Lalita Mohan Mishra

Romance Tragedy Others


4.5  

Lalita Mohan Mishra

Romance Tragedy Others


ପ୍ରତିଶ୍ରୁତି

ପ୍ରତିଶ୍ରୁତି

9 mins 13 9 mins 13


ପୁଅକୁ ପନ୍ଦର ବର୍ଷ ହୋଇଗଲା । ପୁଅ ସିନା ପନ୍ଦର ବର୍ଷର ହୋଇ ଦଶମ ଶ୍ରେଣୀରେ ପଢିଲା କିନ୍ତୁ ମୋତେ ଲାଗୁଛି ପନ୍ଦର ଶହ ବର୍ଷ ପରି । ଜୀବନରେ ମୋତେ କମ୍ ସଂଘର୍ଷ କରିବାକୁ ପଡିନାହିଁ । ସମାଜର ଟାହି ଟାପରା ସେତେବେଳେ ମୋତେ କେତେ ବ୍ୟଥିତ କରିଛି । ସମାଜରେ ବଞ୍ଚିବା ଯେତେବେଳେ ମୋ ପାଇଁ ଅସହ୍ଯ ହୋଇ ପଡିଥିଲା ସେତେବେଳେ ମୁଁ ତୃତୀୟ ପନ୍ଥା ଆଦରିବା ପାଇଁ ଯାଇଥିଲି ଟ୍ରେନ୍ ଲାଇନ୍ ।


ସେତେବେଳେ ମୁଁ ଥିଲି ଏକ ମଲା ନଈ ସଦୃଶ । ନା ଅଛି ଜୀବନ, ନା ଅଛି ପରିଚୟ । ସମୟର ଖର ସ୍ରୋତରେ ମୋ ଅବୟବ ନିଶ୍ଚିହ୍ନ ହୋଇ ହଜିଯାଇଛି କାଳର କରାଳ ସ୍ରୋତରେ । ଲିଭିଯାଇଛି ମୋର ଅସ୍ତିତ୍ବ । ମୁଁ ସତେ କି ଇତିହାସ ହୋଇ ରହିଯାଇଛି ମାନଚିତ୍ରର ବକ୍ଷରେ। ଦିନେ ମୋର ସ୍ବପ୍ନ ଥିଲା । ଆଶା ଉଦ୍ଦୀପନା ନେଇ ମୁଁ ବି ବୋହିଯାଉଥିଲା ଆଗକୁ ଆଗକୁ ।


ସମସ୍ତଙ୍କ ଇଚ୍ଛା ପରି ମୋର ଇଚ୍ଛା ଥିଲା ଆଶକ୍ତି ଥିଲା ନୀଳ ସାଗରର ଢେଉରେ ମିଶି ଏକ ହୋଇଯିବା ପାଇଁ। ନିୟତିର ଅଦୃଶ୍ଯ ଇଙ୍ଗିତ ଆଗରେ ସମସ୍ତେ କ୍ରୀତଦାସ । ଏକଥା ମୁଁ ସେତେବେଳେ ଅନୁଭବ କଲି ଯେଉଁଦିନ ମୁଁ ହଜିଗଲି ପ୍ରକୃତି କୋଳରେ। ଗର୍ବ ଅହଙ୍କାର ମୋର ଭାଙ୍ଗି ଚୁରମାର ହୋଇ ଝଡିପଡିଲା ପ୍ରକୃତିର ଖେଳ ଆଗରେ। ଲିଭିଗଲା ମୋର ନାଁ ଠିକଣା । ହଜିଗଲା ମୋର ପରିଚୟ । ତଥାପି....


ପ୍ରେମ ଏକ ନିରୁତା ସଂପର୍କ । ପ୍ରେମର ଫାଶରେ କିଏ କେବେ କେଉଁଠି ଏବଂ କେତେବେଳେ ଛନ୍ଦି ହୋଇଯିବ ତାହା କହିବା ଅସମ୍ଭବ। ଏହାତ ଏକ ଅବ୍ୟକ୍ତ ଅନୁଭବ ବହୁତ କିଛି ଅସରନ୍ତି ଅନାବନା ସିହରଣ ନେଶି ହୋଇଯାଏ ପ୍ରେମ ଗଳ୍ପର ଚରିତ୍ର ମାନଙ୍କ ମଧ୍ୟରେ । ଏହି ମୁହୂର୍ତ୍ତର ଅନୁଭୂତି କେବଳ ସେଇ ପ୍ରେମ ପକ୍ଷୀ ହିଁ ଅନୁଭବି ପାରେ ଯିଏ ପ୍ରେମର ଖୋଲା ଆକାଶରେ ନିଜ ସାଥୀ ବିହଙ୍ଗ ସହ ଉଡୁଥାଏ ନିଡରେ ବିଲକୁଲ ପ୍ରେମବତ୍ ମନ ନେଇ । ଯେମିତି ସମୟକୁ ବାଏ ବାଏ କହି ମନଖୋଲି ପ୍ରେମର ମାଇଲ୍ ମାଇଲ୍ ବାଟ ଚାଲୁଥିଲେ ।


