STORYMIRROR

Samar Ballav Bhoi

Romance Tragedy

2  

Samar Ballav Bhoi

Romance Tragedy

ପ୍ରେମରେ ଦୁଇଟି ରଙ୍ଗ

ପ୍ରେମରେ ଦୁଇଟି ରଙ୍ଗ

1 min
114


ପ୍ରେମରେ ସବୁବେଳେ ଦୁଇଟି ଭାବନା ଥାଏ । ପ୍ରେମ କେତେବେଳେ ସ୍ୱର୍ଗଠୁଁ ସୁନ୍ଦର ତ କେତେବେଳେ ନର୍କଠୁଁ ହୀନ। 

ଗୋଟିଏ ଛୋଟ ଗାଆଁ ଅମରାବତୀ, ସୁରଭି ଓ ସରୋଜ ଦୁହେଁ ସେହି ଗାଆଁର ପିଲା ବେଳୁ ସାଙ୍ଗ। ସାଙ୍ଗସାଥି ଜୀବନ ଭିତରେ ଦୁହେଁ ଦୁହିଁଙ୍କୁ ପରସ୍ପର ମନକୁ କିଣି ନେଇଥିଲେ। ସମୟ ସ୍ରୋତରେ ଦୁହେଁ ଅତି ନିଜର ହୋଇଗଲେ। ଦୁହେଁ ଦୁହିଁଙ୍କୁ ଦିନେ ନ ଦେଖିଲେ ଦିନଟା ଭାରି କଷ୍ଟରେ ବିତେ। ସୁରଭି ଦିନେ ସରୋଜକୁ କହିଲା, ସତରେ ସରୋଜ ତୁମକୁ ନ ଦେଖିଲେ ମୁଁ କେବେ ନିଜକୁ ଆୟତ୍ତ କରିପାରୁନି। ସରୋଜ କହିଲା, ଖାଲି ତୁମେ ନୁହଁ ମୋର ବି ସମାନ ଅବସ୍ଥା। ଏମିତି କିଛି ଦିନ ବିତିଗଲା, ସୁରଭିର ବିବାହ ପ୍ରସ୍ତାବ ପାଇଁ ଘରେ ସମସ୍ତେ ବ୍ୟସ୍ତ ହୋଇପଡିଲେ। ବିବାହ ପାଇଁ ପାତ୍ରଟିଏ ଯୋଗାଡ଼ କଲେ। ସୁରଭି ନିଜର କଥା ପରିବାର ସାମ୍ନାରେ କହିପାରୁ ନଥିଲା। କୁଆଡେ଼ କିଛି ଅଘଟଣ ଘଟିବ।

ସରୋଜ ବି ଜାଣି ପାରି ନିଜ ଆହତ ହୃଦୟକୁ ଆୟତ୍ତ କରିବାକୁ ଯଥା ଚେଷ୍ଟା ପ୍ରୟାସ କରୁଥାଏ।

ଇତି ମଧ୍ୟରେ ସୁରଭି ବିବାହ କରି ଚାଲି ଗଲା। ସରୋଜ ପ୍ରେମର ପ୍ରତୀକ ହୋଇ ରହିଗଲା। ତେଣୁ ପ୍ରେମର ରଙ୍ଗ ରୂପ ଦୁଇ ପ୍ରକାର। 

ପ୍ରେମ କେତେବେଳେ ଆପଣାର ତ କେତେବେଳେ ହୋଇଥାଏ ପର। ପ୍ରେମର ଦୁଇ ରଙ୍ଗ। ଗୋଟିଏ ସଫଳ ପ୍ରେରଣା ଓ ଦ୍ୱିତୀୟଟି ଦୁଃଖର ଯନ୍ତ୍ରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance