Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Romance

3  

Lalita Mohan Mishra

Romance

ପ୍ରେୟସୀ

ପ୍ରେୟସୀ

6 mins
600



       ଜୀବନ ଯାତ୍ରାର ଲମ୍ବା ଗତିପଥରେ କେଉଁଠି ରାସ୍ତା ସିଧା ତ କେଉଠି ବଙ୍କା । କିଏ ନିର୍ଭୟରେ ପାଦ ଆଗକୁ ବଢାଏ ତ କାହା ମନରେ ଶଙ୍କା ଥାଏ, କିଏ ଧାଉଁଥାଏ ତ କିଏ ବାରମ୍ବାର ଝୁଣ୍ଟୁଥାଏ । ଏହି ଜୀବନ ରୁପକ ରାସ୍ତାରେ କେତେ ଯେ ଘଟଣ ଅବା କେତେ ଦୁର୍ଘଟଣା । ଭାଗ୍ୟର ରାସ୍ତାରେ କିଏ ଜିତିଯାଏ ତ ପୁଣି କିଏ ସବୁଦିନ ପାଇଁ ହାରିଯାଏ । ହାରିବା ଓ ଜିତିବା ଜୀବନର ବାସ୍ତବତାକୁ ଅନୁଭବ କରିବା । ଆରୋହ ଅବରୋହ ସମସ୍ତଙ୍କ ଜୀବନରେ ପ୍ରାପ୍ତ ହୁଏ । ଜୀବନ କେବେ ପୂର୍ଣ୍ଣାଙ୍ଗ ତ କେବେ ଭଗ୍ନାଂଶ । ଜୀବନଟି କେତେବେଳେ ପୂର୍ଣ୍ଣଗଳ୍ପ ତ କେତେବେଳେ ଗଳ୍ପାଂଶ  । ଜୀବନ ଏମିତି ଏକ ରଙ୍ଗମଞ୍ଚ ଯେଉଁଠି କଳାକାରଙ୍କୁ ଜଣା ନ ଥାଏ ଆଗାମୀ ଦୃଶ୍ୟ କଣ ହେବ ? ଜୀବନର ପରିସୀମା ବଢାଏ ଆମର ଚେତନଶକ୍ତି । ଯଦି ପଥ ହୁଡିଯାଉ ତାହାହେଲେ ଜୀବନ ଉଜୁଡେ ଏବଂ ଜୀବନ ପୂର୍ଣ୍ଣରୂପ ନ ପାଇ ହୋଇଯାଏ ଅଳ୍ପାଂଶ । ସମସ୍ତଙ୍କ ଜୀବନରେ ଘାତ ପ୍ରତିଘାତ ଆସିଥାଏ କିନ୍ତୁ ଯେ ଘାତ ପ୍ରତିଘାତକୁ ଆଡେଇ ଆଗକୁ ବଢିଥାଏ, ତାର ଜୀବନ ହୁଏ ସରସ ସୁନ୍ଦର ମନୋଜ୍ଞ ।


   ଜୀବନକୁ ନୂତନତ୍ବ ଭାବରେ ଗଢି ତୋଳିବା ପାଇଁ ଆମେ ଆବିଷ୍କାର କରିବା, ଅସହାୟତା ଓ ନିରାଶରେ ଭାଙ୍ଗି ନ ପଡି, ଜୀବନ ପଥରେ ଥକି ନ ପଡି ଆଗକୁ ବଢିବା କାରଣ ଜୀବନ ଅନେକ ସମ୍ଭାବନାର ସମ୍ମୋହିତ ଆହ୍ବାନ, ଅନେକ ସ୍ବପ୍ନର ଅନ୍ତହୀନ ସୃଜନ । ଜୀବନ ଅନେକ ଖଟା ମିଠାର ସୂନ୍ଦର ରୂପାୟନ ।


     ପ୍ରେମ ଜୀବନର ଶେଷ ନା ଆରମ୍ଭ ? ପ୍ରେମରେ ପ୍ରତୀକ୍ଷାର ପୀଡା ଆଉ ଅଦୃଷ୍ଟର ଚିନ୍ତା । ଭଲପାଇବାର କୋମଳ ଉର୍ବର ମାଟିରେ ପ୍ରେମର ଅଧିକାର ବୋଧର ଚେର ମାଡିବାକୁ ବହୁ ସମୟ ଲାଗେ । କାହା ଭାଗ୍ୟରେ ପ୍ରେମର ଚେର ଅଧିକାର ବୋଧ ସାବ୍ଯସ୍ତ କରେ ତ କାହା ଭାଗ୍ୟରେ ନୁହେଁ ।