ନିଜ ଭିତରେ ଅନ୍ତର୍ଦାହରେ ଜଳିଯାଉଥିଲା ପରିଣୀତା । ଅତିଷ୍ଠ ହୋଇଉଠୁଥିଲା ନିଜର ସ୍ଥିତି ଏବଂ ପରିପାର୍ଶ୍ବିକ ପରିସ୍ଥିତି ପାଇଁ। ଜୀବନର ଅସ୍ତମିତ ମୁହୂର୍ତ୍ତ ଗୁଡିକ କ'ଣ ସତରେ ଏତେ ନୈରାଶ୍ଯମୟ ଓ ଯନ୍ତ୍ରଣାଦାୟକ ? ଏ ବ୍ୟଥା,ଯନ୍ତ୍ରଣାର ପରିସମାପ୍ତି କେଉଁଠି ? ତାହାର ହିସାବ କରି ମଧ୍ଯ କିଛି ସମାହିତ ଉତ୍ତର ମିଳୁ ନ ଥିଲା । ବରଂ ସମାଧାନ ଚେଷ୍ଟା କଲେ ପାଟିଗଣିତର ଜଟିଳ ସୂତ୍ରସମୂହ ପରି ଗୁଡେଇ ତୁଡେଇ ଅଧିକ ବିଭ୍ରାନ୍ତ କରିପକାଉଥିଲା ତାକୁ। ଦୀର୍ଘ ନିଃଶ୍ବାସ ତ୍ଯାଗ କଲା ପରିଣୀତା ।


ଦିନ ଥିଲା ସେ ନିଜକୁ ଜୀବନ ରଙ୍ଗ ମଞ୍ଚ ରେ ବେଶ୍ ଚତୁର ଅଭିନେତ୍ରୀ ଭାବେ ପ୍ରତିପାଦନ କରିଥିଲା । ବେଶ୍ ସୁନ୍ଦର ଲୁଚକାଳି ର ଅଭିନୟ କରି ପାରୁଥିଲା । ମନଟା ଏତେ ଭାରାକ୍ରାନ୍ତ, ଆଉ ଏ ପ୍ରକାର ଶିଥିଳତା !! ଏ ସବୁର କାରଣ-----। ପ୍ରଣୟଙ୍କ ଉପେକ୍ଷା ? ନା ସ୍ବାର୍ଥପରତା ? କିନ୍ତୁ ଏସବୁ ତ ସହଜ ଭାବେ ଗ୍ରହଣ କରିନେଇଥିଲା। ତାହେଲେ----। ହଁ, ମନସ୍ତତ୍ବବିତ୍ ମାନଙ୍କର ମତାନୁଯାୟୀ ଚତୁର ଲୋକମାନଙ୍କ ଭାଗ୍ଯରେ ବେଶୀ ହିଁ ଦୁଃଖ, କଷ୍ଟ ଥାଏ ।କାରଣ ସେମାନେ ପ୍ରତିଟି ବିଷୟରେ ଅନେକ ସୂକ୍ଷ୍ମଚିନ୍ତା କରିଥାନ୍ତି। ତାହେଲେ ସେ ଖୁବ୍ ଚତୁରାଜ । ବାଃ ! ମନେ ମନେ ପାଗଳ ଭଳି ହସୁଥିଲା ପରିଣୀତା ।


ଏଇ ତ କାଲି ପରି ଲାଗୁଛି ପ୍ରଣୟଙ୍କ ସହିତ ବିତିଯାଇଥିବା କେତେଗୁଡିଏ ଅନ୍ତରଙ୍ଗ ମୁହୂର୍ତ୍ତ ର କଥା। ସେସବୁ ମନେପଡିଲେ ଚଳଚ୍ଚିତ୍ର ର ରିଲ୍ ଭଳି ଗୋଟାକ ପରେ ଗୋଟାଏ ଦୃଶ୍ଯାବଳୀ ଆଖି ସାମ୍ନାରେ ସଜ୍ଜିତ ହୋଇ ଛିଡା ହୁଏ। ପରିଣୀତା ଆଶ୍ଚର୍ଯ୍ୟ ଚକିତ ଦୃଷ୍ଟି ରେ ଚାହିଁ ରହିଥିଲା......ଆଇନାରେ ପ୍ରତିବିମ୍ବିତ ନିଜର ମନ ମୁଗ୍ଧ କର ସୌନ୍ଦର୍ଯ୍ୟ କୁ ! ଚଳଚଞ୍ଚଳର ନୀଳକଇଁ ଆଖି , ଶୁଭ୍ର ତନୁ , ଯୌବନ ର ଝଲକ ତାକୁ ମୋହଚ୍ଛନ୍ନ କରି ରଖିଥିଲା !


