ ବୋଲି କହିଲା ଗୁଡୁ । ନାଚ କାର୍ଯ୍ୟକ୍ରମ ପରେ ଆରମ୍ଭ ହେଇଥିଲା କୁଇଜ ପ୍ରତିଯୋଗିତା ଓ ତା ପରେ ଦିଆ ଯାଇଥିଲା ପୁରସ୍କାର । ଯିଏ ଭଲ କଲା ପାଇଲା ନାନା ଜାତିର ପୁରସ୍କାର । ପୁରସ୍କାର ବିତରଣ ଦେଖି ମନ ଲାଖି ଯାଇଥିଲା ଦୁଇ ପିଲାଙ୍କର । ଆମେ ବି ଭଲ ପଢିବା ବଦମାସି କରିବା ନାହିଁ ବୋଲି ଦୁଇ ସାଙ୍ଗ ଶପଥ କରି ନେଇଥିଲେ ଗଣପତି ବାବାଙ୍କ ପାଖରେ । ତା ପର ଠାରୁ ଗୁରୁଜୀ ଯାହା ଦିଅନ୍ତି ଶିଖିବାକୁ ଓ ଲେଖିବାକୁ କେହି ଶୁଣି ନାଁହାନ୍ତି ବବୁଲ ଆଉ ଗୁଡୁ କରି ନାହାନ୍ତି ବୋଲି । ଏବେ ନାଚରେ ହେଉକି କୌଣସି ପ୍ରତିଯୋଗିତାରେ ଏଇ ଦୁଇଟି ପିଲା ପ୍ରଥମ କି ଦ୍ଵିତୀୟ ସ୍ଥାନରେ ରହିଥିବେ । 



Rate this content
Log in

Similar oriya story from Comedy