***

   ବ୍ୟତିବ୍ୟସ୍ତ ଥାଆନ୍ତି ସୁଲତା କାରଣ ଆଜି କଲେଜରେ ବାର୍ଷିକୋତ୍ସବ । ଆଜିର ଉତ୍ସବଟି କେମିତି ସୁରୁଖୁରୁରେ ହେବ ସେଥିପାଇଁ ଚିନ୍ତା । ଅତିଥି ଆସିବା ସମୟ ପ୍ରାୟ ହୋଇଗଲାଣି ସେଇଥିପାଇଁ ଗେଟ୍ ପାଖକୁ ଯାଉଥାନ୍ତି ଫେରୁଥାନ୍ତି । ଆଜିର ଅତିଥି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ।


      ଅତିଥି କିଛି ସମୟ ପରେ ଗେଟ୍ ପାଖରେ ଆସି ପହଞ୍ଚିଗଲେ , ମଞ୍ଚ ଉପରକୁ ସମସ୍ତେ ପାଛୋଟି ଆଣିଲେ....


କିନ୍ତୁ.. !


ହଠାତ୍ ଅତିଥିଙ୍କୁ ଦେଖି ସୁଲତା ଆଶ୍ଚର୍ଯ୍ୟଚକିତ ହୋଇଗଲେ...... !


ମନ ଭିତରେ ଅନେକ ଅସମାହିତ ପ୍ରଶ୍ନ ?


ସତରେ କ'ଣ ଏ ଅବିନାଶ ? ନା ମୋର ଦୃଷ୍ଟି ପଥ ହ୍ରାସ ହୋଇଗଲାଣି ।


ମନ ଭିତରେ ଅନେକ ପ୍ରଶ୍ନ, ଅନେକ ଜିଜ୍ଞାସା, ଅସରନ୍ତି କୌତୁହଳ, ଆଶା ଓ ଆଶଙ୍କା । ସଭାକାର୍ଯ୍ୟ ଆରମ୍ଭ ହେଲା । ଅତିରିକ୍ତ ଜିଲ୍ଲାପାଳ ଅବିନାଶଙ୍କ କିଛି ଦୂରରେ ବସିଥାନ୍ତି ଓଡ଼ିଆ ଅଧ୍ୟାପିକା ସୁଲତା ମ୍ୟାଡାମ୍ ।


ଦୀର୍ଘଦିନ ପରେ ସୁଲତାଙ୍କୁ ଦେଖି ଅବିନାଶ ହଡବଡେଇ ଯାଇଥିଲେ ନିଜକୁ ପ୍ରକୃତିସ୍ଥ କରି ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତୀତର ବ୍ଯଥା ଦୁଇଜଣଙ୍କର ମୁଖମଣ୍ଡଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଥିଲା । ବର୍ତ୍ତମାନ ଦୁଇଜଣ ପଦ ପଦବୀ ଦୃଷ୍ଟିରୁ ଅଚିହ୍ନାର ଅଭିନୟ କରୁଥିଲେ ମଧ୍ୟ ଚିହ୍ନାଚିହ୍ନାର ହୃଦୟ , ଦୁଇଜଣଯାକ ଅନୁଭବ କରିପାରୁଥିଲେ.।


 ମଞ୍ଚ ଉପରେ ବସିଥିବା ଅତିଥି ଯେ ନିଜ ନିଜର ବକ୍ତବ୍ୟ ପ୍ରଦାନ କଲେ କିନ୍ତୁ ଓଡ଼ିଆ ଅଧ୍ୟାପିକା ସୁଲତା ମ୍ୟାଡାମଙ୍କର ଭାଷଣ ଛାତ୍ରଛାତ୍ରୀଙ୍କ ପାଇଁ କିଛି ନିଆରା ଥିଲା - ନାରୀକୁ ଧରିତ୍ରୀ ସହିତ ତୁଳନା କରି କହିଥିଲେ "ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ" । ନାରୀ ଜାୟା, ଭଗିନୀ ଓ ଜନନୀର ସୁନ୍ଦର ଉପସ୍ଥାପନା କରିଥିଲେ । ସମସ୍ତେ ତାଙ୍କ ବକ୍ତବ୍ୟରେ ମଜ୍ଜି ଯାଇଥିଲେ ।

 ଅବିନାଶ ଇଚ୍ଛା କରୁଥିଲେ କେତେବେଳେ ଟିକେ ସୁଯୋଗ ପାଇଲେ ଦୀର୍ଘ ଦିନ ପରେ ଦେଖା ହୋଇଥିବା ସୁଲତାଙ୍କୁ ଦିପଦ କହିବେ !


ସଭାକାର୍ଯ୍ୟ ସରିଲା , ସମସ୍ତ ଅତିଥି ଯିବା ପାଇଁ ବ୍ୟଗ୍ର । ମନ ଭିତରେ କିନ୍ତୁ ଅବିନାଶ ସୁଲତାଙ୍କୁ ଖୋଜୁଥାନ୍ତି । ସଭାସ୍ଥଳ ଛାଡିବା ପୂର୍ବରୁ ସୁଲତାଙ୍କୁ ମଞ୍ଚ ଉପରେ ଦେଇଥିବା ଭାଷଣର ପ୍ରଶଂସା କରିବାକୁ ଯାଇ କହିଥିଲେ - ଆପଣଙ୍କ ଭାଷଣ ହୃଦୟସ୍ପର୍ଶୀ । ଆପଣ କେମିତି ଅଛନ୍ତି ? 


ସୁଲତା କିଛି କହିବା ପୂର୍ବରୁ ଅବିନାଶ ନିଜେ କହିଥିଲେ - ମୁଁ ଏଠାକୁ ଏଇ ଅଳ୍ପ ଦିନ ହେଲା ଆସିଛି !


ସମୟ ବାହାର କରି ମୋ ଅଫିସ୍ ଆଡେ ଥରେ ଆସନ୍ତୁ  !


ଚଳଚ୍ଚିତ୍ରର ରିଲ୍ ଭଳି ସୁଲତାଙ୍କ ସ୍ମୃତିପଟଳରେ ବିତିଯାଇଥିବା ଘଟଣା ଗୁଡିକ ସ୍ମରଣ କରାଇଦେଲା........


+3 ରେ ଓଡ଼ିଆ ଅନର୍ସ ନେଇ ପଢୁଥାନ୍ତି ସୁଲତା । ସେହି କଲେଜରେ ଇଂଗ୍ରାଜୀ ଅନର୍ସ ନେଇ ପଢୁଥିଲେ ଅବିନାଶ । ଦିନେ ଅଫିସ୍ ପାଖରେ ଫର୍ମ ପୂରଣ କରୁଥିଲେ ସୁଲତାଙ୍କର ହଠାତ୍ ପେନ୍ ଟି ଚାଲିଲା ନାହିଁ ପାଖରେ ଠିଆ ହୋଇଥିବା ଅବିନାଶଙ୍କୁ ପେନ୍ ଟି ମାଗିଥିଲେ । ନିଜର କାମ ସାରି ପେନ୍ ଟି ଫେରାଇବା ପାଇଁ ଦେଖିଲା ବେଳକୁ ଅବିନାଶ ଆଉ ପାଖରେ ନଥିଲେ କିନ୍ତୁ ସୁଲତାଙ୍କ ପାଖରେ ସଦାବେଳ ପାଇଁ ରହିଯାଇଥିଲା ଅବିନାଶଙ୍କର ସେହି ପେନ୍ ଟି ।

   

          ଏହି ପେନ୍ ଦେବା ନବା ଠାରୁ ଆରମ୍ଭ ହେଲା ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ଦୁଇଜଣ ଦୁଇଜଣଙ୍କୁ ନ ଦେଖିଲେ ଆଉ ରହି ପାରିଲେ ନାହିଁ । ଦିନେ କଲେଜ ଲାଇବ୍ରେରୀରେ ପାଖାପାଖି ହୋଇ ବହୁତ ଗପି ଥିଲେ ।


ଅବନାଶ ସୁଲତାଙ୍କୁ କହିଥିଲେ -


ସୁଲତା ତୁମେ ମୋ ଭାବନା ଠାରୁ ବହୁ ଉର୍ଦ୍ଧ୍ବରେ ! ତୁମେ ମୋ ଶଦ୍ଦ ଭଣ୍ଡାରର ଉର୍ଦ୍ଧ୍ବରେ..! ତୁମର ରୂପଲାବଣ୍ୟକୁ କେଉଁ ଭାଷାରେ ବର୍ଣ୍ଣନା କରିବି ଭାବି ପାରୁ ନାହିଁ ? ସତରେ ତୁମେ ହୃଦୟ ଗଲିଚାର ଅସରନ୍ତି ଗୋଲାପ ଫୁଲ । ତୁମେ କେମିତିକା ସ୍ବରବର୍ଣ୍ଣ ଲେଖି ହେଉ ନାହିଁ ମୋ ମନର ରଫ୍ ଖାତାରେ......ତୁମର ଅପରୂପ ସୌନ୍ଦର୍ଯ୍ୟ ମୋତେ ଜଡେଇ ଦେଇଛି । ତୁମ ବିନା ମୁଁ ଗୋଟାଏ ମୁହୂର୍ତ୍ତ ରହି ହେଲା ଭଳି ଲାଗୁନାହିଁ ।

ଏହା ଭିତରେ ଦୁଇଜଣ ଗପି ଗପି ନିଜର ନିରୋଳା ଅନର୍ସ କ୍ଲାସ ରୁମ୍ ଆଡେ ପଳାଇ ଯାଇଥିଲେ ।


ଗାଈ ମାନେ ଗୋଠ ଫେରନ୍ତା ହେଲେଣି, ପକ୍ଷୀମାନେ କିଚିରି ମିଚିରି ଶଦ୍ଦରେ ନିଜ ବସାକୁ ଫେରି ଲେଣି । ସନ୍ଧ୍ୟା ଯେତିକି ଯେତିକି ପାଖେଇ ଆସୁଥାଏ - ଅବିନାଶ ଓ ସୁଲତାଙ୍କର ପ୍ରେମ ସେତିକି ନିକଟତର ହେଉଥାଏ । ଦୁଇଟି ମଶାଧୂପ କଏଲ୍ ପରି ଅବିନାଶ ଓ ସୁଲତା ଢେର ସମୟ ଦୁଇଜଣଙ୍କ ଭିତରେ ବାନ୍ଧି ହୋଇଯାଇଥିଲେ । ସୁଲତାଙ୍କର ମିଠା ମିଠା କଥା ଗୁଡ଼ିକ ଅବିନାଶଙ୍କର ବିସ୍ତୃତ ହୃଦୟରେ ସ୍ଥାନ ଦେଉଥିଲା ସେ ସନ୍ଧ୍ୟା ଅନ୍ଧକାରରେ । ଦୁଇଜଣ ଏଭଳି ଦୈହିକ ସଂପର୍କରେ ବୁଡି ରହି ଯାଇଥିଲେ ଯେ ସମୟ ଜାଣିପାରି ନ ଥିଲେ ।


ଘଡି ଦେଖିଲା ବେଳକୁ ସାତଟା ଉପରେ ହେଲାଣି । କଲେଜର ଚାରିଆଡ଼େ ଜଳୁଥିଲା ଆଲୋକ । ସେଦିନ ସୁଲତାଙ୍କୁ ଗାଡି ନ ମିଳିବାରୁ ବଡ କଷ୍ଟରେ ଘରକୁ ଫେରିଥିଲେ ।


ତା ପରେ ଆଉ ଦେଖା ହୋଇ ନ ଥିଲା ଅବିନାଶଙ୍କୁ, କାରଣ ରେଜଲ୍ଟ ବାହାରି ପୂର୍ବରୁ ଅବିନାଶ ବାପାଙ୍କର ଟ୍ରାନ୍ସଫର୍ ହୋଇଯାଇଥିଲା ଦିଲ୍ଲୀ । ଅବିନାଶଙ୍କୁ ବହୁତ ଖୋଜୁଛି ସୁଲତା କିନ୍ତୁ କେଉଁଠି ହେଲେ ଖୋଜ ଖବର ପାଇ ପାରିନାହିଁ କି ସେତେବେଳେ ମଧ୍ୟ ମୋବାଇଲ ବ୍ୟବସ୍ଥା ନ ଥିଲା ।


ସୁଲତାଙ୍କ ପାଇଁ ବହୁତ ଭଲ ପ୍ରସ୍ତାବ ଆସିଛି, ପାଠପଢିବାର ଆଳ ଦେଖାଇ ସମସ୍ତ ପ୍ରସ୍ତାବକୁ ଅଣଦେଖା କରିଛନ୍ତି । ସୁଲତାଙ୍କର ବାପା ମଧ୍ୟ ଝିଅକୁ ବାଧ୍ୟ କରିପାରିନାହାଁନ୍ତି ।


ଏହା ଭିତରେ ବିତିଯାଇଛି ଅଠର ବର୍ଷ...........