ସତରେ କେଉଁ ଏକ ଅନାଗତ ସପ୍ନ ତା ମନରେ ଶାହାନାଇର ସ୍ୱର ତୋଳୁଥିଲା , ସୁନ୍ଦର ଚଉଡା ନରମ ଓଠରେ ଲିପିଷ୍ଟିକ୍ ର ପ୍ରଲେପ ଦେଉ ଦେଉ ଅନୁଭବ କରୁଥିଲା , ଓଠଟି ତାର ଆଉ ଏକ ଉଷ୍ମ ଭୂଷିତ ଅଧରର ଉଷ୍ଣତାକୁ ଖୋଜୁଛି । ହାତରୁ ଲିପିଷ୍ଟିକ୍ ଟା ଖସି ପଡିଲା । ଆଖି ରେ ସମ୍ମୋହନ , ଅଧରରେ କମ୍ପନ । ପରିଣୀତା ମୋବାଇଲ୍ ରେ ଥିବା ଘଣ୍ଟା କୁ ଦେଖି ଚଳଚଞ୍ଚଳ ହୋଇ ଉଠିଲା । ସେ ଦେଇଥିବା ପ୍ରତିଶୃତି ଠାରୁ କେତେ ବିଳମ୍ବ ହୋଇ ସାରିଥିଲା । ଜଣେ ବାନ୍ଧବୀ ଘରେ ଭୋଜି ଅଛି ବୋଲି ମାଆ କୁ କହି ପରିଣୀତା ଘରୁ ବାହାରି ଗଲା । ହୋଟେଲ୍ ମଧୁମିତା । ଉପର ମହଲା ର ଶେଷ କୋଠରୀ ଭିତର ପଟୁ ବନ୍ଦ ଥିଲା । ପରିଣୀତା କଲିଂ ବେଲରେ ଟିଫ୍ ସ୍ପର୍ଶ କରିବା ପୂର୍ବରୁ ନିଜର ପ୍ରସାଧନକୁ ଆଉଥରେ ସଜାଡି ନେଲା । ଆଜି କାହିଁକି ଏକ ଅଜଣା ଭୟ ଓ ଆନନ୍ଦରେ ତା ଦେହ ଥରୁଥିଲା । ସତେ ଯେପରି କଲିଂ ବେଲ ଚିପିବା ପାଇଁ ତା ଆଙ୍ଗୁଠିରେ ଆଜି ଜୀବନଶକ୍ତି ନ ଥିଲା !


କଲିଂ ବେଲ୍ ବାଜିବା ମାତ୍ରେ ଧିରେ ଧିରେ ଦ୍ୱାର ଖୋଲିଗଲା । କୋଠରୀ ଭିତରଟା ସ୍ମିତନୀଳ ଆଲୋକ ରେ ଅପୂର୍ବ ଦିଶୁଥିଲା । ସତେ ଅବା ମାୟାପୁରୀ । ଦାମୀ ସୋଫା ସେଟ୍ , ଡବଲ୍ ବେଡ୍ , ରଂଙ୍ଗୀନ୍ ଟିଭି, ମାରବଲ୍ ଫ୍ଲୋର୍ , ଘରକୁ ଶୀତତାପ ନିୟନ୍ତ୍ରିତ କରାଯାଇଥିଲା । କାନ୍ଥ ରେ ସୁନ୍ଦର ତରୁଣୀ ମାନଙ୍କ ର ନଗ୍ନମୂର୍ତ୍ତୀ !ପରିଣୀତା ପଛକୁ ଫେରି ଚାହିଁଲା । କବାଟ ଅନେକ ବେଳୁ ମନକୁ ମନ ବନ୍ଦ ହୋଇ ସାରିଥିଲା । ପ୍ରଣୟ ତାକୁ ଧରି ନେଇ ଯେତେବେଳେ ବେଡ୍ ଉପରେ ବସାଇ ଦେଲା ସେତେବେଳେ ପରିଣୀତା ଆତ୍ମ ସଚେତନ ହୋଇ ଉଠିଲା । 


ଇଏ କଣ ସେହି ପ୍ରଣୟ ! ଯାହାର ଶାନ୍ତ ସରଳ ସୌମ୍ଯ ନିରୀହ ମୁଖମଣ୍ଡଳକୁ ଦିନେ ତା ମନକୁ ପ୍ରଗଳଭା କରିଥିଲା । କିନ୍ତୁ ଆଜି କାହିଁକି ଏକାନ୍ତରେ ସେ ଆଖିରୁ ସେହି ଫୁଲର କୋମଳତା ପରିବର୍ତ୍ତେ ଅଗ୍ନି ର ସ୍ଫୁଲିଙ୍ଗ ଝରି ପଡୁଛି ! ପରିଣୀତା କୋମଳ ଚିବୁକରେ ନରମ ସ୍ପର୍ଶ ଦେଇ ପ୍ରଣୟ କହିଲା - ଜାଣେ ତମେ ମାନସିକ ସ୍ତରରେ ଆଜିର ଘଟଣା ପାଇଁ ପ୍ରସ୍ତୁତ ନଥିଲ , କିନ୍ତୁ ନଈ ଧାର ଯେଉଁଠି ମିଶିଯାଏ ସେଠି କୌଣସି ବନ୍ଧ ବି ଆଗକୁ ନଯିବାର ପ୍ରତିରୋଧ କରିପାରେନି । 


ମୁଁ ତ ତୁମକୁ ଭଲପାଏ , କଥା ଦେଉଛି ତୁମକୁ ବିବାହ କରିବି !


ତଥାପି ତୁମ ମନରେ କିଛି ପ୍ରଶ୍ନ କିମ୍ବା ସନ୍ଦେହ ଅଛି ? ମୁଁ ତୁମର ବନ୍ଧୁ ! ଆମେ ସାଥି ହୋଇ ଏକାଠି କାମ କରୁଛେ ? ହଁ.... ତୁମକୁ ମୁଁ ଅବିଶ୍ବାସୀ ଲାଗିପାରେ , କିନ୍ତୁ ତୁମର ଏ ରୂପ ଯୌବନ ଆଉ ସୌନ୍ଦର୍ଯ୍ୟ ଆଗରେ ମୋ ପଦ ମର୍ଯ୍ୟାଦା ଧନ ସମ୍ପତ୍ତି ହାର ମାନିଛି । ଦୀର୍ଘ ନିଃଶ୍ୱାସଟା ଆହୁରି ଦୀର୍ଘ ହୋଇ ଉଠିଲା , ପରିଣୀତା କେବଳ ନୀରବତା ରେ ପ୍ରଣୟକୁ ଗୋଟିଏ କଥା ତା ଆଖି ର ଭାଷାରେ ପଚାରୁ ଥିଲା ? ପ୍ରଣୟ ଆଜି ଯାହା ଘଟିବା କୁ ଯାଉଛି ତାହା ମୋ ଜୀବନରେ କଳଙ୍କର ରେଖା ଟାଣି ଦେବନିତ ???


ପ୍ରଣୟ କହିଥିଲା - ଏମିତି କାହିଁକି ଭାବୁଛ ? ତାହାହେଲେ ତୁମେ ମୋତେ ଭଲ ପାଅନି.... ଘୃଣା କର ? ପାଖକୁ ଟାଣି ନେଇ ଓଷ୍ଠକୁ ସ୍ପର୍ଶ କଲା । ଛି ଛି ଦୁଷ୍ଟ କେଉଁଠି କାର... । ପ୍ରଣୟ କହିଲା - ପରିଣୀତା.... ମୁଁ ତୁମ ମୁଣ୍ଡ ଛୁଇଁ କଥା ଦେଉଛି ଆସନ୍ତା ମାସରେ ତୁମକୁ ପ୍ରଥମେ ମଥାରେ ସିନ୍ଦୂର ଲଗାଇବି । ତା ପରେ ଆମ ଘରେ କଥା ପକାଇ ତୁମକୁ ଆମ ଘରକୁ ବୋହୁ କରିନେବି । ପରିଣୀତା ଖୁସିରେ ରେ ପ୍ରଣୟର କୋଳରେ ଲୋଟି ପଡିଲା । ଠିକ୍ ସେଇ ସମୟରେ ସେ ଅନୁଭବ କଲା ଯେପରି ସେ ସବୁକିଛି କାହାକୁ ସମର୍ପି ଦେଇଛି । ଦେହ ଭୋଗୀର କରାୟତରେ । 

ପ୍ରଣୟ ପରିଣୀତାକୁ ସ୍ନେହ ର ପରଶ ଦେଇ ଡାକିଲା ! ଖାଲି ତା ଓଠ ଦୁଇଟି ଯାହା ଥରି ଉଠି ସ୍ଥିର ହୋଇଗଲା , ସେ ଖାଲି ଏତିକି ଜାଣୁଥିଲା ତା ଦେହର ଶାଢୀ ଧୀରେ ଧୀରେ ମୁକୁଳିତ ହୋଇ ଯାଉଛି । ତାର ବକ୍ଷୋଜ ରେ କାହା ହାତର କୋମଳ ସ୍ପର୍ଶ। ଅଧରରେ ଉଷ୍ଣତା ଭରି ଯାଉଛି । ତାପରେ କଣ ହେଉଛି ଜାଣି ବା ଆଗରୁ ତା ଦେହରେ ଝଡ ବହିଗଲା !