ଅବିନାଶ ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଏବେ ବୟସର ଅପରାହ୍ନରେ । ଅବିନାଶଙ୍କର ଗୋଟିଏ ବୋଲି ଝିଅ ଆଇ. ଆଇ. ଟିରେ ପଢୁଛି । ଘରେ ଶିକ୍ଷିତା ସ୍ତ୍ରୀ ସୁନିପୁଣା ଗୃହିଣୀ।


ହଠାତ୍ ଅଫିସ୍ ର ଚପରାସି ଆସି ପଚାରିଛି ଆପଣଙ୍କୁ ଜଣେ ମ୍ୟାଡାମ୍ ଦେଖା କରିବାକୁ ଚାହୁଁଛନ୍ତି ?


ଅବିନାଶ ଅନୁମତି ଦେଇଛନ୍ତି !


ସୁଲତା ଚାମ୍ବର ଭିତରକୁ ପ୍ରବେଶ କରି ଅବିନାଶଙ୍କୁ ଅଭିବାଦନ ଜଣାଇଥିଲ ।


ଅବିନାଶ - ସୁଲତା କେମିତି ଅଛ. ....... ତୁମ ଖବର କ'ଣ ?


ସୁଲତା - ଖବର କ'ଣ କହିବି ! ଗୋଟିଏ ସମୟ ଥିଲା.......   


ଜୀବନର ଏମିତି ଏକ ମୋଡରେ ମୁଁ ଠିଆ ହୋଇଥିଲି ନା ତୁମକୁ ଭୁଲି ପାରିଥିଲି ନା ନିଜର କରିପାରିଥିଲି ! ପ୍ରତିମୁହୂର୍ତ୍ତରେ ତିଳ ତିଳ ଖାଲି ଦଗ୍ଧୀଭୂତ ହେଉଥିଲି । ଜୀବନ ରାସ୍ତାରେ ଅନେକ ବାଟ ଚାଲିଛି କିନ୍ତୁ ସୁଖର....... ପାଇନି ଦେଖା. ...... ଏବେ ମୁଁ ରହୁଛି ଶାନ୍ତ ନଦୀରେ, ଆଉ ବହୁଛି ଏକା ଏକା.....


ଅବିନାଶ - ମୋତେ ଭୁଲ ବୁଝନି ସୁଲତା......


ମୁଁ ଇଛା କରି ବି କଛି ତୁମ ପାଇଁ କରି ପାରି ନାହଁ, ନାଚାର......


ସୁଲତା - ଯେମିତି ଗଛଟିଏ ମରିଗଲା ପରେ ଯେତେ ପାଣି ଦେଲେ ମଧ୍ୟ ସେ ବଞ୍ଚି ନ ଥାଏ ସେମିତି ସମ୍ପର୍କରୁ ଆନ୍ତରିକତା ଏବଂ ନିଜକୁ ଦୂରେଇ ରଖିଲେ ଭଲପାଇବାର ମୂଲ୍ୟ ନ ଥାଏ ?


 ଆପଣ ଏବଂ ଆପଣଙ୍କର ପରିବାର ଖୁସିରେ ଅଛନ୍ତି ଜାଣି ଖୁସି ଲାଗିଲା । ଆଜି ମୁଁ ଆସିଛି ଦୀର୍ଘ ଦିନରୁ ମୋତେ ହନ୍ତସନ୍ତ କରୁଥିବା ଗୋଟିଏ ଜିନିଷ ଫେରାଇ ବାକୁ....... 


ଅବିନାଶ - କୁହନ୍ତୁ  କ  ଅ  ଣ  ସେଟା !


ସୁଲତା - ସେଦିନ ଦେଇ ଥିବା ଏ ପେନ୍ ( Pen ) ଟି । ଏହି ପେନ୍ ଟି ମୋ ଜୀବନରେ ବହୁତ ( Pain) ବା କଷ୍ଟ ଦେଲାଣି । ଆଜି ପର୍ଯ୍ୟନ୍ତ ମୁଁ ତୁମର ଦୁଇଟି ଜିନିଷ ଅକ୍ଷୁର୍ଣ୍ଣ ରଖିଛି ଏହି ପେନ୍ (Pen ) ଟି ଆଉ ମୋର ମନଟି ।