ସେ ଯେତେବେଳେ ଆଖି ଖୋଲିଲା ତାହାର କୁମରୀତ୍ୱରେ ଏକ ଦାଗ ଲାଗି ସାରିଥିଲା । ଶାଢୀକୁ ସଜାଡି ନେଉ ନେଉ ପିଲାଙ୍କ ଭଳି ଜୋରରେ କାନ୍ଦିବାକୁ ଲାଗିଲା । ଭାବ ପ୍ରବଣତାର ଆବେଗରେ କ'ଣ ସବୁ ଘଟିଗଲା। ଯାହା ପାଇଁ କେତେ ତପସ୍ୟା କରିବାକୁ ପଡେ । ତାହା ଇଛା ଅନିଚ୍ଛା ଭାବାବେଗରେ ଘଟିଗଲା । ଯଦି ପ୍ରଣୟ ପରବର୍ତ୍ତୀ ସମୟରେ ଗ୍ରହଣ ନ କରେ ସେ ଆଜି ଠାରୁ କଳଙ୍କିନୀ ହୋଇଯିବ । ଏହି କୁମାରୀତ୍ବରେ ହିଁ କର୍ଣ୍ଣଙ୍କୁ ଜନ୍ମ ଦେଇ କୁନ୍ତୀ ଜୀବନ ସାରା ପଶ୍ଚାତାପର ଅଗ୍ନିରେ ଦଗ୍ଧୀଭୂତ ହୋଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ଲିଭାଇ ପାରି ନ ଥିଲେ କଳଙ୍କର କାଳିମା । ମୋର ସେମିତି ଘଟିବ ନାହିଁ ତ... ପରିଣୀତା ପ୍ରଶ୍ନ କଲା ? ଆଖିରୁ ଲୁହ ପୋଛିଦେଇ ପ୍ରଣୟ କହିଲା - ଏମିତି ପିଲାଙ୍କ ଭଳି ତୁମେ କାନ୍ଦୁଛ ? ତୁମ ଭବିଷ୍ୟତର ଭଲ ମନ୍ଦ ପାଇଁ ମୁଁ ଦାୟୀ ରହିବି... କଥା ଦେଉଛି ! 


ବୟସ ଓ ସମୟ କାହାକୁ ଅପେକ୍ଷା କରେନାହିଁ । ଆଜିର କଥା ଆସନ୍ତା କାଲିକୁ ନ ଥାଏ । ନଦୀ ପାଣି ବହି ଗଲା ପରି ସମୟ ସାଥିରେ ସମସ୍ତେ ଗତକାଲିର କଥା ଭୁଲି ଯାଆନ୍ତି । କିନ୍ତୁ ଭୋଗ କରିବା ଲୋକ ଭୋଗ କରନ୍ତି ଏବଂ ଦଣ୍ଡ ପାଇବା ଲୋକ ଦଣ୍ଡିତ ହୁଅନ୍ତି । ଧାର ଶ୍ରାବଣ ର ସନ୍ଧ୍ୟା । ପରିଣୀତା ମନ ତଳେ ଝଡର ଶ୍ରୋତ । ତା ମନର ସବୁଜ ଆରଣ୍ୟ କୁ କ୍ଷତ ବିକ୍ଷତ କରି ଦେଉଛି । ତା ମନ ପିଞରାବିଦ୍ଧ ପକ୍ଷୀ ପରି ଛଟପଟ୍ ହେଉଛି । ସେ ଚାହୁଁ ଅଛି ମୁକ୍ତି , ମାସେ କି ଦୁଇମାସ ହେବ ପ୍ରଣୟର ଖୋଜ ଖବର ନାହିଁ ।ଏହା ଭିତରେ ପ୍ରଣୟର ଅନ୍ୟତ୍ର ବଦଳି ହୋଇ ଯାଇଛି । ଅଫିସ୍ ରେ ଏତେ କାମ ଯେ ଅଫିସ୍ ଛାଡି ଯାଇ ପାରୁନି ପରିଣୀତା । ଆଜି ଯେମିତି ହେଲେ ସେ ପ୍ରଣୟ ଙ୍କୁ ଦେଖା କରିବ। ଫୋନ୍ ଲଗାଇ ଲଗାଇ ହାଲିଆ ହୋଇ ଗଲାଣି ଅଥଚ ଫୋନ୍ ଲାଗୁନି । ବୋଧହୁଏ ବଦଳି ହୋଇ ଯିବା ପରେ ଫୋନ୍ ନମ୍ବର ପରିବର୍ତ୍ତନ କରିଦେଇଛନ୍ତି । ଏମିତି ଅନେକ ଭାବନା ଆଶା ଆଶଙ୍କା ଭିତରେ ପ୍ରଣୟଙ୍କ ଘର ଅଭିମୁଖେ ବାହାରି ପଡିଲା ପରିଣୀତା !


ପ୍ରଣୟ ଙ୍କ ଘର ପାଖରେ ପରିଣୀତା ଆଶ୍ଚର୍ଯ୍ୟ ହୋଇଗଲା , ଘରର ବାହାର କାନ୍ଥ ରେ ସାହାନାଇର ଚିତ୍ର ସହିତ ଶୁଭ କଳସି ମଝିରେ ଦୁଇଟି ହାତ ଛନ୍ଦା ଛନ୍ଦି ହୋଇ ହାତ ଗଣ୍ଠିର ଚିତ୍ର । ଆଉ ତା ତଳକୁ ଶୁଭ ପରିଣୟ ପ୍ରଣୟ ସହିତ ପ୍ରମିତା । ପରିଣୀତାର ଗୋଡତଳୁ ମାଟି ଖସିଗଲା ଭଳି ଲାଗିଲା । ତା ହୃଦୟ ଭିତରଟା କଣ ହୋଇଗଲା । ସେ ସ୍ବପ୍ନ ଦେଖୁନିତ ?

ପ୍ରଣୟ ଙ୍କ ବାହାଘର ପ୍ରମିତା ସହିତ ? କେବେ ? କେମିତି ? କାହିଁକି ? କେଉଁ ପରିସ୍ଥିତିରେ.....


ତେବେ ପ୍ରଣୟ ଦେଇଥିବା ପ୍ରତିଶୃତି ? କଣ ମିଛ ? ?  ?  ?  ?


ଉତ୍ତର ପାଇବା ପୂର୍ବରୁ ପରିଣୀତା ପ୍ରଣୟର ଘର ଦୁଆର ମୁହଁ ରେ ଦେଖିଲା । ହଠାତ୍ ଘର ଭିତରୁ ଜଣେ ନବ ବିବାହିତ ବୋହୂ , ଅନିନ୍ଦ୍ୟ ସୁନ୍ଦରୀ । ଶତୃ ହେଲେ ବି ଘଡିଏ ଚାହିଁବ । ଖାଲି ସେତିକି ନୁହେଁ ତା ଲାବଣ୍ୟ ଭରା ମୁଖ ମଣ୍ଡଳଳକୁ ଚାହିଁ ଦେଲେ ମନର ସବୁ ଦୁଃଖ ସବୁ କ୍ଲାନ୍ତି ଲିଭିଯିବ। ସତେ ଯେମିତି ସେ ସକାଳ ପରି ଶାନ୍ତ ନୀରିହ । ଫୁଲ ପରି କୋମଳ । ସାରା ମୁଖମଣ୍ଡଳ ରେ ଯେମିତି ଅନନ୍ତ କୋଟି ପ୍ରାଣ ପ୍ରାଚୁର୍ଯ୍ୟ ଭରି ରହିଛି । 


ହଠାତ୍ ବୋହୂ ଟି ପଚାରିଲା , ପ୍ରଣୟ ଙ୍କୁ ଖୋଜୁଛନ୍ତି ବୋଧହୁଏ ?

ଆପଣ କଣ ତାଙ୍କର ବାନ୍ଧବୀ ? ଆମ ବାହାଘର ଦିନ'ତ ଆପଣଙ୍କୁ ମୁଁ ଦେଖିନାହିଁ ? ପରିଣୀତା କୁ ବୋହୂ ଟିର କଥାଗୁଡିକ ଅଣ ନିଶ୍ୱାସୀ କରି ପକାଉଥିଲା । ହେଲେ କିଛି ଉତ୍ତର ଦେବାର ଶକ୍ତି ତା ପାଖରେ ନଥିଲା । 

ବୋହୂ ଟି ନିଜର ପରିଚୟ ଦେବାକୁ ଯାଇ କହିଲା - ମୋର ନାମ ପ୍ରମିତା । ମୁଁ ପ୍ରଣୟଙ୍କ ଧର୍ମ ପତ୍ନୀ । ସେ ଏବେ ଘରେ ନାହାଁନ୍ତି । ହଠାତ୍ ଅଫିସ୍ ଟ୍ରେନିଂ ପାଇଁ ସେ ଦିଲ୍ଲୀ ଯାଇଛନ୍ତି । ଫେରୁ ଫେରୁ ମାସେ ଦେଢ ମାସ ହୋଇଯିବ । 


ପ୍ରମିତାର ପରିଚୟ ପାଇବା ପରେ ପରିଣୀତାର ଛାତି ତଳଟା ଯେପରି ଭୂମିକମ୍ପ ସୃଷ୍ଟି ହେଲାପରି ଲାଗିଲା । ତାକୁ ଚାରିଆଡେ ଅନ୍ଧାର ଦିଶିଲା । ଇଛା ହେଉଥିଲା ପ୍ରମିତା ଆଗରେ ପ୍ରଣୟର ନୀଚ୍ଚମନା ପଶୁ ପ୍ରକୃତିର ରୂପରେଖ ଖୋଲି ଦେବାପାଇଁ । ତା ଜୀବନ ଯେମିତି ପାଉଁଶ ତଳର ନିଆଁ ହୋଇ ଯାଇଛି, ଠିକ୍ ସେମିତି ପ୍ରଣୟର ଘର ସଂସାର ଛାରଖାର ହୋଇ ଯାଉ । କିନ୍ତୁ ପ୍ରମିତାର ନୀରିହ ପଣ ତାକୁ ସେଥିରୁ କ୍ଷାନ୍ତ କରିଦେଲା । ସେ ଏକ ଉନ୍ମାଦଗ୍ରସ୍ତ ରୋଗୀ ପରି ଟଳି ଟଳି ସେଠାରୁ ଫେରି ଆସିଲା । ଏବଂ ବାଟରେ ମନ ଭିତରେ କାନ୍ଦି ଭାବୁଥିଲା ଏକ ଅସମାପ୍ତ ପ୍ରଶ୍ନ ଭିତରେ !