ବୟସର ଅପରାହ୍ନରେ ପଦାର୍ପଣ କରୁଥିବା ସୁଲତାଙ୍କୁ ଦେଖି ଅବିନାଶଙ୍କର ଆଖି ଛଳ ଛଳ ହୋଇଗଲା । ଜୀବନରେ ଉଚିତ୍ ନିଷ୍ପତ୍ତି ନେବା ପୂର୍ବରୁ ମନ ଥରେ କିପରି ସୁଲତାଙ୍କୁ ପଚାରିଲାନି କି ତାଙ୍କର ବିଷୟ ବୁଝିଲା ନାହିଁ ସେଥିରେ ଅନୁତପ୍ତ ଥିଲେ ।


ଛାଡ ବହିଯାଇଥିବା ପାଣି , ଛିଣ୍ଡି ପଡିଥିବା ଡାଳର କଥା ମନେ ପକାଇ ଦୁଃଖିତ ହେବା ବ୍ୟତୀତ କ'ଣ ବା ଥାଇପାରେ ?

ଅବିନାଶ କହିଥିଲେ..... ଯଦି ଆଜି ପର୍ଯ୍ୟନ୍ତ ତୁମ ପାଖରେ ପେନ୍ ଟି ଥିଲା ଏବେ ବି ଥାଉ ତୁମେ ସେ ପ୍ରେମରେ କାହିଁକି ଜଉମୁଦ ଦେବାକୁ ଚାହୁଁଛ ?


 ସୁଲତା - ଯେମିତି ଶେଫାଳୀ କହୁଥିଲା....... ଝରିବା , ମରିବା, ମଉଳିବା ମୁଁ ଜାଣେନା  !

କାହିଁକିନା ନିଜ ପାଇଁ କିଛି ରଖୁ ନ ଥିବା ପବନକୁ ମୁଁ ସବୁ ଦେଇ ଦେଇଛି ସୁଗନ୍ଧ


ନିଜ ପାଇଁ ଶ୍ରମ କରୁ ନ ଥିବା ଆଲୋକକୁ ମୁଁ ଦେଇ ଦେଇଛି ସବୁ ସୌନ୍ଦର୍ଯ୍ୟ । ନିଜ ପାଇଁ କେବେ ବଞ୍ଚି ନ ଥିବା ମାଟିକୁ ମୁଁ ଦେଇ ଦେଇଛି ମୋର ଶରୀର । ମୋର ଆଉକିଛି ନାହିଁ - ନା ଅଛି ବୟସ ? ନା ଅଛି ମନ ? ନା ଅଛି ସୌନ୍ଦର୍ଯ୍ୟ ? ନା ଅଛି ସେ ସମୟ ?


ଅବିନାଶ - ମୁଁ ତୁମ ଠାରୁ କିଛି ଆଶା କରୁନାହିଁ ସୁଲତା ବା ଅଧିକ କହି ମୋତେ ଲଜ୍ଜିତ କରନି ଯାହାକୁ ତୁମେ ଆଜି ପର୍ଯ୍ୟନ୍ତ ପ୍ରେମିକ ଭାବି ରଖିଥିଲ ତାହା ତୁମ ପାଖରେ ସେମିତି ଥାଉ । ତୁମେ ଆଜି ତାର ପରିସମାପ୍ତି କରିବାକୁ କାହିଁକି ଚାହୁଁଛ ? ସମୟ ବିତି ଯାଇଛି, ଆଜି ଆମର ଆଉ ସେ ପରିବେଶ ନାହିଁ । ମୁଁ ଦୁଃଖିତ ଅନୁତପ୍ତ ସୁଲତା ।


ସୁଲତାଙ୍କର ଆଖିରୁ ଲୁହ ଝରି ଆସୁଥାଏ । ଅବିନାଶଙ୍କର ବିନା ଅନୁମତିରେ ପେନ୍ ଟି ନେଇ ସୁଲତା ବାହାରକୁ ପଳାଇଯାଇଥିଲେ ।


ଅବିନାଶ ପଛରେ ପଛରେ ଯାଇ ସୁଲତାଙ୍କୁ ଗାଡିରେ ନେଇ ତାଙ୍କ ଘରେ ଛାଡିଦେଇଥିଲେ ।


ସତରେ ଜୀବନଟା ଏମିତି ଏକ ଅକୁହା କଥା ଯାହାକୁ ଓଠ ତଳେ ଚାପିରଖି ମିଛି ମିଛିକା ହସ ହସି ଆଗକୁ ବଢି ଥାଉ....।



Rate this content
Log in

More oriya story from Lalita Mohan Mishra

Similar oriya story from Romance