ପ୍ରଣୟର ରକ୍ତକୁ ଗର୍ଭରେ ଧରି ସେ ମାତୃତ୍ବ ର ରୂପ ବହନ କରିଛି । ଆଗାମୀ କାଲି ସେଇ ଶିଶୁ ର ପରିଚୟ ଦେବ ନା ଗର୍ଭସ୍ଥ ସନ୍ତାନ କୁ ନଷ୍ଟ କରି ଭୃଣ ହତ୍ୟା ର ଅପରାଧ ରେ ଅପରାଧୀ ହେବ ? ? ? ନା ନିଜକୁ ସମର୍ପି ଦେବ । ଏହି ଚିନ୍ତା ଚେତନା ମଧ୍ୟରେ ଟ୍ରେନ୍ ଲାଇନ୍ ରେ ପହଞ୍ଚି ଯାଇଥାଏ । ବିପରିତ ଦିଗରୁ ହର୍ଣ୍ଣ ଦେଇ ମାଲବାହୀ ଟ୍ରେନ ମାଡି ଆସୁଥାଏ । କିଛି ଭାବିବା ସୁକ୍ଷ୍ମ ଭାବରେ ଚିନ୍ତା କରିବାର ଅବକାଶ ନ ପାଇ ଟ୍ରେନ୍ ଲାଇନ୍ ରେ ନିଜକୁ ବିସର୍ଜନ କରିବାକୁ ପଳାଇ ଯାଇଛି । ଟ୍ରେନ୍ ଚାପିଦେଇ ପଳାଇ ଦେଇ ଗଲା ବେଳକୁ..... ଏ କ'ଣ ?


ଜଣେ ମଉସା ହଠାତ୍ ତାକୁ ଭିଡି ଆଣିଲେ । ପାଖରେ ମାଉସୀ ଥିଲେ । ମୋତେ ମରିବାକୁ ଦିଅ ମଉସା...... କାହିଁକି କ'ଣ ପାଇଁ.... କ'ଣ ହୋଇଛି ତୋ'ର ? ଅନେକ ପ୍ରଶ୍ନ ଅନେକ ଜିଜ୍ଞାସା ! ! ! ମଉସାଙ୍କର 


ଏହାରି ଭିତରେ ଟ୍ରେନ୍ ଚାଲି ଯାଇଛି । ମଉସା ମାଉସୀଙ୍କୁ ସମସ୍ତ ବିଷୟ ଜଣାଇଲି । ମଉସା ମାଉସୀ ବହୁତ ଦୁଃଖିତ ହେଲେ । କହିଲେ ଝିଅ ଯଦି ଖରାପ ଭାବିବୁ ନାହିଁ । ଗୋଟିଏ କଥା କହିବାକୁ ଇଚ୍ଛା କରୁଛି । ଆମେ ଦୁହେଁ ନିଃସନ୍ତାନ ପ୍ରଜାପତି ସଦୃଶ । ନିଜ ମନକୁ ଅନେକ ବୁଝାଇ ଆମେ ଦୁହେଁ ସାନ୍ଧ୍ୟ ଭ୍ରମଣ କରୁଥିଲି । ଆମର ବି ଏକମାତ୍ର କନ୍ଯା ଥିଲା । ତୋ ପରି ସେ ବି ଅନ୍ତସତ୍ତ୍ୱା ହୋଇ ବାପା ମାଆଙ୍କୁ ନ ଜଣାଇ ଆମକୁ ଦୁଃଖ ସାଗରରେ ଭସାଇ ଦେଇ ଏହି ଟ୍ରେନ୍ ଲାଇନ୍ ରେ ନିଜକୁ ଉତ୍ସର୍ଗ କରିଦେଲା । ସେହି ନିଃସ୍ପାପ ପିଣ୍ଡର ପିତୃତ୍ୱ କିଏ ? ଆମେ ଜାଣିବା ପୂର୍ବରୁ ସେ ଚାଲିଗଲା । ଆମେ ସେହି ଦିନ ଠାରୁ ଏହି ଟ୍ରେନ୍ ଲାଇନ୍ ରେ ଖୋଜି ବୁଲୁଛୁ ଆମର ରକ୍ତକୁ ।


ଆମର ଧନ ସମ୍ପତ୍ତି ଚାକର ବାକର ଅଭାବ ନାହିଁ । ଯଦି କିଛି ନ ଭାବିବୁ ଆମେ ତୋତେ ଆମର ଝିଅ କରି ରଖିବୁ । ତୋର ସନ୍ତାନକୁ ତୁ ଜନ୍ମ ଦେଇ ଆମର ବଂଶକୁ ରକ୍ଷା କରିବୁ । ତାର ପିତୃତ୍ୱ ସମ୍ମାନ ଦିନେ ନା ଦିନେ ନିଶ୍ଚିତ ପାଇବ । ଏହା ଭିତରେ କେତେ ବର୍ଷ ବିତି ଯାଇଛି । ମଉସା ମାଉସୀଙ୍କର ରକ୍ଷଣାବେକ୍ଷଣ ଏବଂ ପୁଅ ପ୍ରସୁନର ପାଠ ପଢା ଇତ୍ଯାଦିରେ ସମୟ ବିତିଯାଇଛି ପରିଣୀତାର ।


ହଠାତ୍ ଦିନେ ଦେଖା ହେଲା ପ୍ରଣୟକୁ । ଆଶ୍ଚର୍ଯ୍ୟ ହୋଇ ଥିଲା ପ୍ରଣୟ ପରିଣୀତାକୁ ଦେଖି ! ପରିଣୀତା ଦେଖି ନ ଦେଖିଲା ପରି ଚାଲି ଆସୁଥିଲା । ଦୂରରୁ ଚିହ୍ନି ପାରି ପ୍ରଣୟ ପଛରେ ଅନୁଧାବନ କରିଥିଲା । ଏକୁଟିଆ ଦେଖି ପରିଣୀତାକୁ ସୁଖ ଦୁଃଖ କଥା ପଚାରିଲା । ପରିଣୀତା କହିଲା - ବଞ୍ଚିଛି ସେତିକି ତୁମ ପାଇଁ ଯଥେଷ୍ଟ ନୁହେଁ କି ? ସେମିତି କୁହ ନାହିଁ ପରିଣୀତା । ପରିସ୍ଥିତି କଥା ମୋର ଟିକେ ତୁମେ ବୁଝିବାକୁ ଚେଷ୍ଟା କର । ମାଆର ହଠାତ୍ ସ୍ବାସ୍ଥ୍ୟ ଖରାପ ହୋଇଗଲା । ମେଡିକାଲରେ ସେ ମୋତେ ପ୍ରତିଜ୍ଞା କରାଇ ଦେଲା । ତୋର ମାମୁଁଙ୍କୁ କଥା ଦେଇଛି - ତୁ ପ୍ରମିତାକୁ ବିବାହ କରିବୁ । ସମସ୍ତଙ୍କ ଆଗରେ ମେଡିକାଲରେ ଏହି କଥା ମାଆ କହିଦେଲା ଏବଂ ଦୁଇ ଦିନ ପରେ ସେ ଚାଲିଗଲା । ମାଆର କଥାରେ ମୁଁ ପ୍ରମିତାକୁ ବିବାହ କଲି । ତୁମକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ପାରିଲି ନାହିଁ ।


ପ୍ରମିତା ଓ ମୁଁ ଆମେ ଦୁହେଁ ଦିନେ ସାଥି ହୋଇ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଚକାଫାଟି ନିୟନ୍ତ୍ରଣ ହରାଇ ଆମ ଉପରକୁ ମାଡି ଆସିଥିଲା । ଘଟଣା ସ୍ଥଳରେ ପ୍ରମିତା ଚାଲିଗଲା । ମୁଁ ତିନି ମାସ ପ୍ରାୟ ଆୟୁସିରେ ରହି କିଛିଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲି । ମୁଁ ଏବେ ନିଃସଙ୍ଗ ଜୀବନ ଯାପନ କରୁଛି । ଯଦି ତୁମେ ଇଚ୍ଛା କରିବ ମୁଁ ତୁମକୁ ସାଥି କରିନେବି । ପରିଣୀତା ଦୁଃଖରେ ଦୁଃଖିତ ହୋଇ କେତେବେଳେ ଅଜାଣତରେ ନିଜ ହାତଟି ବଢାଇ ଦେଇଛି ପ୍ରଣୟକୁ ପୁଣି ଥରେ ଜୀବନର ସାଥି ହେବା ପାଇଁ । ପ୍ରତିଶ୍ରୁତି ପ୍ରତିବଦ୍ଧତାରେ ପରିଣତ ହୋଇଯାଇଛି । ଅଦୂରରେ ଫୁଲଟି ଉପରେ ପ୍ରଜାପତି ଦୁହେଁ ମଧୂପାନ କରି ଆନନ୍ଦରେ ଉଡି ବୁଲୁଥାନ୍ତି।


Rate this content
Log in

More oriya story from Lalita Mohan Mishra

Similar oriya story from Romance